ଫେରାର୍‌ ହେଲେ ରିୟା; ଖାଲି ହାତରେ ଫେରିଲା ପୋଲିସ !

ମୁମ୍ବାଇ, ୨୯।୭: ଦିଗଂବତ ବଲିଉଡ୍‌ ଯୁବ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ସୁଶାନ୍ତଙ୍କ ବାପା କେ.କେ. ସିଂ ଗତକାଲି ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରର ୬ ଜଣଙ୍କ ନାମରେ ଏଫ୍‌ଆଇଆର୍‌ ରୁଜୁ କରିଥିଲେ। ଏଥିରେ ସେ ଅଭିଯୋଗ କରିଛନ୍ତି ଯେ, ଟଙ୍କା ପାଇଁ ରିୟା ତାଙ୍କ ପୁଅକୁ ଆତ୍ମହତ୍ୟା କରିବା ଲାଗି ଉସୁକାଇଥିଲେ। ଏହି ମାମଲାରେ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି ରିୟା। ମିଳିଥିବା ସୂଚନା ମୁତାବକ, ଏହି ଏଫ୍‌ଆଇଆର୍‌ ଆଧାରରେ ବିହାର ପୋଲିସର ଏକ ଟିମ୍‌ ମୁମ୍ବାଇରେ ରହୁଥିବା ରିୟାଙ୍କ ବାସଭବନକୁ ଯାଇଥିଲା। କିନ୍ତୁ ରିୟା ହଠାତ୍‌ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ଟିମ୍‌ ରିୟାଙ୍କ ବାସଭବନରେ ପହଞ୍ଚିଥିଲେ ହେଁ ସେଠାରେ ତାଙ୍କୁ ପାଇ ନ ଥିବା ଖବର ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କୁହାଯାଉଛି କି, ରିୟା ଆଗୁଆ ଜାମିନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଯେଉଁଥି ପାଇଁ ସେ ପୋଲିସର ଯୋଗାଯୋଗରୁ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି। ଜଣାଶୁଣା ଓକିଲ ସତୀଶମାନେ ସିନ୍ଧେଙ୍କ ସହାୟତା ଲୋଡ଼ିଛନ୍ତି। ତେବେ ରିୟା କେବେ ଓ କେଉଁ କୋର୍ଟରେ ଜାମିନ ଆବେଦନ କରିବେ ତାହା ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜୀବ ଗାନ୍ଧୀଙ୍କ ବିବାହ ରାଜ କପୁରଙ୍କ ଝିଅ ସହିତ କରାଇବାକୁ ଚାହୁଁଥିଲେ ଇନ୍ଦିରା ଗାନ୍ଧୀ: ରାହୁଲଙ୍କୁ ବି ପସନ୍ଦ କରୁଥିଲେ କରିନା

ମୁମ୍ବାଇ: ରାଜୀବ ଗାନ୍ଧୀଙ୍କ ବିବାହ ରାଜ କପୁରଙ୍କ ଝିଅ ରିତୁ କପୁରଙ୍କ ସହିତ କରାଇବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚାହୁଁଥିଲେ। ଗଣମାଧ୍ୟମ ପ୍ରତିନିଧି...

ନିର୍ଦ୍ଦେଶକ ହେବାକୁ ଡରନ୍ତି ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶହାରୁଖ ଖାଁ ଏବେ ଆମେରିକାରେ ନିଜ ପରିବାର ସହ ଛୁଟି କଟାଉଛନ୍ତି। ଏତିକିବେଳେ ସେ ଟକିଙ୍ଗ ମୁଭିଜ୍‌ ନାମକ ଏକ ଶୋ’ରେ...

ବିବାହ ପୂର୍ବରୁ ଏହି କ୍ରିକେଟରଙ୍କ ପ୍ରେମରେ ପାଗଳ ଥିଲେ ଅମୃତା ସିଂ

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ ଫଟୋ, ଭିଡିଓ ଏବଂ ସେମାନଙ୍କ ସହ ଜଡିତ କାହାଣୀ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତ୍ତମାନ ଦୁବାଇରେ...

ଷ୍ଟାଇଲ୍‌ ଷ୍ଟେଟମେଣ୍ଟରେ ସବୁଠାରୁ ଆଗରେ ଦୀପିକା-ରଣବୀର

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ଓ ତାଙ୍କ ପତି ରଣବୀର କପୁର ବିବାହ ପରଠାରୁ ସବୁବେଳେ ଆସୁଛନ୍ତି ଚର୍ଚ୍ଚାକୁ। ଅଭିନୟ ପାଇଁ କୁହନ୍ତୁ ଅବା...

ସେଲ୍‌ଫି ଅନ୍ତରାଳେ..

ଆଜିକାଲି ସେଲ୍‌ଫି ନେବା ଏକ ମାନିଆ ପାଲଟି ଗଲାଣି। ଫଟୋରେ କମେଡିଆନ୍‌ ହରିହର ମହାପାତ୍ର ଓରଫ ହରି ଭାଇ ଅଭିନେତ୍ରୀ ପିଙ୍କି ପ୍ରିୟଦର୍ଶିନୀଙ୍କ ସହ ଏକ...

ଡେବ୍ୟୁ ପରେ ହ୍ରିତିକ୍‌ଙ୍କ ପାଇଁ ଆସିଥିଲା ୩୦ହଜାର ବିବାହ ପ୍ରସ୍ତାବ

ବମ୍ବେ: ଆଜିକୁ ୨୦ ବର୍ଷ ତଳେ ଫିଲ୍ମ ‘କହୋନା ପ୍ୟାର୍‌ ହେ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ହ୍ରିତିକ୍‌ ରୋଶନ। ଫିଲ୍ମଟି ସୁପରହିଟ୍‌ ହେବା...

ଭଉଣୀଙ୍କ ସହ ଏଥର ଜନ୍ମଦିନ ପାଳିବେ ଭାଇଜାନ

ବଲିଉଡ୍‌ ଭାଇଜାନ ସଲମାନ ଖାନ୍‌ ଡିସେମ୍ବର ୨୭ରେ ନିଜର ୫୪ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏଥିପାଇଁ ସଲ୍ଲୁଙ୍କ ଘରେ ଖାସ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି।...

ଚିହ୍ନନ୍ତୁ ଅଭିନେତ୍ରୀ ଜଣକ କିଏ, ତାଙ୍କର ରହିଛି ରଣବୀରଙ୍କ ସହ ସମ୍ପର୍କ

ବଲିଉଡ୍‌ର କିଛି ଅଭିନେତ୍ରୀ ସୋସିଆଲ ମିଡିଆରେ ଏମିତି ଫଟୋ ପୋଷ୍ଟ କରୁଛନ୍ତି, ଚିହ୍ନିବା ମୁସ୍କିଲ ହୋଇପଡୁଛି। ଏବେ ଜଣେ ଅଭିନେତ୍ରୀ ଏକ ଫଟୋ ଶେୟାର କରିଛନ୍ତି,...

Coronavirus Update


Archives

Model This Week

Why Dharitri