Posted inଖେଳ

କରୋନା ବ୍ରେକ୍‌ ପରେ ପ୍ରଥମ ଦିନିକିଆ ସିରିଜ

ସାଉଥାମ୍ପଟନ, ୨୯।୭- କରୋନା ଭାଇରସ ସଂକ୍ରମଣ ଜନିତ ଅନିଶ୍ଚିତତା ମଧ୍ୟରେ ଅନ୍ତର୍ଜାତୀୟ ସ୍ତରରେ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ କ୍ରିକେଟ ସିରିଜ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ବିଜୟୀ ହୋଇଥିଲେ ହେଁ ପରବର୍ତ୍ତୀ ୨ଟି ଟେଷ୍ଟ ଜିତି ଇଂଲଣ୍ଡ ୨-୧ରେ ସିରିଜ ବିଜୟୀ ହୋଇଛି। କରୋନା ଜନିତ ବ୍ରେକ୍‌ ପରେ ଅନ୍ତର୍ଜାତୀୟ ସ୍ତରରେ ଏବେ ପ୍ରଥମ ଦିନିକିଆ କ୍ରିକେଟ ସିରିଜ ଆୟୋଜନ ହେବାକୁ ଯାଉଛି। ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଏହି ସିରିଜ ଗୁରୁବାରଠାରୁ ଆରମ୍ଭ ହେବ। ସିରିଜର ୩ଟି ଯାକ ମ୍ୟାଚ ସାଉଥାମ୍ପଟନର ଏଜେସ ବାଓଲ ଗ୍ରାଉଣ୍ଡରେ ଜୈବ ସୁରକ୍ଷିତ ପରିବେଶରେ ଅନୁଷ୍ଠିତ ହେବ। ଏଥିପାଇଁ ଦୁଇ ଦଳର ଖେଳାଳି ତାଲିକା ଘୋଷିତ ହୋଇସାରିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ ଖେଳିଥିବା କୌଣସି ଖେଳାଳି ଇଂଲଣ୍ଡ ଦିନିକିଆ ଦଳରେ ନାହାନ୍ତି। ଇଅନ ମୋର୍ଗାନ ଦଳର ନେତୃତ୍ୱ ନେବେ। ଆଣ୍ଡ୍ର୍ୟୁ ବାଲ୍‌ବିର୍ନେ ଆୟର୍ଲାଣ୍ଡ ଅଧିନାୟକ ଦାୟିତ୍ୱ ତୁଲାଇବେ। ସିରିଜର ପରବର୍ତ୍ତୀ ୨ଟି ଦିନିକିଆ ଯଥାକ୍ରମେ ଅଗଷ୍ଟ ୧ ଓ ୪ ତାରିଖରେ ଅନୁଷ୍ଠିତ ହେବ।
ଦେଖିଲେ ଇଂଲଣ୍ଡ ଓ ଆୟର୍ଲାଣ୍ଡ ପରସ୍ପରକୁ ୧୦ଟି ମ୍ୟାଚରେ ଭେଟିଛନ୍ତି। ଏଥିରୁ ଇଂଲଣ୍ଡ ୮ଟିରେ ବିଜୟୀ ହୋଇଥିବାବେଳେ ଆୟର୍ଲାଣ୍ଡ ମାତ୍ର ଗୋଟିଏ ମ୍ୟାଚ ଜିତିଛି ଏବଂ ଅନ୍ୟ ମ୍ୟାଚଟି ଫଳାଫଳ ବିହୀନ ରହିଛି। ଇଂଲଣ୍ଡ ବିପକ୍ଷରେ ଆୟର୍ଲାଣ୍ଡର ଏକମାତ୍ର ଦିନିକିଆ ବିଜୟ ୨୦୧୧ ମାର୍ଚ୍ଚ ୨ଟି ବେଙ୍ଗାଲୁରୁଠାରେ ହୋଇଥିଲା। ଆଇସିସି ବିଶ୍ୱକପ ଅନ୍ତର୍ଗତ ଏହି ଦିବାରାତ୍ର ମ୍ୟାଚରେ ଆୟର୍ଲାଣ୍ଡ ୩ ଉଇକେଟରେ ବିଜୟୀ ହୋଇଥିଲା। ଦୁଇ ଦଳ ଶେଷଥରପାଇଁ ୨୦୧୯ ମେ ୩ରେ ଡବଲିନଠାରେ ପରସ୍ପରକୁ ଭେଟିଥିଲେ। ଏଥିରେ ଇଂଲଣ୍ଡ ୪ ଉଇକେଟରେ ବିଜୟୀ ହୋଇଥିଲା।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ(ଅଧିନାୟକ), ମୋଇନ ଅଲୀ, ଜନି ବେୟାରଷ୍ଟୋ, ଟମ୍‌ ବାଣ୍ଟନ, ସାମ୍‌ ବିଲିଙ୍ଗ୍ସ, ଟମ୍‌ କୁରାନ, ଲିଆମ ଡସନ, ଜୋ ଡେନଲି, ଶାକିବ ମେହମୁଦ, ଆଡିଲ ରଶିଦ, ଜାସନ ରୟ, ରିଷି ଟୋପ୍‌ଲେ, ଜେମ୍ସ ଭିନ୍ସ, ଡେଭିଡ ଓ୍ବିଲି।
ଆୟର୍ଲାଣ୍ଡ ଦଳ: ଆଣ୍ଡ୍ର୍ୟୁ ବାଲ୍‌ବିର୍ନେ (ଅଧିନାୟକ), କର୍ଟିସ କାମ୍ଫର, ଗ୍ୟାରେଥ ଡିଲାନି, ଜୋଶ ଲିଟଲ, ଆଣ୍ଡ୍ର୍ୟୁ ମ୍ୟାକ୍‌ବିର୍ନେ ବ୍ୟାରି ମ୍ୟାକାର୍ଥତ୍, କେଭିନ୍‌ ଓ’ବ୍ରିଏନ୍‌, ଓ୍ବିଲିୟମ ପୋଟରଫିଲ୍ଡ, ବଏଡ୍‌ ରାଙ୍କିନ୍‌, ସିମି ସିଂ, ପଲ୍‌ ଷ୍ଟିର୍ଲିଂ, ହ୍ୟାରି ଟେକ୍ଟର, ଲୋରକାନ ଟକର, କ୍ରେଗ୍‌ ୟଙ୍ଗ।
ଭାରତୀୟ ସମୟ: ଅପରାହ୍ନ ୬ଟା ୩୦
ପ୍ରସାରଣ: ସୋନି ସିକ୍ସ


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ଶକ୍ତିଶ୍ରୀ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ: ଛାତ୍ରୀମାନଙ୍କୁ ସଚେତନ କରାଇଲେ…

ଦିଗପହଣ୍ଡି, ୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଗତ ଜୁଲାଇ ୩୦…

ଅଚାନକ ଚଢାଉ କଲା ଅବକାରୀ ବିଭାଗ: ଜବତ ହେଲା ଏତେ ପରିମାଣର ମହୁଲି ଫୁଲ ସହ…

ମୋହନା,୧୦।୮( ମନ୍ମଥ ମିଶ୍ର ): ଗଜପତି ଜିଲାରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଅଡବା ଥାନା ଅନ୍ତର୍ଗତ କଟାମା ଗାଁରୁ ୯୦୦ କିଲୋଗ୍ରାମ ମହୁଲି ଫୁଲ…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

ଜିଲାପାଳଙ୍କ ବଡ଼ ଆହ୍ବାନ: ପାଳନ ହେବ ‘ଘରେ ଘରେ ତ୍ରିରଙ୍ଗ’ କାର୍ଯ୍ୟକ୍ରମ

ଛତ୍ରପୁର,୧୦।୮୯(ଦିଲ୍ଲୀପ ସାମଲ/ଦାରିକା ପଟ୍ଟନାୟକ): ପବିତ୍ର ସ୍ବାଧୀନତା ଦିବସ ଏବଂ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ର ୧୫୦ତମ ବର୍ଷପୂର୍ତ୍ତି ଅବସରରେ ଦେଶରେ ‘ଘରେ ଘରେ ତ୍ରିରଙ୍ଗା-୨୦୨୬’ କାର୍ଯ୍ୟକ୍ରମ ପାଳନ…

ବ୍ରହ୍ମପୁର ଚାଲାଣ କରୁଥିଲେ ଗଞ୍ଜେଇ, ବାଟରେ ଧରି ପକାଇଲା ପୋଲିସ, ତା’ପରେ…

ପାରଳାଖେମୁଣ୍ଡି,୧୦।୮ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ୧୧ କିଲୋ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସୋମବାର ସକାଳ ପ୍ରାୟ ୬ଟାରେ ଏସଆଇ ପ୍ରଫୁଲ୍ଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri