Posted inଖେଳ

କରୋନା ବ୍ରେକ୍‌ ପରେ ପ୍ରଥମ ଦିନିକିଆ ସିରିଜ

ସାଉଥାମ୍ପଟନ, ୨୯।୭- କରୋନା ଭାଇରସ ସଂକ୍ରମଣ ଜନିତ ଅନିଶ୍ଚିତତା ମଧ୍ୟରେ ଅନ୍ତର୍ଜାତୀୟ ସ୍ତରରେ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ କ୍ରିକେଟ ସିରିଜ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ବିଜୟୀ ହୋଇଥିଲେ ହେଁ ପରବର୍ତ୍ତୀ ୨ଟି ଟେଷ୍ଟ ଜିତି ଇଂଲଣ୍ଡ ୨-୧ରେ ସିରିଜ ବିଜୟୀ ହୋଇଛି। କରୋନା ଜନିତ ବ୍ରେକ୍‌ ପରେ ଅନ୍ତର୍ଜାତୀୟ ସ୍ତରରେ ଏବେ ପ୍ରଥମ ଦିନିକିଆ କ୍ରିକେଟ ସିରିଜ ଆୟୋଜନ ହେବାକୁ ଯାଉଛି। ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଏହି ସିରିଜ ଗୁରୁବାରଠାରୁ ଆରମ୍ଭ ହେବ। ସିରିଜର ୩ଟି ଯାକ ମ୍ୟାଚ ସାଉଥାମ୍ପଟନର ଏଜେସ ବାଓଲ ଗ୍ରାଉଣ୍ଡରେ ଜୈବ ସୁରକ୍ଷିତ ପରିବେଶରେ ଅନୁଷ୍ଠିତ ହେବ। ଏଥିପାଇଁ ଦୁଇ ଦଳର ଖେଳାଳି ତାଲିକା ଘୋଷିତ ହୋଇସାରିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ ଖେଳିଥିବା କୌଣସି ଖେଳାଳି ଇଂଲଣ୍ଡ ଦିନିକିଆ ଦଳରେ ନାହାନ୍ତି। ଇଅନ ମୋର୍ଗାନ ଦଳର ନେତୃତ୍ୱ ନେବେ। ଆଣ୍ଡ୍ର୍ୟୁ ବାଲ୍‌ବିର୍ନେ ଆୟର୍ଲାଣ୍ଡ ଅଧିନାୟକ ଦାୟିତ୍ୱ ତୁଲାଇବେ। ସିରିଜର ପରବର୍ତ୍ତୀ ୨ଟି ଦିନିକିଆ ଯଥାକ୍ରମେ ଅଗଷ୍ଟ ୧ ଓ ୪ ତାରିଖରେ ଅନୁଷ୍ଠିତ ହେବ।
ଦେଖିଲେ ଇଂଲଣ୍ଡ ଓ ଆୟର୍ଲାଣ୍ଡ ପରସ୍ପରକୁ ୧୦ଟି ମ୍ୟାଚରେ ଭେଟିଛନ୍ତି। ଏଥିରୁ ଇଂଲଣ୍ଡ ୮ଟିରେ ବିଜୟୀ ହୋଇଥିବାବେଳେ ଆୟର୍ଲାଣ୍ଡ ମାତ୍ର ଗୋଟିଏ ମ୍ୟାଚ ଜିତିଛି ଏବଂ ଅନ୍ୟ ମ୍ୟାଚଟି ଫଳାଫଳ ବିହୀନ ରହିଛି। ଇଂଲଣ୍ଡ ବିପକ୍ଷରେ ଆୟର୍ଲାଣ୍ଡର ଏକମାତ୍ର ଦିନିକିଆ ବିଜୟ ୨୦୧୧ ମାର୍ଚ୍ଚ ୨ଟି ବେଙ୍ଗାଲୁରୁଠାରେ ହୋଇଥିଲା। ଆଇସିସି ବିଶ୍ୱକପ ଅନ୍ତର୍ଗତ ଏହି ଦିବାରାତ୍ର ମ୍ୟାଚରେ ଆୟର୍ଲାଣ୍ଡ ୩ ଉଇକେଟରେ ବିଜୟୀ ହୋଇଥିଲା। ଦୁଇ ଦଳ ଶେଷଥରପାଇଁ ୨୦୧୯ ମେ ୩ରେ ଡବଲିନଠାରେ ପରସ୍ପରକୁ ଭେଟିଥିଲେ। ଏଥିରେ ଇଂଲଣ୍ଡ ୪ ଉଇକେଟରେ ବିଜୟୀ ହୋଇଥିଲା।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ(ଅଧିନାୟକ), ମୋଇନ ଅଲୀ, ଜନି ବେୟାରଷ୍ଟୋ, ଟମ୍‌ ବାଣ୍ଟନ, ସାମ୍‌ ବିଲିଙ୍ଗ୍ସ, ଟମ୍‌ କୁରାନ, ଲିଆମ ଡସନ, ଜୋ ଡେନଲି, ଶାକିବ ମେହମୁଦ, ଆଡିଲ ରଶିଦ, ଜାସନ ରୟ, ରିଷି ଟୋପ୍‌ଲେ, ଜେମ୍ସ ଭିନ୍ସ, ଡେଭିଡ ଓ୍ବିଲି।
ଆୟର୍ଲାଣ୍ଡ ଦଳ: ଆଣ୍ଡ୍ର୍ୟୁ ବାଲ୍‌ବିର୍ନେ (ଅଧିନାୟକ), କର୍ଟିସ କାମ୍ଫର, ଗ୍ୟାରେଥ ଡିଲାନି, ଜୋଶ ଲିଟଲ, ଆଣ୍ଡ୍ର୍ୟୁ ମ୍ୟାକ୍‌ବିର୍ନେ ବ୍ୟାରି ମ୍ୟାକାର୍ଥତ୍, କେଭିନ୍‌ ଓ’ବ୍ରିଏନ୍‌, ଓ୍ବିଲିୟମ ପୋଟରଫିଲ୍ଡ, ବଏଡ୍‌ ରାଙ୍କିନ୍‌, ସିମି ସିଂ, ପଲ୍‌ ଷ୍ଟିର୍ଲିଂ, ହ୍ୟାରି ଟେକ୍ଟର, ଲୋରକାନ ଟକର, କ୍ରେଗ୍‌ ୟଙ୍ଗ।
ଭାରତୀୟ ସମୟ: ଅପରାହ୍ନ ୬ଟା ୩୦
ପ୍ରସାରଣ: ସୋନି ସିକ୍ସ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆ କପ୍‌ରେ ଏହି ୧୫ ଖେଳାଳିଙ୍କୁ ଟିମ ଇଣ୍ଡିଆରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୨୫।୭: ଏସୀୟ କ୍ରିକେଟର ମହାକୁମ୍ଭ ଅର୍ଥାତ୍‌ ୨୦୨୩ ଏସିଆ କପ୍‌ ଅଗଷ୍ଟ ୩୦ରୁ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ...

ଉଭୟ ବର୍ଗର ଗ୍ରାଣ୍ଡ୍‌ ଫାଇନାଲରେ ପଞ୍ଜାବ

ପୁରୀ ଅଫିସ, ୯ା୨: ତାଳବଣିଆସ୍ଥିତ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ୪୪ତମ ସର୍ବଭାରତୀୟ ସଫ୍ଟବଲ ଚାମ୍ପିୟନଶିପ୍‌ର ଚତୁର୍ଥ ଦିବସରେ ବୁଧବାର ଉଭୟ ପୁରୁଷ ଓ ମହିଳା ବିଭାଗର...

ଆଶେସ୍‌ ପଞ୍ଚମ ଟେଷ୍ଟ: ଇଂଲଣ୍ଡ ସ୍ଥିତ ଦୃଢ଼

ଲଣ୍ଡନ, ୧୫।୯- ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଥିବା...

ନିଶାନ୍ତ ଚାମ୍ପିୟନ, ରାକେଶ ରନରଅପ୍‌

ଭୁବନେଶ୍ୱର, ୧୮।୯ (ତପନ ସ୍ବାଇଁ): ଭିନ୍‌ଟେଜ୍‌ କ୍ଲବ ପରିସରରେ ଅନୁଷ୍ଠିତ ୨ୟ ଆଶିଷ ପଣ୍ଡା ସ୍ମାରକୀ ଅଲ୍‌ ଓଡ଼ିଶା ସ୍ନୁକର ଚାମ୍ପିୟନଶିପ୍‌ରେ ନିଶାନ୍ତ ବିଶ୍ୱାଳ ଚାମ୍ପିୟନ...

ଅଲିମ୍ପିକ୍ସରେ ଆଥ୍‌ଲେଟ ନିଜେ ପିନ୍ଧିବେ ମେଡାଲ

ଟୋକିଓ, ୧୫।୭- କୋଭିଡ୍‌-୧୯ ପାଇଁ ଏଥର ଟୋକିଓ ଅଲିମ୍ପିକ୍ସରେ ଆଉ ଏକ ପରମ୍ପରା ଭାଙ୍ଗିବାକୁ ଯାଉଛି। ବିଭିନ୍ନ ଇଭେଣ୍ଟରେ କୃତିତ୍ୱ ହାସଲ କରିଥିବା ଆଥ୍‌ଲେଟମାନଙ୍କୁ ଅଲିମ୍ପିକ...

ପ୍ରୋ କବାଡ଼ି ଲିଗ୍‌: ବେଙ୍ଗାଲୁରୁକୁ ହରାଇଲା ୟୁପି

ଗ୍ରେଟର ନୋଏଡା,୧୨।୧୦(ପି.ଟି.)- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ୟୁପି ଯୋଦ୍ଧା ୪୫- ୩୩ରେ ବେଙ୍ଗାଲୁରୁ ବୁଲ୍ସକୁ ପରାସ୍ତ କରିଛି। ଏଥିସହିତ ପୂରା...

ଡବ୍ଲ୍ୟୁଟିସି ଫାଇନାଲ: ସ୍ପଷ୍ଟ କଲେ ଗାଙ୍ଗୁଲି

ନୂଆଦିଲ୍ଲୀ, ୮।୩ : ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ୍‌ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଉଥାମ୍ପଟନର...

୧୭ ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌: ନବି ମୁମ୍ବାଇରେ ହେବ ଫାଇନାଲ

ନୂଆଦିଲ୍ଲୀ, ୧୮ା୨ (ପି.ଟି.)- ନଭେମ୍ବର ୨୧ରେ ୧୭ ବର୍ଷରୁ କମ୍‌ ଫିଫା ମହିଳା ଫୁଟବଲ ବିଶ୍ୱ କପ୍‌ର ଫାଇନାଲ ନବି ମୁମ୍ବାଇରେ ଖେଳାଯିବ। ଟୁର୍ନାମେଣ୍ଟର ଆୟୋଜକ...

Advertisement
Archives

Model This Week