ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗ୍ରାମର ଏସ. ମୋହନ ରେଡ୍ଡୀ (୩୦) ଓ ମାଧବ ବେହେରା ଓରଫ ମିଥୁନ। ପୋଲିସ ଦେଇଥିବା ସୂଚନା ଅନୁଯାୟୀ ଏହି ଅଭିଯୁକ୍ତ ଦୁହେଁ ବ୍ୟାଟେରି ଚୋରି କରୁଥିଲେ। ଚମାଖଣ୍ଡି ଥାନାରେ ୨୫ ତାରିଖ ଦିନ ଏକ ଅଭିଯୋଗ ଅନୁଯାୟୀ କେସ୍ ନଂ ୩୭୫/୨୦୨୬ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ କରି ଏହି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରିଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ସୂଚନା ଦେଇଛନ୍ତି।

