Posted inଖେଳ

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ ୬୩ ରନର ଇନିଂସ ଖେଳି ଏମଏସ ଧୋନୀଙ୍କ ଏକ ଐତିହାସିକ ରେକର୍ଡ ଭାଙ୍ଗି ଦେଇଛନ୍ତି।

ପନ୍ତ ବିଦେଶୀ ମାଟିରେ ଟେଷ୍ଟ କ୍ରିକେଟରେ ୨,୫୦୦ ରନ ପୂରଣ କରିବାରେ ପ୍ରଥମ ଭାରତୀୟ ଉଇକେଟକିପର-ବ୍ୟାଟସମ୍ୟାନ ହୋଇଛନ୍ତି। ସେ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ। ଏହା ପୂର୍ବରୁ ଏମଏସ ଧୋନୀ ସର୍ବାଧିକ ରନ କରି ଉଇକେଟକିପରଙ୍କ ତାଲିକାରେ ଶୀର୍ଷରେ ଥିଲେ। ସେ ବିଦେଶ କିମ୍ବା ନିରପେକ୍ଷ ସ୍ଥାନରେ ମୋଟ ୨,୪୯୬ ରନ କରିଥିଲେ।

ପନ୍ତ ୪୨ ଆଭରେଜ୍‌ରେ ଏହି ରନ କରିଛନ୍ତି। ଧୋନୀ ୩୨.୮୪ ଆଭରେଜ୍‌ରେ ତାଙ୍କର ୨,୪୯୬ ରନ କରିଥିଲେ। ଭାରତୀୟ ଉଇକେଟକିପରଙ୍କ ଏହି ତାଲିକାରେ ଫାରୁକ ଇଞ୍ଜିନିୟର ୧,୨୦୯ ରନ ସହିତ ତୃତୀୟ ସ୍ଥାନରେ ଅଛନ୍ତି। ସୟଦ କିରମାନି ବିଦେଶୀ ପିଚ୍‌ରେ ୧,୧୦୯ ରନ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି।

ଭାରତର ୨୮ ବର୍ଷୀୟ ଷ୍ଟାର ବ୍ୟାଟ୍ସମ୍ୟାନ ପନ୍ତ କଲମ୍ବୋ ଟେଷ୍ଟର ପ୍ରଥମ ଦିନରେ ହାତରେ ଆଘାତ ଯୋଗୁ ଅବସର ନେବାକୁ ପଡ଼ିଥିଲା। ନ୍‌ସେ ଦ୍ୱିତୀୟ ଦିନରେ ଫେରି ଆସି ୬୩ ରନର ଏକ କମାଣ୍ଡିଂ ଇନିଂସ ଖେଳି ଶ୍ରୀଲଙ୍କା ବୋଲରମାନଙ୍କୁ ବହୁତ ଅସୁବିଧାରେ ପକାଇଥିଲେ। ସେ ଧ୍ରୁବ ଜୁରେଲଙ୍କ ସହିତ ୧୧୨ ରନର ପାର୍ଟନରସିପ କରିଥିଲେ।

ଧୋନୀ ତାଙ୍କ ୯୦ ମ୍ୟାଚ୍‌ର ଟେଷ୍ଟ କ୍ୟାରିୟରରେ ୪,୮୭୬ ରନ କରିଥିଲେ। ପନ୍ତ ୫୨ ଟେଷ୍ଟ ମ୍ୟାଚ୍‌ରେ ୩,୭୨୫ ରନ ସଂଗ୍ରହ କରିସାରିଛନ୍ତି। ଆଭରେଜ୍‌ ଦୃଷ୍ଟିରୁ ପନ୍ତ ଧୋନୀଙ୍କଠାରୁ ବହୁତ ଆଗରେ ଅଛନ୍ତି। ଧୋନୀ ତାଙ୍କ ଟେଷ୍ଟ କ୍ୟାରିୟରରେ ୬ଟି ଶତକ ଏବଂ ୩୩ଟି ଅର୍ଦ୍ଧଶତକ ମାରିଥିଲେ। ପନ୍ତ ପୂର୍ବରୁ ଭାରତ ପାଇଁ ସର୍ବାଧିକ ଟେଷ୍ଟ ଶତକ ହାସଲ କରିଥିବା ଉଇକେଟକିପର-ବ୍ୟାଟସମ୍ୟାନ ହୋଇସାରିଛନ୍ତି। ବର୍ତ୍ତମାନ ତାଙ୍କ ନାମରେ ୮ଟି ଶତକ ଏବଂ ୨୧ଟି ଅର୍ଦ୍ଧଶତକ ଅଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?