ରିଂ ରୋଡ୍‌, ଆଡ଼ିବନ୍ଧ ନିର୍ମାଣ ଲାଗି ତତ୍ପରତା

ବାରିପଦା ଅଫିସ,୨୧ା୮- ବାରିପଦା ସହରକୁ ବୁଢ଼ାବଳଙ୍ଗ ନଦୀ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ମୟୂରଭଞ୍ଜ ଜଳସେଚନ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ରିଂ ରୋଡ୍‌ ସହ ଆଡ଼ିବନ୍ଧ ଓ ସ୍ବୟଂଚାଳିତ ସୁଇସ ଗେଟ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି।
ବିଗତ ଫାଇଲିନ ବାତ୍ୟା ସମୟରେ ବାରିପଦା ସହର ମଧ୍ୟରେ ଉଦ୍‌ବୃତ୍ତ ବନ୍ୟାଜଳ ପ୍ରବେଶ କରିଥିଲା। ଘରଦ୍ୱାର, ଦୋକାନ ବଜାର ଓ ରାସ୍ତା ଘାଟ ଜଳମୟ ହୋଇପଡ଼ିଥିଲା ା ମୁଖ୍ୟ ଚିକିସତ୍ାଳୟ ମଧ୍ୟରେ ୧୦ଫୁଟ ଉଚ୍ଚରେ ପାଣି ପ୍ରବେଶ କରିବାରୁ ରୋଗୀମାନେ ଦୁର୍ଦ୍ଦଶା ଭୋଗିଥିଲେ ା ଜୀବନ ହାନି ଘଟିବା ସହ ବହୁ ଧନସମ୍ପତ୍ତି ନଷ୍ଟ ହୋଇଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସହରବାସୀଙ୍କ ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ବନ୍ୟା ବିପର୍ଯ୍ୟୟକୁ ରୋକିବା ପାଇଁ ନଦୀରେ ଆଡ଼ିବନ୍ଧ ଓ ରିଂ ରୋଡ୍‌ ନିର୍ମାଣ କରାଯିବାକୁ ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ଗସ୍ତରେ ଆସି ନିର୍ବାଚନୀ ସଭାରେ ଘୋଷଣା କରିଥିଲେ। ତଦନୁଯାୟୀ ୧୧୭ତମ ଟେକନିକାଲ ଆଡ୍‌ଭାଇଜର କମିଟି(ଟିଏସି) ବୈଠକରେ ଦାମୋଦରପୁର ଘାଟରୁ ସୁନାମୁହିଁ ଦାମୋଦର ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଆଡ଼ିବନ୍ଧ ନିର୍ମାଣ କରାଯିବା ନେଇ ଆଲୋଚନା ହୋଇଥିଲା ା ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୬୨କୋଟି ୩୪ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିବା ପାଇଁ କମିଟି ସୁପାରିଶ କରିଥିଲା ା ଫାଇଲିନକୁ ୮ବର୍ଷ ବିତିଲା ପରେ ରିଂରୋଡ୍‌ ସହିତ ନଦୀରେ ଆଡ଼ିବନ୍ଧ ଓ ସୁଇସ ଗେଟ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ସର୍ଭେ କରାଯାଉଛି ା ସହରରେ ଥିବା ଜରାଳୀ, ସରାଳୀ, ଶୁକଯୋଡି ଓ ବିଭିନ୍ନ ନାଳ ସହିତ ବୁଢ଼ାବଳଙ୍ଗ ନଦୀର ସଙ୍ଗମ ସ୍ଥଳ ଗୁଡ଼ିକରେ ୭/୮ଟି ସୁଇସ ଗେଟ ନିର୍ମାଣ ପାଇଁ ରିପୋର୍ଟ ପ୍ରସ୍ତୁତ କରାଯାଉଛି ବୋଲି ବିଭାଗୀୟ ସହକାରୀଯନ୍ତ୍ରୀ ପ୍ରକାଶ କରିଛନ୍ତି ା
୭ କି.ମି. ଦୈଘ୍ୟ ବିଶିଷ୍ଟ ରିଂ ରୋଡ୍‌ ନିର୍ମାଣ ପାଇଁ ଆବଶ୍ୟକ ଜମି ନିମନ୍ତେ ସର୍ଭେ ଆରମ୍ଭ ହୋଇଛି ା ତେବେ ଦୀର୍ଘ ଦିନର ଦାବି ପୂରଣ ହେଲେ ତଟବର୍ତ୍ତୀ ଅଞ୍ଚଳରେ ଥିବା ୱାର୍ଡ ନଂ. ୧,୪,୫,୭,୮,୯,୧୧,୧୨ ଓ ୨୦ର ହଜାର ହଜାର ଜନସାଧାରଣ ସୁରକ୍ଷିତ ରହିପାରିବେ ା ଏହି ପ୍ରକଳ୍ପ ପାଇଁ ମଧୁବନ ଉନ୍ନୟନ ପରିଷଦ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ସହରବାସୀଙ୍କୁ ସୁରକ୍ଷା ଯୋଗାଇ ଦେବାରେ ଜିଲା ପ୍ରଶାସନ ବିଳମ୍ବ କରୁଛି ବୋଲି ପରିଷଦର ସମ୍ପାଦକ ବିକ୍ରମ କେଶରୀ ଜେନା ଅଭିଯୋଗ କରିଛନ୍ତି ା ପ୍ରତିବର୍ଷ ବୁଢ଼ାବଳଙ୍ଗର ବନ୍ୟାଜଳ ସହର ମଧ୍ୟକୁ ପ୍ରବେଶ କରୁଥିବାରୁ ବହୁ ଲୋକ ପ୍ରଭାବିତ ହୋଇଥାନ୍ତି ା ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ୨ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ବର୍ଷାଦିନେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ପ୍ରଶାସନିକ ଓ ରାଜନୈତିକ ସ୍ତରରେ ଆନ୍ତରିକାତା ଅଭାବରୁ ସରକାରଙ୍କ ପ୍ରଦତ୍ତ ଯୋଜନା ଠିକ୍‌ ସମୟରେ କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି ତଳିଆ ଅଞ୍ଚଳର ବସନ୍ତ କୁମାର ଦାସ, ଅଜିତ ମହାପାତ୍ର, ନରୋତ୍ତମ ସାହୁ କହିଛନ୍ତି। ତେବେ ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଲୋକଦେଖାଣିଆ ଭାବେ ଏଭଳି ଘୋଷଣା କରାଯାଇଛି ବୋଲି ଆଦିବାସୀ ନେତା ରାକେଶ ସିଂ, ଦୀପକ ସିଂ କହିଛନ୍ତି।
ଫଟୋ-
ବୁଢ଼ା ବଳଙ୍ଗ ନଦୀ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ବାପା ମୋ ମା’ଙ୍କୁ ହାଣିଦେଲେ

ଆନନ୍ଦପୁର/ଘସିପୁରା,୧୬।୧୦(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଅମାରଙ୍ଗ ଗ୍ରାମ ନିକଟ ବୈତରଣୀ ନଦୀରେ ଏକ ମୁଣ୍ଡ ବିହୀନ ମୃତଦେହ ମିଳିଛି। ଗ୍ରାମର କିଛି ଲୋକ...

ବାଲି ଚୋରା ଚାଲାଣରୁ ରାଜ୍ୟ ହରାଉଛି ୧୪ ହଜାର କୋଟି: ଭାଜପା

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜ୍ୟରେ ଚୋରା ବାଲି ମାଫିଆଙ୍କ ରାଜ୍‌ ବଢୁଛି। ରାଜ୍ୟ ସରକାର ଏବଂ ଶାସକ ଦଳର ମନ୍ତ୍ରୀ, ବିଧାୟକ ତଥା ନେତାମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ...

CORONAVIRUS UPDATE: ରାଜ୍ୟରେ କରୋନା ନେଲା ଆଉ ୫ ଜୀବନ; ଅଛନ୍ତି ଗଞ୍ଜାମରୁ ୩, ଖୋର୍ଦ୍ଧାରୁ ୨

ଭୁବନେଶ୍ୱର, ଛତ୍ରପୁର, ୪।୭(ବ୍ୟୁରୋ/ଡି.ଏନ୍‌.ଏ.): ଶନିବାର ରାଜ୍ୟରେ କରୋନା ଆକ୍ରାନ୍ତରେ ଆଉ ୫ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୩ ଜଣ ରହିଥିବା ବେଳେ...

ରାଜଘାଇ ପାଣି ଦୂଷିତ, ପାନୀୟଜଳ ପ୍ରକଳ୍ପ ଅଚଳ

ହିଞ୍ଜିଳିକାଟୁ,୨୧ା୩(ଡି.ଏନ୍‌.ଏ.) – ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ପଞ୍ଚାୟତ ଅଧୀନ ଗୋପୀନାଥପୁର ଗ୍ରାମରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ଗ୍ରାମ୍ୟ ଜଳ ଯୋଗାଣ...

ସେବାରେ ଲାଗୁନି ୧୦୮ ଆମ୍ବୁଲାନ୍ସ

ଖୁଣ୍ଟା,୨୧ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ୧୦୮ ଆମ୍ବୁଲାନ୍ସ ଏବେ ଲୋକଙ୍କ ସେବାରେ ଲାଗି ପାରୁନି। ୨୦ ଦିନ ତଳେ ଦୁର୍ଘଟଣାଗ୍ରସ୍ତ...

ପୂର୍ବତନ ଜିଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର

ଭୁବନେଶ୍ୱର,୧୪।୬ : ନୟାପଲ୍ଲୀ ଆଇଆର୍‌ସି ଭିଲେଜସ୍ଥିତ ଜଣେ ଅବରସରପ୍ରାପ୍ତ ଜିଲାପାଳଙ୍କ ଘରୁ ସୋମବାର ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ନାବାଳିକାଙ୍କୁ ପ୍ରାୟ...

୨୩ରେ କାନ୍‌ସରେ ପ୍ରଦର୍ଶନ ହେବ ଓଡ଼ିଆ ଫିଲ୍ମ ‘ସ୍ବାହା’

ଭୁବନେଶ୍ୱର,୧୮।୫(ବ୍ୟୁରୋ): କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ହେବ ଓଡ଼ିଆ ଫିଲ୍ମ। ଫେଷ୍ଟିଭାଲ ଦି କାନ୍‌ସ ୨୦୧୯ର ଶର୍ଟ ଫିଲ୍ମ କର୍ନରରେ ଆସନ୍ତା ୨୩ତାରିଖରେ ଓଡ଼ିଆ କ୍ଷୁଦ୍ର...

୩ ଦିନ ପ୍ରବଳ ବର୍ଷିବ, ୭ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ତେବେ ଶନିବାର ରାଜ୍ୟର ୮ ଜିଲାରେ ପ୍ରବଳରୁ ଅତି ପ୍ରବଳ ହୋଇପାରେ। ସେହିପରି ୭ ଜିଲାରେ...

Advertisement
Archives

Model This Week