ଜୀରାନଦୀରେ ରିଂ ରୋଡ୍‌ ନିର୍ମାଣ: ସମୟ ଗଡ଼ୁଛି, ବର୍ଷାରେ ଧୋଇ ଯାଉଛି

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ପାର୍ଶ୍ୱରେ ରିଂ ରୋଡ୍‌ ନିର୍ମାଣ ଚାଲିଛି। ବର୍ଷା ଓ ବନ୍ୟା ସମୟରେ ସହରକୁ ଜଳ ପ୍ଳାବନରୁ ରକ୍ଷା, ଯାତାୟାତ ସୁବିଧା, ନଦୀତଟ ସୌନ୍ଦର୍ଯ୍ୟକରଣ, ସହର ବିକାଶ ଆଦି ଲକ୍ଷ୍ୟ ନେଇ ବିଜେଡ଼ି ଶାସନରୁ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେତେବେଳେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପତ୍ରସଂଖ୍ୟା ୨୩୭୧୮ ତା ୧୬।୯।୨୦୨୧ରିଖରେ ଏହି ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ ଦେଇଥିଲା। ୨୦୨୩ ମସିହାରେ ଏହାର ଟେଣ୍ଡର ହୋଇଥିଲା। ଏହାପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଇତି ମଧ୍ୟରେ ରାଜ୍ୟରେ ନୂଆଁ ଭାଜପା ସରକାର ଶାସନର ୨ବର୍ଷ ବିତି ଯାଇଛି। ହେଲେ ପୁରୁଣା ଜୀରାବ୍ରିଜ ନିକଟ ସାଇ ମନ୍ଦିରରୁ ରୁହୁଣିଆଁ ପର୍ଯ୍ୟନ୍ତ ହେଉଥିବା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ତ ଦୂରର କଥା, ନିର୍ମାଣାଧୀନ ରିଂ ରୋଡ୍‌ର ମାଟିକାମ ବିଭିନ୍ନ ସ୍ଥାନରେ ଥରକୁ ଥର ବର୍ଷାପାଣିରେ ଧୋଇ ଯାଉଛି। ଗତ କିଛିଦିନ ଧରି ହୋଇଥିବା ବର୍ଷାରେ ନିର୍ମାଣାଧୀନ ରିଂ ରୋଡ୍‌ ଏଭଳି ଅବସ୍ଥାକୁ ଆସି ଯାଇଛି। ଅନ୍ୟପଟେ ଆଗକୁ ଆହୁରି ବର୍ଷା ଓ ନଦୀରେ ବନ୍ୟାର ସମ୍ଭାବନା ରହିଛି। ସେଭଳି ହେଲେ ବାକିଅଂଶ ମଧ୍ୟ ଧୋଇଯିବା ତଥା ରିଂ ରୋଡ୍‌ର ସ୍ଥାୟିତ୍ୱ ନେଇ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ସହରବାସୀଙ୍କ ପାଇଁ ଦୀର୍ଘବର୍ଷର ପ୍ରତୀକ୍ଷା ହୋଇଥିବା ରିଂ ରୋଡ୍‌ କେବେ ସମ୍ପୂର୍ଣ୍ଣ ହେବ ଏବଂ କେତେ ଦୀର୍ଘସ୍ଥାୟୀ ହେବ, ତାକୁ ନେଇ ଏବେଠାରୁ ସାଧାରଣରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

‘ବିକାଶ ବିକାଶଧାରାରେ ରହୁ’
ଜୀରାନଦୀ ପାର୍ଶ୍ୱରେ ରିଂ ରୋଡ୍‌ ନିର୍ମାଣ ଏକ ବିକାଶମୂଳକ ପ୍ରକଳ୍ପ। ବିକାଶ ବିକାଶଧାରାରେ ରହିବା ଏବଂ ଆଗାମୀ ୫୦ବର୍ଷକୁ ଦେଖି ଠିକ୍‌ ନିର୍ମାଣ ହେବା ଦରକାର। କିନ୍ତୁ ରିଂ ରୋଡ୍‌ ନିର୍ମାଣ ପୂର୍ବରୁ ନଦୀତଟ ତଥା ନଦୀକୂଳର କିଭଳି ସୀମା ନିର୍ଦ୍ଧାରଣ କରାଯାଇଛି, ତାକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି। ନଦୀତଟ ତଥା ନଦୀକୂଳରେ ରିଂ ରୋଡ୍‌ ନିର୍ମାଣ ହେବା ବଦଳରେ ନଦୀ ମଧ୍ୟରେ ତାହା ନିର୍ମାଣ କରାଯାଉଥିବା ପରିଲକ୍ଷିତ ହେଉଛି। ଏଥିରୁ ରିଂ ରୋଡ୍‌ର ସ୍ଥାୟିତ୍ୱ ନେଇ ଏବେଠାରୁ ସନ୍ଦେହ ଉପୁଜିଲାଣି।
-ପ୍ରେମାନନ୍ଦ ଭୋଇ, ନାଗରିକ, ବରଗଡ଼

‘ନଦୀତଟ ବଦଳରେ ନଦୀଗର୍ଭରେ’
ରିଂ ରୋଡ୍‌ ନିର୍ମାଣ ହେଲେ ନିଶ୍ଚିତଭାବେ ଲୋକଙ୍କ ସୁବିଧା ହେବ। ତାହା କେବେ ସମ୍ପୂର୍ଣ୍ଣ ହେବ, ତାକୁ ସମସ୍ତେ ଚାହିଁ ବସିଛନ୍ତି। କିନ୍ତୁ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି। ବର୍ଷା ହେଲେ ମାଟିକାମ ଧୋଇ ଯାଉଛି ଏବଂ ପୁଣିଥରେ ସେହି କାମ କରାଯାଉଛି। ନଦୀତଟ ବଦଳରେ ନଦୀଗର୍ଭରେ ରିଂ ରୋଡ୍‌ ନିର୍ମାଣ କରାଯାଉଛି। ଫଳରେ ସେଭଳି ସମସ୍ୟା ଚାଲିଛି। ଷ୍ଟ୍ରଙ୍ଗ କଂକ୍ରିଟ୍‌ରେ ସାଇଡ୍‌ ୱାଲ ଦିଆ ନ ଗଲେ ଆଗକୁ ମଧ୍ୟ ସେଭଳି ହୋଇ ଚାଲିଥିବ। ଆଗାମୀ ୩ ଦଶନ୍ଧିକୁ ଲକ୍ଷ୍ୟ ରଖି ନିର୍ମାଣ କାମ କରାଯିବା ଦରକାର।
-କିରଣ କୁମାର ମିଶ୍ର, ଆଡ଼ଭୋକେଟ୍‌, ବରଗଡ଼

‘ବିଳମ୍ବ ହେଲେ ସରକାରୀ ଅର୍ଥ ଅପଚୟ’
ରିଂ ରୋଡ୍‌ ନିର୍ମାଣ ହେଲେ ବହୁଲୋକେ ଉପକୃତ ହେବେ। ଯାତାୟାତ, ବ୍ୟବସାୟିକ ଆଦି କ୍ଷେତ୍ରରେ ଲୋକଙ୍କ ସୁବିଧା ହେବ। ରାସ୍ତାଘାଟରେ ଭିଡ଼ ତଥା ଟ୍ରାଫିକ ସମସ୍ୟା ମଧ୍ୟ ହ୍ରାସ ପାଇବ। କିନ୍ତୁ ଦୀର୍ଘବର୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାହା ସରି ନାହିଁ। ଅପରପକ୍ଷେ ବର୍ଷାରେ ରିଂ ରୋଡ୍‌ର ମାଟିକାମ ଧୋଇ ଯାଉଛି। ନିର୍ମାଣ କାମକୁ ଯେତେ ବିଳମ୍ବ କିମ୍ବା ଶୀଥିଳ କରାଯିବ, ପ୍ରତବର୍ଷ ପରିସ୍ଥିତି ଉପୁଜିବ। ଅଯଥାରେ ସରକାରୀ ଅର୍ଥ ଅପଚୟ ହେବ।
-ରାମନାରାୟଣ ଭୋଇ, ନାଗରିକ, ଧାଙ୍ଗେର

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବହୁତ ବଡ଼ ‘ଦାନବୀର’ ଥିଲେ ନାନା ପାଟେକର, ନିଜ ରୋଜଗାରର ଏକ ବଡ଼ ଅଂଶ ଦାନ କରୁଥିଲେ ଅଭିନେତା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ,୮।୧୦: ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଗୁରୁବାର ସକାଳ ଏକ ଅତ୍ୟନ୍ତ ଦୁଃଖଦ ଖବର ନେଇ ଆସିଥିଲା। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଗୁରୁବାର ସକାଳେ ଗୋଆସ୍ଥିତ…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

କଳାହାଣ୍ଡିରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭକାରୀ…

ଭବାନୀପାଟଣା,୮ା୧୦(ଉତ୍ତମ କୁମାର ଦାଶ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ…

ମୃତ୍ୟୁ ପୂର୍ବରୁ ବନ୍ଧୁଙ୍କୁ ଏହି ଶେଷ ମେସେଜ କରିଥିଲେ ନାନା ପାଟେକର, ନିଜର ଯନ୍ତ୍ରଣା ପ୍ରକାଶ କରି…

ମୁମ୍ବାଇ: ଭାରତୀୟ ସିନେ ଜଗତର ଭେଟେରାନ ଅଭିନେତା ନିଜର ଦମଦାର ଅଭିନୟ, ଅନନ୍ୟ ଡାଏଲଗ୍‌ କହିବା ଶୈଳୀରେ ବେଶ୍‌ ପରିଚିତ ଥିବା ନାନା ପାଟେକରଙ୍କ ବୁଧବାର ବିଳମ୍ବିତ…

ଦୋକାନବଜାର ବନ୍ଦ, ଗାଡ଼ି ଚଳାଚଳ ଠପ୍‌: କର୍ଲାମୁଣ୍ଡାରେ ଓଡ଼ିଶା ବନ୍ଦର ପ୍ରଭାବ

କର୍ଲାମୁଣ୍ଡା, ୮।୧୦(ପ୍ରଦୀପ କୁମାର ସାହୁ): ଗୁରୁବାର ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ବନ୍ଦ ଯୋଗୁ ସକାଳୁ ବ୍ଲକର…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ଗର୍ଜନ, ମହାକାଳପଡ଼ାରେ ପଡ଼ିଲା ପ୍ରଭାବ

ମହାକାଳପଡ଼ା,୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଇଣ୍ଡି ମେଣ୍ଟ ଓ ଜାତୀୟ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦର ପ୍ରଭାବ ପଡ଼ିଛି। କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିକୁ ନେଇ ଗର୍ଜିଛନ୍ତି ଇଣ୍ଡି…

ବାଇକ୍‌ରେ କାମକୁ ଯାଉଥିଲେ ଯୁବକ, ଧକ୍କା ଦେଲା ଟ୍ରାକ୍ଟର: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଥୁଆମୂଳ ରାମପୁର, ୭।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?