ଧାନ କୁଇଣ୍ଟାଲ ୩୫୦୦, କୃଷକଙ୍କୁ ୫୦୦୦ ଟଙ୍କା ଭତ୍ତା ଦିଅ, ନବ ନିର୍ମାଣ କୃଷକ ସଙ୍ଗଠନର ଦାବି

ତିର୍ତ୍ତୋଲ, ୬।୫ (ଗୌରାଙ୍ଗ ଚରଣ ସ୍ବାଇଁ): ତିର୍ତ୍ତୋଲ ସରଣୀ ଛକ ନିକଟ ଆନନ୍ଦ ମଣ୍ଡପ ପରିସରରେ ରବିବାର ନବ ନିର୍ମାଣ କୃଷକ ସଙ୍ଗଠନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଧାନ କୁଇଣ୍ଟାଲ ୩୫୦୦ ଓ କୃଷକମାନଙ୍କୁ ୫୦୦୦ ଟଙ୍କା ଭତ୍ତା ପ୍ରଦାନ ଲାଗି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ଏସବୁ ଜମିକୁ ଜଳ ସେଚନ, ପ୍ରତି ପଞ୍ଚାୟତରେ ଶୀତଳ ଭଣ୍ଡାର ନିର୍ମାଣ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ଅଧିକ ଚିନିକଳ ସ୍ଥାପନ ଆଦି ଲାଗି ମଧ୍ୟ ଦାବି କରାଯାଇଛି।

ଏସବୁ ଦାବିନେଇ ଦୀର୍ଘବର୍ଷ ଧରି ଦାବି ହେଉଥିଲେ ମଧ୍ୟ ସରକାର ଦାବି ପୂରଣ କରୁନାହାନ୍ତି। ଏନେଇ ଆବଶ୍ୟକ ହେଲେ ନବନିର୍ମାଣ କୃଷକ ସଙ୍ଗଠନ କୃଷକ ସରକାର ଗଠନ ଲାଗି ତିର୍ତ୍ତୋଲ ସହ ରାଜ୍ୟର ଅନ୍ୟ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବ ବୋଲି ଉପସ୍ଥିତ ବକ୍ତାମାନେ ସୂଚନା ଦେଇଥିଲେ। ଏଥିରେ ସଙ୍ଗଠନର ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ, ତିର୍ତ୍ତୋଲ ବ୍ଲକ ସଂଯୋଜକ ମଙ୍ଗୁଳି ଚରଣ ରାଉତରାୟ, ଉପଦେଷ୍ଟା ରାଜକିଶୋର ଦାସ, ନାସିର ଚାଚା, ବ୍ଲକ ସହ ସଂଯୋଜକ ଅଶୋକ କୁମାର ବାରିକ, ତିର୍ତ୍ତୋଲ ପ୍ରତିନିଧି ରବୀନ୍ଦ୍ର ନାଥ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଜୟ କୁମାର ଦାସ, ନିତ୍ୟାନନ୍ଦ ସାହୁ, ସୂର୍ଯ୍ୟକାନ୍ତ ପରିଡ଼ା, ସୁଦର୍ଶନ ନାୟକ, ଗଗନ ବରାଳ, ଅନିଲ ମହାପାତ୍ର, ରାଜକିଶୋର ମଲ୍ଲିକ, ଶେଖର ବେହେରା, ମନୋଜ ପଟ୍ଟନାୟକ, ନାରାୟଣ ସାହୁ, ଗୌରହରି ସ୍ବାଇଁ, କୈଳାସ ସ୍ବାଇଁ, ସମୀର ନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଦାବି ଉପରେ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର,୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ ଅଭିଯୋଗ…

ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ଼: ଜଗିଲା ପୋଲିସ

ପାରାଦୀପରେ,୧୪।୫: ଇରାନ-ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ପାଇଁ ଭାରତ ସମେତ ଅନ୍ୟ କେତେକ ଦେଶରେ ତୈଳ ଓ ରନ୍ଧନ ଗ୍ୟାସ ସଙ୍କଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ…

ସରକାରୀ ଜମିରେ ଘର କରି ମାଡ଼ି ବସିଥିଲେ: ହଟିଲା ଜବରଦଖଲ

ପାରାଦୀପ,୧୧।୫: ଜଗତସିଂହପୁର ଜିଲା କୁଜଙ୍ଗ ତହସିଲ ନୂଆଗଡ଼ରେ ସୋମବାର ଏକ ବଡ଼ ଧରଣର ଜବରଦଖଲ ଉଚ୍ଛେଦ କରାଯାଇଛି। ସରକାରୀ ଜମିରେ ଘର କରି ମାଡ଼ି ବସିଥିବା ଲୋକଙ୍କୁ…

ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…

କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର…

କୁମ୍ଭୀର ନେଇ ଯାଇଥିବା ଗୁଜବ,ସକାଳୁ ଜଣାପଡ଼ିଲା ଅସଲି ସତ…

ପାରାଦୀପ,୨୬।୪(ଶରତ ରାଉତ): ପାରାଦୀପ ଲକଥାନା ଅନ୍ତର୍ଗତ ଚଉମୁହାଣି ନିକଟ ମହାନଦୀରେ ରବିବାର ଭୋରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହକୁ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ମୃତକ…

ନିର୍ବନ୍ଧର ଗୋଟିଏ ଦିନ ପରେ ନିଖୋଜ ହୋଇଯାଇଥିଲେ ସସ୍ମିତା: ପରେ ଘଟିଲା…

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ପ୍ରମୋଦ ଦାସ ଓ ଲକ୍ଷ୍ମୀପ୍ରିୟା ଦାସଙ୍କ ଝିଅ…

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri