Posted inଜାତୀୟ

କର୍‌କରେଙ୍କ ହତ୍ୟାକାରୀ ଆର୍‌ଏସ୍‌ଏସ୍‌ ସହ ଜଡ଼ିତ: କଂଗ୍ରେସ ନେତାଙ୍କ ଦାବିକୁ ନେଇ ବିବାଦ

ମୁମ୍ବାଇ,୬ା୫:୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌)ର ତତ୍କାଳୀନ ମୁଖ୍ୟ ହେମନ୍ତ କର୍‌କରେଙ୍କୁ ଆତଙ୍କବାଦୀ ଅଜମଲ କସବ ହତ୍ୟା କରି ନ ଥିଲେ, ବରଂ ଆର୍‌ଏସ୍‌ଏସ୍‌ ସହ ସମ୍ପୃକ୍ତ ଜଣେ ପୋଲିସ ଅଧିକାରୀ ମାରିଥିଲେ ବୋଲି ମହାରାଷ୍ଟ୍ରର ବିରୋଧୀ ଦଳ ନେତା ବିଜୟ ନମଦେବରାଓ ଓ୍ବାଡେତ୍ତିକର କହିବା ପରେ ବିବାଦ ଉଠିଛି। କଂଗ୍ରେସ ନେତା ଓ୍ବାଡେତ୍ତିକର କର୍‌କରେ ପ୍ରସଙ୍ଗ ଉଠାଇ ମୁମ୍ବାଇ ନର୍ଥ ସେଣ୍ଟ୍ରାଲର ଭାଜପା ପ୍ରାର୍ଥୀ ଉଜ୍ଜ୍ୱଳ ନିକମଙ୍କୁ କଡ଼ା ସମାଲୋଚନା କରିଛନ୍ତି। ୨୬/୧୧ ଆକ୍ରମଣ ମାମଲାରେ ନିକମ ସରକାରୀ ଓକିଲ ଥିଲେ। ଓ୍ବାଡେତ୍ତିକରଙ୍କ କହିବା ଅନୁଯାୟୀ, ଯେଉଁ ଗୁଳିରେ କର୍‌କରେ ପ୍ରାଣ ହରାଇଥିଲେ, ତାହା କସବଙ୍କ ବନ୍ଧୁକରୁ ଫାୟାର ହୋଇ ନ ଥିଲା। ସେତେବେଳେ ଆର୍‌ଏସ୍‌ଏସ୍‌ର ଅନୁଗତ ଥିବା ଜଣେ ପୋଲିସ ଅଫିସରଙ୍କ ବନ୍ଧୁକରୁ ଉକ୍ତ ଗୁଳି ଫୁଟିଥିଲା। କୋର୍ଟରେ ସତ ଲୁଚାଇଥିବା ନିକମଙ୍କୁ ଭାଜପା ଟିକେଟ ଦେଇଛି। ଭାଜପା କାହିଁକି ଜଣେ ଦେଶଦ୍ରୋହୀଙ୍କୁ ପ୍ରାର୍ଥୀ କରିଛି, ତାହାର ଜବାବ ଦେଉ ବୋଲି ଓ୍ବାଡେତ୍ତିକର କହିଛନ୍ତି। ଅନ୍ୟପକ୍ଷରେ ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାଓ୍ବଡେ କହିଛନ୍ତି, ସ୍ବତନ୍ତ୍ର ଭୋଟ ବ୍ୟାଙ୍କକୁ ଖୁସି କରିବା ପାଇଁ କଂଗ୍ରେସ ଯେକୌଣସି ସ୍ତରକୁ ଖସିଯାଇପାରେ। ୨୬/୧୧ ଆତଙ୍କବାଦୀଙ୍କୁ କ୍ଲିନ୍‌ଚିଟ୍‌ ଦେଇ କଂଗ୍ରେସ ନେତା ତାହା ପ୍ରମାଣିତ କରିଥିବା ତାଓ୍ବଡେ କହିଛନ୍ତିି। କଂଗ୍ରେସ ଏବଂ ଏହାର ଯୁବରାଜଙ୍କ ବିଜୟ ପାଇଁ ପାକିସ୍ତାନରେ କାହିଁକି ପ୍ରାର୍ଥନା କରାଯାଉଛି, ତାହା ଏଥିରୁ ସ୍ପଷ୍ଟ ହୋଇଥିବା ଭାଜପା ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri