ବିପ୍ଳବୀ ପଦକ୍ଷେପ

ଶାହା ଫୈଜଲ ୧୦ ଅଗଷ୍ଟ ୨୦୨୦ରେ ରାଜନୈତିକ ଦଳ ଜମ୍ମୁ ଓ କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ (ଜେକେପିଏମ୍‌)ର ଅଧ୍ୟକ୍ଷ ପଦ ତ୍ୟାଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଫୈଜଲ ହେଉଛନ୍ତି ପ୍ରଥମ କଶ୍ମୀରୀ ଯେ କି ୨୦୦୯ରେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ହାସଲ କରିଥିଲେ। ଜମ୍ମୁ ଓ କଶ୍ମୀରର କୁପଓ୍ବାରା ଜିଲା ସୋଗମ ଅଞ୍ଚଳରେ ଜନ୍ମିତ ଫୈଜଲଙ୍କ ପିତା ଥିଲେ ଜଣେ ଶିକ୍ଷକ। ଆତଙ୍କବାଦୀମାନେ ତାଙ୍କ ପିତାଙ୍କୁ ୨୦୦୨ରେ ହତ୍ୟା କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲା। ଏହା ସତ୍ତ୍ୱେ ପାଠପଢ଼ାରେ ମନୋନିବେଶ କରି ସେ ଶୈର-ଇ-କଶ୍ମୀର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସରୁ ଏମ୍‌ବିବିଏସ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଥମ ପଦାର୍ପଣରେ ସେ ସିଭିଲ ସର୍ଭିସ ପରୀକ୍ଷା ଦେଇ ଟପ୍ପର ହୋଇଥିଲେ। ଜଣେ ମେଧାବୀ ଛାତ୍ର ଭାବେ ଫୈଜଲ କ୍ୟାରିୟର ଗଢ଼ିଥିଲେ ମଧ୍ୟ ଜମ୍ମୁ ଓ କଶ୍ମୀରରେ ଅଶାନ୍ତ ସ୍ଥିତି ଦେଖି ସିଭିଲ ସର୍ଭିସ ଭଳି ଏକ ଆକର୍ଷଣୀୟ ଚାକିରି ଛାଡ଼ି ଲୋକଙ୍କ ସେବା କରିବା ସକାଶେ ସକ୍ରିୟ ରାଜନୀତିକୁ ଓହ୍ଲାଇଥିଲେ। ବର୍ତ୍ତମାନ ସେ ରାଜନୀତି ବିମୁଖ ହୋଇପଡ଼ିଛନ୍ତି। ଏହା ମଧ୍ୟ ଆଲୋଚନା ହେଲାଣି ଯେ, ସେ ଖୁବ୍‌ଶୀଘ୍ର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ରେ ଯୋଗଦେଇ କାର୍ଯ୍ୟ କରିବେ। ଅତୀତରେ ସୋସିଆଲ ମିଡିଆରେ ସେ କରିଥିବା ଅନେକ ପୋଷ୍ଟ୍‌ ଉପରେ ତଦନ୍ତ ଚାଲିିଥିବାରୁ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇ ନ ଥିଲା। ତେଣୁ ଫୈଜଲ ସିଭିଲ ସର୍ଭିସରେ ପୁନଶ୍ଚ ଯୋଗଦେବା ଆଶା ଉଜ୍ଜୀବିତ ହୋଇଛି।
ଫୈଜଲ ଅଚାନକ ରାଜନୀତି ଛାଡ଼ିବା ନେଇ କାହିଁକି ନିଷ୍ପତ୍ତି ନେଲେ ବୋଲି ଅନେକେ ଭାବିବା ସ୍ବାଭାବିକ। ୫ ଅଗଷ୍ଟ ୨୦୧୯ରେ ଜମ୍ମୁ ଓ କଶ୍ମୀରରେ ଲାଗୁ ହୋଇ ଆସୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ସେଠାକାର ନେତାମାନଙ୍କୁ ଗୃହବନ୍ଦୀ ଓ ଅଟକ କରି ରଖାଯାଇଥିଲା। ଏବେ ମଧ୍ୟ ଅନେକ ନେତା ଅଟକ ରହିଛନ୍ତି। ଫୈଜଲ ତୁର୍କୀ ଯାଉଥିବା ବେଳେ ୧୪ ଅଗଷ୍ଟରେ ତାଙ୍କୁ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ଫେବୃୟାରୀ ୨୦୨୦ରେ ତାଙ୍କ ବିରୋଧରେ ସାଧାରଣ ନିରାପତ୍ତା ଆଇନ (ପିଏସ୍‌ଏ)ରେ ଗିରଫ କରାଯାଇଥିଲା। ୩ ଜୁନ୍‌ରେ ତାଙ୍କୁ ମୁକ୍ତ କରାଯାଇଥିଲେ ମଧ୍ୟ ତା’ ପର ଦିନଠାରୁ ଗୃହବନ୍ଦୀରେ ଅଛନ୍ତି। ଜନସେବାକୁ ଓହ୍ଲାଇଥିବା ବ୍ୟକ୍ତି ଏତେ ସଂଘର୍ଷ କରିଥିଲେ ମଧ୍ୟ ଅଚାନକ ରାଜନୀତି କାହିଁକି ଛାଡ଼ିଲେ ଏଠାରେ ବସି କହିବା କଷ୍ଟକର। କାରାଗାରରେ ଥିବାବେଳେ ସବୁ କଶ୍ମୀର ନେତାଙ୍କ ଉପରେ ପ୍ରବଳ ଚାପ ପଡ଼ିଥିବ। କିନ୍ତୁ ଫୈଜଲ ଭାଙ୍ଗିପଡ଼ିଲେ। ରାଜନୀତି କରିବା ଏକ ସହଜ କାର୍ଯ୍ୟ ନୁହେଁ। ଦୂରରୁ ଛିଡ଼ାହୋଇ ସମାଲୋଚନା କରିବା କିମ୍ବା ଅଣ୍ଡାମାଡ଼ କରିବା ଅତ୍ୟନ୍ତ ସହଜ। ବ୍ୟବସ୍ଥା ଭିତରେ ରହି ଲୋକଙ୍କୁ ସାଙ୍ଗରେ ରଖିବା ଅତ୍ୟନ୍ତ କଷ୍ଟକର। ସବୁ ଗଣତାନ୍ତ୍ରିକ ଦେଶରେ ରାଜନୀତି ପାଇଁ ସାଧାରଣ ନାଗରିକଙ୍କ ମନରେ ବିତୃଷ୍ଣାଭାବ ଥାଏ। କ୍ଷମତାରେ ଥିବା ବ୍ୟକ୍ତିଙ୍କ ପାଇଁ କେତେକ କୁହାଳିଆ ସମର୍ଥକ ବାହାରୁଥିବା ବେଳେ ବିରୋଧରେ ମଧ୍ୟ ଅନେକ ବ୍ୟକ୍ତି ଥାଆନ୍ତି। କିନ୍ତୁ କଶ୍ମୀର ଅବସ୍ଥା ସମ୍ପୂର୍ଣ୍ଣ ଭାବେ ଭିନ୍ନ ହୋଇଯାଇଛି। ସେଠାକାର ନେତାଙ୍କୁ ଗିରଫ କରିବା ସହିତ ଦୀର୍ଘଦିନ କର୍ଫ୍ୟୁ ଲାଗିରହିଥିବା ହେତୁ ସବୁ ରାଜନୈତିକ କାର୍ଯ୍ୟକଳାପ ବନ୍ଦ ହୋଇଯାଇଛି। ଦେଶର ଅନ୍ୟ ଅଞ୍ଚଳ ଭଳି ପୋଲିସ ନୁହେଁ, ସେନା ଦ୍ୱାରା ଶାସନ କରାଯାଉଛି। କଥା ନାହିଁ, କେବଳ ଗୁଳି। ସାଧାରଣ ନାଗରିକଙ୍କ ମୌଳିକ ଅଧିକାର ସଙ୍କୁଚିତ ହୋଇଯାଇଛି। ଏଭଳି ଭୟର ବାତାବରଣରେ ଗଣତନ୍ତ୍ରର ଚେର ଶୁଖିବାରେ ଲାଗିଛି। ଗୋଟେପଟେ ଅଶାନ୍ତ କଶ୍ମୀର ଶାନ୍ତି ଫେରିପାଇ ନ ଥିବା ବେଳେ ଗଣତାନ୍ତ୍ରିକ କାର୍ଯ୍ୟ ବନ୍ଦ ହୋଇଯିବା ଦ୍ୱାରା ଏକ ବିପଜ୍ଜନକ ପରିସ୍ଥିତି ଆଡ଼େ ମୁହଁ।ଇଛି। ଯେତେବେଳେ ଗଣତନ୍ତ୍ରର ମୂଳଦୁଆ ଦୁର୍ବଳ ହୋଇଯିବ ସେତେବେଳେ ଲୋକଙ୍କ କଥା କହିବା ପାଇଁ କେହି ରହିବେ ନାହିଁ। ଏଭଳି ସ୍ଥିତିରେ ଗୋଟିଏ ପଟେ ବାହାର ଦେଖାଣିଆ ଶାନ୍ତି ସ୍ଥାପନ ହୋଇଥିବା ବେଳେ ଭିତିରିଆ ଭାବେ ଆନ୍ଦୋଳନାତ୍ମକ ମାନସିକତା ବୃଦ୍ଧି ପାଇବ। ଯେତେବେଳେ ଦୃଶ୍ୟ ରାଜନୈତିକ ନେତୃତ୍ୱର ଅଭାବ ହେବ ସେତେବେଳେ ଅଦୃଶ୍ୟ ନେତୃତ୍ୱ ଦ୍ୱାରା ଜନସାଧାରଣ ପରିଚାଳିତ ହେବେ। ଏଠାରେ ପୃଥିବୀର ଇତିହାସକୁ ଦେଖାଯାଇପାରେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନ ନେତା ଆଡ୍‌ଫ ହିଟଲର ଫ୍ରାନ୍ସଠାରୁ ନେଇ ସୋଭିଏଟ୍‌ ୟୁନିୟନ୍‌ ରାଜଧାନୀ ମସ୍କୋ ପର୍ଯ୍ୟନ୍ତ ନିଜର କାୟା ବିସ୍ତାର କରିଥିଲେ। ସାମରିକ ଶକ୍ତି ଦ୍ୱାରା ସବୁ ଦେଶର ରାଜନେତାମାନଙ୍କୁ ହତ୍ୟା ବା ବନ୍ଦୀ କରିଦିଆଯାଇଥିଲା। କିନ୍ତୁ ସାଧାରଣ ଲୋକଙ୍କ ମନରେ କୁହୁଳୁଥିବା କ୍ରୋଧର ନିଆଁ ହିଟଲରଙ୍କୁ ଅଳ୍ପ କେତେବର୍ଷ ମଧ୍ୟରେ ଜାଳିଦେଇଥିଲା।
କଶ୍ମୀର ନେତାମାନଙ୍କୁ ସବୁ କ୍ଷେତ୍ରରୁ ଦୂରେଇ ଦେଲେ ସେହି ଅଞ୍ଚଳରେ କେଉଁ ପରିସ୍ଥିତି ସୃଷ୍ଟି ହେବ ଏବେ କହିବା କଷ୍ଟକର। ଫୈଜଲଙ୍କ ଭଳି ଶିକ୍ଷିତ ବ୍ୟକ୍ତି ରାଜନୀତିରେ ରହି ଏଭଳି ମାରାତ୍ମକ ପରିସ୍ଥିତି ସୃଷ୍ଟି ହେବାରୁ ନିଜ ରାଜ୍ୟକୁ ଦୂରେଇ ରଖି ପାରିଥାନ୍ତେ। କିନ୍ତୁ ସମ୍ଭବତଃ ଅନେକ ସିନେମା ଦେଖି ପ୍ରଭାବିତ ହୋଇଥିବା ଫୈଜଲ ଭାବିଥିବେ ଯେ ବନ୍ଦୀ ସମୟରେ ତାଙ୍କୁ ଅନେକ ଲକ୍ଷ ଲୋକ ଆସି ଭେଟିଥାଆନ୍ତେ। ଅସୁବିଧାରେ ପଡ଼ିଥିବା ରାଜନେତାଙ୍କ ପାଖରେ ସାଧାରଣତଃ ଅଧିକାଂଶ ଲୋକ ରହନ୍ତି ନାହିଁ। ହୁଏତ ସେହି ଭିଡ଼ ନ ଦେଖିବାରୁ ଫୈଜଲଙ୍କ ମନ ଭାଙ୍ଗିଯାଇଛି। ଦୋହରାଇବାକୁ ଯାଇ ପୁଣି କୁହାଯାଇପାରେ ଯେ ରାଜନୀତି ସମସ୍ତଙ୍କ ପାଇଁ ନୁହେଁ। ଅନେକ ବ୍ୟକ୍ତି ଏଥିରେ ପ୍ରବେଶ କରି ଭଲ ସ୍ଥିତିରେ ରହିଗଲେ ପଦପଦବୀ ପାଇଯାଇଥାନ୍ତି। କିଛି ଠିକାଦାର ଓ କର୍ମୀ ମଧ୍ୟ ହାତେଇ ନେଇପାରନ୍ତି। କିନ୍ତୁ କଶ୍ମୀର ଭଳି ରାଜ୍ୟରେ ସେହି ଗତାନୁଗତିକ ରାଜନୀତି କରିବା ନିଶ୍ଚିତ ଭାବେ କଷ୍ଟକର। ସେଠାରେ ପ୍ରତ୍ୟେକ ପାଦରେ ମୃତ୍ୟୁର ଧ୍ୱନି ଶୁଣାଯାଇଥାଏ। ସେଥିପାଇଁ ସରକାରୀ ଚାକିରି ପ୍ରତି ଯୁବକ ସମୟରୁ ଆକୃଷ୍ଟ ହୋଇଥିବା ଫୈଜଲ ଏକ କଷ୍ଟ ଜୀବନ ସହିବା ପାଇଁ ପ୍ରସ୍ତୁତ ହୋଇ ନ ଥିବେ। ତେଣୁ ତାଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ଛଡ଼ା ଅନ୍ୟ କିଛି ଚିନ୍ତା କରିବା କଥା ନୁହେଁ। ଏବେ ଫୈଜଲ ଜଣେ ଅମଲାତନ୍ତ୍ରୀ ଭାବେ ପଦପଦବୀ ସହିତ ସୁନ୍ଦର ଘର ଏବଂ ନୂଆ ଗାଡ଼ି ଖୋଜିବେ। ହୁଏତ ଜୀବନ ପାଇଁ ବିପଦ ଅଛି କହି ଦିଲ୍ଲୀରେ ପୋଷ୍ଟିଂ ନେଇପାରନ୍ତି। କଶ୍ମୀର ଅଫିସର ହୋଇଥିବାରୁ ତାଙ୍କୁ ଆଜୀବନ ବ୍ଲାକ୍‌କ୍ୟାଟ୍‌ ସୁରକ୍ଷା ସୁନିଶ୍ଚିତ ହୋଇଯିବ। ଏହାପରେ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଥିବା ରାଜନେତାଙ୍କ ଭଲ କାର୍ଯ୍ୟକୁ ସମୀକ୍ଷା କରିବେ ଓ ନିଜ ଇଚ୍ଛାରେ କାର୍ଯ୍ୟ କରିବେ। ଏହା ହେଲା ଶାହା ଫୈଜଲ ଆଇଏଏସ୍‌ ଅଫିସରଙ୍କ ବିପ୍ଳବୀ ପଦକ୍ଷେପ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?