Posted inଖେଳ

୬ ବର୍ଷ ପରେ ହେଲା ଖୁଲାସା: ପାକିସ୍ତାନ ଖେଳାଳିଙ୍କୁ ଭେଟିବା ପାଇଁ ରାସ୍ତାକଡ଼ରେ ଅପେକ୍ଷା କରିଥିଲେ ରାହୁଲ ଦ୍ରାଭିଡ

ରାହୁଲ ଦ୍ରାବିଡ ଜଣେ ଭଲ କ୍ରିକେଟର ତଥା ଜଣେ ଭଲ ମଣିଷ। ରାହୁଲ ଦ୍ରାବିଡ ଅନ୍ୟକୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଥା’ନ୍ତି। ୨୦୧୪ ମସିହାରେ ଦ୍ରାଭିଡ଼ ଜଣେ ପାକିସ୍ତାନୀ ଖେଳାଳିଙ୍କ ସହ କଥା ହେବା ପାଇଁ ଟ୍ୟାକ୍ସି ଛାଡିଥିଲେ ଏବଂ ସେ ତାଙ୍କୁ ଭେଟିବା ପାଇଁ ୧୦-୧୫ ମିନିଟ ରାସ୍ତାରେ ଠିଆ ହୋଇଥିଲେ। ପାକିସ୍ତାନର ପୂର୍ବତନ କ୍ରିକେଟର ୟାସିର ଆରାଫତ ନିଜେ ଏହି ସୂଚନା ଦେଇଛନ୍ତି। ନିକଟରେ ସେ ଏନେଇ ଖୁଲାସା କରିଛନ୍ତି
ୟାସିର ଆରାଫତ ଏକ ବାର୍ତ୍ତାଳାପରେ କହିଛନ୍ତି, ରାହୁଲ ଦ୍ରାଭିଡ଼ ଜଣେ ଖାସ୍‌ ମଣିଷ। ମ୍ୟାଚ ଶେଷ ହେବା ପରେ ସେ ଷ୍ଟାଡିୟମରୁ ବାହାରି ଟ୍ୟାକ୍ସି ବୁକ କରିଥିଲେ। ସେ ଟ୍ୟାକ୍ସିରେ ବସିବା ମାତ୍ରେ ମୁଁ ତାଙ୍କୁ ପାଟି କରି ଡାକିଲି – ରାହୁଲ ଭାଇ। ସେ ମୋ ସ୍ବର ଶୁଣି ସେହି ଟ୍ୟାକ୍ସିରୁ ଓହ୍ଲାଇ ପଡିଥିଲେ। ମୁଁ ପାକିସ୍ତାନ ପାଇଁ ଅଧିକ କ୍ରିକେଟ ଖେଳି ନଥିଲି କିନ୍ତୁ ଏହା ସତ୍ତ୍ୱେ ରାହୁଲ ଅପେକ୍ଷା କରି ମୋ ସହିତ ୧୦-୧୫ ମିନିଟ କଥା ହୋଇଥିଲେ। ସେ ମୋତେ କ୍ରିକେଟ ଏବଂ ପରିବାର ବିଷୟରେ ପଚାରିଥିଲେ। ମୋତେ ବହୁତ ଭଲ ଲାଗିଲା।
ସୂଚନାଯୋଗ୍ୟ, ରାହୁଲ ଦ୍ରାଭିଡ ୟାସିର ଆରାଫତଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ସ୍ବତନ୍ତ୍ର। କାରଣ ସେ ତାଙ୍କର ପ୍ରଥମ ଟେଷ୍ଟ ଉଇକେଟ ଥିଲେ। ୟାସିର ଡିସେମ୍ବର ୨୦୦୭ ରେ ଭାରତ ବିପକ୍ଷରେ ଡେବ୍ୟୁ କରିଥିଲେ

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାକ୍ସଓ୍ବେଲ, ମାର୍ଶ ଅଷ୍ଟ୍ରେଲିଆ ଦଳକୁ ଫେରିଲେ

ମେଲବୋର୍ନ, ୪।୨ (ଏପି)- ଅଲ୍‌ରାଉଣ୍ଡର ମିଚେଲ ମାର୍ଶ ଓ ଗ୍ଲେନ ମ୍ୟାକ୍ସଓ୍ବେଲ ଦକ୍ଷିଣ ଆଫ୍ରିକା ବିପକ୍ଷ ସୀମିତ ଓଭର ସିରିଜ ଲାଗି ଅଷ୍ଟ୍ରେଲିଆ ଦଳକୁ ଫେରିଛନ୍ତି।...

ଆଇପିଏଲ୍‌ରେ ପ୍ରଥମ କ୍ରିକେଟ୍‌ର ଭାବେ ‘ବିରାଟ’ ରେକର୍ଡ କଲେ କୋହଲି

ମୁମ୍ବାଇ,୨୩।୪: ବିରାଟ କୋହଲି ତାଙ୍କ ନାମରେ ଅନେକ ବ୍ୟାଟିଂ ରେକର୍ଡ କରିଛନ୍ତି। ସେ ଏବେ ଆଇପିଏଲରେ ଏକ ସ୍ବତନ୍ତ୍ର ରେକର୍ଡ ସ୍ଥାପନ କରିଛନ୍ତି। ସେ ଆଇପିଏଲରେ...

ଆମ ପାଖରେ ଆଉ ହରାଇବାକୁ କିଛି ନାହିଁ: ସଞ୍ଜୁ ସାମସନ

ଦୁବାଇ,୩୦।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର ଖେଳାଯାଇଥିବା ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରାସ୍ତ କରିଥିଲା। ଏହି ପରାଜୟ ପରେ ରାଜସ୍ଥାନ...

ସୁଷମା ସ୍ବରାଜଙ୍କ ବିୟୋଗ: ଶୋକାକୁଳ କ୍ରୀଡ଼ା ଜଗତ

ନୂଆଦିଲ୍ଲୀ,୭।୮- ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିୟୋଗ ପରେ ଶୋକାକୁଳ ହୋଇପଡ଼ିଛି ଦେଶର କ୍ରୀଡ଼ା ଜଗତ। ମଙ୍ଗଳବାର ହୃଦ୍‌ଘାତ...

ଆରସିବିକୁ ହରାଇ ସିଏସକେର ଦମଦାର ବିଜୟ…..

ବେଙ୍ଗାଲୁରୁ,୧୭।୪ : ସୋମବାର ଆଇପିଏଲ ୨୦୨୩ର ସିଜନ ୧୬ର ୨୪ ତମ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି)କୁ ହରାଇ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ବିଜୟୀ ହୋଇଛି। ସିଏସକେ...

କ୍ରିକେଟ୍‌ ପଡିଆରେ ରାଜ୍‌ କରନ୍ତି ଧୋନୀ-କୋହଲି: ଜାଣନ୍ତୁ ବୋର୍ଡ ପରୀକ୍ଷାରେ କେତେ ନମ୍ବର ଆଣିଥିଲେ

କ୍ରିକେଟ୍‌ ପଡିଆରେ ମହେନ୍ଦ୍ର ସିଂ ଧୋନୀ, ବିରାଟ କୋହଲି ଏବଂ ସଚିନ ତେନ୍ଦୁଲକରଙ୍କୁ ରାଜ କରୁଥିବାର ଦେଖାଯାଏ। କିନ୍ତୁ ପାଠ ପଢାରେ ଏହି ୩ ଖେଳାଳି...

ଗୁଡ଼ାଏ ଏକ୍ସପେରିମେଣ୍ଟ କରିପାରନ୍ତି ଡ୍ରାଭିଡ୍‌

କୋଲକାତା,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଚଳିତ ଟି୨୦ ସିରିଜରେ କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ରହିଛି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଐତିହାସିକ ଇଡେନ ଗାର୍ଡେନ...

ପିତା କରିଥିଲେ ଆତ୍ମହତ୍ୟା, ଏବେ ପୁଅ ବିଶ୍ୱକପରେ ରଚିଲେ ଇତିହାସ

ଚେଷ୍ଟର-ଲି- ଷ୍ଟିଟ, ୪।୭:ଚଳିତ ଆଇସିସି ବିଶ୍ୱକପରେ ଆୟୋଜକ ଇଂଲଣ୍ଡ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡର ଇନଫର୍ମ ଓପନର ବେୟାରଷ୍ଟୋ ୯୯ଟି ବଲର...

Advertisement
Archives

Model This Week