ପ୍ରେମଦେବଙ୍କ ପ୍ରତ୍ୟାବର୍ତ୍ତନ

ଭାରତୀୟ ଏବଂ ପୃଥିବୀର ଅନେକ ନାଗରିକ ଏକ ଅଜବ ପ୍ରେମର ଅପ୍ରୀତିକର ତଥା ଅସ୍ବୀକୃତ ବିଚାର ସହ ଅତିଶୟ ଆସକ୍ତ ବୋଲି ମୁଁ ମନେକରେ। ଭାରତୀୟ ସମାଜରେ ପ୍ରେମକୁ ଯଦି ଦେଖିବା ତେବେ ଏଠାରେ ଏମିତି ହୁଏ ଯେଉଁଠି ଜଣେ ପୁରୁଷ ଜଣେ ବିବାହିତ ମହିଳା କିମ୍ବା ଜଣେ ମହିଳା ବିବାହିତ ପୁରୁଷଙ୍କୁ ବି ପ୍ରେମ କରେ। ଜଣେ ବିବାହିତ ପୁରୁଷ ଜଣେ ବିବାହିତ ମହିଳା (ଯିଏକି ତା’ ସ୍ତ୍ରୀ ନୁହେଁ) ସହ ପ୍ରେମ କରିପାରେ ଏବଂ ଏହାର ବିପରୀତ ବି ଘଟିପାରେ।
ଗ୍ରୀକ୍‌ରେ ପ୍ରେମ ଦେବତା ଏରୋସ ଜଣେ ଦୁଷ୍ଟ ପିଲା ଭାବେ ପ୍ରତୀୟମାନ। ରୋମୀୟମାନେ ତାଙ୍କୁ କୁପିଡ କହନ୍ତି। ସେ ଜଣେ ଉଗ୍ର ଧନୁର୍ଦ୍ଧର। ସେ ଧରିଥିବା ସୁନାଅଗ୍ରଯୁକ୍ତ ତୀର ଲୋକଙ୍କୁ ପ୍ରେମରେ ପକାଏ ଓ ସୀସା ମୁନବାଲା ତୀର ଘୃୃଣା ଜାତ କରେ। ଭାରତରେ ପ୍ରେମ ଦେବତା ମଧ୍ୟ ଜଣେ ଧନୁର୍ଦ୍ଧର। ତାଙ୍କ ନାମ ମନ୍ମଥ। ତାଙ୍କୁ ବି କାମଦେବ କୁହାଯାଏ। ସେ ଶୁଆ ଉପରେ ବସି ପ୍ରତ୍ୟେକଙ୍କ ଜୀବନରେ ପ୍ରବେଶ କରନ୍ତି। ସେ ଆଖୁରେ ନିର୍ମିତ ଧନୁରେ ଫୁଲ ଶର ବିନ୍ଧିଥାନ୍ତି। ଏହା ମଣିଷ ମନରେ ଏମିତି ପ୍ରେମ ଭାବନା ଜାଗ୍ରତ କରିଥାଏ। ଋଗ୍‌ବେଦରେ କୁହାଯାଇଛି, ସ୍ରଷ୍ଟାଙ୍କ ହୃଦୟରେ କାମ ଭାବ ଉଦ୍ରେକ ହେବା ଯୋଗୁ ସୃଷ୍ଟିର ଅସ୍ତିତ୍ୱ ସମ୍ଭବ ହେଲା। ଅର୍ଥବ ବେଦରେ ଉଲ୍ଲେଖ ରହିଛି ଯେ, ଦେବତାଙ୍କ ପୂର୍ବରୁ କାମ ଦେବ ରହିଛନ୍ତି। ବୃହଦାରଣ୍ୟକ ଉପନିଷେଦ ଅନୁଯାୟୀ, ପ୍ରାରମ୍ଭିକ ସୃଷ୍ଟି ନିମନ୍ତେ ପରମ ପିତାଙ୍କ ଝିଅ ରୂପୀ କାମନା ଯୋଗୁ ବିଶ୍ୱରେ ଛୋଟ ବଡ଼ ଜୀବ ସୃଷ୍ଟି ହେଲେ। ଏହାର ଫଳ ଭଲ ହେଲେ ମଧ୍ୟ ବହୁ ଅନାଚାର ଯୋଗୁ ଋଷି ଓ ମୁନିମାନେ କାମଦେବଙ୍କ କ୍ଷମତାକୁ ନେଇ ସାବଧାନ ହେଲେ। ଏଣୁ ପରମ ତପସ୍ବୀ ଶିବ କାମ ଦେବଙ୍କୁ ରେଣୁରେ ପରିଣତ କଲେ। କିନ୍ତୁ ରାକ୍ଷସମାନଙ୍କୁ ବଧ କରିବା ସକାଶେ ବୀର ସନ୍ତାନର ଜନକ ହେବା ଲାଗି ଶିବଙ୍କୁ ତପସ୍ୟା ଛାଡ଼ି ମହିଳା ଗ୍ରହଣ କରିବା ସକାଶେ ଯୋଜନା କଲେ। ଏଥିପାଇଁ ଦେବତାମାନେ ପ୍ରେମଦେବଙ୍କୁ ସେମାନଙ୍କ ମଧ୍ୟରେ ସ୍ଥାନ ଦେଲେ ଓ ତାଙ୍କ ସାହାଯ୍ୟ ନେଲେ। ଅନ୍ୟପକ୍ଷରେ ଏହାର ଉଗ୍ର ପ୍ରତିକ୍ରିୟା କାରଣରୁ ସନ୍ନ୍ୟାସ ବିଚାରଧାରାରେ ଦେଖାଦେଲା କାମ ଭାବ। ଅତିଶୟ କାମନା ଆଧ୍ୟାମତ୍ିକ ସୁଧାର ବାଧକ ସାଜିଲା।
ବୌଦ୍ଧ ଧର୍ମରେ କାମଦେବ ହେଉଛନ୍ତି ମାରା। ସେ କାମନାର ରାକ୍ଷସ। ଦୁଃଖ ଓ ଭୌତିକ ଜଗତରୁ ଜଣେ ମୁକ୍ତି ପାଇବା ଲାଗି ତାଙ୍କୁ ବିଜୟ କରିବାକୁ ହୁଏ। ଜୈନ ଧର୍ମରେ ଯେଉଁ ଆଧ୍ୟାମିତ୍କ ଗୁରୁମାନେ ସେମାନଙ୍କ ଇନ୍ଦ୍ରିୟକୁ ଜୟ କରିଥିଲେ ସେମାନେ ଥିଲେ ମହାବୀର। ହିନ୍ଦୁ ଧର୍ମରେ ସଂଯମୀ ତପସ୍ବୀ ଏବଂ ନାଥମାନଙ୍କ ମତରେ ସବୁ ମହିଳା କାମଦେବଙ୍କ ଝିଅ। କାଳିଦାସ, ଶୁଦ୍ରକ ଏବଂ ହର୍ଷଙ୍କ ନାଟକଗୁଡ଼ିକରୁ ମଧ୍ୟ କାମଦେବଙ୍କ ବିଷୟରେ ଜାଣିବାକୁ ମିଳେ। ଏମିତି ଏକ ସମୟ ଥିଲା ଯେଉଁ ସମୟରେ କାମଦେବଙ୍କୁ ବସନ୍ତ ଋତୁରେ ବସନ୍ତ ଉସତ୍ବ ଏବଂ ମଦନ ଉସତ୍ବରେ ବଗିଚାରେ ପୂଜା କରାଯାଉଥିଲା। ଉତ୍ସବ ଅବସରରେ ବଗିଚାରେ ମହିଳାମାନଙ୍କ ନାଚ ଓ ଗୀତ ଶୁଣି ବୃକ୍ଷ ପଲ୍ଲବିତ ହେଉଥିଲା। କିନ୍ତୁ ପରେ ସନ୍ନ୍ୟାସ ବିଚାରଧାରା ପ୍ରକାଶ ପାଇବା ପରେ ପ୍ରେମ ଓ କାମ ମାନସିକତାରେ ଅଙ୍କୁଶ ଲାଗିିଲା। ବସନ୍ତ ଉତ୍ସବଗୁଡ଼ିକ ସେଗୁଡ଼ିକର କାମୁକ ବା ଶୃଙ୍ଗାରିକ ଆକର୍ଷଣ ହରାଇଲେ। ହେଲେ ପାଖାପାଖି ୨୦୦୦ ବର୍ଷ ପରେ ହଠାତ୍‌ ଇନ୍ଦ୍ରୀୟ ବା କାମ ସୁଖର ପରମ୍ପରା ଭାଲେଣ୍ଟାଇନ ଡେ’ ମାଧ୍ୟମରେ ପୁନର୍ବାର ପ୍ରକାଶ ପାଇଲା।
ପୋପ୍‌ ଜିଲାସିୟସ ୧୪ ଫେବୃୟାରୀ ୪୯୬ ରେ ସେଣ୍ଟ ଭାଲେଣ୍ଟାଇନଙ୍କୁୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଲୁପର୍‌କାଲିଆ ଉତ୍ସବକୁ ବନ୍ଦ କରିବା ଲାଗି ଏହା କରିଥିଲେ। ଫେବୃୟାରୀ ୧୪ ଥିଲା ଛୁଟିଦିନ , ଯେଉଁଦିନ ମହିଳା ଓ ବିବାହର ମୁଖ୍ୟ ଜୁନୋଙ୍କୁ ରୋମୀୟମାନେ ସମ୍ମାନିତ କରିଥିଲେ। ଫେବୃୟାରୀ ୧୫ରେ ଲୁପରକାଲିଆ ଉତ୍ସବରେ ପୂଜକ ଜଣେ ଯୁବକ ଓ ଯୁବତୀକୁ ପ୍ରେମ ବନ୍ଧନରେ ବାନ୍ଧି ଦେଇଥିଲେ ଓ ସେମାନେ ଯୋଡ଼ି ଭାବେ ରହିଥିଲେ। ଭାଲେଣ୍ଟାଇନ ଡେ’କୁ ନେଇ ଆଉ ଏକ ଲୋକକଥା ରହିଛି। ରୋମରେ ତୃତୀୟ ଶତାବ୍ଦୀରେ ଶାସନ କରୁଥିବା ରାଜା କ୍ଲାଉଡିୟସ-୨ ସ୍ଥିର କଲେ ଯେ, ସ୍ତ୍ରୀ ଓ ପରିବାର ସହ ରହୁଥିବା ବ୍ୟକ୍ତି ତୁଳନାରେ ଏକୁଟିଆ ଅର୍ଥାତ୍‌ ଅବିବାହିତ ଲୋକ ଭଲ ସୈନ୍ୟ ହୋଇପାରିବେ। ସେ ତାଙ୍କ ସୈନ୍ୟବାହିନୀରେ ଥିବା ଯୁବ ସୈନ୍ୟଙ୍କ ବିବାହ ବନ୍ଦ କରିଦେଲେ। କିନ୍ତୁ ଭାଲେଣ୍ଟାଇନ କ୍ଲାଉଡିୟସଙ୍କ ରାଜାଙ୍କ କଥା ଅମାନ୍ୟ କରି ଗୁପ୍ତରେ ବିବାହ କଲେ। ଏହା ଜଣାପଡ଼ିଲା ପରେ ତାଙ୍କୁ ଫେବୃୟାରୀ ୧୪ରେ ମୃତ୍ୟୁଦଣ୍ଡ ଦେବା ପାଇଁ ରାଜା ନିର୍ଦ୍ଦେଶ ଦେଲେ। ଆଉ କେତେଜଣ ବିଶ୍ୱାସ କରନ୍ତି ଯେ,ଭାଲେଣ୍ଟାଇନ ଜେଲରେ ଥିବା ସମୟରେ ଜେଲରଙ୍କ ଝିଅର ପ୍ରେମରେ ପଡ଼ିଥିଲେ। ମୃତ୍ୟୁପୂର୍ବରୁ ସେ ସେହି ଝିଅ ପାଖକୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ଉଲ୍ଲେଖ ରହିଥିଲା ‘ପ୍ରେରକ ଭାଲେଣ୍ଟାଇନ’। ତେବେ ଅନ୍ୟ କେତେକ ଐତିହାସିକ କହନ୍ତି,ରୋମାନ ଉତ୍ସବ ଓ ଭାଲେଣ୍ଟାଇନ ଡେ’ ମଧ୍ୟରେ କିଛି ସମ୍ପର୍କ ନାହିଁ। ଏପରିକି କବି ଚାଉସରଙ୍କ ସମୟ ପୂର୍ବରୁ ସେଣ୍ଟ ଭାଲେଣ୍ଟାଇନ ଏବଂ ପ୍ରଣୟ ନିବେଦନର ସମ୍ପର୍କ ନ ଥିଲା। ଏହି ସିଦ୍ଧାନ୍ତ ସୂଚାଉଛି, ଆଧୁନିକ ଭାଲେଣ୍ଟାଇନ ପରମ୍ପରା ସୃଷ୍ଟି କରିବାରେ ଚାଉରସ ହିଁ ଦାୟୀ। ଏହି ଦିନରେ ପକ୍ଷୀ ଯୁଗଳ ମିଳନ ଆରମ୍ଭ କରିବାର ଏକ ପୁରୁଣା ବିଶ୍ୱାସ ରହିଥିଲା , ଯାହାକୁ ଆଧାର କରି ଉକ୍ତ ଦିବସର ପରିକଳ୍ପନା କରାଯାଇଛି, ଯାହା ତାଙ୍କ ‘ଦି ପାର୍ଲାମେଣ୍ଟ ଅଫ୍‌ ଫୋଲେସ’କବିତାରେ ରହିଛି।
ଇତିହାସ କହେ, ପଞ୍ଚଦଶ ଶତାବ୍ଦୀର ପ୍ରାରମ୍ଭିକ ବର୍ଷରେ ଆଧୁନିକ ଭାଲେଣ୍ଟାଇନ ଡେ’ ଆରମ୍ଭ ହୋଇଥିଲା। ଏହାର ମୂଳ ପାଶ୍ଚାତ୍ୟରେ ରହିଛି ଯାହା ଅସ୍ବୀକାର ହେବ ନାହିଁ। ଗ୍ରୀଟିଂ କାର୍ଡ ଓ ଉପହାର ଉପତ୍ାଦକମାନେ ଏବେ ଏହାକୁ ଆହୁରିି ଲୋକପ୍ରିୟ କରିଛନ୍ତି। ତେବେ ଶୀତ ଧରା ଛାଡ଼ି ଯାଉଥିବାବେଳେ ଓ ବସନ୍ତର ଆଗମନକାଳରେ ପ୍ରେମ ଉତ୍ସବ ମନାଇବାର ବିଚାର ଭାରତୀୟ ସଂସ୍କତି ସହ ମେଳ ଖାଉଛି। ଭାଲେଣ୍ଟାଇନ ଡେ’ର ସମୟ ପୁରାତନ ଯୁଗର ବସନ୍ତ ଓ ପ୍ରେମର ପର୍ବ ବସନ୍ତ ଉତ୍ସବ ଓ ମଦନ ଉତ୍ସବ ସମୟ ସହିତ ମିଶିଯାଉଛି। କିନ୍ତୁ ବର୍ତ୍ତମାନ ସର୍ବତ୍ର ପାଳନ ହେଉଥିବା ଭାଲେଣ୍ଟାଇନ ଡେ’ସହିତ ଲୋହରି, ମକର ସଂକ୍ରାନ୍ତି, ଶିବରାତ୍ରି ଏବଂ ହୋଲିର କିଛି ବି ସମ୍ପର୍କ ନାହିଁ।
ଏବେ କାମଦେବ ଥିଲେ ବି ତାଙ୍କୁ କେହି ପୂଜା କରୁନାହାନ୍ତି। ତାଙ୍କ ସଙ୍କେତକୁ ସୂର୍ଯ୍ୟ ଓ ଚନ୍ଦ୍ର ଦେବ ନେଇଯାଇଥିବା ମନେହେଉଛି। ଭକ୍ତି ଯୁଗରେ କାମଦେବ ବିଷ୍ଣୁ ଓ ଲକ୍ଷ୍ମୀଙ୍କ ପୁତ୍ର ଭାବେ ଦୃଶ୍ୟମାନ ହୋଇଛନ୍ତି। କାମ ଦେବଙ୍କ ଭଳି ବିଷ୍ଣୁ ମଧ୍ୟ ଶୁଆ, ମହୁମାଛି, ପ୍ରଜାପତି, ଫୁଲ, ଆଖୁ, ସୌନ୍ଦର୍ଯ୍ୟ ଏବଂ ସ୍ମିତ ହସ ସହ ଜଡ଼ିତ। କୃଷ୍ଣ ଭଗବାନ ମଦନ ମୋହନ ହୋଇଥିବାରୁ ସେ ବଂଶୀ ବାଦନ କରି ଯମୁନା ତଟ ବୃନ୍ଦାବନରେ ରାଧାଙ୍କୁ ତାଙ୍କ ନୃତ୍ୟ କରିବାକୁ ଆମନ୍ତ୍ରଣ କରି ସେଠାରେ ପ୍ରେମକୁ ପୁଣି ସାମ୍ନାକୁ ଅଣାଯାଇଛି। କିନ୍ତୁ ଗାଁ ବାହାରେ ରାତିରେ ଏବଂ ଗୁପ୍ତରେ ଏମିତିକା ପ୍ରେମ ଆମକୁ ସ୍ମରଣ କରିଦିଏ ଯେ, ପ୍ରେମ ଯେତେ ସତ୍ୟ ତଥା ଶାଶ୍ୱତ ହୋଇଥାଉ ନା କାହିଁକି ଏହା ବହୁସମୟରେ ସମାଜରେ ଏକ କଠିନ ସ୍ଥିତିରେ ରହିଥାଏ।

  • ଦେବଦତ୍ତ ପଟ୍ଟନାୟକ
    devduttofficial@gmail.com

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?