ପ୍ରେମଦେବଙ୍କ ପ୍ରତ୍ୟାବର୍ତ୍ତନ

ଭାରତୀୟ ଏବଂ ପୃଥିବୀର ଅନେକ ନାଗରିକ ଏକ ଅଜବ ପ୍ରେମର ଅପ୍ରୀତିକର ତଥା ଅସ୍ବୀକୃତ ବିଚାର ସହ ଅତିଶୟ ଆସକ୍ତ ବୋଲି ମୁଁ ମନେକରେ। ଭାରତୀୟ ସମାଜରେ ପ୍ରେମକୁ ଯଦି ଦେଖିବା ତେବେ ଏଠାରେ ଏମିତି ହୁଏ ଯେଉଁଠି ଜଣେ ପୁରୁଷ ଜଣେ ବିବାହିତ ମହିଳା କିମ୍ବା ଜଣେ ମହିଳା ବିବାହିତ ପୁରୁଷଙ୍କୁ ବି ପ୍ରେମ କରେ। ଜଣେ ବିବାହିତ ପୁରୁଷ ଜଣେ ବିବାହିତ ମହିଳା (ଯିଏକି ତା’ ସ୍ତ୍ରୀ ନୁହେଁ) ସହ ପ୍ରେମ କରିପାରେ ଏବଂ ଏହାର ବିପରୀତ ବି ଘଟିପାରେ।
ଗ୍ରୀକ୍‌ରେ ପ୍ରେମ ଦେବତା ଏରୋସ ଜଣେ ଦୁଷ୍ଟ ପିଲା ଭାବେ ପ୍ରତୀୟମାନ। ରୋମୀୟମାନେ ତାଙ୍କୁ କୁପିଡ କହନ୍ତି। ସେ ଜଣେ ଉଗ୍ର ଧନୁର୍ଦ୍ଧର। ସେ ଧରିଥିବା ସୁନାଅଗ୍ରଯୁକ୍ତ ତୀର ଲୋକଙ୍କୁ ପ୍ରେମରେ ପକାଏ ଓ ସୀସା ମୁନବାଲା ତୀର ଘୃୃଣା ଜାତ କରେ। ଭାରତରେ ପ୍ରେମ ଦେବତା ମଧ୍ୟ ଜଣେ ଧନୁର୍ଦ୍ଧର। ତାଙ୍କ ନାମ ମନ୍ମଥ। ତାଙ୍କୁ ବି କାମଦେବ କୁହାଯାଏ। ସେ ଶୁଆ ଉପରେ ବସି ପ୍ରତ୍ୟେକଙ୍କ ଜୀବନରେ ପ୍ରବେଶ କରନ୍ତି। ସେ ଆଖୁରେ ନିର୍ମିତ ଧନୁରେ ଫୁଲ ଶର ବିନ୍ଧିଥାନ୍ତି। ଏହା ମଣିଷ ମନରେ ଏମିତି ପ୍ରେମ ଭାବନା ଜାଗ୍ରତ କରିଥାଏ। ଋଗ୍‌ବେଦରେ କୁହାଯାଇଛି, ସ୍ରଷ୍ଟାଙ୍କ ହୃଦୟରେ କାମ ଭାବ ଉଦ୍ରେକ ହେବା ଯୋଗୁ ସୃଷ୍ଟିର ଅସ୍ତିତ୍ୱ ସମ୍ଭବ ହେଲା। ଅର୍ଥବ ବେଦରେ ଉଲ୍ଲେଖ ରହିଛି ଯେ, ଦେବତାଙ୍କ ପୂର୍ବରୁ କାମ ଦେବ ରହିଛନ୍ତି। ବୃହଦାରଣ୍ୟକ ଉପନିଷେଦ ଅନୁଯାୟୀ, ପ୍ରାରମ୍ଭିକ ସୃଷ୍ଟି ନିମନ୍ତେ ପରମ ପିତାଙ୍କ ଝିଅ ରୂପୀ କାମନା ଯୋଗୁ ବିଶ୍ୱରେ ଛୋଟ ବଡ଼ ଜୀବ ସୃଷ୍ଟି ହେଲେ। ଏହାର ଫଳ ଭଲ ହେଲେ ମଧ୍ୟ ବହୁ ଅନାଚାର ଯୋଗୁ ଋଷି ଓ ମୁନିମାନେ କାମଦେବଙ୍କ କ୍ଷମତାକୁ ନେଇ ସାବଧାନ ହେଲେ। ଏଣୁ ପରମ ତପସ୍ବୀ ଶିବ କାମ ଦେବଙ୍କୁ ରେଣୁରେ ପରିଣତ କଲେ। କିନ୍ତୁ ରାକ୍ଷସମାନଙ୍କୁ ବଧ କରିବା ସକାଶେ ବୀର ସନ୍ତାନର ଜନକ ହେବା ଲାଗି ଶିବଙ୍କୁ ତପସ୍ୟା ଛାଡ଼ି ମହିଳା ଗ୍ରହଣ କରିବା ସକାଶେ ଯୋଜନା କଲେ। ଏଥିପାଇଁ ଦେବତାମାନେ ପ୍ରେମଦେବଙ୍କୁ ସେମାନଙ୍କ ମଧ୍ୟରେ ସ୍ଥାନ ଦେଲେ ଓ ତାଙ୍କ ସାହାଯ୍ୟ ନେଲେ। ଅନ୍ୟପକ୍ଷରେ ଏହାର ଉଗ୍ର ପ୍ରତିକ୍ରିୟା କାରଣରୁ ସନ୍ନ୍ୟାସ ବିଚାରଧାରାରେ ଦେଖାଦେଲା କାମ ଭାବ। ଅତିଶୟ କାମନା ଆଧ୍ୟାମତ୍ିକ ସୁଧାର ବାଧକ ସାଜିଲା।
ବୌଦ୍ଧ ଧର୍ମରେ କାମଦେବ ହେଉଛନ୍ତି ମାରା। ସେ କାମନାର ରାକ୍ଷସ। ଦୁଃଖ ଓ ଭୌତିକ ଜଗତରୁ ଜଣେ ମୁକ୍ତି ପାଇବା ଲାଗି ତାଙ୍କୁ ବିଜୟ କରିବାକୁ ହୁଏ। ଜୈନ ଧର୍ମରେ ଯେଉଁ ଆଧ୍ୟାମିତ୍କ ଗୁରୁମାନେ ସେମାନଙ୍କ ଇନ୍ଦ୍ରିୟକୁ ଜୟ କରିଥିଲେ ସେମାନେ ଥିଲେ ମହାବୀର। ହିନ୍ଦୁ ଧର୍ମରେ ସଂଯମୀ ତପସ୍ବୀ ଏବଂ ନାଥମାନଙ୍କ ମତରେ ସବୁ ମହିଳା କାମଦେବଙ୍କ ଝିଅ। କାଳିଦାସ, ଶୁଦ୍ରକ ଏବଂ ହର୍ଷଙ୍କ ନାଟକଗୁଡ଼ିକରୁ ମଧ୍ୟ କାମଦେବଙ୍କ ବିଷୟରେ ଜାଣିବାକୁ ମିଳେ। ଏମିତି ଏକ ସମୟ ଥିଲା ଯେଉଁ ସମୟରେ କାମଦେବଙ୍କୁ ବସନ୍ତ ଋତୁରେ ବସନ୍ତ ଉସତ୍ବ ଏବଂ ମଦନ ଉସତ୍ବରେ ବଗିଚାରେ ପୂଜା କରାଯାଉଥିଲା। ଉତ୍ସବ ଅବସରରେ ବଗିଚାରେ ମହିଳାମାନଙ୍କ ନାଚ ଓ ଗୀତ ଶୁଣି ବୃକ୍ଷ ପଲ୍ଲବିତ ହେଉଥିଲା। କିନ୍ତୁ ପରେ ସନ୍ନ୍ୟାସ ବିଚାରଧାରା ପ୍ରକାଶ ପାଇବା ପରେ ପ୍ରେମ ଓ କାମ ମାନସିକତାରେ ଅଙ୍କୁଶ ଲାଗିିଲା। ବସନ୍ତ ଉତ୍ସବଗୁଡ଼ିକ ସେଗୁଡ଼ିକର କାମୁକ ବା ଶୃଙ୍ଗାରିକ ଆକର୍ଷଣ ହରାଇଲେ। ହେଲେ ପାଖାପାଖି ୨୦୦୦ ବର୍ଷ ପରେ ହଠାତ୍‌ ଇନ୍ଦ୍ରୀୟ ବା କାମ ସୁଖର ପରମ୍ପରା ଭାଲେଣ୍ଟାଇନ ଡେ’ ମାଧ୍ୟମରେ ପୁନର୍ବାର ପ୍ରକାଶ ପାଇଲା।
ପୋପ୍‌ ଜିଲାସିୟସ ୧୪ ଫେବୃୟାରୀ ୪୯୬ ରେ ସେଣ୍ଟ ଭାଲେଣ୍ଟାଇନଙ୍କୁୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଲୁପର୍‌କାଲିଆ ଉତ୍ସବକୁ ବନ୍ଦ କରିବା ଲାଗି ଏହା କରିଥିଲେ। ଫେବୃୟାରୀ ୧୪ ଥିଲା ଛୁଟିଦିନ , ଯେଉଁଦିନ ମହିଳା ଓ ବିବାହର ମୁଖ୍ୟ ଜୁନୋଙ୍କୁ ରୋମୀୟମାନେ ସମ୍ମାନିତ କରିଥିଲେ। ଫେବୃୟାରୀ ୧୫ରେ ଲୁପରକାଲିଆ ଉତ୍ସବରେ ପୂଜକ ଜଣେ ଯୁବକ ଓ ଯୁବତୀକୁ ପ୍ରେମ ବନ୍ଧନରେ ବାନ୍ଧି ଦେଇଥିଲେ ଓ ସେମାନେ ଯୋଡ଼ି ଭାବେ ରହିଥିଲେ। ଭାଲେଣ୍ଟାଇନ ଡେ’କୁ ନେଇ ଆଉ ଏକ ଲୋକକଥା ରହିଛି। ରୋମରେ ତୃତୀୟ ଶତାବ୍ଦୀରେ ଶାସନ କରୁଥିବା ରାଜା କ୍ଲାଉଡିୟସ-୨ ସ୍ଥିର କଲେ ଯେ, ସ୍ତ୍ରୀ ଓ ପରିବାର ସହ ରହୁଥିବା ବ୍ୟକ୍ତି ତୁଳନାରେ ଏକୁଟିଆ ଅର୍ଥାତ୍‌ ଅବିବାହିତ ଲୋକ ଭଲ ସୈନ୍ୟ ହୋଇପାରିବେ। ସେ ତାଙ୍କ ସୈନ୍ୟବାହିନୀରେ ଥିବା ଯୁବ ସୈନ୍ୟଙ୍କ ବିବାହ ବନ୍ଦ କରିଦେଲେ। କିନ୍ତୁ ଭାଲେଣ୍ଟାଇନ କ୍ଲାଉଡିୟସଙ୍କ ରାଜାଙ୍କ କଥା ଅମାନ୍ୟ କରି ଗୁପ୍ତରେ ବିବାହ କଲେ। ଏହା ଜଣାପଡ଼ିଲା ପରେ ତାଙ୍କୁ ଫେବୃୟାରୀ ୧୪ରେ ମୃତ୍ୟୁଦଣ୍ଡ ଦେବା ପାଇଁ ରାଜା ନିର୍ଦ୍ଦେଶ ଦେଲେ। ଆଉ କେତେଜଣ ବିଶ୍ୱାସ କରନ୍ତି ଯେ,ଭାଲେଣ୍ଟାଇନ ଜେଲରେ ଥିବା ସମୟରେ ଜେଲରଙ୍କ ଝିଅର ପ୍ରେମରେ ପଡ଼ିଥିଲେ। ମୃତ୍ୟୁପୂର୍ବରୁ ସେ ସେହି ଝିଅ ପାଖକୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ଉଲ୍ଲେଖ ରହିଥିଲା ‘ପ୍ରେରକ ଭାଲେଣ୍ଟାଇନ’। ତେବେ ଅନ୍ୟ କେତେକ ଐତିହାସିକ କହନ୍ତି,ରୋମାନ ଉତ୍ସବ ଓ ଭାଲେଣ୍ଟାଇନ ଡେ’ ମଧ୍ୟରେ କିଛି ସମ୍ପର୍କ ନାହିଁ। ଏପରିକି କବି ଚାଉସରଙ୍କ ସମୟ ପୂର୍ବରୁ ସେଣ୍ଟ ଭାଲେଣ୍ଟାଇନ ଏବଂ ପ୍ରଣୟ ନିବେଦନର ସମ୍ପର୍କ ନ ଥିଲା। ଏହି ସିଦ୍ଧାନ୍ତ ସୂଚାଉଛି, ଆଧୁନିକ ଭାଲେଣ୍ଟାଇନ ପରମ୍ପରା ସୃଷ୍ଟି କରିବାରେ ଚାଉରସ ହିଁ ଦାୟୀ। ଏହି ଦିନରେ ପକ୍ଷୀ ଯୁଗଳ ମିଳନ ଆରମ୍ଭ କରିବାର ଏକ ପୁରୁଣା ବିଶ୍ୱାସ ରହିଥିଲା , ଯାହାକୁ ଆଧାର କରି ଉକ୍ତ ଦିବସର ପରିକଳ୍ପନା କରାଯାଇଛି, ଯାହା ତାଙ୍କ ‘ଦି ପାର୍ଲାମେଣ୍ଟ ଅଫ୍‌ ଫୋଲେସ’କବିତାରେ ରହିଛି।
ଇତିହାସ କହେ, ପଞ୍ଚଦଶ ଶତାବ୍ଦୀର ପ୍ରାରମ୍ଭିକ ବର୍ଷରେ ଆଧୁନିକ ଭାଲେଣ୍ଟାଇନ ଡେ’ ଆରମ୍ଭ ହୋଇଥିଲା। ଏହାର ମୂଳ ପାଶ୍ଚାତ୍ୟରେ ରହିଛି ଯାହା ଅସ୍ବୀକାର ହେବ ନାହିଁ। ଗ୍ରୀଟିଂ କାର୍ଡ ଓ ଉପହାର ଉପତ୍ାଦକମାନେ ଏବେ ଏହାକୁ ଆହୁରିି ଲୋକପ୍ରିୟ କରିଛନ୍ତି। ତେବେ ଶୀତ ଧରା ଛାଡ଼ି ଯାଉଥିବାବେଳେ ଓ ବସନ୍ତର ଆଗମନକାଳରେ ପ୍ରେମ ଉତ୍ସବ ମନାଇବାର ବିଚାର ଭାରତୀୟ ସଂସ୍କତି ସହ ମେଳ ଖାଉଛି। ଭାଲେଣ୍ଟାଇନ ଡେ’ର ସମୟ ପୁରାତନ ଯୁଗର ବସନ୍ତ ଓ ପ୍ରେମର ପର୍ବ ବସନ୍ତ ଉତ୍ସବ ଓ ମଦନ ଉତ୍ସବ ସମୟ ସହିତ ମିଶିଯାଉଛି। କିନ୍ତୁ ବର୍ତ୍ତମାନ ସର୍ବତ୍ର ପାଳନ ହେଉଥିବା ଭାଲେଣ୍ଟାଇନ ଡେ’ସହିତ ଲୋହରି, ମକର ସଂକ୍ରାନ୍ତି, ଶିବରାତ୍ରି ଏବଂ ହୋଲିର କିଛି ବି ସମ୍ପର୍କ ନାହିଁ।
ଏବେ କାମଦେବ ଥିଲେ ବି ତାଙ୍କୁ କେହି ପୂଜା କରୁନାହାନ୍ତି। ତାଙ୍କ ସଙ୍କେତକୁ ସୂର୍ଯ୍ୟ ଓ ଚନ୍ଦ୍ର ଦେବ ନେଇଯାଇଥିବା ମନେହେଉଛି। ଭକ୍ତି ଯୁଗରେ କାମଦେବ ବିଷ୍ଣୁ ଓ ଲକ୍ଷ୍ମୀଙ୍କ ପୁତ୍ର ଭାବେ ଦୃଶ୍ୟମାନ ହୋଇଛନ୍ତି। କାମ ଦେବଙ୍କ ଭଳି ବିଷ୍ଣୁ ମଧ୍ୟ ଶୁଆ, ମହୁମାଛି, ପ୍ରଜାପତି, ଫୁଲ, ଆଖୁ, ସୌନ୍ଦର୍ଯ୍ୟ ଏବଂ ସ୍ମିତ ହସ ସହ ଜଡ଼ିତ। କୃଷ୍ଣ ଭଗବାନ ମଦନ ମୋହନ ହୋଇଥିବାରୁ ସେ ବଂଶୀ ବାଦନ କରି ଯମୁନା ତଟ ବୃନ୍ଦାବନରେ ରାଧାଙ୍କୁ ତାଙ୍କ ନୃତ୍ୟ କରିବାକୁ ଆମନ୍ତ୍ରଣ କରି ସେଠାରେ ପ୍ରେମକୁ ପୁଣି ସାମ୍ନାକୁ ଅଣାଯାଇଛି। କିନ୍ତୁ ଗାଁ ବାହାରେ ରାତିରେ ଏବଂ ଗୁପ୍ତରେ ଏମିତିକା ପ୍ରେମ ଆମକୁ ସ୍ମରଣ କରିଦିଏ ଯେ, ପ୍ରେମ ଯେତେ ସତ୍ୟ ତଥା ଶାଶ୍ୱତ ହୋଇଥାଉ ନା କାହିଁକି ଏହା ବହୁସମୟରେ ସମାଜରେ ଏକ କଠିନ ସ୍ଥିତିରେ ରହିଥାଏ।

  • ଦେବଦତ୍ତ ପଟ୍ଟନାୟକ
    devduttofficial@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri