ରୁଚିକୁ ଗୁରୁତ୍ୱ ଦେଲେ ଲୋକେ ଖବରକାଗଜ ପଢ଼ିବେ: ତଥାଗତ

ରାୟଗଡ଼ା ଅଫିସ/ରାୟଗଡ଼ା(ସ୍ବ.ପ୍ର.),୨ା୨: ରାୟଗଡ଼ା ପ୍ରେସ୍‌ ୟୁନିୟନର ୭ମ ବାର୍ଷିକ ଉତ୍ସବ ବୁଧବାର ସ୍ଥାନୀୟ ତେଜସ୍ବୀ ଇଣ୍ଟରନ୍ୟାଶନାଲ ହୋଟେଲଠାରେ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଯୋଗଦେଇ ଗଣମାଧ୍ୟମରେ ପୋଷ୍ଟମର୍ଟମ ରିପୋର୍ଟର ନ ହୋଇ ସମାଜରେ ସକାରାତ୍ମକ ପରିବର୍ତ୍ତନ ଓ ବିକାଶ ଘଟିବା ଭଳି ଖବର ପ୍ରକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। କରୋନା ପରେ ଖବରକାଗଜ ବିକ୍ରି କମିଥିଲେ ମଧ୍ୟ କପି ପେଷ୍ଟ ନ୍ୟୁଜ୍‌ ନ କରି ପାଠିକା ପାଠକଙ୍କ ରୁଚିକୁ ଗୁରୁତ୍ୱ ଦେଲେ ଲୋକେ କାଗଜକୁ ପଢ଼ିବେ। ଗଣମାଧ୍ୟମ ପ୍ରଥମ ସ୍ତମ୍ଭ। ସତ୍ୟ ଓ ନିର୍ଭୁଲ୍‌ ଖବର ପ୍ରକାଶ କରିବା ସହ ‘ନ୍ୟୁଜ୍‌ ୟୁ କ୍ୟାନ୍‌ ୟୁଜ୍‌’କୁ ଲକ୍ଷ୍ୟ ଭାବେ ଗ୍ରହଣକଲେ ଆମେ ନିଶ୍ଚୟ ଭଲ ଗଣମାଧ୍ୟମ ହୋଇପାରିବା ବୋଲି ତଥାଗତ ଏଠାରେ କହିଛନ୍ତି। ଏବେ ଅନେକ ଗଣମାଧ୍ୟମ ଆସିଲାଣି। ଆଧୁନିକୀକରଣ ସହ ତାଳଦେଇ ଗଣମାଧ୍ୟମର ସ୍ପିଡ୍‌, ଚରିତ୍ର ଏବଂ ଆଭିମୁଖ୍ୟ ବଦଳୁଛି। ତେଣୁ ଏହାସହ ତାଳଦେଇ ଖବର ପରିବେଷଣ କରିବାକୁ ପଡ଼ିବ। ନିଜର ଲେଖା ମାଧ୍ୟମରେ ହିଁ ଆଗାମୀ ଦିନ ପାଇଁ ଇତିହାସ ସୃଷ୍ଟି କରିବା ବୋଲି ତଥାଗତ କହିଛନ୍ତି।

ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ପ୍ରଫେସର ଗଣେଶ ସେଠୀ ସତ୍ୟ ଏବଂ ନିର୍ଭୁଲ୍‌ ଖବର ପରିବେଷଣ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଗଣମାଧ୍ୟମ ନିର୍ଯାତିତ ଓ ନିଷ୍ପେଷିତଙ୍କ ମାଧ୍ୟମ ବୋଲି ସେ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ରୂପେ ସ୍ବର୍ଣ୍ଣ ସେତୁ ଆଶ୍ରମର ସାଧ୍ୱୀ ସଞ୍ଜୁକ୍ତା କହିଛନ୍ତି, ଲୋକେ ଗଣମାଧ୍ୟମକୁ ବିଶ୍ୱାସ କରନ୍ତି, ତେଣୁ ଏହି ବିଶ୍ୱାସ ବଜାୟ ରଖିବା ଆବଶ୍ୟକ। ଅନ୍ୟତମ ଅତିଥି ଭାବେ ପ୍ରେସ୍‌ ୟୁନିୟନର ସଭାପତି ମାଉଡ଼ି ବାରିକ ଓ ସାଧାରଣ ସମ୍ପାଦକ ଶିବାଜୀ ଦାସ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଲ୍ୟାଣସିଂହପୁରର ସାମାଜିକ କର୍ମୀ ମହମ୍ମଦ କାସିମ୍‌ ଏବଂ ଆପଲସ୍ବାମୀ କାଡ୍ରାକାଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟ ଅତିଥିଙ୍କ ମଧ୍ୟରେ ରାୟଗଡ଼ା ପୌରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡି.କେ. ମହାନ୍ତି, ଡିଆଇପିଆର୍‌ଓ ବସନ୍ତ କୁମାର ପ୍ରଧାନ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ବିନୋଦ ପଣ୍ଡା, ଜେକେ କାଗଜକଳର ଲୋକ ସମ୍ପର୍କ ବିଭାଗ ଅଧିକାରୀ ହରିହର ଖମାରି, ମିଲନ ଲେଙ୍କା, ଇମ୍ଫାର ଲୋକ ସମ୍ପର୍କ ଅଧିକାରୀ ଶକ୍ତି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ବିଦିଶା ଶତପଥୀ ମଞ୍ଚ ପରିଚାଳନା କରିଥିଲେ। ପ୍ରେସ୍‌ ୟୁନିୟନର ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାସ, ସଦସ୍ୟ ରଶ୍ମିରଞ୍ଜନ ଦୋରା ଏବଂ ୟୁନିୟନର ଅନ୍ୟ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଏସ୍‌ବି ଜୁନିୟର ଆସିଷ୍ଟାଣ୍ଟ, କ୍ଲର୍କ ପରୀକ୍ଷା ଘୁଞ୍ଚିଲା: ଏହି ଦିନ ହେବ ପରୀକ୍ଷା

ଭୁବନେଶ୍ୱର,୨୧ା୧୧(ସୁଚିସ୍ମିତା ସାହୁ):ବାତ୍ୟା ‘ଅକ୍ୱାନ’ର ପ୍ରଭାବକୁ ଦୃଷ୍ଟିରେ ରଖି ଷ୍ଟେଟ ସିଲେକ୍ସନ ବୋର୍ଡ (ଏସ୍‌ଏସ୍‌ବି) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ହେବାକୁ ଥିବା…

‘ଅକ୍ୱାନ’ ଦୁର୍ବଳ: ପବନ କମ୍‌, ଅଧିକ ବର୍ଷିଲା

ଭୁବନେଶ୍ୱର, ୨୧ା୧୧ (ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକ୍ୱାନ’ ଦୁର୍ବଳ ଅବସ୍ଥାରେ ଶୁକ୍ରବାର ସ୍ଥଳଭାଗ ଛୁଇଁଛି। ସକାଳ ୭ଟା ୩୦ରୁ ୮ଟା ୩୦ ମଧ୍ୟରେ…

ବାତ୍ୟା ସୁହାଇଲା,୨୩ ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୧।୧୧ (ରବିନାରାୟଣ ଜେନା): ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଶୁକ୍ରବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ ସଂସଦୀୟ ବ୍ୟାପାର ତଥା ବୈଦ୍ୟୁତିକ ଓ…

ଘରେ ପଶି ଲୁଟ୍ ଉଦ୍ୟମ କରୁଥିଲେ; ଧରି ପକାଇଲେ ଘର ମାଲିକ, ପଶ୍ଚିମବଙ୍ଗର ୪ ଯୁବକ ଗିରଫ

ବଞ୍ଚୋ, ୨୦।୧୧(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଜଅଁରା ଗ୍ରାମରେ ଘରେ ପଶି ଚୋରି ଉଦ୍ୟମ କରୁଥିବା ବେଳେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ…

ବେଆଇନ ମଦ କାରବାର: ଢ଼ାବା ସିଲ୍ କଲା ଅତାବିରା ପୋଲିସ୍

ଅତାବିରା,୨୦।୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ପୋଲିସ୍ ଶନିବାର ସ୍ଥାନୀୟ ୩ଢାବାକୁ ସିଲ୍ କରିଛି। ସମ୍ପୃକ୍ତ ଢାବା ଗୁଡ଼ିକ ହେଲା, ଅତାବିରା ବିଏସଏନଏଲ ଛକସ୍ଥିତ ବଣ୍ଟୁ…

୫୦ ବର୍ଷର ଜବରଦଖଲ ହଟିଲା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମନ୍ଦିରକୁ ଭୂସମ୍ପତ୍ତି ହସ୍ତାନ୍ତର

ଗଞ୍ଜାମ, ୨୦/୧୧ (ବିଦ୍ୟାଧର ସାହୁ): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ମନ୍ଦିରର ଭୂସମ୍ପତ୍ତିକୁ ବ୍ରାହ୍ମଣ ଢାମଣା ସାହି କୋଠକୁ ହସ୍ତାନ୍ତର କରାଯାଇଛି। ଗଞ୍ଜାମ ସହରର ବଡ଼ବଜାରସ୍ଥିତ ମିନି…

ଆଖି ବୁଜିଲେ କୋଶଲ ସଂଗଠକ ସାକେତ୍ ଶ୍ରୀଭୂଷଣ ସାହୁ

ବରଗଡ଼,୨୦।୧୧(ପ୍ରେମାନନ୍ଦ ଖମାରୀ): ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ପାଇଁ ସ୍ବର ଉଠାଉଥିବା ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ଗ୍ରାମର ସାକେତ୍ ଶ୍ରୀଭୂଷଣ ସାହୁଙ୍କ ଶୁକ୍ରବାର…

୨୩ରୁ ୧୩୩ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଝୁଲିବ ତାଲା : ସମୂହ ଛୁଟିରେ ଯିବେ କର୍ମୀ, ୫ ହଜାର ଶିଶୁ ପ୍ରଭାବିତ ହେବା ଆଶଙ୍କା

ଗୁଡ଼ାରି, ୨୦ା୧୧ (ପ୍ରମୋଦ କୁମାର ପତି): ରାଜ୍ୟ ସଂଘର ନିଷ୍ପତ୍ତି ଓ ଜିଲା ସଂଘର ସହମତିକ୍ରମେ ଗୁଡ଼ାରି ବ୍ଲକର ସମସ୍ତ ଅଙ୍ଗନବାଡ଼ି କର୍ମୀ ବିଭିନ୍ନ ଦାବି ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?