Posted inଜାତୀୟ

ଭାରତ ଆମରିକା ମଧ୍ୟରେ ଖୁବ ଶୀଘ୍ର ୩ ବିଲିୟନ ଡଲାରର ବଡ଼ ପ୍ରତିରକ୍ଷା ଚୁକ୍ତି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨।୨ : ଭାରତ ଏବଂ ଆମେରିକା ମଧ୍ୟରେ ୩ ବିଲିୟନ ଡଲାରର ବଡ଼ ପ୍ରତିରକ୍ଷା ଚୁକ୍ତି ଶୀଘ୍ର ହୋଇପାରେ। ଏହି ଚୁକ୍ତି ଅନୁଯାୟୀ ଭାରତକୁ ଆମେରିକାରୁ ୩୦ ଏମକ୍ୟୁ-୯ବି  ପ୍ରିଡେଟର ଡ୍ରୋନ କିଣିବ। ଏହି ଚୁକ୍ତି ସହିତ ଭାରତର ଏଲଏସି ଏବଂ ଭାରତ ମହାସାଗରର ତଦାରଖ କ୍ଷମତା ବୃଦ୍ଧି ପାଇବ ଏବଂ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ।

ଏହି ଚୁକ୍ତି ସମ୍ପର୍କରେ ଗତ ପାଞ୍ଚ ବର୍ଷ ଧରି ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଆମେରିକା ଗସ୍ତରେ ଅଛନ୍ତି ଏବଂ ଏହି ଚୁକ୍ତି ସମ୍ପର୍କରେ ଆମେରିକାର ଅଧିକାରୀ ତଥା ସେଠାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ ସଲିଭାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।
ଯେତେବେଳେ ଏହି ଡିଲ ବିଷୟରେ ପଚରାଗଲା, ଆମେରିକାର ରାଜନୈତିକ ପ୍ରତିରକ୍ଷା ବ୍ୟାପାରର ମୁଖ୍ୟ ଜେସିକା ଲୁଇସ କହିଛନ୍ତି ଯେ ଆମେ ଏହି ଡିଲ ଉପରେ ପାଞ୍ଚ ବର୍ଷ ଧରି ଆଲୋଚନା କରୁଛୁ ଏବଂ ବର୍ତ୍ତମାନ ବଲ ଭାରତ କୋର୍ଟରେ ଅଛି। ତେବେ ସେ ଏହି ଡିଲ ବିଷୟରେ ଅଧିକ ବିବରଣୀ ଦେବାକୁ ମନା କରି ଦେଇଛନ୍ତି।

ରିପୋର୍ଟ ହୋଇଛି ଯେ ଉଭୟ ଭାରତ ଏବଂ ଆମେରିକା ଚାହୁଁଛନ୍ତି ଯେ ଏହି ଡିଲ ଯଥାଶୀଘ୍ର ଚୂଡାନ୍ତ ହେଉ ଯାହା ଦ୍ୱାରା ଶୀଘ୍ର ଭାରତକୁ ପ୍ରିଡେଟର ଡ୍ରୋନ ଯୋଗାଇ ଦିଆଯାଇପାରିବ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର ମଧ୍ୟ ଏହି ଚୁକ୍ତିନାମାକୁ ଶୀଘ୍ର ଚୂଡ଼ାନ୍ତ କରିବାକୁ ଚାହୁଁଛନ୍ତି କାରଣ ଏହି ଡିଲ ଆମେରିକାରେ ନିଯୁକ୍ତି ବୃଦ୍ଧି କରିବ ଏବଂ ତାଙ୍କ ସରକାର ମଧ୍ୟ ଏହି ଡିଲକୁ ନିଜର ସଫଳତା ଭାବରେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି ଯାହା ଦ୍ୱାରା ଆସନ୍ତା ବର୍ଷ ନିର୍ବାଚନରେ ଏହାର ଫାଇଦା ନିଆଯାଇପାରିବ।

୨୦୧୭ ମସିହାରେ ଏହି ଡ୍ରୋନ କ୍ରୟ ପାଇଁ ଭାରତ ଆଲୋଚନା ଆରମ୍ଭ କରିଥିଲା ଏବଂ ବର୍ତ୍ତମାନ ଏହି ଚୁକ୍ତି ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ୍‌: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ପରଜଙ୍ଗ,୧୭ା୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ୍‌ ଥାନା କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର କୁଟୁରିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଗଛରେ…

ଆଜି ୫୦ ହଜାର କୋଟି ସାମ୍ରାଜ୍ୟର ମାଲିକ ୨୫ ବର୍ଷର ଏହି ଯୁବକ! ୧୪ ବର୍ଷ ବୟସରୁ କଲେଜ ଛାଡି ଆରମ୍ଭ କରିଥିଲେ…

ନୂଆଦିଲ୍ଲୀ,୧୭।୬: : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ (SpaceX), ଏଆଇ-ଆଧାରିତ (AI-based) କୋଡିଂ ପ୍ଲାଟଫର୍ମ ‘କର୍ସର’ (Cursor)ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଇଙ୍କ’ (Anysphere Inc)କୁ ୬୦…

ରାସ୍ତାକଡ଼ରେ ପଡ଼ିଛି ମୁଣ୍ଡ ନ ଥିବା ମୃତଦେହ, ପାଖରେ ପଡ଼ିଛି ଚପଲ

ରାଜନଗର,୧୭ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ପଟ୍ଟାମୁଣ୍ଡାଇ ମୁଖ୍ୟ ତଳ ରାସ୍ତାର ମଦଭାଟିଠାରୁ କିଛି ଦୂରରେ ରାସ୍ତା ତଳକୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି।…

ଗର୍ଭବତୀଙ୍କ ମୃତ୍ୟୁ ନେଇ ଉତ୍ତେଜନା: ଡାକ୍ତରଙ୍କ ଉପରେ ଆକ୍ରମଣ କଲେ ସମ୍ପର୍କୀୟ

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦରମହକୁମା ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଏଥିସହ ଉକ୍ତ ମହିଳାଙ୍କ ସମ୍ପର୍କୀୟମାନେ ଚିକିତ୍ସାରେ ଅବହେଳା…

ପରସ୍ପରକୁ ଅଣଦେଖା କଲେ ମୋଦି-ଟ୍ରମ୍ପ: ହାତ ମିଳାଇଲେ, ହେଲେ…

ପ୍ୟାରିସ୍‌,୧୭।୬: ଫ୍ରାନ୍ସର ଇଭିଆନଠାରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ସ୍ବଳ୍ପ ବୈଠକ କରିଥିଲେ।…

ପାଠ୍ୟପୁସ୍ତକରେ ତ୍ରୁଟି: ୩ ଜଣିଆ କମିଟି ଗଠନ କରି ମୁଖ୍ୟମନ୍ତ୍ରୀ କହିଲେ ୭ ଦିନରେ ରିପୋର୍ଟ ଦିଅ, ପରେ…

ଭୁବନେଶ୍ୱର,୧୭ା୬: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି।…

ରାଜ୍ୟ ସରକାରଙ୍କ ବଡ଼ ଉପହାର! ୫୦ହଜାର ଛାତ୍ରୀଙ୍କୁ ଫ୍ରିରେ ମିଳିବ ସ୍କୁଟି; ଜାଣନ୍ତୁ କେମିତି ମିଳିବ ଲାଭ

ଲକ୍ଷ୍ନୌ,୧୭।୬: ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ପଢ଼ୁଥିବା ଛାତ୍ରୀମାନଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର ଆସୁଛି। ରାଜ୍ୟର ପ୍ରାୟ ୫୦ ହଜାର ମେଧାବୀ…

ବିଲ୍‌ଓଙ୍କ ଦାୟିତ୍ୱହୀନତା: SIRରୁ ବାଦ୍‌ ପଡ଼ିଲେ ବହୁ ଭୋଟର

ପୁରୁଷୋତ୍ତମପୁର,୧୭ା୬(ସବିତା ମିଶ୍ର): ସରକାର ଭୋଟର ତାଲିକାରେ ସ୍ବଚ୍ଛତା ଆଣିବା ସହ ଠିକ୍‌ସମୟରେ ନୂତନ ଭୋଟରଙ୍କ ନାମ ଯୋଡ଼ିବା ଓ ମୃତ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ ବାଦ୍‌ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri