Posted inଜାତୀୟ

ଭାରତ ଆମରିକା ମଧ୍ୟରେ ଖୁବ ଶୀଘ୍ର ୩ ବିଲିୟନ ଡଲାରର ବଡ଼ ପ୍ରତିରକ୍ଷା ଚୁକ୍ତି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨।୨ : ଭାରତ ଏବଂ ଆମେରିକା ମଧ୍ୟରେ ୩ ବିଲିୟନ ଡଲାରର ବଡ଼ ପ୍ରତିରକ୍ଷା ଚୁକ୍ତି ଶୀଘ୍ର ହୋଇପାରେ। ଏହି ଚୁକ୍ତି ଅନୁଯାୟୀ ଭାରତକୁ ଆମେରିକାରୁ ୩୦ ଏମକ୍ୟୁ-୯ବି  ପ୍ରିଡେଟର ଡ୍ରୋନ କିଣିବ। ଏହି ଚୁକ୍ତି ସହିତ ଭାରତର ଏଲଏସି ଏବଂ ଭାରତ ମହାସାଗରର ତଦାରଖ କ୍ଷମତା ବୃଦ୍ଧି ପାଇବ ଏବଂ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ।

ଏହି ଚୁକ୍ତି ସମ୍ପର୍କରେ ଗତ ପାଞ୍ଚ ବର୍ଷ ଧରି ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଆମେରିକା ଗସ୍ତରେ ଅଛନ୍ତି ଏବଂ ଏହି ଚୁକ୍ତି ସମ୍ପର୍କରେ ଆମେରିକାର ଅଧିକାରୀ ତଥା ସେଠାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ ସଲିଭାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।
ଯେତେବେଳେ ଏହି ଡିଲ ବିଷୟରେ ପଚରାଗଲା, ଆମେରିକାର ରାଜନୈତିକ ପ୍ରତିରକ୍ଷା ବ୍ୟାପାରର ମୁଖ୍ୟ ଜେସିକା ଲୁଇସ କହିଛନ୍ତି ଯେ ଆମେ ଏହି ଡିଲ ଉପରେ ପାଞ୍ଚ ବର୍ଷ ଧରି ଆଲୋଚନା କରୁଛୁ ଏବଂ ବର୍ତ୍ତମାନ ବଲ ଭାରତ କୋର୍ଟରେ ଅଛି। ତେବେ ସେ ଏହି ଡିଲ ବିଷୟରେ ଅଧିକ ବିବରଣୀ ଦେବାକୁ ମନା କରି ଦେଇଛନ୍ତି।

ରିପୋର୍ଟ ହୋଇଛି ଯେ ଉଭୟ ଭାରତ ଏବଂ ଆମେରିକା ଚାହୁଁଛନ୍ତି ଯେ ଏହି ଡିଲ ଯଥାଶୀଘ୍ର ଚୂଡାନ୍ତ ହେଉ ଯାହା ଦ୍ୱାରା ଶୀଘ୍ର ଭାରତକୁ ପ୍ରିଡେଟର ଡ୍ରୋନ ଯୋଗାଇ ଦିଆଯାଇପାରିବ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର ମଧ୍ୟ ଏହି ଚୁକ୍ତିନାମାକୁ ଶୀଘ୍ର ଚୂଡ଼ାନ୍ତ କରିବାକୁ ଚାହୁଁଛନ୍ତି କାରଣ ଏହି ଡିଲ ଆମେରିକାରେ ନିଯୁକ୍ତି ବୃଦ୍ଧି କରିବ ଏବଂ ତାଙ୍କ ସରକାର ମଧ୍ୟ ଏହି ଡିଲକୁ ନିଜର ସଫଳତା ଭାବରେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି ଯାହା ଦ୍ୱାରା ଆସନ୍ତା ବର୍ଷ ନିର୍ବାଚନରେ ଏହାର ଫାଇଦା ନିଆଯାଇପାରିବ।

୨୦୧୭ ମସିହାରେ ଏହି ଡ୍ରୋନ କ୍ରୟ ପାଇଁ ଭାରତ ଆଲୋଚନା ଆରମ୍ଭ କରିଥିଲା ଏବଂ ବର୍ତ୍ତମାନ ଏହି ଚୁକ୍ତି ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri