ନିର୍ଣ୍ଣାୟକ ଭୂମିକା ନେବେ ବସ୍ତିବାସିନ୍ଦା

ବାରିପଦା ଅଫିସ,୧୫।୩ ମୟୂରଭଞ୍ଜ ଜିଲାରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପୌର ନିର୍ବାଚନ ଉଷ୍ମତା ବୃଦ୍ଧି ପାଇଛି। ଜିଲା ପରିଷଦ ନିର୍ବାଚନରେ ଅପୂର୍ବ ସଫଳତା ହାସଲ କରିଥିବା ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ବିଫଳତାକୁ ନେଇ ଭାଜପା ଓ କଂଗ୍ରେସ କର୍ମୀଙ୍କ ଶିବିରରେ ନୈରାଶ୍ୟ ଖେଳି ଯାଇଥିବା ବେଳେ ପ୍ରସଙ୍ଗକୁ ଖୋଜି ଭୋଟରଙ୍କ ନିକଟତର ହେବାରେ ଲାଗି ପଡ଼ିଛନ୍ତି। ଏପରିକି ସକାଳୁ ରାତି ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ସହ ସମର୍ଥକମାନେ ସାହି ସାହିରେ ସଭାସମିତି କରି ଭୋଟରଙ୍କୁ ମନାଇବାକୁ ପ୍ରୟାସ ଜାରି ରଖିଛନ୍ତି। ସରକାରୀ ଯୋଜନାରେ ଥିବା ସମସ୍ତ ସୁବିଧା ସୁଯୋଗ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରାର୍ଥୀମାନେ ପ୍ରତିଶ୍ରୁତିରେ ପୋତି ପକାଉଛନ୍ତି। ତେବେ ବାରିପଦା ପୌର ପରିଷଦ ଅଞ୍ଚଳରେ ଥିବା ବସ୍ତିବାସିନ୍ଦାଙ୍କ ମୌଳିକ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଇ ନ ଥିବାରୁ ନେତା ବାଛିବାରେ ସେମାନଙ୍କ ଭୂମିକା ନିର୍ଣ୍ଣାୟକ ହୋଇ ପାରେ ବୋଲି ଆକଳନ କରାଯାଉଛି ା
ୱାର୍ଡକୁ ନେଇ ବାରିପଦା ପୌର ପରିଷଦ ଗଠିତ। ଏଠାରେ ୨୪ହଜାର ୭୧୮ପରିବାରରେ ୧ଲକ୍ଷ ୧୦ହଜାର ୧୪୩ଜଣ ଲୋକ ବସବାସ କରୁଥିବା ବେଳେ ଭୋଟର ତାଲିକାରେ ୮୧ହଜାର ୨୨୨ଜଣ ରହିଛନ୍ତି। ଏହି ୱାର୍ଡ ଗୁଡ଼ିକରେ ଦୀର୍ଘ ଦିନ ଧରି ବସବାସ କରୁଥିବା ୪୬ ବସ୍ତିବାସିନ୍ଦାଙ୍କ ମୌଳିକ ସମସ୍ୟା ଭରପୁର ରହିଛି। ମିଳିଥିବା ସୂଚନା ଅନୁଯାୟୀ, ୪୩ଟି ବସ୍ତିରେ ରହୁଥିବା ୭ହଜାର ୮୯୧ ପରିବାରଙ୍କ ମଧ୍ୟରୁ ୫ହଜାର ୬୭୩ଜଣ ଭୂମିହୀନ ରହିଛନ୍ତି। ଅନ୍ୟ ତିନୋଟି ବସ୍ତିର ରିପୋର୍ଟ ମିଳି ନ ଥିବା ବେଳେ ବହୁ ଲୋକ ଜମିପଟ୍ଟାରୁ ବଞ୍ଚିତ ହେବା ଦ୍ୱାରା ବିଭିନ୍ନ ସରକାରୀ ଯୋଜନାରୁ ଦୂରେଇ ଯାଇଛନ୍ତି। ଏପରିକି ବାସସ୍ଥାନ ପ୍ରମାଣ ପତ୍ର ପାଇଁ ଛାତ୍ରୀଛାତ୍ରମାନେ ଉନ୍ନତମାନର ଶିକ୍ଷା ସହ ଛାତ୍ରାବାସରେ ରହିବା ସୁବିଧାରୁ ବଞ୍ଚିିତ ରହିଛନ୍ତି। ଜମିପଟ୍ଟା ନ ଥିବାରୁ ଆବାସ ଗୃହ, ବିଦ୍ୟୁତ୍‌, ପାନୀୟ ଜଳ ପାଇପାରୁ ନାହାନ୍ତି। ଅଳିଆ ଆବର୍ଜନାରେ ଭରପୁର ରହୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶରେ ସେମାନଙ୍କ ଜୀବନ ଦୁର୍ବସହ ହୋଇପଡ଼ିଛି। ସେହିପରି ସାହି ବସ୍ତିକୁ କଂକ୍ରିଟ ରାସ୍ତା ସଂଯୋଗୀକରଣ, ଆଲୋକୀକରଣ ବ୍ୟବସ୍ଥା କରାଯାଇ ନ ଥିବାରୁ ଲୋକେ ଅନ୍ଧାରରେ ଯିବାଆସିବା କରୁଛନ୍ତି। ଏପରିକି ବହୁ ଲୋକ ଭୋଟର କାର୍ଡ ଓ ଆଧାର କାର୍ଡରୁ ବଞ୍ଚିତ ହୋଇ ଅଫିସ ଓ ଅଧିକାରୀଙ୍କ ନିକଟକୁ ଯାଇ ହଇରାଣ ହରକତ ହେଉଛନ୍ତି। ସହର ମଧ୍ୟଦେଇ ଯାଇଥିବା ନଦୀ ଗୁଡ଼ିକରେ ବନ୍ୟା ନିୟନ୍ତ୍ରଣ ପାଇଁ ଆଡ଼ିବନ୍ଧ କରାଯାଇ ନ ଥିବାରୁ ବନ୍ୟା ଓ ଡ୍ରେନ ପାଣି ଘରେ ପଶୁଛି। ଫଳରେ ବସ୍ତିବାସିନ୍ଦା ବର୍ଷାଦିନେ ପାଣି କାଦୁଅରେ ରହି ବହୁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଏହିପରି ଅନେକ ସମସ୍ୟା ମୁଣ୍ଡ ଟେକିଥିବା ବେଳେ ଦକ୍ଷତା ସମ୍ପନ୍ନ କାଉନସିଲର ଓ ପୌରାଧ୍ୟକ୍ଷ ବାଛିବାକୁ ବସ୍ତି ଭୋଟର ନିଷ୍ପତ୍ତି ନେଇଥିବା ଆଲୋଚନାରୁ ଜଣାପଡ଼ିଛି। ଏହି ବସ୍ତିରେ ପାଖାପାଖି ୧୮ହଜାରରୁ ଊର୍ଦ୍ଧ୍ୱ ଭୋଟର ରହିଥିବାରୁ ସେମାନଙ୍କୁ ମନେଇବାକୁ ପ୍ରାର୍ଥୀଙ୍କ ଗହଳି ଦେଖିବାକୁ ମିଳିଛି। ତେଣୁ ପୌର ନିର୍ବାଚନରେ ବସ୍ତିବାସିନ୍ଦା ଯାହାଙ୍କ ପ୍ରତି ଢଳିବେ ସେହି ପ୍ରାର୍ଥୀ ହିଁ ବିଜୟ ମୁକୁଟ ପିନ୍ଧିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri