ଓଏଏସ୍‌ ଅଫିସରସ୍ତରରେ ଅଦଳବଦଳ, ୪ଜଣଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୩ା୯(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ଶନିବାର ସାଧାରଣ ପ୍ରଶାସନ ବିଭାଗ ଓ ସାଧାରଣ ଅଭିଯୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତଦନୁଯାୟୀ ବ୍ରହ୍ମପୁର କନ୍‌ସୋଲିଡେଶନ ଆଣ୍ଡ ସେଟଲମେଣ୍ଟ ଅତିରିକ୍ତ କମିଶନର ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର କନ୍‌ସୋଲିଡେଶନ ଆଣ୍ଡ ସେଟଲମେଣ୍ଟ କମିଶନର ଭାବେ ବଦଳି କରାଯାଇଥିବା ବେଳେ ଓଡ଼ିଶା ରାଜ୍ୟ ପରିବହନ ନିଗମ(ଓଏସ୍‌ଆରଟିସି) ଜେନେରାଲ ମ୍ୟାନେଜର ବ୍ରଜଗୋପାଳ ଆଚାର୍ଯ୍ୟଙ୍କୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ସ୍ବତନ୍ତ୍ର ସଚିବ, ଓଡ଼ିଶା ହାଉସିଂ ବୋର୍ଡ ଲ୍ୟାଣ୍ଡ ଅଫିସର ଆରାଧନା ଦାସଙ୍କୁ ଏସ୍‌ସି/ଏସ୍‌ଟି ବିଭାଗର ଅତିରିକ୍ତ ସଚିବ, ଭୁବନେଶ୍ୱର ଆଡିଶନାଲ ରିଭିଜନାଲ କୋର୍ଟ ଭୁବନେଶ୍ୱର ଅତିରିକ୍ତ କମିଶନର ସ୍ମିତା ବିଶ୍ୱାଳଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ବିଶିକେଶନ ଦେହୁରୀଙ୍କୁ ଓଡ଼ିଶା ରାଜ୍ୟ ପରିବହନ ନିଗମ(ଓଏସ୍‌ଆରଟିସି) ଜେନେରାଲ ମ୍ୟାନେଜର ଭାବେ ବଦଳି କରାଯାଇଛି।

ସେହିପରି ଖୋର୍ଦ୍ଧା ଅତିରିକ୍ତ ଉପଜିଲାପାଳ ଥିବା ରଶ୍ମିତା ରାଣୀ ତରସିଆଙ୍କୁ ଓଡ଼ିଶା ରାଜ୍ୟ ହାଉସିଂବୋର୍ଡ ସେକ୍ରେଟାରି ଭାବେ ବଦଳି କରାଯାଇଥିବା ବେଳେ ବଣାଇ ଆଇଟିଡିଏ ପି.ଏ. ଲଲାଟ କୁମାର ଲୁହାଙ୍କୁ ବରଗଡ଼ ଉପଜିଲାପାଳ, ନବରଙ୍ଗପୁର ଆଇଟିଡିଏ ପି.ଏ. ଅଭିମନ୍ୟୁ ମାଝିଙ୍କୁ ସୁନ୍ଦରଗଡ଼ ପାନପୋଷ ଉପଜିଲାପାଳ, ନୟାଗଡ଼ ଡିଆରଡିଏ ଆଡିଶନାଲ ପିଡି ଅକ୍ଷୟ କୁମାର ରାଉତଙ୍କୁ ଖୋର୍ଦ୍ଧା ଉପଜିଲାପାଳ, ସୋର ବିଡିଓ ସୁଶାନ୍ତ କୁମାର ବାରିକଙ୍କୁ ମୟୂରଭଞ୍ଜ ଡିଆରଡିଏ ଆଡିଶନାଲ ପିଡି ଏବଂ ରାୟଗଡ଼ା ଜିଲା ରାମନଗୁଡ଼ା ବିଡିଓ ବେଣୁଧର ଶବରଙ୍କୁ ନବରଙ୍ଗପୁର ଆଇଟିଡିଏ ପି.ଏ. ଭାବେ ବଦଳି କରାଯାଇଛି।

ସେହିପରି ୨ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀ ପୁଷ୍ପଲତା ସାହୁ ଏବଂ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ସୁପରିୟର ଆଡ୍‌ମିନିଷ୍ଟ୍ରେଟିଭ ଗ୍ରେଡ୍‌କୁ ପଦୋନ୍ନତି ଦିଆଯାଇଥିବା ବେଳେ ଭିନିସିଏଣ୍ଟ ପୋନମକାନ୍ତ ଏକ୍କା ଓ ପ୍ରଦୀପ କୁମାର ମିଶ୍ରଙ୍କୁ ସ୍ପେଶାଲ ସେକ୍ରେଟାରି ର଼୍ୟାଙ୍କ୍‌କୁ ପଦୋନ୍ନତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ।

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri