Posted inଜାତୀୟ

ଏକଜୁଟ ହେଲେ ଭାଜପା ପାଇବନି ଗୋଟିଏ ବି ସିଟ୍‌, ସରପଞ୍ଚଙ୍କୁ କେଜରିଓ୍ବାଲଙ୍କ ପରାମର୍ଶ…

ଅହମଦାବାଦ, ୩।୯ : ଗୁଜରାଟର ସୁରେନ୍ଦ୍ର ନଗରରେ ସରପଞ୍ଚଙ୍କ ସହ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ସାକ୍ଷାତ୍‌ କରିଛନ୍ତି। ସେ କହିଛନ୍ତି ଯେ ଆଜି ସମସ୍ତ ସରପଞ୍ଚ ଏବଂ ଭିସି ଏଠାରେ ଅଛନ୍ତି। ଯଦି ସେମାନେ ଏକଜୁଟ ହେବେ ତେବେ ଭାଜପା ଗୋଟିଏ ବି ସିଟ୍‌ ପାଇବ ନାହିଁ। ସରପଞ୍ଚମାନଙ୍କୁ ଭାଜପା ଦାସ ବୋଲି ଭାବୁଛି। ଭାଜପା ଧମକ ଦେଉଥିବାବେଳେ ଆମ ଆଦମୀ ପାର୍ଟି ଆପଣଙ୍କୁ ସମ୍ମାନ କରୁଛି। ମୁଁ ଭାବୁନାହିଁ ଯେ ଗୋଟିଏ ବି ନିର୍ବାଚନ ପୂର୍ବରୁ ଭାଜପା ଭିସି କିମ୍ବା ସରପଞ୍ଚଙ୍କ ବୈଠକ ଡାକିଛି।

ମୁଁ ଦିଲ୍ଲୀରୁ ଆସିଛି, ମୁଁ ତୁମର ସମର୍ଥନ ଏବଂ ଭୋଟ ଚାହୁଁଛି। ତୁମର ସମସ୍ୟା ହେଉଛି ମୋର ସମସ୍ୟା। ଡିସେମ୍ବରରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଡିସେମ୍ବର ୧୫ ସୁଦ୍ଧା ସରକାର ଗଠନ ହେବ। ଫେବୃଆରୀ ୨୮ ସୁଦ୍ଧା ମୁଁ ପ୍ରତିଶ୍ରୁତି ପୂରଣ କରିବି, କିନ୍ତୁ ସରକାର ଗଠନ କରିବା ତୁମର କାମ। ରାଜ୍ୟରେ ୧୮ ହଜାର ପଞ୍ଚାୟତ ଅଛି। ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ସ୍କୁଲ ଏବଂ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ମୋହଲା କ୍ଲିନିକ ଖୋଲାଯିବ।

ସେ କହିଛନ୍ତି ପଞ୍ଜାବରେ ସରକାର ଗଠନ ହେବା ମାତ୍ରେ ୧୦୦ ଟି ମୋହଲା କ୍ଲିନିକ ଖୋଲାଯାଇଛି। ସିଭିଲ ହସ୍ପିଟାଲଗୁଡିକର ଅବସ୍ଥା ଖରାପ ଅଛି। ସେସବୁରେ ସୁଧାର କରାଯିବ। ଦିଲ୍ଲୀରେ ହସ୍ପିଟାଲଗୁଡ଼ିକ ଭଲ ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଛନ୍ତି। ଆମେ ବେକାରମାନଙ୍କୁ ରୋଜଗାର ଦେବୁ। ଏଥିପାଇଁ ୫ ବର୍ଷ ସମୟ ଲାଗିବ। ସେପର୍ଯ୍ୟନ୍ତ ଆମେ ବେକାରୀ ଭତ୍ତା ଦେବୁ। ପେପର ଲିକ ହୋଇଛି। ଏହା ବିରୋଧରେ ଆଇନ ଅଣାଯିବ ଏବଂ ଯେଉଁମାନେ ଏଭଳି କରିଛନ୍ତି ସେମାନଙ୍କୁ ଜେଲ ପଠାଯିବ। ଗୋଟିଏ ବର୍ଷ ମଧ୍ୟରେ ସମସ୍ତ ପଦବୀ ପୂରଣ କରାଯିବ। ପରୀକ୍ଷା ପେପର ଲିକ ହେବ ନାହିଁ ।

ଗୁଜରାଟର ଚାବି ଆପଣଙ୍କ ହାତରେ ଅଛି, ଆପଣ ନିର୍ବାଚନ ଫଳାଫଳକୁ ଓଲଟାଇ ପାରିବେ, ବିପ୍ଳବ ଆଣିପାରିବେ, ଗୁଜରାଟ ପରିବର୍ତ୍ତନ ଚାହୁଁଛି, ଏଥିପାଇଁ ଆପଣଙ୍କ ସହଯୋଗ ଲୋଡା। ସେ କହିଛନ୍ତି ଯେ ଆମ କାର୍ଯ୍ୟରେ ଲୋକମାନେ ଖୁସି ଅଛନ୍ତି। ଆଜି ନିର୍ବାଚନ କରାଗଲେ ଆମେ ୬୫ ରୁ ଅଧିକ ସିଟ ପାଇବୁ। ଲୋକମାନେ ଭାଜପା ଯୋଗୁ ବହୁ ହଇରାଣ ହୋଇଛନ୍ତି। ଗୁଣ୍ଡାଗର୍ଦି ଦ୍ୱାରା ବିଚଳିତ ହୋଇ ଲୋକେ ମୋ ପାଖକୁ ଆସୁଛନ୍ତି। ରାଜ୍ୟରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ବୋଲି କେଜରିଓ୍ବାଲ ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri