ଥାନା ସମ୍ମୁଖରେ ଧାରଣାରେ ବସିଲେ ଖବରଦାତା

ମାଲକାନଗିରି,୧୯ା୧୨(ଡି.ଏନ୍‌.ଏ.): ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର କଣ୍ଠରୋଧ କରିବାକୁ ଉଦ୍ୟମ କରୁଛି ମାଲକାନଗିରି ପୋଲିସ। ବିନା କାରଣରେ ୫ ଜଣ ଖବରଦାତାଙ୍କୁ ଉଠାଇ ନେଇ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଖବରଦାତାମାନେ ଦେଇଥିବା ଏତଲା ଉପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ପୋଲିସର ଏପରି ପାତରଅନ୍ତର ନୀତିର ସମାଲୋଚନା କରି ରବିବାର ମାଲକାନଗିରି ଜିଲାର ଖବରଦାତାମାନେ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଏପରି ଘଟଣା ଘଟିଛି।

ମାଲକାନଗିରି ଜିଲା ଅଧୀନ କୋରୁକୋଣ୍ଡା ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗତ ୧୬ ତାରିଖ ବିଳମ୍ବିତ ରାତିରେ ଖବର ସଂଗ୍ରହ ପାଇଁ ବୈଦ୍ୟୁତିକ ଗଣମାଧ୍ୟମର କିଛି ପ୍ରତିନିଧି ଯାଇଥିଲେ। ଏହି ସମୟରେ ତାଙ୍କୁ ଦେଖି ସ୍ବାସ୍ଥ୍ୟକେନ୍ଦ୍ରର ୩ ଜଣ ଡାକ୍ତର ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏପରି କି ସ୍ବାସ୍ଥ୍ୟ କେନ୍ଦ୍ରର ସମ୍ପୃକ୍ତ ଡାକ୍ତର ମାଲକାନଗିରି ଥାନାରେ ୫ ଜଣ ଖବରଦାତା ଗୁରୁବାର ବିଳମ୍ବିତ ରାତିରେ ସ୍ବାସ୍ଥ୍ୟକେନ୍ଦ୍ରରେ ଜୋର ଜବରଦସ୍ତ ପଶି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏତଲାରେ ଦୁଇଟି ଗଣମାଧ୍ୟମ ସଂସ୍ଥାର ୨ଜଣ ପ୍ରତିନିଧିଙ୍କ ନାମ ଉଲ୍ଲେଖ ଥିବା ବେଳେ ଅନ୍ୟ ୩ଜଣଙ୍କ ନାମ ଉଲ୍ଲେଖ ହୋଇ ନ ଥିଲା।

ମାଲକାନଗିରି ପୋଲିସ ୧୭ ତାରିଖ ରାତି ପ୍ରାୟ ୧ଟାରେ ଖବର ପ୍ରସାରଣ କରିଥିବା ବୈଦ୍ୟୁତିକ ଗଣମାଧ୍ୟମର ୨ଜଣ ପ୍ରତିନିଧି ଏବଂ ଅଭିଯୋଗରେ ନାମ ନ ଥିବା ଗଣମାଧ୍ୟମର ୩ଜଣ ପ୍ରତିନିଧି ଏପରି ମୋଟ ୫ଜଣଙ୍କୁ ଘରୁ ଉଠାଇ ନେଇଥିଲା। ସେମାନଙ୍କୁ ଗାଳିଗୁଲଜ କରି ମାଲକାନଗିରି ଥାନାକୁ ଆଣି ରାତିସାରା ଅଟକ ରଖିଥିଲା। ଅନ୍ୟପକ୍ଷରେ ସମ୍ପୃକ୍ତ ୫ ଖବରଦାତା ସମ୍ପୃକ୍ତ ୩ ଡାକ୍ତରଙ୍କ ନାମରେ ଥାନାରେ ପାଲଟା ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଅଭିଯୋଗ ହୋଇଛି। ପୋଲିସର ଏପରି ପାତରଅନ୍ତର ନୀତିକୁ ମାଲକାନଗିରି ସାମ୍ବାଦିକ ସଂଘ, ଉତ୍କଳ ସାମ୍ବାଦିକ ସଂଘ, ରାଜ୍ୟ ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯାଇଛି। ଏହାର ପ୍ରତିବାଦରେ ଜିଲାର ସମସ୍ତ ଖବରଦାତା ଥାନା ସମ୍ମୁଖରେ ଧାରଣା ଦେବା ସହ ସମ୍ପୃକ୍ତ ୩ ଡାକ୍ତରଙ୍କୁ ଗିରଫ ଦାବି କରିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଆଇସିଏସ୍‌ଇ ମାଟ୍ରିକ ପରୀକ୍ଷାରେ ଓଡ଼ିଶାରୁ ପ୍ରିୟଙ୍କା, ବିଷ୍ଣୁ ଟପ୍ପର

ଭୁବନେଶ୍ୱର,୧୪ା୫(ବ୍ୟୁରୋ): କାଉନ୍‌ସିଲ ଫର୍‌ ଦ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ (ସିଆଇଏସ୍‌ସିଇ) ବୋର୍ଡ ପରିଚାଳିତ ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ରବିବାର...

ରେଲଓ୍ବେ ପକ୍ଷରୁ ନିମ୍ନମାନର ରାସ୍ତା ନିର୍ମାଣ: ସ୍ଥାୟୀତ୍ୱ ନେଇ ଅଭିଯୋଗ କଲେ ଗ୍ରାମବାସୀ

ବାଲିଆ,୭।୬: ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ କଟକ-ପାରାଦୀପ ରେଳପଥର ଗୋଠପଦାଠାରେ ୧୪ନଂ. ଫାଟକ ଠାରୁ ୧୫ନଂ. ଫାଟକ ପର୍ଯ୍ୟନ୍ତ ଜନସାଧାରଣଙ୍କ ଯାତାୟାତ ନିମନ୍ତେ ରେଲଓ୍ବେ ପକ୍ଷରୁ...

ବାଲୁକାକଳାରେ ଅମିତାଭଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର,୨୫।୯(ବ୍ୟୁରୋ): ଚଳିତ ବର୍ଷ ଦାଦାସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ ହେବେ ମେଗାଷ୍ଟାର ଅମିଚାଭ ବଚ୍ଚନ। ତେବେ ଏହି ଅବସରରେ ସୁଦର୍ଶନ ପଟ୍ଟନାୟକ ତାଙ୍କୁ ନିଜର ବାଲୁକାକଳାରେ...

୪୮ଘଣ୍ଟା ପରେ ଧରାପଡ଼ିଲେ ବ୍ୟାଙ୍କ ଲୁଟେରା

ସୁନ୍ଦରଗଡ଼,୩୦।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସହର ନିକଟ କିରେଇସ୍ଥିତ ଉତ୍କଳ ଗ୍ରାମ୍ୟବ୍ୟାଙ୍କରୁ ଗତ ୨୭ ତାରିଖରେ ବନ୍ଧୁକ ଦେଖାଇ ୪ଜଣ ଡକାୟତ ଲକ୍ଷାଧିକ ଟଙ୍କା ଲୁଟି ନେବା ଘଟଣାରେ...

ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ ଆଶା ସଞ୍ଚାର

ଢେଙ୍କାନାଳ ଅଫିସ,୧୨ା୪: ଦୀର୍ଘବର୍ଷ ଧରି ଯୋଜନା ପରେ ଯୋଜନା ହେଉଥିଲା। କିନ୍ତୁ ଢେଙ୍କାନାଳ ସହରରେ ପ୍ରସ୍ତାବିତ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କେବଳ ଫାଇଲ୍‌ ମଧ୍ୟରେ ରହିଯାଉଥିଲା। ବିଳମ୍ବରେ...

ଆଜିଠାରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆରମ୍ଭ: ଏହାର ସୁବିଧାନେବାକୁ ଯାଜପୁର ଜିଲାପାଳଙ୍କ ଅନୁରୋଧ

ଯାଜପୁର ଟାଉନ,୧ା୯(ଡିଏନଏ)- ସେପ୍ଟେମ୍ବର ୧ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ହେବ। ଏହି ଜିଲାର ସମସ୍ତ ୧୬୧୯ଟି ଭୋଟ କେନ୍ଦ୍ର...

ହାତୀ ପାଇଁ ଗୃହବନ୍ଦୀ ଜୀବନ

ଭାପୁର, ୧୯।୫(ଡି.ଏନ.ଏ.)- ଘରୁ ପଦାକୁ ବାହାରିଲେ ଗୋଡ଼ାଉଛି ଭୟ। କେମିତି ପୁଣି ସୁରକ୍ଷିତ ଭାବେ ଫେରିବେ ସେହି ଚିନ୍ତା ଘାରୁଛି। ଢେଙ୍କାନାଳ ସଦର ରେଞ୍ଜ ଭାପୁର...

ଯାଇଥିଲେ ଭୋଜି କରିବାକୁ, ମିଳିଲା ମୃତଦେହ

ସୋନପୁର,୧୦।୧(ନି.ପ୍ର.): ସୋନପୁର ସହର ଯାତ୍ରୀ ନିବାସ ସମ୍ମୁଖ ମହାନଦୀ ପାଚେରୀ ଘାଟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ବଡବଜାର ଘାସିପଡାର...

Advertisement
Archives

Model This Week