Posted inଫୁରସତ

ଟାଇଟନିକ୍‌ ପୋଜ୍‌ରେ ଶୁଟିଂ କରୁଥିଲେ ପ୍ରେମୀଯୁଗଳ, ପରେ ଯାହା ଘଟିଲା…

୧୯୯୭ରେ ହଲିଉଡ୍‌ ଫିଲ୍ମ ‘ଟାଇଟନିକ୍‌’ ସମ୍ପର୍କରେ କିଏ ବା ନ ଜାଣିଛି। ଏହି ଫିଲ୍ମ ସେତେବେଳେ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ଫିଲ୍ମଟି ଯୁବପିଢ଼ିଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଏଥିରେ କିଛି ରୋମାଣ୍ଟିକ୍‌ ସିନ୍‌ ବା ଦୃଶ୍ୟ ଥିଲା। ସେଥିମଧ୍ୟରୁ ଗୋଟିଏ ହେଉଛି ଜାହାଜର ଧାରରେ ପରସ୍ପର ସହିତ ଠିଆ ହୋଇଥିବା କପଲଙ୍କ ରୋମାଣ୍ଟିକ ପୋଜ୍‌। ଯାହାକୁ ‘କିଙ୍ଗ୍‌ ଅଫ୍‌ ଓ୍ବାଲର୍‌ଡ’ କୁହାଯାଏ। ।

ଟାଇଟନିକ୍‌ ଫିଲ୍ମ ପରି ଏକ ଘଟଣା ତୁର୍କୀରେ ଘଟିଛି। କୋକେଲିର ଉତ୍ତର-ପଶ୍ଚିମ ପ୍ରଦେଶର ଇଜ୍‌ମିତ୍‌ ମରିନା ପିଆରରେ ଫୁର୍କାନ ସିଫ୍ଟସି ଏବଂ ମାଇନ ଡିନାର୍‌ ନାମକ ପ୍ରେମୀଯୁଗଳ ସମୁଦ୍ରକୂଳରେ ଟାଇଟନିକ୍‌ର ରୋମାଣ୍ଟିକ ପୋଜ ସୃଷ୍ଟି କରିବାକୁ ଚାହୁଁଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନଙ୍କର ଶେଷ ଏବଂ ଦୁଃଖଦ ଦୃଶ୍ୟ ପୁନରାବୃତ୍ତି ହେଲା।

ପ୍ରେମୀଯୁଗଳ ମଦ୍ୟପାନ କରିବା ସହିତ ପୋଜ୍‌ ପୁନରାବୃତ୍ତି କରିବା ପୂର୍ବରୁ ମାଛ ଧରୁଥିଲେ। ତା’ପରେ ଯେତେବେଳେ ସେମାନେ ନିଜକୁ ପୋଜ ସ୍ଥିତିରେ ଠିଆ ହେଲେ ବୋଧହୁଏ ମଦ୍ୟପାନ ହେତୁ ଉଭୟ ସନ୍ତୁଳନ ବଜାୟ ରଖିପାରିଲେ ନାହିଁ। ସମୁଦ୍ରରେ ଖସି ପଡ଼ିଲେ। ପୋଜ ସର୍କଲରେ ଉଭୟ ଘାଟରେ ସୁରକ୍ଷା ବୃତ୍ତ ଅତିକ୍ରମ କରି ଆଗକୁ ବଢ଼ିଥିଲେ। ନିକଟସ୍ଥ ମତ୍ସ୍ୟଜୀବୀମାନେ ଏହି ପ୍ରେମୀଯୁଗଳଙ୍କୁ ସମୁଦ୍ରରେ ପଡ଼ିଥିବାର ଦେଖି ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଜଣେ ମତ୍ସ୍ୟଜୀବୀ ଗର୍ଲଫ୍ରେଣ୍ଡ ମାଇନ ଡିନାରକୁ ବଞ୍ଚାଇବାରେ ସଫଳ ହୋଇଥିଲେ। କିନ୍ତୁ କଠିନ ପରିଶ୍ରମ ପରେ ମଧ୍ୟ ପ୍ରେମିକଙ୍କ ପତ୍ତା ମିଳି ନ ଥିଲା। ପରେ ଜରୁରିକାଳୀନ ସେବାକୁ ଡାକିବାକୁ ପଡ଼ିଥିଲା। ଏହାର କର୍ମଚାରୀମାନେ ଆସି ପ୍ରେମିକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ।

ପ୍ରେମୀଯୁଗଳଙ୍କୁ ସମୁଦ୍ରରେ ବୁଡ଼ିଯିବାର ଦେଖି ମତ୍ସ୍ୟଜୀବୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ପ୍ରେମିକଙ୍କ ମୃତଦେହ ମିଳିଥିବା ବେଳେ ପ୍ରେମିକାଙ୍କୁ ବେହୋସ ଅବସ୍ଥାରେ ପାଇଥିଲେ। ଡାକ୍ତରଖାନାରେ ଚିକିତ୍ସା ପରେ ଚେତା ଫେରି ପାଇବା ପରେ ପ୍ରେମିକା ଜଣକ ପୂରା କାହାଣୀ ବର୍ଣ୍ଣନା କରିଥିଲେ। ଉଭୟଙ୍କ ଶେଷ ମୁହୂର୍ତ୍ତର ସିସିଟିଭି ଫୁଟେଜରେ ସେମାନେ ମାଛ ଧରିବା ପାଇଁ ପାଇର୍‌ ଉପରେ ଚେୟାର ଲଗାଇଥିବାର ନଜର ଆସିଥିଲେ। ପ୍ରେମୀ ଯୁଗଳ ଟାଇଟନିକର ରୋମାଣ୍ଟିକ ଦୃଶ୍ୟକୁ ପୁନଃ ତିଆରି କରିବାକୁ ଚାହୁଁଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନଙ୍କର ଶେଷ ଏବଂ ଦୁଃଖଦ ଦୃଶ୍ୟ ପୁନରାବୃତ୍ତି ହେଲା। ଯେଉଁଥିରେ ପ୍ରେମିକା ବଞ୍ଚି ଯାଇଥିଲେ କିନ୍ତୁ ପ୍ରେମିକ ସମୁଦ୍ରରେ ବୁଡ଼ି ଯାଇଥିଲେ। ଫିଲ୍ମ ଦେଖି ବାସ୍ତବ ଜୀବନରେ ଏମିତି କରିବା କେତେ ଯେ, କ୍ଷତିକାରକ ତାହା ଏହି ଘଟଣାରୁ ସ୍ପଷ୍ଟ ବୁଝାପଡ଼େ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri