Posted inଫୁରସତ

ଟାଇଟନିକ୍‌ ପୋଜ୍‌ରେ ଶୁଟିଂ କରୁଥିଲେ ପ୍ରେମୀଯୁଗଳ, ପରେ ଯାହା ଘଟିଲା…

୧୯୯୭ରେ ହଲିଉଡ୍‌ ଫିଲ୍ମ ‘ଟାଇଟନିକ୍‌’ ସମ୍ପର୍କରେ କିଏ ବା ନ ଜାଣିଛି। ଏହି ଫିଲ୍ମ ସେତେବେଳେ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ଫିଲ୍ମଟି ଯୁବପିଢ଼ିଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଏଥିରେ କିଛି ରୋମାଣ୍ଟିକ୍‌ ସିନ୍‌ ବା ଦୃଶ୍ୟ ଥିଲା। ସେଥିମଧ୍ୟରୁ ଗୋଟିଏ ହେଉଛି ଜାହାଜର ଧାରରେ ପରସ୍ପର ସହିତ ଠିଆ ହୋଇଥିବା କପଲଙ୍କ ରୋମାଣ୍ଟିକ ପୋଜ୍‌। ଯାହାକୁ ‘କିଙ୍ଗ୍‌ ଅଫ୍‌ ଓ୍ବାଲର୍‌ଡ’ କୁହାଯାଏ। ।

ଟାଇଟନିକ୍‌ ଫିଲ୍ମ ପରି ଏକ ଘଟଣା ତୁର୍କୀରେ ଘଟିଛି। କୋକେଲିର ଉତ୍ତର-ପଶ୍ଚିମ ପ୍ରଦେଶର ଇଜ୍‌ମିତ୍‌ ମରିନା ପିଆରରେ ଫୁର୍କାନ ସିଫ୍ଟସି ଏବଂ ମାଇନ ଡିନାର୍‌ ନାମକ ପ୍ରେମୀଯୁଗଳ ସମୁଦ୍ରକୂଳରେ ଟାଇଟନିକ୍‌ର ରୋମାଣ୍ଟିକ ପୋଜ ସୃଷ୍ଟି କରିବାକୁ ଚାହୁଁଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନଙ୍କର ଶେଷ ଏବଂ ଦୁଃଖଦ ଦୃଶ୍ୟ ପୁନରାବୃତ୍ତି ହେଲା।

ପ୍ରେମୀଯୁଗଳ ମଦ୍ୟପାନ କରିବା ସହିତ ପୋଜ୍‌ ପୁନରାବୃତ୍ତି କରିବା ପୂର୍ବରୁ ମାଛ ଧରୁଥିଲେ। ତା’ପରେ ଯେତେବେଳେ ସେମାନେ ନିଜକୁ ପୋଜ ସ୍ଥିତିରେ ଠିଆ ହେଲେ ବୋଧହୁଏ ମଦ୍ୟପାନ ହେତୁ ଉଭୟ ସନ୍ତୁଳନ ବଜାୟ ରଖିପାରିଲେ ନାହିଁ। ସମୁଦ୍ରରେ ଖସି ପଡ଼ିଲେ। ପୋଜ ସର୍କଲରେ ଉଭୟ ଘାଟରେ ସୁରକ୍ଷା ବୃତ୍ତ ଅତିକ୍ରମ କରି ଆଗକୁ ବଢ଼ିଥିଲେ। ନିକଟସ୍ଥ ମତ୍ସ୍ୟଜୀବୀମାନେ ଏହି ପ୍ରେମୀଯୁଗଳଙ୍କୁ ସମୁଦ୍ରରେ ପଡ଼ିଥିବାର ଦେଖି ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଜଣେ ମତ୍ସ୍ୟଜୀବୀ ଗର୍ଲଫ୍ରେଣ୍ଡ ମାଇନ ଡିନାରକୁ ବଞ୍ଚାଇବାରେ ସଫଳ ହୋଇଥିଲେ। କିନ୍ତୁ କଠିନ ପରିଶ୍ରମ ପରେ ମଧ୍ୟ ପ୍ରେମିକଙ୍କ ପତ୍ତା ମିଳି ନ ଥିଲା। ପରେ ଜରୁରିକାଳୀନ ସେବାକୁ ଡାକିବାକୁ ପଡ଼ିଥିଲା। ଏହାର କର୍ମଚାରୀମାନେ ଆସି ପ୍ରେମିକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ।

ପ୍ରେମୀଯୁଗଳଙ୍କୁ ସମୁଦ୍ରରେ ବୁଡ଼ିଯିବାର ଦେଖି ମତ୍ସ୍ୟଜୀବୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ପ୍ରେମିକଙ୍କ ମୃତଦେହ ମିଳିଥିବା ବେଳେ ପ୍ରେମିକାଙ୍କୁ ବେହୋସ ଅବସ୍ଥାରେ ପାଇଥିଲେ। ଡାକ୍ତରଖାନାରେ ଚିକିତ୍ସା ପରେ ଚେତା ଫେରି ପାଇବା ପରେ ପ୍ରେମିକା ଜଣକ ପୂରା କାହାଣୀ ବର୍ଣ୍ଣନା କରିଥିଲେ। ଉଭୟଙ୍କ ଶେଷ ମୁହୂର୍ତ୍ତର ସିସିଟିଭି ଫୁଟେଜରେ ସେମାନେ ମାଛ ଧରିବା ପାଇଁ ପାଇର୍‌ ଉପରେ ଚେୟାର ଲଗାଇଥିବାର ନଜର ଆସିଥିଲେ। ପ୍ରେମୀ ଯୁଗଳ ଟାଇଟନିକର ରୋମାଣ୍ଟିକ ଦୃଶ୍ୟକୁ ପୁନଃ ତିଆରି କରିବାକୁ ଚାହୁଁଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନଙ୍କର ଶେଷ ଏବଂ ଦୁଃଖଦ ଦୃଶ୍ୟ ପୁନରାବୃତ୍ତି ହେଲା। ଯେଉଁଥିରେ ପ୍ରେମିକା ବଞ୍ଚି ଯାଇଥିଲେ କିନ୍ତୁ ପ୍ରେମିକ ସମୁଦ୍ରରେ ବୁଡ଼ି ଯାଇଥିଲେ। ଫିଲ୍ମ ଦେଖି ବାସ୍ତବ ଜୀବନରେ ଏମିତି କରିବା କେତେ ଯେ, କ୍ଷତିକାରକ ତାହା ଏହି ଘଟଣାରୁ ସ୍ପଷ୍ଟ ବୁଝାପଡ଼େ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri