Posted inଫୁରସତ

୧୯ ବର୍ଷ ବୟସରେ ଅସ୍ରାବ୍ୟ ଗାଳି ଦେଇ ଚର୍ଚ୍ଚାରେ ଏହି ‘ଲେଡି ଡନ୍‌’; ଦୁଇ ଗ୍ୟାଙ୍ଗଷ୍ଟରଙ୍କୁ ପ୍ରେମରେ ଫସାଇ…

ଚର୍ଚ୍ଚାରେ ଲେଡି ଡନ୍‌ ରେଖା ମୀନା। ମିଡିଆଠାରୁ ଆରମ୍ଭ କରି ସୋସିଆଲ ମିଡିଆ ସବୁଆଡେ ତାଙ୍କୁ ନେଇ ଖବର ପ୍ରକାଶ ପାଉଛି। ତାଙ୍କ ବିଷୟରେ ଜାଣିବା ପାଇଁ ସୋସିଆଲ ପ୍ଲାଟଫର୍ମରେ ବହୁତ ଖୋଜାଯାଉଛି। ତେବେ ରେଖା ହେଉଛନ୍ତି ରାଜସ୍ଥାନର କରୌଲୀରେ ରହୁଥିବା ୧୯ ବର୍ଷୀୟ ଯୁବତୀ। ସେ ସର୍ବସାଧାରଣରେ ବିରୋଧୀଙ୍କୁ ଖୋଲାଖୋଲି ଭାବେ ଗାଳି ଦେବା ସହ ଧମକ ଦିଅନ୍ତି। ଏହାର ଭିଡିଓ ଆଧାରରେ ଏବେ କୁର୍ଗାଓଁର ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ରେଖାଙ୍କ ଘରେ କରୌଲି ଜିଲାର ନାଗଲ ଲାଟ ଗାଁରେ। ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିବା ବେଳେ ପିତା ଜଣେ ଦିନ ମଜୁରିଆ। ହେଲେ ରେଖା ଦୁଇଥର ଜେଲ୍‌ରୁ ଫେରିଲେଣି। ସେ ପ୍ରଥମେ ପ୍ରେମ ଜାଲରେ ଫସାଇ ଜଣଙ୍କୁ ଆଉଜଣଙ୍କ ହାତରେ ହତ୍ୟା କରିଦେଇଛନ୍ତି। ଏପରିକି ସେ ନିଜକୁ ଲେଡି ଡନ୍‌ ବୋଲି ପ୍ରମାଣିତ କରିବାକୁ ଅନେକ କିଛି କରିଥାନ୍ତି। ସୋସିଆଲ ମିଡିଆରେ କୁଖ୍ୟାତ ଅପରାଧୀମାନଙ୍କୁ ଗାଳି ଦେଇ ରଗାଇବାକୁ ଚେଷ୍ଟା କରିଥାନ୍ତି। ଏହାର ଅନେକ ଭିଡିଓ ତାଙ୍କ ପୃଷ୍ଠାରେ ରହିଛି।

ଖୁବ୍‌ କମ୍‌ ବୟସରେ ତ୍ରୀକୋଣୀୟ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାରେ ଥିଲେ ସେ। ତାଙ୍କ ପ୍ରେମରେ ପଡ଼ି ଜଣେ ଗ୍ୟାଙ୍ଗଷ୍ଟରଙ୍କୁ ଜୀବନ ହରାଇବାକୁ ପଡ଼ିଛି। ଦିନ ଥିଲା ଗ୍ୟାଙ୍ଗଷ୍ଟର ଅନୁରାଜ ମୀନା ଏବଂ ପପୁ ମୀନା ଭଲ ବନ୍ଧୁ ଥିଲେ। ହେଲେ ରେଖାଙ୍କ ପ୍ରେମରେ ପଡ଼ିବା ପରେ ଉଭୟ ପରସ୍ପର ଶତ୍ରୁ ପାଲଟିଥିଲେ। ରେଖା ଅନୁରାଜଙ୍କୁ ପପୁଙ୍କ ବିରୋଧରେ ଏଭଳି କଥା କହିଥିଲେ ଯେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ଅନୁରା ପପୁଙ୍କ ଘରେ ପହଞ୍ଚି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

ବର୍ତ୍ତମାନ ରେଖା ଭରତପୁର ମହିଳା ଜେଲରେ ଅଛନ୍ତି। ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri