Posted inଫୁରସତ

୧୯ ବର୍ଷ ବୟସରେ ଅସ୍ରାବ୍ୟ ଗାଳି ଦେଇ ଚର୍ଚ୍ଚାରେ ଏହି ‘ଲେଡି ଡନ୍‌’; ଦୁଇ ଗ୍ୟାଙ୍ଗଷ୍ଟରଙ୍କୁ ପ୍ରେମରେ ଫସାଇ…

ଚର୍ଚ୍ଚାରେ ଲେଡି ଡନ୍‌ ରେଖା ମୀନା। ମିଡିଆଠାରୁ ଆରମ୍ଭ କରି ସୋସିଆଲ ମିଡିଆ ସବୁଆଡେ ତାଙ୍କୁ ନେଇ ଖବର ପ୍ରକାଶ ପାଉଛି। ତାଙ୍କ ବିଷୟରେ ଜାଣିବା ପାଇଁ ସୋସିଆଲ ପ୍ଲାଟଫର୍ମରେ ବହୁତ ଖୋଜାଯାଉଛି। ତେବେ ରେଖା ହେଉଛନ୍ତି ରାଜସ୍ଥାନର କରୌଲୀରେ ରହୁଥିବା ୧୯ ବର୍ଷୀୟ ଯୁବତୀ। ସେ ସର୍ବସାଧାରଣରେ ବିରୋଧୀଙ୍କୁ ଖୋଲାଖୋଲି ଭାବେ ଗାଳି ଦେବା ସହ ଧମକ ଦିଅନ୍ତି। ଏହାର ଭିଡିଓ ଆଧାରରେ ଏବେ କୁର୍ଗାଓଁର ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ରେଖାଙ୍କ ଘରେ କରୌଲି ଜିଲାର ନାଗଲ ଲାଟ ଗାଁରେ। ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିବା ବେଳେ ପିତା ଜଣେ ଦିନ ମଜୁରିଆ। ହେଲେ ରେଖା ଦୁଇଥର ଜେଲ୍‌ରୁ ଫେରିଲେଣି। ସେ ପ୍ରଥମେ ପ୍ରେମ ଜାଲରେ ଫସାଇ ଜଣଙ୍କୁ ଆଉଜଣଙ୍କ ହାତରେ ହତ୍ୟା କରିଦେଇଛନ୍ତି। ଏପରିକି ସେ ନିଜକୁ ଲେଡି ଡନ୍‌ ବୋଲି ପ୍ରମାଣିତ କରିବାକୁ ଅନେକ କିଛି କରିଥାନ୍ତି। ସୋସିଆଲ ମିଡିଆରେ କୁଖ୍ୟାତ ଅପରାଧୀମାନଙ୍କୁ ଗାଳି ଦେଇ ରଗାଇବାକୁ ଚେଷ୍ଟା କରିଥାନ୍ତି। ଏହାର ଅନେକ ଭିଡିଓ ତାଙ୍କ ପୃଷ୍ଠାରେ ରହିଛି।

ଖୁବ୍‌ କମ୍‌ ବୟସରେ ତ୍ରୀକୋଣୀୟ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାରେ ଥିଲେ ସେ। ତାଙ୍କ ପ୍ରେମରେ ପଡ଼ି ଜଣେ ଗ୍ୟାଙ୍ଗଷ୍ଟରଙ୍କୁ ଜୀବନ ହରାଇବାକୁ ପଡ଼ିଛି। ଦିନ ଥିଲା ଗ୍ୟାଙ୍ଗଷ୍ଟର ଅନୁରାଜ ମୀନା ଏବଂ ପପୁ ମୀନା ଭଲ ବନ୍ଧୁ ଥିଲେ। ହେଲେ ରେଖାଙ୍କ ପ୍ରେମରେ ପଡ଼ିବା ପରେ ଉଭୟ ପରସ୍ପର ଶତ୍ରୁ ପାଲଟିଥିଲେ। ରେଖା ଅନୁରାଜଙ୍କୁ ପପୁଙ୍କ ବିରୋଧରେ ଏଭଳି କଥା କହିଥିଲେ ଯେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ଅନୁରା ପପୁଙ୍କ ଘରେ ପହଞ୍ଚି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

ବର୍ତ୍ତମାନ ରେଖା ଭରତପୁର ମହିଳା ଜେଲରେ ଅଛନ୍ତି। ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଟୁଥବ୍ରଶକୁ ଖାଇଦେଲେ ମହିଳା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ଟୁଥବ୍ରଶକୁ ଆମେ ସାଧାରଣତଃ ଦାନ୍ତ ଘଷିବା ପାଇଁ ବ୍ୟବହାର କରୁଥାଉ। କିନ୍ତୁ ତାକୁ ଯଦି ଜଣେ ଖାଦ୍ୟ ଭାବେ ଗିଳିଦିଏ? ନିକଟରେ ଏପରି କିଛି ଘଟଣା...

ସାଟେଲାଇଟର ସମାଧିସ୍ଥଳ: ଯେଉଁଠି ଇଣ୍ଟରନାଶନାଲ ସ୍ପେଶ ଷ୍ଟେଶନକୁ ଦିଆଯିବ ସମାଧି

ନୂଆଦିଲ୍ଲୀ,୬।୧୨: ଶ୍ମଶାନ। ଯେଉଁଠି ମୃତ ବ୍ୟକ୍ତିଙ୍କ ମର ଶରୀରକୁ ସମାଧି ଦିଆଯାଏ। କିନ୍ତୁ କେବେ ଶୁଣିଛନ୍ତି କି ସାଟେଲାଇଟଗୁଡକିର ମଧ୍ୟ ଶ୍ମଶାନ ଅଛି? ଦୁନିଆରେ ଏପରି...

ପୋଖରୀ ଭିତରେ ଏମିତି ସାଇକେଲ ଚଳାଉଛନ୍ତି ଯୁବତୀ, ଭିଡିଓ ଦେଖିଲେ ହୃଦୟକୁ ଛୁଇଁଯିବ

ବେଲ୍‌ଜିୟମ୍‌ର ବୋକ୍ରିଜ୍‌ ଜେନକ ସାଇକେଲ ଚାଳକଙ୍କ ପାଇଁ ଏକ ଚମତ୍କାର ସ୍ଥାନ। ଏଠାରେ ଏକ ବଡ଼ ପୋଖରୀ ଅଛି, ଯାହାର ମଧ୍ୟଭାଗରେ ଏକ ବାଇକ ଟ୍ରେଲ୍‌...

ଜୋତା ପିନ୍ଧି ବୁଲୁଛି ଗଞ୍ଜା, ପାଖରେ ୬୦ ହଳ, ପାଲଟିଛି ସେଲିବ୍ରିଟି, ଦେଖନ୍ତୁ ଭାଇରାଲ ଭିଡିଓ……

ଓ୍ବାଶିଂଟନ,୬।୧୨ : ମଣିଷ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ଭଲ ପାଇବା ନିଆରା। ଏହା ଗୃହପାଳିତ ପ୍ରାଣୀ ପାଳନ କରିଥିବା ଲୋକେ ଅନୁଭବ କରିଥିବେ। ଶୀତଦିନେ ଲୋକମାନେ...

ଏହି ରେଷ୍ଟୁରାଣ୍ଟକୁ ପଶିବା ମାତ୍ରେ ଖାଇବେ ଶକ୍ତ ଚାପୁଡା, ତଥାପି ହେଉଛି ଭିଡ଼

ରେଷ୍ଟୁରାଣ୍ଟରେ ଖାଇବା ସମସ୍ତଙ୍କ ପାଇଁ ସ୍ବତନ୍ତ୍ର। ରେଷ୍ଟୁରାଣ୍ଟରେ ପ୍ରବେଶ କରିବା ମାତ୍ରେ ଗ୍ରାହକମାନଙ୍କୁ ଏକ ସ୍ବତନ୍ତ୍ର ଢଙ୍ଗରେ ସ୍ବାଗତ କରାଯାଏ। କିନ୍ତୁ ଦୁନିଆରେ ଏପରି ଏକ...

ବିବାହର ପ୍ରଥମ ରାତିରେ ସ୍ବାମୀଙ୍କୁ ଏପରି କାର୍ଯ୍ୟରେ ଲଗାଇଲେ ସ୍ତ୍ରୀ, ଲୋକେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ବିବାହର ପ୍ରଥମ ରାତି ପ୍ରତ୍ୟେକ ଦମ୍ପତିଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ। ଆଜିକାଲି ସୋସିଆଲ ମିଡିଆରେ ବିବାହର ପ୍ରଥମ ରାତିର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।...

ମୃତ ବାପାଙ୍କ ଫଟୋ ସହ କୁକୁର ଫିଲଟର ଲଗାଇ ଉଠାଇଲେ ଫଟୋ, ଭାଇରାଲ ହେଉଛି ଭିଡିଓ

ଫଟୋରେ ଆସୁଥିବା ଫିଲଟର ଫିଚରରେ ୟୁଜର୍ସ ବିଭିନ୍ନ ପ୍ରକାର ଫିଚର ବ୍ୟବହାର କରୁଛନ୍ତି। ଖାସ୍‌ କରି ଯୁବତୀମାନେ। ପ୍ରତି ଫଟୋ ପାଇଁ ଯୁବତୀମାନେ ବିଭିନ୍ନ ପ୍ରକାର...

ଦୁନିଆର ବିଭତ୍ସ ଖାଦ୍ୟ, ଯାହାକୁ ଖାଇବା ସମୟରେ ରୁମାଲରେ ମୁଣ୍ଡ ଢାଙ୍କନ୍ତି ଲୋକ

ଅନେକ ରେଷ୍ଟୁରାଣ୍ଟରେ ଏପରି କିଛି ସ୍ପେଶାଲ ଡିସ୍‌ ଥାଏ ଯାହା ଗ୍ରାହକଙ୍କୁ ଖୁବ୍‌ ପସନ୍ଦ ଆସିଥାଏ। ଏପରି ଏକ ଖାଦ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri