ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବୋଟ୍‌ ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା,୨୬ା୧(ଡି.ଏନ୍‌.ଏ.): ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗୁରୁପ୍ରିୟା ସେତୁଠାରେ ବିଏସ୍‌ଏଫ୍‌ ଡିଆଇଜି ସଞ୍ଜୟ କୁମାର ସିଂ, ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ବିଡିଓ ରାହୁଲ ମଣ୍ଡଳ ତଥା ଓଡ଼ିଶା ପୋଲିସ ପ୍ରଶାସନ ଉପସ୍ଥିତିରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଅବସରରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଜାନବାଇଠାରେ ୧୫୧ଟି ଗାଁର ୧୦ ହଜାରରୁ ଅଧିକ ଲୋକଙ୍କ ନିମନ୍ତେ ଜରୁରିକାଳୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସୀମା ସୁରକ୍ଷା ବାହିନୀ ପକ୍ଷରୁ ବୋଟ୍‌ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ବିଏସ୍‌ଏଫ୍‌ ଡିଆଇଜିଙ୍କ ଉପସ୍ଥିତିରେ ଉକ୍ତ ବୋଟ୍‌ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି। ଉକ୍ତ ଅଞ୍ଚଳରେ ଯାତାୟାତ ପାଇଁ ଜଳପଥ ଥିବାରୁ ସ୍ବାସ୍ଥ୍ୟ ସେବାକୁ ବ୍ୟାପକ କରି ଆଉ ଏକ ବୋଟ୍‌ ଆମ୍ବୁଲାନ୍ସ ଚାଲିବ। ଏଥିରେ ୩୫ଟି ଗାଁର ୧୦ ହଜାରରୁ ଅଧିକ ଲୋକ ଉପକୃତ ହେବେ ବୋଲି ଆଶା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫ ସୁଦ୍ଧା ଯକ୍ଷ୍ମାମୁକ୍ତ ହେବ ଗଞ୍ଜାମ

ଛତ୍ରପୁର,୨୧।୯:(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ମଙ୍ଗଳବାର ଜିଲାସ୍ତରୀୟ ସମନ୍ବୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଯକ୍ଷ୍ମା ନିରାକରଣ, ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଖାଦ୍ୟ ନିରାପତ୍ତା...

ପ୍ରମୋଦିନୀ ରାଉଳ ଏସିଡ୍‌ ଆକ୍ରମଣ ଘଟଣା, ଦୀର୍ଘବର୍ଷ ପରେ ରାୟ ଶୁଣାଇଲେ କୋର୍ଟ

ଜଗତସିଂହପୁର ଅଫିସ,୯ା୫: ଦୀର୍ଘବର୍ଷ ପରେ ପ୍ରମୋଦିନୀ ରାଉଳ ଏସିଡ୍‌ ଆକ୍ରମଣ ଘଟଣାରେ ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ ଦୌରାଜଜ୍‌ ତଥା ମହିଳା କୋର୍ଟ ବିଚାରପତି ରଶ୍ମିତା...

୪ ହଜାର ଟଙ୍କାର ବାଲିକୁ ୫୦ ହଜାର

ଜଗତ୍‌ସିଂହପୁର ଅଫିସ୍‌, ୨୦ା୧୨: ଜଗତ୍‌ସିଂହପୁର ଜିଲାରେ ବାଲି ସଇରାତ ହାତେଇବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ସଦ୍ୟ କେତୋଟି ସଇରାତ ନିଲାମ ଫଳାଫଳରୁ ଏହା ସ୍ପଷ୍ଟ...

ସୁପାଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ: ଦୁଇଟା କୁଠି, ୮ଟା ଶ୍ରେଣୀର ୧୧୯ ଛାତ୍ରୀଛାତ୍ର

କୋକସରା, ୭।୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡ଼ୁଗଁା ପଁଚେତ୍‌ ସୁପାଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ଏହେଦେ ନାନା ସମସିଆ ଘରରେ ରହିଛେ।...

ବିଦ୍ୟୁତ୍‌ ତାର ଲାଗି ଚାଲିଗଲା ୨ ଛାତ୍ରଙ୍କ ଜୀବନ

ମାଲକାନଗିରି,୨୧ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପଡ଼ିଆ ବ୍ଲକ କାଲିମେଳା ଥାନା ଅଧୀନ ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ରୋଡ଼ଗୁଡ଼ା ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଚଢ଼େଇ ଛୁଆ ଧରିବାକୁ...

ପ୍ରତାରଣା କରିଚାଲିଛି ଧାମରା ବନ୍ଦର କମ୍ପାନୀ

ଚାନ୍ଦବାଲି,୪।୬(ଡି.ଏନ.ଏ.) ଭଦ୍ରକ ଜିଲା ଧାମରା ବନ୍ଦର କମ୍ପାନୀ ପକ୍ଷରୁ ନିଯୁକ୍ତି ସୁଯୋଗଠାରୁ ଆରମ୍ଭ କରି ପାରିପାର୍ଶ୍ୱିକ ବିକାଶ ପାଇଁ ଗତ ୧୪ ବର୍ଷ ମଧ୍ୟରେ ଦିଆଯାଇଥିବା...

ରେଞ୍ଜରଙ୍କୁ କାରଣଦର୍ଶାଅ ନୋଟିସ୍‌

ସୋନପୁର,୨୮।୯(ନି.ପ୍ର.): ସୁବର୍ଣ୍ଣପୁର ବନଖଣ୍ଡ ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ବାଘପାଲି ଜଙ୍ଗଲରେ ବାଘ ଶିକାର ଘଟଣାରେ ଉଲୁଣ୍ଡା ବନାଞ୍ଚଳ ଅଧିକାରୀ ଦିଲୀପ ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ୍‌...

ଗାଡ଼ିରୁ ଖସି ଶ୍ରମିକଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୫।୮ (ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ତୋରତ ପୋଲ ଉପରେ ରବିବାର ରାତିରେ ଗାଡ଼ିରୁ...

Advertisement
Archives

Model This Week