ଦେବୋତ୍ତର ଜମିରେ ହେବ ଧାନବିକ୍ରି ପଞ୍ଜୀକରଣ: ସେବାୟତଙ୍କ ଧାରଣା ପରେ ଦାବି ମାନିଲେ

ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୧୦ଦିନ ବାକି ରହିଛି। ତେବେ ଅନ୍ୟଥର ଭଳି ଏଥର ମଧ୍ୟ ପଞ୍ଜୀକରଣରେ ନୂଆ କଟକଣା ଚାଷୀଙ୍କୁ ଅଡ଼ୁଆ ସାଜିଥିଲା ଏବଂ ଆରମ୍ଭରୁ ଚାଷୀ ଅସନ୍ତୋଷ ତେଜି ଉଠିଥିଲା। ଚାଷୀ ଆନ୍ଦୋଳନ ଚାପରେ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ିକୁ ବାଧ୍ୟତାମୂଳକ କଟକଣାକୁ ପ୍ରଥମେ ରାଜ୍ୟ ସରକାର ପ୍ରତ୍ୟାହାର କରିବା ପରେ ଦେବୋତ୍ତର ଜମିକୁ ଧାନବିକ୍ରି ପଞ୍ଜୀକରଣରେ ସାମିଲ କରା ନ ଯିବାକୁ ନେଇ ସେବାୟତଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧିଥିଲା। ଏହି କ୍ରମରେ ଶୁକ୍ରବାର ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ଜିଲାର ବିଭିନ୍ନ ଦେବାଦେବୀ ପୀଠ ତଥା ମନ୍ଦିରର ସେବାୟତମାନେ ଜିଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାକୁ ଓହ୍ଲାଇଥିଲେ। ତେବେ ସେବାୟତଙ୍କ ଧାରଣା ପରେ ପୂର୍ବବର୍ଷ ଭଳି ଏଥର ମଧ୍ୟ ଦେବୋତ୍ତର ଜମିକୁ ଧାନବିକ୍ରି ପଞ୍ଜୀକରଣରେ ସାମିଲ କରାଯିବ ବୋଲି ପ୍ରଶାସନ ସହମତି ପ୍ରକାଶ କରିଛି। ଏ ନେଇ ଜିଲାପାଳ ଆଦିତ୍ୟ ଗୋୟଲ ସମବାୟ ସମିତି ସମୂହ ଉପନିବନ୍ଧକ (ଡିଆର୍‌ସିଏସ୍‌) ଯୁଗଳ କିଶୋର ଦାଶଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଡିଆର୍‌ସିଏସ୍‌ ସେ ନେଇ ଜିଲାର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)କୁ ଅବଗତ କରିଥିବା ଜଣାପଡ଼ିଛି। ତେବେ ପଞ୍ଜୀକରଣ ପାଇଁ ଆଉ ମାତ୍ର ୧୦ଦିନ ସମୟ ରହିଥିବାବେଳେ ଏହି ଅବଧି ମଧ୍ୟରେ ସମସ୍ତ କାଗଜାତ୍‌ ପ୍ରସ୍ତୁତ ସହିତ ପଞ୍ଜୀକରଣ କରିବା ଏବେ ସେବାୟତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ଏବଂ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଁ ବର୍ତ୍ତମାନ ଦାବି ଜୋର୍‌ ଧରିଲାଣି।
ସୂଚନାଯୋଗ୍ୟ, ଜିଲାର ବିଭିନ୍ନ ଦେବାଦେବୀଙ୍କ ନାମରେ ଅନେକ ଜମି ରହିଛି। ଦେବୋତ୍ତର ବିଭାଗ ଅଧିନରେ ସେବାୟତମାନେ ସେହି ଜମିରେ ଧାନଚାଷ କରି ଆସୁଛନ୍ତି। ସେଥିରୁ ଅମଳ ଧାନରେ ଦେବଦେବୀଙ୍କ ଭୋଗ ପ୍ରସ୍ତୁତ ହେଉଥିବାବେଳେ ବଳକା ଧାନକୁ ବିକ୍ରି କରି ମନ୍ଦିରର ଅନ୍ୟକାମରେ ବିନିଯୋଗ ହୋଇଆସୁଛି। ତେବେ ପୂର୍ବରୁ ପ୍ରତିବର୍ଷ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ସେହି ଜମିରେ ଧାନବିକ୍ରି ପଞ୍ଜୀକରଣ ହୋଇ ଆସୁଥିଲା। ଗତବର୍ଷ ପଞ୍ଜୀକରଣ ପାଇଁ ପ୍ରଥମରୁ ମନା କରିଥିଲେ ସୁଦ୍ଧା ଶେଷ ମୁହୂର୍ତ୍ତରେ ପୁଣି ସେହି ଜମି ଧାନବିକ୍ରି ପାଇଁ ପଞ୍ଜୀକରଣ ହୋଇଥିଲା ଏବଂ ସେବାୟତମାନେ ମଣ୍ଡିରେ ଧାନବିକ୍ରି କରିବାର ସୁଯୋଗ ପାଇଥିଲେ। କିନ୍ତୁ ଏଥର ଆରମ୍ଭରୁ ଦେବୋତ୍ତର ଜମିରେ ଧାନବିକ୍ରି ପଞ୍ଜୀକରଣକୁ ବିଭାଗୀୟ ଅଧିକାରୀମାନେ ମନା କରିଦେବା ଯୋଗୁ ସେବାୟତମାନେ ଚିନ୍ତାରେ ପଡ଼ିଥିଲେ। ଫଳରେ ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ସେବାୟତମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବାହ୍ନ ୧୦ଟାରୁ ଧାରଣାରେ ବସିଥିଲେ। ପରେ ଜିଲାପାଳ ଗୋୟଲ ଧାରଣାରେ ସାମିଲ ସେବାୟତ ଏବଂ ଚାଷୀନେତାଙ୍କ ମଧ୍ୟରୁ ୧୫ଜଣିଆଁ ପ୍ରତିନିଧିଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଗତବର୍ଷ ଭଳି ଏଥର ମଧ୍ୟ ଦେବୋତ୍ତର ଜମିରେ ଧାନବିକ୍ରି ପଞ୍ଜୀକରଣ ହେବ ବୋଲି ଜିଲାପାଳ ସୂଚନା ଦେଇଥିଲେ। ସେହିପରି ଧାନବିକ୍ରି ପଞ୍ଜୀକରଣ, ଫସଲବୀମା ପଞ୍ଜୀକରଣ ଅବଧି ବୃଦ୍ଧି, କଳାବଜାର ରୋକି ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ଯୋଗାଇବା ଆଦି ଦାବି ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସଂଯୁକ୍ତ କୃଷକ ସଙ୍ଗଠନର ସୁରେଶ ନିକାଣ୍ଟି, ରବିଶଙ୍କର ପ୍ରଧାନ, ନିରଞ୍ଜନ ପ୍ରଧାନ, କାରଣ ସାହୁ, କିଶୋର ସାହୁ ପ୍ରମୁଖ ଧାରଣାର ନେତୃତ୍ୱ ନେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?