ପ୍ରୋତ୍ସାହନ ପାଇଁ ପଞ୍ଜୀକରଣ

ଅନୁଗୋଳ ଅଫିସ, ୨୫ା୯ ମହାମାରୀ କରୋନା ସଂକ୍ରମଣ ସାମାନ୍ୟ ଥମିଛି। ହେଲେ ପ୍ରଥମ ଓ ଦ୍ୱିତୀୟ ଲହରରେ ଏହା ନେଇଛି ଅନେକେ ମୁଣ୍ଡ। ଅନୁଗୋଳ ଜିଲାରେ କେବଳ କୋଭିଡ୍‌ରେ ଆକ୍ରାନ୍ତ ହୋଇ ୩୮୭ ଜଣଙ୍କ ଜୀବନ ଯାଇଛି। କରୋନା ସହ ଅନ୍ୟ ରୋଗରେ ପୀଡ଼ିତ ୧୫ ଶହରୁ ଊର୍ଦ୍ଧ୍ୱ ଲୋକ ଆଖି ବୁଜିଛନ୍ତି ଜିଲାରୁ। ୪୬୯ ଶିଶୁ ହୋଇଛନ୍ତି ଅଭିଭାବକ ଶୂନ୍ୟ। ଏମାନଙ୍କ ମଧ୍ୟରୁ ୪୪୯ ଜଣ ଏକକ ଅଭିଭାବକ (ମା’ କିମ୍ବା ବାପା)ଙ୍କୁ ହରାଇଥିବାବେଳେ ୨୦ ଜଣ ଶିଶୁ ଉଭୟ ମା’, ବାପାଙ୍କୁ ହରାଇଛନ୍ତି। ତେଣୁ ଏପରି ଶିଶୁଙ୍କୁ ସରକାରଙ୍କ ଆଶୀର୍ବାଦ ଯୋଜନାରେ ଥଇଥାନ ସହ ପ୍ରୋତ୍ସାହନ ଯୋଗାଇ ଦେବାକୁ ଅନୁଗୋଳ ଜିଲାରେ ଆରମ୍ଭ ହୋଇଛି ପଞ୍ଜୀକରଣ।
ଅଭିଭାବକଙ୍କୁ ହରାଇଥିବା ଅନୁଗୋଳ ଜିଲାର ୪୬୯ ଜଣ ୧୮ ବର୍ଷରୁ କମ୍‌ ବୟସ ପିଲାମାନଙ୍କୁ ଆଶୀର୍ବାଦ ଯୋଜନାରେ ସରକାରୀ ସୁବିଧା ଯୋଗାଇ ଦିଆଯିବ। ମାସିକ ଭତ୍ତା ସହ ରାଶନକାର୍ଡ ପ୍ରଦାନ କରାଯିବ। ଉଭୟ ମା’ ଓ ବାପାଙ୍କୁ ହରାଇଥିବା ୨୦ ଜଣ ପିଲାଙ୍କୁ ମାସିକ ୨୫ଶହ ଟଙ୍କା ଲେଖାଏ ମାସିକ ପ୍ରୋତ୍ସାହନ ରାଶି ଦିଆଯିବ। ୪୪୯ ଜଣ ଏକକ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କୁ ୧୫ଶହ ଟଙ୍କା ଲେଖାଏ ମାସିକ ପ୍ରୋତ୍ସାହନ ଦିଆଯିବ। ସେମାନଙ୍କୁ ଆଦୃତରେ ରଖି ପାଠ ପଢ଼ାଇବା ବ୍ୟବସ୍ଥା କରାଯିବ। ପରିବାରର ଅନ୍ୟ ସଦସ୍ୟଙ୍କ ନିକଟରେ ରହୁଥିବା ପିଲାଙ୍କ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷାକୁ ଦୃଷ୍ଟିରେ ରଖିବାକୁ ସମସ୍ତ ସିଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନାଥ ଶିଶୁଙ୍କ ଆଧାର କାର୍ଡ କରାଇବା ସହ ଅନୁସୂଚିତ ଜାତି ଓ ଜନଜାତି ପ୍ରମାଣପତ୍ର ବାହାର କରି ଏସ୍‌ଟି ଓ ଏସ୍‌ସି ବିଦ୍ୟାଳୟରେ ପଢ଼ାଇବାକୁ ବ୍ୟବସ୍ଥା କରାଯାଉଛି। ଅନୁଗୋଳ ବ୍ଲକର ଅଭିଭାବକଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଏକ କ୍ୟାମ୍ପ ଆୟୋଜନ କରାଯାଇଥିଲା। ଏଥିରେ ୨୬ଟି ପରିବାରରୁ ୪୬ ଜଣ ଅନାଥ ଶିଶୁଙ୍କ ପଞ୍ଜୀକରଣ ହୋଇଥିଲା। ଆଗାମୀ ଦିନରେ ସମସ୍ତ ବ୍ଲକ ଓ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏପରି କ୍ୟାମ୍ପ ଆୟୋଜନ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ଏହି ଶିବିରରେ ଶିଶୁ ବିକାଶ ପ୍ରକଳ୍ପ ଭାରପ୍ରାପ୍ତ ଅଧିକାରୀ ବିଦ୍ୟୁତ୍‌ପ୍ରଭା ବେହେରା ସହଯୋଗ କରିଥିଲେ। ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ସଞ୍ଜୀବ କର ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ଶିଶୁ ସୁରକ୍ଷା କାର୍ଯ୍ୟାଳୟର ପିଓଏମ୍‌ଆଇସି ଝରଣା ନାୟକ, ଡାଟା ଆନାଲିଶିଷ୍ଟ ଦିଲୀପ ନାୟକ, କାଉନସିଲର ମଧୁସ୍ମିତା ଧଳ, ଓଆରଡବ୍ଲ୍ୟୁ ସତ୍ୟାନନ୍ଦ ସାହୁ, ଯାଜ୍ଞସିନୀ ନାୟକ, ଆଦୃତ ଶିଶୁ ସଦନର ଅନିଲ ଦେବ, ଅନୁଗୋଳ ଚାଇଲ୍ଡ ଲାଇନ୍‌ ସଂଯୋଜିକା ଲିଜା ପାଣିଗ୍ରାହୀ, କାଉନସିଲର ପୂଜା ସ୍ବାଇଁ, ଲକ୍ଷ୍ମୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ସେପ୍ଟେମ୍ବର ୧୫ ପରେ ଯେଉଁ ଶିଶୁ ଅଭିଭାବକଙ୍କୁ ହରାଇଛନ୍ତି, ସେମାନଙ୍କୁ ଏହି ଯୋଜନାରେ ସାମିଲ ନ କରିବାକୁ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାକୁ ପ୍ରତ୍ୟାହାର କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
ସମସ୍ତ ଯୋଗ୍ୟଙ୍କୁ ସାମିଲ କରାଯିବ
ଯେଉଁ ଶିଶୁ ଏକକ ଓ ଉଭୟ ଅଭିଭାବକଙ୍କୁ ହରାଇଛନ୍ତି, ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ ପାଇଁ ଚୟନ କରାଯାଉଛି। ଅନୁଗୋଳ ବ୍ଲକ ସହ ଅନ୍ୟ ବ୍ଲକ ଗୁଡ଼ିକରେ ଏହି ପ୍ରକ୍ରିୟା ଜାରି ରହିଛି। ସମସ୍ତ ଯୋଗ୍ୟ ଶିଶୁଙ୍କୁ ଏଥିରେ ସାମିଲ କରାଯିବ। କେହି ବାଦ୍‌ ପଡ଼ିବେ ନାହିଁ।
-ଗୌରୀ ଶଙ୍କର ବେହେରା, ଜିଲା ଶିଶୁ ସୁରକ୍ଷା ଅଧିକାରୀ
ପିଲାଙ୍କ ପାଇଁ ବଡ଼ ଆଶ୍ୱାସନା
କରୋନାରେ ମା’ କିମ୍ବା ବାପାଙ୍କୁ ହରାଇଥିବା ପିଲାଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ଏମାନଙ୍କ ଥଇଥାନ ଉପରେ ସରକାର ଯେତିକି ଗୁରୁତ୍ୱ ଦେଉଛନ୍ତି, ଶିକ୍ଷା ଉପରେ ମଧ୍ୟ ସେତିକି ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ସରକାରଙ୍କ ଆଶୀର୍ବାଦ ଯୋଜନା ଏପରି ପିଲାଙ୍କ ପାଇଁ ବଡ଼ ଆଶ୍ୱାସନା ହୋଇପାରିବ।
-ସରୋଜ କୁମାର ଜେନା, ମୃତକଙ୍କ ସମ୍ପର୍କୀୟ
ଯୋଗ୍ୟମାନେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ
ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ଏହି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରାଗଲେ ସେମାନେ ଉପକୃତ ହେବେ। ପ୍ରଶାସନ ଠିକ୍‌ ଭାବେ ଯାଞ୍ଚ କରି ଏକକ ଓ ଉଭୟ ଅଭିଭାବକଙ୍କୁ ହରାଇଥିବା ଶିଶୁଙ୍କୁ ସାମିଲ କଲେ ପିଲାଙ୍କ ଭବିଷ୍ୟତ ସୁଧୁରିବ।
-ଭୂପେଶ ଚନ୍ଦ୍ର ପ୍ରଧାନ,
ବୁଦ୍ଧିଜୀବୀ
ଯୋଜନା ବନ୍ଦ ନ ହେଉ
ରାଜ୍ୟରୁ କରୋନା ଦୂର ହୋଇନାହିଁ। ଏବେ ବି ଲୋକମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେଣୁ ସରକାରଙ୍କ ଆଶୀର୍ବାଦ ଯୋଜନା ବନ୍ଦ ନ ହେଉ। ଏ ସମ୍ପର୍କିତ ନିର୍ଦ୍ଦେଶନାମା ପ୍ରତ୍ୟାହାର କରାଯାଉ। ଯୋଜନା ବନ୍ଦ ହୋଇଗଲେ ଏହି ଅନାଥ ପିଲାମାନଙ୍କ ଭବିଷ୍ୟତ ଓ ବଞ୍ଚତ୍ବା କଷ୍ଟକର ହୋଇପଡ଼ିବ।
-ଅନୁପମା ରାଉତ, ସମ୍ପାଦିକା,
ଜୀତା ଏନ୍‌ଜିଓ


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ଖଣ୍ଡଗିରି, ଜମୁଛି ବେପାର

ଭୁବନେଶ୍ୱର, ୩୦।୧ (ବ୍ୟୁରୋ):ପବିତ୍ର କୁମ୍ଭମେଳାର ଦ୍ୱିତୀୟ ଦିନରେ ମନ୍ତ୍ରଧ୍ୱନି, ପାରାୟଣ, ପ୍ରବଚନ ଓ ଭଜନ କୀର୍ତ୍ତନରେ ଖଣ୍ଡଗିରି ପାହାଡ଼ ପ୍ରକମ୍ପିତ ହେଉଛି। ସକାଳରୁ ରାତି ଯାଏ...

ନିଖୋଜ ଅଙ୍ଗନୱାଡି ସହାୟିକାଙ୍କୁ ତୁରନ୍ତ ଖୋଜି ବାହାର କରିବା ଦାବି: ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ଆଠମଲ୍ଲିକ,୨୬ା୧୧(ଡି.ଏନ.ଏ.)- ଗତ ଅକ୍ଟୋବର ୯ରୁ ନିଖୋଜ ଥିବା ଅଙ୍ଗନୱାଡି ସହାୟିକା ବାଲି ପ୍ରଧାନଙ୍କୁ ତୁରନ୍ତ ଖୋଜି ବାହାର କରିବା ଦାବି ନେଇ ମଙ୍ଗଳବାର ଆଞ୍ଚଳିକ ମହିଳା...

ରବି ପାଣି ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ

ତାଳଚେର,୧୮ା୨(ନି.ପ୍ର.)- ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ତାଳଚେରର ରବି ନାରାୟଣ ପାଣିଙ୍କୁ ମନୋନୀତ କରାଯାଇଛି। ତାଳଚେରରୁ ଓକିଲାତି ଜୀବନ ଆରମ୍ଭ କରିଥିବା ପାଣି ଥରେ...

ତଣ୍ଟି ଚିପି ହତ୍ୟା କରି ଯୁବକଙ୍କୁ ଫିଙ୍ଗି ଦେଲେ

ଶେରଗଡ଼,୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଗ୍ରାମରେ ଥିବା ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆର ପଛପଟରୁ ଜଣେ ଯୁବକଙ୍କ ମୃତଦେହକୁ ପୋଲିସ ଜବତ କରିଛି। ମୃତ...

ଭୁବନେଶ୍ୱରରେ ଲାଗିବ ଆଉ ୧ହଜାର ଲାଇଟ୍‌

ଭୁବନେଶ୍ୱର,୮।୫(ବ୍ୟୁରୋ): ଭୁବନେଶ୍ୱରରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ବିଏମ୍‌ସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରୁଛି। ସହରକୁ ଆଲୋକୀକରଣ କରିବା ପାଇଁ ମୋଟ ୭୬ହଜାର ୨୬୭ଟି...

ଜଙ୍ଗଲ ସୁରକ୍ଷା ଲାଗି ଏକାଠି

ବଇଣ୍ଡା, ୩୧।୧(ଡି.ଏନ୍‌.ଏ.) କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ୍‌ ଅଧୀନ ନୁନୁକାପଶି ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଅଞ୍ଚଳବାସୀ। ରବିବାର ସ୍ଥାନୀୟ ବାସିନ୍ଦା ଏକାଠି...

ଏ ବର୍ଷ ବି ହୋଲି ଖେଳ ଉପରେ କଟକଣା

ଭୁବନେଶ୍ୱର,୧୯।୩: ଗତ ଥର ଭଳି ଏ ବର୍ଷ ମଧ୍ୟ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଏ ନେଇ...

କଟକରେ ଦୈନିକ ୩ ଘଣ୍ଟା ଖୋଲିବ କୋର୍ଟ

କଟକ ଅଫିସ,୩ା୮: କଟକ ଜିଲାରେ ଲକ୍‌ଡାଉନ ଜାରି ରହିଥିବା ବେଳେ ପୂର୍ବ ଅପେକ୍ଷା କେତେକ କଟକଣା କୋହଳ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲାରେ କୋର୍ଟଗୁଡ଼ିକ କାର୍ଯ୍ୟ...

Advertisement
Archives

Model This Week