ପ୍ରୋତ୍ସାହନ ପାଇଁ ପଞ୍ଜୀକରଣ

ଅନୁଗୋଳ ଅଫିସ, ୨୫ା୯ ମହାମାରୀ କରୋନା ସଂକ୍ରମଣ ସାମାନ୍ୟ ଥମିଛି। ହେଲେ ପ୍ରଥମ ଓ ଦ୍ୱିତୀୟ ଲହରରେ ଏହା ନେଇଛି ଅନେକେ ମୁଣ୍ଡ। ଅନୁଗୋଳ ଜିଲାରେ କେବଳ କୋଭିଡ୍‌ରେ ଆକ୍ରାନ୍ତ ହୋଇ ୩୮୭ ଜଣଙ୍କ ଜୀବନ ଯାଇଛି। କରୋନା ସହ ଅନ୍ୟ ରୋଗରେ ପୀଡ଼ିତ ୧୫ ଶହରୁ ଊର୍ଦ୍ଧ୍ୱ ଲୋକ ଆଖି ବୁଜିଛନ୍ତି ଜିଲାରୁ। ୪୬୯ ଶିଶୁ ହୋଇଛନ୍ତି ଅଭିଭାବକ ଶୂନ୍ୟ। ଏମାନଙ୍କ ମଧ୍ୟରୁ ୪୪୯ ଜଣ ଏକକ ଅଭିଭାବକ (ମା’ କିମ୍ବା ବାପା)ଙ୍କୁ ହରାଇଥିବାବେଳେ ୨୦ ଜଣ ଶିଶୁ ଉଭୟ ମା’, ବାପାଙ୍କୁ ହରାଇଛନ୍ତି। ତେଣୁ ଏପରି ଶିଶୁଙ୍କୁ ସରକାରଙ୍କ ଆଶୀର୍ବାଦ ଯୋଜନାରେ ଥଇଥାନ ସହ ପ୍ରୋତ୍ସାହନ ଯୋଗାଇ ଦେବାକୁ ଅନୁଗୋଳ ଜିଲାରେ ଆରମ୍ଭ ହୋଇଛି ପଞ୍ଜୀକରଣ।
ଅଭିଭାବକଙ୍କୁ ହରାଇଥିବା ଅନୁଗୋଳ ଜିଲାର ୪୬୯ ଜଣ ୧୮ ବର୍ଷରୁ କମ୍‌ ବୟସ ପିଲାମାନଙ୍କୁ ଆଶୀର୍ବାଦ ଯୋଜନାରେ ସରକାରୀ ସୁବିଧା ଯୋଗାଇ ଦିଆଯିବ। ମାସିକ ଭତ୍ତା ସହ ରାଶନକାର୍ଡ ପ୍ରଦାନ କରାଯିବ। ଉଭୟ ମା’ ଓ ବାପାଙ୍କୁ ହରାଇଥିବା ୨୦ ଜଣ ପିଲାଙ୍କୁ ମାସିକ ୨୫ଶହ ଟଙ୍କା ଲେଖାଏ ମାସିକ ପ୍ରୋତ୍ସାହନ ରାଶି ଦିଆଯିବ। ୪୪୯ ଜଣ ଏକକ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କୁ ୧୫ଶହ ଟଙ୍କା ଲେଖାଏ ମାସିକ ପ୍ରୋତ୍ସାହନ ଦିଆଯିବ। ସେମାନଙ୍କୁ ଆଦୃତରେ ରଖି ପାଠ ପଢ଼ାଇବା ବ୍ୟବସ୍ଥା କରାଯିବ। ପରିବାରର ଅନ୍ୟ ସଦସ୍ୟଙ୍କ ନିକଟରେ ରହୁଥିବା ପିଲାଙ୍କ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷାକୁ ଦୃଷ୍ଟିରେ ରଖିବାକୁ ସମସ୍ତ ସିଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନାଥ ଶିଶୁଙ୍କ ଆଧାର କାର୍ଡ କରାଇବା ସହ ଅନୁସୂଚିତ ଜାତି ଓ ଜନଜାତି ପ୍ରମାଣପତ୍ର ବାହାର କରି ଏସ୍‌ଟି ଓ ଏସ୍‌ସି ବିଦ୍ୟାଳୟରେ ପଢ଼ାଇବାକୁ ବ୍ୟବସ୍ଥା କରାଯାଉଛି। ଅନୁଗୋଳ ବ୍ଲକର ଅଭିଭାବକଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଏକ କ୍ୟାମ୍ପ ଆୟୋଜନ କରାଯାଇଥିଲା। ଏଥିରେ ୨୬ଟି ପରିବାରରୁ ୪୬ ଜଣ ଅନାଥ ଶିଶୁଙ୍କ ପଞ୍ଜୀକରଣ ହୋଇଥିଲା। ଆଗାମୀ ଦିନରେ ସମସ୍ତ ବ୍ଲକ ଓ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏପରି କ୍ୟାମ୍ପ ଆୟୋଜନ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ଏହି ଶିବିରରେ ଶିଶୁ ବିକାଶ ପ୍ରକଳ୍ପ ଭାରପ୍ରାପ୍ତ ଅଧିକାରୀ ବିଦ୍ୟୁତ୍‌ପ୍ରଭା ବେହେରା ସହଯୋଗ କରିଥିଲେ। ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ସଞ୍ଜୀବ କର ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ଶିଶୁ ସୁରକ୍ଷା କାର୍ଯ୍ୟାଳୟର ପିଓଏମ୍‌ଆଇସି ଝରଣା ନାୟକ, ଡାଟା ଆନାଲିଶିଷ୍ଟ ଦିଲୀପ ନାୟକ, କାଉନସିଲର ମଧୁସ୍ମିତା ଧଳ, ଓଆରଡବ୍ଲ୍ୟୁ ସତ୍ୟାନନ୍ଦ ସାହୁ, ଯାଜ୍ଞସିନୀ ନାୟକ, ଆଦୃତ ଶିଶୁ ସଦନର ଅନିଲ ଦେବ, ଅନୁଗୋଳ ଚାଇଲ୍ଡ ଲାଇନ୍‌ ସଂଯୋଜିକା ଲିଜା ପାଣିଗ୍ରାହୀ, କାଉନସିଲର ପୂଜା ସ୍ବାଇଁ, ଲକ୍ଷ୍ମୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ସେପ୍ଟେମ୍ବର ୧୫ ପରେ ଯେଉଁ ଶିଶୁ ଅଭିଭାବକଙ୍କୁ ହରାଇଛନ୍ତି, ସେମାନଙ୍କୁ ଏହି ଯୋଜନାରେ ସାମିଲ ନ କରିବାକୁ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାକୁ ପ୍ରତ୍ୟାହାର କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
ସମସ୍ତ ଯୋଗ୍ୟଙ୍କୁ ସାମିଲ କରାଯିବ
ଯେଉଁ ଶିଶୁ ଏକକ ଓ ଉଭୟ ଅଭିଭାବକଙ୍କୁ ହରାଇଛନ୍ତି, ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ ପାଇଁ ଚୟନ କରାଯାଉଛି। ଅନୁଗୋଳ ବ୍ଲକ ସହ ଅନ୍ୟ ବ୍ଲକ ଗୁଡ଼ିକରେ ଏହି ପ୍ରକ୍ରିୟା ଜାରି ରହିଛି। ସମସ୍ତ ଯୋଗ୍ୟ ଶିଶୁଙ୍କୁ ଏଥିରେ ସାମିଲ କରାଯିବ। କେହି ବାଦ୍‌ ପଡ଼ିବେ ନାହିଁ।
-ଗୌରୀ ଶଙ୍କର ବେହେରା, ଜିଲା ଶିଶୁ ସୁରକ୍ଷା ଅଧିକାରୀ
ପିଲାଙ୍କ ପାଇଁ ବଡ଼ ଆଶ୍ୱାସନା
କରୋନାରେ ମା’ କିମ୍ବା ବାପାଙ୍କୁ ହରାଇଥିବା ପିଲାଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ଏମାନଙ୍କ ଥଇଥାନ ଉପରେ ସରକାର ଯେତିକି ଗୁରୁତ୍ୱ ଦେଉଛନ୍ତି, ଶିକ୍ଷା ଉପରେ ମଧ୍ୟ ସେତିକି ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ସରକାରଙ୍କ ଆଶୀର୍ବାଦ ଯୋଜନା ଏପରି ପିଲାଙ୍କ ପାଇଁ ବଡ଼ ଆଶ୍ୱାସନା ହୋଇପାରିବ।
-ସରୋଜ କୁମାର ଜେନା, ମୃତକଙ୍କ ସମ୍ପର୍କୀୟ
ଯୋଗ୍ୟମାନେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ
ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ଏହି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରାଗଲେ ସେମାନେ ଉପକୃତ ହେବେ। ପ୍ରଶାସନ ଠିକ୍‌ ଭାବେ ଯାଞ୍ଚ କରି ଏକକ ଓ ଉଭୟ ଅଭିଭାବକଙ୍କୁ ହରାଇଥିବା ଶିଶୁଙ୍କୁ ସାମିଲ କଲେ ପିଲାଙ୍କ ଭବିଷ୍ୟତ ସୁଧୁରିବ।
-ଭୂପେଶ ଚନ୍ଦ୍ର ପ୍ରଧାନ,
ବୁଦ୍ଧିଜୀବୀ
ଯୋଜନା ବନ୍ଦ ନ ହେଉ
ରାଜ୍ୟରୁ କରୋନା ଦୂର ହୋଇନାହିଁ। ଏବେ ବି ଲୋକମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେଣୁ ସରକାରଙ୍କ ଆଶୀର୍ବାଦ ଯୋଜନା ବନ୍ଦ ନ ହେଉ। ଏ ସମ୍ପର୍କିତ ନିର୍ଦ୍ଦେଶନାମା ପ୍ରତ୍ୟାହାର କରାଯାଉ। ଯୋଜନା ବନ୍ଦ ହୋଇଗଲେ ଏହି ଅନାଥ ପିଲାମାନଙ୍କ ଭବିଷ୍ୟତ ଓ ବଞ୍ଚତ୍ବା କଷ୍ଟକର ହୋଇପଡ଼ିବ।
-ଅନୁପମା ରାଉତ, ସମ୍ପାଦିକା,
ଜୀତା ଏନ୍‌ଜିଓ


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ…

ଗୁଣୁପୁର ସରକାରୀ ହାଇସ୍କୁଲ ପାଲଟିଛି ରଣକ୍ଷେତ୍ର: ବେଞ୍ଚ ବିବାଦ-ପ୍ରେମ ସମ୍ପର୍କକୁ ନେଇ ହଷ୍ଟେଲ ଓ ଡେ-ସ୍କଲାର ଛାତ୍ରଙ୍କ ମଧ୍ୟରେ…

ଥୁଆମୂଳ ରାମପୁର, ୧୧।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ସହିଦ ପୀଠର ମର୍ଯ୍ୟାଦାକୁ ଆଘାତ? ମଙ୍ଗଳପୁର–ସହିଦ ପୀଠ ରାସ୍ତାରେ ମଦ ଦୋକାନକୁ ତୀବ୍ର ବିରୋଧ; ଅନ୍ୟତ୍ର…

ଧାମନଗର,୧୧ା୭(କାଳନ୍ଦି ବେହେରା): ଭଦ୍ରକ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ଲୋକଙ୍କ ଭାବାବେଗର ପ୍ରତୀକ ‘ସହିଦ ପୀଠ’ ନିକଟରେ ମଦ ଦୋକାନ ଖୋଲିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri