କମାଇଦେଲେ ଗହମ କୋଟା

ଭୁବନ, ୭।୮(ଡି.ଏନ୍‌.ଏ.)

ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ସାଧାରଣ ଯୋଗାଣ ବ୍ୟବସ୍ଥା (ପିଡିଏସ୍‌)ରେ ଗରିବ ହିତାଧିକାରୀଙ୍କୁ ଜୁଲାଇ ମାସର ଗହମ କୋଟା କମାଇ ଦିଆଯାଇଛି। ଯୋଗାଣ ବିଭାଗ ପକ୍ଷରୁ କେ.ଜି. ପିଛା ୨୦୦ ଗ୍ରାମ କମ୍‌ ଗହମ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଉତ୍ପାଦନ କମିଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୁଲାଇର କୋଟା ହ୍ରାସ କରାଯାଇଛି। ଫଳରେ ଏଭଳି ସମସ୍ୟା ଉପୁଜିଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ଅନ୍ୟପଟେ ଏହାକୁ ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନ ଥିବାରୁ ଡିଲରଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି ହିତାଧିକାରୀ, ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି।
ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦରିଦ୍ର ସୀମାରେଖା ତଳେ ବାସ କରୁଥିବା ଏନ୍‌ଏସିର ୪ ହଜାର ୩୭୬ କାର୍ଡଧାରୀ ପରିବାରର ୧୪ ହଜାର ୫୫୭ ଏବଂ ଅନ୍ତ୍ୟୋଦୟ ଯୋଜନାରେ ୪୪୩ କାର୍ଡଧାରୀ ପରିବାରର ୧ ହଜାର ୪୭୫ ଜଣଙ୍କୁ ପିଡିଏସ୍‌ ସାମଗ୍ରୀ ଦିଆଯାଉଛି। ନିଜର ଆବଶ୍ୟକତା ଅନୁଯାୟୀ ସେମାନେ ଚାଉଳ କିମ୍ବା ଗହମ ନେଇଥାଆନ୍ତି। ଜୁଲାଇରେ ଏନ୍‌ଏସି ପାଇଁ ୪୮୬. ୯ କୁଇଣ୍ଟାଲ ଚାଉଳ ଏବଂ ୨୪୧.୭୬ କୁଇଣ୍ଟାଲ ଗହମ ଆଲର୍ଟ କରାଯାଇଥିଲା। ତନ୍ମଧ୍ୟରୁ ହିତାଧିକାରୀଙ୍କୁ ୪୮୪ କୁଇଣ୍ଟାଲ ୪୧ କେ.ଜି. ଚାଉଳ ଏବଂ ୨୪୦ କୁଇଣ୍ଟାଲ ୮୫ କେ.ଜି. ଗହମ ବଣ୍ଟନ କରାଯାଇଛି। ତେବେ ଚାଉଳ ନିର୍ଦ୍ଧାରିତ ପରିମାଣର ଦିଆଯାଇଥିବାବେଳେ ଗହମ ବାବଦକୁ ୨୦% ଅର୍ଥାତ୍‌ କେଜି ପିଛା ୨୦୦ ଗ୍ରାମ କମ୍‌ ଦିଆଯାଇଛି। ତଦନୁଯାୟୀ କମ୍‌ ଟଙ୍କା ମଧ୍ୟ ନିଆଯାଇଛି। ହେଲେ ପରିମାଣ କମାଇ ଦିଆଯାଇଥିବାରୁ ମାସକର ଆବଶ୍ୟକତା ପୂରଣ ହେବାରେ ସମସ୍ୟା ଉପୁଜିବ ବୋଲି ହିତାଧିକାରୀମାନେ କହିଛନ୍ତି।
ଅନ୍ୟପଟେ ଏଭଳି ଗହମ କମାଇଦିଆଯିବା ପରେ ଯୋଗାଣ ସାମଗ୍ରୀ ଦାୟିତ୍ୱରେ ଥିବା ଡିଲରଙ୍କୁ ହିତାଧିକାରୀମାନେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ପ୍ରକୃତରେ ଯୋଗାଣ ପରିମାଣ ହ୍ରାସ ପାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ନା ଗହମ ବାଟମାରଣା ହୋଇଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଏଥିଲାଗି ଡିଲର ଏବଂ ହିତାଧିକାରୀଙ୍କ ମଧ୍ୟରେ ଅନେକ ସ୍ଥାନରେ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ଯୋଗାଣ ବିଭାଗ ଅଧିକାରୀ ଏହାର ସ୍ପଷ୍ଟୀକରଣ ଦେବାକୁ ହିତାଧିକାରୀମାନେ ଦାବି କରିଛନ୍ତି।
ସରକାରଙ୍କ ବିଚିତ୍ର ନିୟମ
ସରକାରଙ୍କ ବିଚିତ୍ର ନିୟମ। ପୂର୍ବରୁ ଯେତିକି ଗହମ ମିଳୁଥିଲା ସେତିକିରେ
ଆବଶ୍ୟକତା ମେଣ୍ଟି ଯାଉଥିଲା। ଜୁଲାଇରେ ଗହମ କମାଇ ଦିଆଯାଇଥିବାରୁ ଏହାକୁ ନେଇ ଡିଲରଙ୍କ ସହ ଅଯଥାରେ ବିବାଦ ହୋଇଛି।
-ପ୍ରମିଳା ବେହେରା, ହିତାଧିକାରୀ
ଯୋଗାଣ କମିଥିବାରୁ ସମସ୍ୟା
ଉତ୍ପାଦନ କମିଥିବାରୁ ଜୁଲାଇ ମାସରେ ଆବଶ୍ୟକତାଠାରୁ କମ୍‌ ଗହମ ଆସିଥିଲା। ତେଣୁ ହିତାଧିକାରୀଙ୍କ ୨୦ ପ୍ରତିଶତ କମ୍‌ ପ୍ରଦାନ କରାଯାଇଛି। ସେହି ହାରରେ ଟଙ୍କା ମଧ୍ୟ ନିଆଯାଇଛି।
-ବେଡା ବେସ୍ରା, ବ୍ଲକ ଯୋଗାଣ ଅଧିକାରୀ

ଆବଶ୍ୟକତାଠାରୁ ନିଅଣ୍ଟ ହେବ
ପରିବାରକୁ ପ୍ରତି ମାସରେ ୩୫ କେ.ଜି. ଗହମ ମିଳୁଥିଲା। ଜୁଲାଇରେ ନିର୍ଦ୍ଧାରିତ ପରିମାଣଠାରୁ କମ୍‌ ଯୋଗାଣ ହୋଇଛି। ଆବଶ୍ୟକତା ପୂରଣ ଲାଗି ଏ ମାସରେ ବାହାରୁ ଅଟା କିଣିବାକୁ ପଡ଼ିବ।
-ଅଶୋକ ସାହୁ, ହିତାଧିକାରୀ

 

 


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri