ଚାଇନାରେ ଅସଲି ସ୍କ୍ବିଡ୍‌ ଗେମ୍‌, ବର୍ଷକୁ ଲକ୍ଷେ ଲୋକଙ୍କର ହାର୍ଟ-ଲିଭର-କିଡ୍‌ନୀ କାଢ଼ି ନେଉଛନ୍ତି ସରକାର…

ବେଜିଂ,୧୮।୧୦: ଦକ୍ଷିଣ କୋରିଆର ହରର ଡ୍ରାମା ସିରିଜ ସ୍କ୍ବିଡ୍‌ ଗେମ୍‌ ନେଟଫ୍ଲିକ୍ସରେ ସମସ୍ତ ରେକର୍ଡ ଭାଙ୍ଗିଛି। ଏହି ଶୋ’ରେ, ଯେଉଁମାନେ ଋଣଗ୍ରସ୍ତ ହୋଇଥିବା ଲୋକଙ୍କୁ ଟଙ୍କାର ପ୍ରଲୋଭନ ଦିଆଯାଇଛି। ଫଳରେ ପରସ୍ପର ମଧ୍ୟରେ ରକ୍ତାକ୍ତ ଲଢ଼େଇ କରି ୪୫୫ ଜଣ ଲୋକଙ୍କର ଜଣଙ୍କ ପରେ ଜଣେ ମୃତ୍ୟୁ ମୁହଁରେ ପଡୁଛନ୍ତି। ଶେଷରେ ଜଣେ ବ୍ୟକ୍ତି ୩୮.୭ ମିଲିୟନ ଡଲାଲ ପୁରସ୍କାର ପାଉଛନ୍ତି। ଏଥିରେ ମାନବ ଅଙ୍ଗ ଚୋରା ଚାଲାଣର ଖେଳ ମଧ୍ୟ ଦେଖାଯାଇଛି। ଏହା ଖେଳରେ ହୋଇଛି।

ମାତ୍ର ଚାଇନାରେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ସରକାରଙ୍କ ଗୁପ୍ତ ନିର୍ଦ୍ଦେଶରେ ଟଙ୍କା ଲୋଭ ପାଇଁ ମଣିଷକୁ ହତ୍ୟା କରିବାର ବୀଭତ୍ସ ଖେଳ ଚାଲିଛି। ଲୋକଙ୍କୁ ହତ୍ୟା କରି ସେମାନଙ୍କର ହାର୍ଟ, ଲିଭର, କିଡନୀ ଏବଂ ଅନ୍ୟାନ୍ୟ ଅଙ୍ଗ ବାହାର କରାଯାଇ କଳା ବଜାରରେ ବିକ୍ରି ଚାଲିଛି।

ଏକ ମାନବାଧିକାର ଗୋଷ୍ଠୀଙ୍କ ପକ୍ଷରୁ ଏଭଳି ଅଭିଯୋଗ ଅଣାଯାଇଛି। ଏକଛତ୍ରବାଦୀ ସରକାର ବର୍ଷକୁ ଏଥିପାଇଁ ଲକ୍ଷେ ଲୋକଙ୍କୁ ହତ୍ୟା କରୁଛନ୍ତି। ଅସନ୍ତୁଷ୍ଟ ଏବଂ ରାଜନୈତିକ ବନ୍ଦୀମାନଙ୍କୁ ହତ୍ୟା କରି ହାର୍ଟ, କିଡନୀ, ଲିଭର ଏବଂ ଆଖି ଚୋରି କରାଯାଉଛି। ସରକାର ମାନବ ଅଙ୍ଗ ଚୋରା ଚାଲାଣର ଏକ ନେଟୱାର୍କ ଚଳାଉଥିବା ଅଭିଯୋଗ ଅଣାଯାଇଛି।

ଚଳିତ ବର୍ଷ ଜୁନ ମାସରେ ଜାତିସଂଘର ଏକ ସ୍ବତନ୍ତ୍ର ବିଶେଷଜ୍ଞ ଦଳ ପକ୍ଷରୁ ଚାଇନାରେ ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ହତ୍ୟା ପରେ ଶରୀରରୁ ଅତ୍ୟାବଶ୍ୟକ ଅଙ୍ଗ କାଢ଼ି ନିଆଯାଉଥିବାକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଥିଲା। ଏସବୁ ଅଙ୍ଗ ପାଇଁ ମୁସଲମାନ ବନ୍ଦୀମାନଙ୍କୁ ଚାଇନା ସରକାର ହତ୍ୟା କରୁଛନ୍ତି। ଏନେଇ ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ସେମାନେ ଏନେଇ ସୂଚନା ପାଇଛନ୍ତି ଯେ ସଂଖ୍ୟାଲଘୁ କଏଦୀମାନଙ୍କର ଜବରଦସ୍ତ ରକ୍ତ ପରୀକ୍ଷାଙ୍‌, ଏକ୍ସ-ରେ ଏବଂ ଅଲଟ୍ରାସାଉଣ୍ଡ କରାଯାଉଛି। ଏଥିପାଇଁ କଏଦୀମାନଙ୍କଠାରୁ କୌଣସି ସ୍ବୀକୃତି ମଧ୍ୟ ନିଆଯାଉ ନାହିଁ।

ଅପରପକ୍ଷରେ, ଅଣ ମୁସଲମାନ କଏଦୀମାନଙ୍କର କୌଣସି ଯାଞ୍ଚ୍‌ କରାଯାଉ ନାହିଁ। ବିଶେଷଜ୍ଞମାନେ କହିଛନ୍ତି ଯେ ପୂର୍ବତନ ବନ୍ଦୀମାନଙ୍କ ଅଭିଯୋଗ ରହିଛି ଯେ ହାର୍ଟ, କିଡନୀ, ଲିଭର ଏବଂ ଆଖି ଇତ୍ୟାଦି କାଢ଼ି ନିଆଯାଉଛି। ଗତ ମାର୍ଚ୍ଚରେ ଖବର ଆସିଥିଲା ଯେ ଚାଇନା ମୁସଲମାନ କଏଦୀମାନଙ୍କୁ ହତ୍ୟା କରୁଛି ଯାହା ଦ୍ୱାରା କରୋନାରେ ପୀଡିତ ରୋଗୀଙ୍କ ଚିକିତ୍ସା ପାଇଁ ସେମାନଙ୍କ ଅଙ୍ଗକୁ ବ୍ୟବହାର କରାଯାଇପାରିବ।

ଚାଇନାର ସରକାରଙ୍କ ଏଭଳି ବୀଭତ୍ସ କାର୍ଯ୍ୟ ବିରୋଧରେ ପ୍ରଚାର କରୁଥିବା ବିଟର୍‌ ଓ୍ବିଣ୍ଟର ପତ୍ରିକା ଲେଖିଛି ଯେ ଖୁବ କମ ସମୟ ମଧ୍ୟରେ ଚାଇନାରେ ମେଳ ଖାଉଥିବା ଅଙ୍ଗ ମିଳିଥିଲା। ଏହାଦ୍ୱାରା ଅଙ୍ଗ ଚୋରା ଚାଲାଣ ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ପ୍ରକୃତ ପକ୍ଷେ ମେଳ ଖାଉଥିବା ଅଙ୍ଗ ଖୋଜିବା ପାଇଁ ଅନେକ ବର୍ଷ ଲାଗିଥାଏ। ଜଣେ ଅନୁସନ୍ଧାନକାରୀ ଗଣମାଧ୍ୟମ ପ୍ରତିନିଧି ଦାବି କରିଛନ୍ତି ଯେ ଚାଇନାରେ କରୋନା ଭାଇରସ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଲାଗି ଉଇଗର ମୁସଲମାନ କଏଦୀମାନଙ୍କୁ ହତ୍ୟା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri