ଚାଇନାରେ ଅସଲି ସ୍କ୍ବିଡ୍‌ ଗେମ୍‌, ବର୍ଷକୁ ଲକ୍ଷେ ଲୋକଙ୍କର ହାର୍ଟ-ଲିଭର-କିଡ୍‌ନୀ କାଢ଼ି ନେଉଛନ୍ତି ସରକାର…

ବେଜିଂ,୧୮।୧୦: ଦକ୍ଷିଣ କୋରିଆର ହରର ଡ୍ରାମା ସିରିଜ ସ୍କ୍ବିଡ୍‌ ଗେମ୍‌ ନେଟଫ୍ଲିକ୍ସରେ ସମସ୍ତ ରେକର୍ଡ ଭାଙ୍ଗିଛି। ଏହି ଶୋ’ରେ, ଯେଉଁମାନେ ଋଣଗ୍ରସ୍ତ ହୋଇଥିବା ଲୋକଙ୍କୁ ଟଙ୍କାର ପ୍ରଲୋଭନ ଦିଆଯାଇଛି। ଫଳରେ ପରସ୍ପର ମଧ୍ୟରେ ରକ୍ତାକ୍ତ ଲଢ଼େଇ କରି ୪୫୫ ଜଣ ଲୋକଙ୍କର ଜଣଙ୍କ ପରେ ଜଣେ ମୃତ୍ୟୁ ମୁହଁରେ ପଡୁଛନ୍ତି। ଶେଷରେ ଜଣେ ବ୍ୟକ୍ତି ୩୮.୭ ମିଲିୟନ ଡଲାଲ ପୁରସ୍କାର ପାଉଛନ୍ତି। ଏଥିରେ ମାନବ ଅଙ୍ଗ ଚୋରା ଚାଲାଣର ଖେଳ ମଧ୍ୟ ଦେଖାଯାଇଛି। ଏହା ଖେଳରେ ହୋଇଛି।

ମାତ୍ର ଚାଇନାରେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ସରକାରଙ୍କ ଗୁପ୍ତ ନିର୍ଦ୍ଦେଶରେ ଟଙ୍କା ଲୋଭ ପାଇଁ ମଣିଷକୁ ହତ୍ୟା କରିବାର ବୀଭତ୍ସ ଖେଳ ଚାଲିଛି। ଲୋକଙ୍କୁ ହତ୍ୟା କରି ସେମାନଙ୍କର ହାର୍ଟ, ଲିଭର, କିଡନୀ ଏବଂ ଅନ୍ୟାନ୍ୟ ଅଙ୍ଗ ବାହାର କରାଯାଇ କଳା ବଜାରରେ ବିକ୍ରି ଚାଲିଛି।

ଏକ ମାନବାଧିକାର ଗୋଷ୍ଠୀଙ୍କ ପକ୍ଷରୁ ଏଭଳି ଅଭିଯୋଗ ଅଣାଯାଇଛି। ଏକଛତ୍ରବାଦୀ ସରକାର ବର୍ଷକୁ ଏଥିପାଇଁ ଲକ୍ଷେ ଲୋକଙ୍କୁ ହତ୍ୟା କରୁଛନ୍ତି। ଅସନ୍ତୁଷ୍ଟ ଏବଂ ରାଜନୈତିକ ବନ୍ଦୀମାନଙ୍କୁ ହତ୍ୟା କରି ହାର୍ଟ, କିଡନୀ, ଲିଭର ଏବଂ ଆଖି ଚୋରି କରାଯାଉଛି। ସରକାର ମାନବ ଅଙ୍ଗ ଚୋରା ଚାଲାଣର ଏକ ନେଟୱାର୍କ ଚଳାଉଥିବା ଅଭିଯୋଗ ଅଣାଯାଇଛି।

ଚଳିତ ବର୍ଷ ଜୁନ ମାସରେ ଜାତିସଂଘର ଏକ ସ୍ବତନ୍ତ୍ର ବିଶେଷଜ୍ଞ ଦଳ ପକ୍ଷରୁ ଚାଇନାରେ ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ହତ୍ୟା ପରେ ଶରୀରରୁ ଅତ୍ୟାବଶ୍ୟକ ଅଙ୍ଗ କାଢ଼ି ନିଆଯାଉଥିବାକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଥିଲା। ଏସବୁ ଅଙ୍ଗ ପାଇଁ ମୁସଲମାନ ବନ୍ଦୀମାନଙ୍କୁ ଚାଇନା ସରକାର ହତ୍ୟା କରୁଛନ୍ତି। ଏନେଇ ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ସେମାନେ ଏନେଇ ସୂଚନା ପାଇଛନ୍ତି ଯେ ସଂଖ୍ୟାଲଘୁ କଏଦୀମାନଙ୍କର ଜବରଦସ୍ତ ରକ୍ତ ପରୀକ୍ଷାଙ୍‌, ଏକ୍ସ-ରେ ଏବଂ ଅଲଟ୍ରାସାଉଣ୍ଡ କରାଯାଉଛି। ଏଥିପାଇଁ କଏଦୀମାନଙ୍କଠାରୁ କୌଣସି ସ୍ବୀକୃତି ମଧ୍ୟ ନିଆଯାଉ ନାହିଁ।

ଅପରପକ୍ଷରେ, ଅଣ ମୁସଲମାନ କଏଦୀମାନଙ୍କର କୌଣସି ଯାଞ୍ଚ୍‌ କରାଯାଉ ନାହିଁ। ବିଶେଷଜ୍ଞମାନେ କହିଛନ୍ତି ଯେ ପୂର୍ବତନ ବନ୍ଦୀମାନଙ୍କ ଅଭିଯୋଗ ରହିଛି ଯେ ହାର୍ଟ, କିଡନୀ, ଲିଭର ଏବଂ ଆଖି ଇତ୍ୟାଦି କାଢ଼ି ନିଆଯାଉଛି। ଗତ ମାର୍ଚ୍ଚରେ ଖବର ଆସିଥିଲା ଯେ ଚାଇନା ମୁସଲମାନ କଏଦୀମାନଙ୍କୁ ହତ୍ୟା କରୁଛି ଯାହା ଦ୍ୱାରା କରୋନାରେ ପୀଡିତ ରୋଗୀଙ୍କ ଚିକିତ୍ସା ପାଇଁ ସେମାନଙ୍କ ଅଙ୍ଗକୁ ବ୍ୟବହାର କରାଯାଇପାରିବ।

ଚାଇନାର ସରକାରଙ୍କ ଏଭଳି ବୀଭତ୍ସ କାର୍ଯ୍ୟ ବିରୋଧରେ ପ୍ରଚାର କରୁଥିବା ବିଟର୍‌ ଓ୍ବିଣ୍ଟର ପତ୍ରିକା ଲେଖିଛି ଯେ ଖୁବ କମ ସମୟ ମଧ୍ୟରେ ଚାଇନାରେ ମେଳ ଖାଉଥିବା ଅଙ୍ଗ ମିଳିଥିଲା। ଏହାଦ୍ୱାରା ଅଙ୍ଗ ଚୋରା ଚାଲାଣ ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ପ୍ରକୃତ ପକ୍ଷେ ମେଳ ଖାଉଥିବା ଅଙ୍ଗ ଖୋଜିବା ପାଇଁ ଅନେକ ବର୍ଷ ଲାଗିଥାଏ। ଜଣେ ଅନୁସନ୍ଧାନକାରୀ ଗଣମାଧ୍ୟମ ପ୍ରତିନିଧି ଦାବି କରିଛନ୍ତି ଯେ ଚାଇନାରେ କରୋନା ଭାଇରସ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଲାଗି ଉଇଗର ମୁସଲମାନ କଏଦୀମାନଙ୍କୁ ହତ୍ୟା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?