କଡ଼ାକଡ଼ି ପାଳନ ହେଉ କଟକଣା

ଅନୁଗୋଳ ଅଫିସ,୧୮ା୧୦: ଦୀର୍ଘ ମାସ ପରେ ଶ୍ରେଣୀଗୃହକୁ ଫେରିବେ ଅଷ୍ଟମ ଶ୍ରେଣୀ ପିଲା। ନବମ ଓ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପରି ସେମାନେ ମଧ୍ୟ କୋଭିଡ୍‌ ସମୟରେ ସ୍କୁଲ ଆସିବେ। ଏ ନେଇ ରାଜ୍ୟ ସରକାର ଘୋଷଣା କରିବା ପରେ ଅନୁଗୋଳ ଜିଲାର ୫୮୧ଟି ଶିକ୍ଷାନୁଷ୍ଠାନର ଅଷ୍ଟମ ଶ୍ରେଣୀ ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଦୀର୍ଘ ମାସ ପରେ ସେମାନେ ବିଦ୍ୟାଳୟ ଆସିବାକୁ ଆଗ୍ରହୀ ହୋଇପଡ଼ିଛନ୍ତି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଅଭିଭାବକ ଓ ବୁଦ୍ଧିଜୀବୀମାନେ ସ୍ବାଗତ କରିଥିଲେ ହେଁ କୋଭିଡ୍‌ କଟକଣାକୁ ଯେପରି କଡ଼ାକଡ଼ି ପାଳନ କରାଯାଏ, ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି।
ପୂଜା ଛୁଟି ସରିବା ପରେ ଆସନ୍ତା ୨୫ ତାରିଖରୁ ସ୍କୁଲରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ଶିକ୍ଷାଦାନ ଆରମ୍ଭ ହେବ। ସକାଳ ୯ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଯାଏ ପଢ଼ାଯିବ। ତେବେ ଶ୍ରେଣୀଗୃହ ଶିକ୍ଷା ପାଇଁ ପିଲାମାନଙ୍କୁ ବାଧ୍ୟ କରାଯିବ ନାହିଁ। ଯେଉଁମାନେ ସ୍କୁଲ ଆସିବେ ନାହିଁ ସେମାନଙ୍କୁ ପୂର୍ବପରି ଅନ୍‌ଲାଇନ୍‌ରେ ପାଠ ପଢ଼ାଯିବ। ପିଲାମାନେ ସ୍କୁଲ ଆସିବା ପୂର୍ବରୁ ବନ୍ଦ ପଡ଼ିଥିବା ଶ୍ରେଣୀଗୃହ ଓ ଭିତ୍ତିଭୂମି ସଜାଡ଼ିବାକୁ କର୍ତ୍ତୃପକ୍ଷଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଯେପରି ଦୁଇ ଡୋଜ୍‌ ଟିକା ନେଇଥିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ସ୍କୁଲରେ ପିଲାମାନେ ଯେପରି ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତ୍ୱ ବଜାୟ ରଖିବେ ସେ ନେଇ କର୍ତ୍ତୃପକ୍ଷ ଆବଶ୍ୟକ ଦୃଷ୍ଟି ଦେବାକୁ କୁହାଯାଇଛି। ଏ କ୍ଷେତ୍ରରେ ସାମାନ୍ୟ ଅବହେଳା ପିଲାମାନଙ୍କୁ କୋଭିଡ୍‌ରେ ଆକ୍ରାନ୍ତ କରିଦେବାର ଭୟ ଥିବାରୁ ତାହା ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅଭିଭାବକମାନଙ୍କ ପକ୍ଷରୁ ଦାବି କରାଯାଇଛି। ଆଗାମୀ ଦିନରେ ୫ମରୁ ୭ମ ଶ୍ରେଣୀ ଯାଏ ପିଲାଙ୍କୁ ମଧ୍ୟ ସ୍କୁଲ ଆସିବାକୁ ଅନୁମତି ଦିଆଯାଉ ବୋଲି ମତ ପ୍ରକାଶ ପାଇଛି।

 

ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯିବ

କରୋନା କଟକଣାକୁ କଡାକଡି ଭାବେ ପାଳନ କରାଯିବ। ସମସ୍ତ ବିଦ୍ୟାଳୟ ପରିସରକୁ ସାନିଟାଇଜ୍‌ କରାଯିବ। ଜିଲା ପ୍ରଶାସନ ସହ ଜିଲା ଶିକ୍ଷା ବିଭାଗ ଓ ସ୍କୁଲ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯିବ।
-ନିରଞ୍ଜନ ସାହୁ, ଜିଲା ଶିକ୍ଷା ଅଧିକାରୀ, ଅନୁଗୋଳ

 

ଶିକ୍ଷକ ଅଭାବ ଦୂର କରାଯାଉ

ପିଲାଙ୍କ ହିତ ଦୃଷ୍ଟିରୁ କ୍ଲାସ ପାଠପଢ଼ା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏହା ପୂର୍ବରୁ ରାଜ୍ୟ ସରକାର ପ୍ରଥମେ ଶିକ୍ଷାନୁଷ୍ଠାନ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବ ପୂରଣ ଦିଗରେ ପଦକ୍ଷେପ ନେବା ଏକାନ୍ତ ଆବଶ୍ୟକ।
-ସରୋଜ କୁମାର ପାଣିଗ୍ରାହୀ, ରାଜ୍ୟ ଉପସଭାପତି, ଓଷ୍ଟା

 

ପିଲାଙ୍କ ଭବିଷ୍ୟତ ପାଇଁ ଜରୁରୀ

ଅନ୍‌ଲାଇନ୍‌ କ୍ଲାସରୁ ବହୁ ଛାତ୍ରୀଛାତ୍ର ବଞ୍ଚିତ ରହୁଥିଲେ। ନବମ ଓ ଦଶମ ପରି ଏବେ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲୁଥିବାରୁ ସେ ସମସ୍ୟା ଆଉ ରହିବ ନାହିଁ। ସରକାରଙ୍କ ନିର୍ଦ୍ଦେଶ ପ୍ରତି ସ୍କୁଲରେ ପାଳନ ହେବା ଦରକାର।
-ସବିତା ଦାସ,
ଅଭିଭାବକ


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri