କଡ଼ାକଡ଼ି ପାଳନ ହେଉ କଟକଣା

ଅନୁଗୋଳ ଅଫିସ,୧୮ା୧୦: ଦୀର୍ଘ ମାସ ପରେ ଶ୍ରେଣୀଗୃହକୁ ଫେରିବେ ଅଷ୍ଟମ ଶ୍ରେଣୀ ପିଲା। ନବମ ଓ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପରି ସେମାନେ ମଧ୍ୟ କୋଭିଡ୍‌ ସମୟରେ ସ୍କୁଲ ଆସିବେ। ଏ ନେଇ ରାଜ୍ୟ ସରକାର ଘୋଷଣା କରିବା ପରେ ଅନୁଗୋଳ ଜିଲାର ୫୮୧ଟି ଶିକ୍ଷାନୁଷ୍ଠାନର ଅଷ୍ଟମ ଶ୍ରେଣୀ ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଦୀର୍ଘ ମାସ ପରେ ସେମାନେ ବିଦ୍ୟାଳୟ ଆସିବାକୁ ଆଗ୍ରହୀ ହୋଇପଡ଼ିଛନ୍ତି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଅଭିଭାବକ ଓ ବୁଦ୍ଧିଜୀବୀମାନେ ସ୍ବାଗତ କରିଥିଲେ ହେଁ କୋଭିଡ୍‌ କଟକଣାକୁ ଯେପରି କଡ଼ାକଡ଼ି ପାଳନ କରାଯାଏ, ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି।
ପୂଜା ଛୁଟି ସରିବା ପରେ ଆସନ୍ତା ୨୫ ତାରିଖରୁ ସ୍କୁଲରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ଶିକ୍ଷାଦାନ ଆରମ୍ଭ ହେବ। ସକାଳ ୯ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଯାଏ ପଢ଼ାଯିବ। ତେବେ ଶ୍ରେଣୀଗୃହ ଶିକ୍ଷା ପାଇଁ ପିଲାମାନଙ୍କୁ ବାଧ୍ୟ କରାଯିବ ନାହିଁ। ଯେଉଁମାନେ ସ୍କୁଲ ଆସିବେ ନାହିଁ ସେମାନଙ୍କୁ ପୂର୍ବପରି ଅନ୍‌ଲାଇନ୍‌ରେ ପାଠ ପଢ଼ାଯିବ। ପିଲାମାନେ ସ୍କୁଲ ଆସିବା ପୂର୍ବରୁ ବନ୍ଦ ପଡ଼ିଥିବା ଶ୍ରେଣୀଗୃହ ଓ ଭିତ୍ତିଭୂମି ସଜାଡ଼ିବାକୁ କର୍ତ୍ତୃପକ୍ଷଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଯେପରି ଦୁଇ ଡୋଜ୍‌ ଟିକା ନେଇଥିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ସ୍କୁଲରେ ପିଲାମାନେ ଯେପରି ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତ୍ୱ ବଜାୟ ରଖିବେ ସେ ନେଇ କର୍ତ୍ତୃପକ୍ଷ ଆବଶ୍ୟକ ଦୃଷ୍ଟି ଦେବାକୁ କୁହାଯାଇଛି। ଏ କ୍ଷେତ୍ରରେ ସାମାନ୍ୟ ଅବହେଳା ପିଲାମାନଙ୍କୁ କୋଭିଡ୍‌ରେ ଆକ୍ରାନ୍ତ କରିଦେବାର ଭୟ ଥିବାରୁ ତାହା ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅଭିଭାବକମାନଙ୍କ ପକ୍ଷରୁ ଦାବି କରାଯାଇଛି। ଆଗାମୀ ଦିନରେ ୫ମରୁ ୭ମ ଶ୍ରେଣୀ ଯାଏ ପିଲାଙ୍କୁ ମଧ୍ୟ ସ୍କୁଲ ଆସିବାକୁ ଅନୁମତି ଦିଆଯାଉ ବୋଲି ମତ ପ୍ରକାଶ ପାଇଛି।

 

ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯିବ

କରୋନା କଟକଣାକୁ କଡାକଡି ଭାବେ ପାଳନ କରାଯିବ। ସମସ୍ତ ବିଦ୍ୟାଳୟ ପରିସରକୁ ସାନିଟାଇଜ୍‌ କରାଯିବ। ଜିଲା ପ୍ରଶାସନ ସହ ଜିଲା ଶିକ୍ଷା ବିଭାଗ ଓ ସ୍କୁଲ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯିବ।
-ନିରଞ୍ଜନ ସାହୁ, ଜିଲା ଶିକ୍ଷା ଅଧିକାରୀ, ଅନୁଗୋଳ

 

ଶିକ୍ଷକ ଅଭାବ ଦୂର କରାଯାଉ

ପିଲାଙ୍କ ହିତ ଦୃଷ୍ଟିରୁ କ୍ଲାସ ପାଠପଢ଼ା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏହା ପୂର୍ବରୁ ରାଜ୍ୟ ସରକାର ପ୍ରଥମେ ଶିକ୍ଷାନୁଷ୍ଠାନ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବ ପୂରଣ ଦିଗରେ ପଦକ୍ଷେପ ନେବା ଏକାନ୍ତ ଆବଶ୍ୟକ।
-ସରୋଜ କୁମାର ପାଣିଗ୍ରାହୀ, ରାଜ୍ୟ ଉପସଭାପତି, ଓଷ୍ଟା

 

ପିଲାଙ୍କ ଭବିଷ୍ୟତ ପାଇଁ ଜରୁରୀ

ଅନ୍‌ଲାଇନ୍‌ କ୍ଲାସରୁ ବହୁ ଛାତ୍ରୀଛାତ୍ର ବଞ୍ଚିତ ରହୁଥିଲେ। ନବମ ଓ ଦଶମ ପରି ଏବେ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲୁଥିବାରୁ ସେ ସମସ୍ୟା ଆଉ ରହିବ ନାହିଁ। ସରକାରଙ୍କ ନିର୍ଦ୍ଦେଶ ପ୍ରତି ସ୍କୁଲରେ ପାଳନ ହେବା ଦରକାର।
-ସବିତା ଦାସ,
ଅଭିଭାବକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri