୪୧୩ ଗାଁ ପ୍ରଭାବିତ, ୧୦୭୩୯ ହେକ୍ଟର ଚାଷ ନଷ୍ଟ

ବାଲେଶ୍ୱର ଅଫିସ, ୧୮।୧୦-ବାଲେଶ୍ୱର ଜିଲାରେ ଗତ ସେପ୍ଟେମ୍ବରରେ ହୋଇଥିବା ଦୁଇଟି ଲଘୁଚାପଜନିତ ବର୍ଷା ଓ ବନ୍ୟାରେ ୩୦କୋଟିର କ୍ଷୟକ୍ଷତି ହୋଇଥିବା ନେଇ ଜିଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ବନ୍ୟା ଆସି ଭୋଗରାଇ, ବାଲିଆପାଳ, ଜଳେଶ୍ୱର, ବସ୍ତା, ରେମୁଣା, ସଦର ଓ ନୀଳଗିରି (୭ଟି ବ୍ଲକ)ରେ ବ୍ୟାପକ କ୍ଷତି ହୋଇଛି।
ଉକ୍ତ ୭ଟି ବ୍ଲକର ବହୁ ଗାଁରେ ନଦୀ ପାଣି ପଶିବା ସହ ଚାଷ ନଷ୍ଟ ହୋଇଥିଲା। ଜିଲା ପ୍ରଶାସନ ଆକଳନ ଅନୁଯାୟୀ ଜିଲାର ୮୮ଟି ପଞ୍ଚାୟତ ୪୧୩ ଗାଁର ୨ଲକ୍ଷ ୮୯ହଜାର ୯୬ଜଣ ଗ୍ରାମବାସୀ ପ୍ରଭାବିତ ହୋଇଥିଲେ। ୭୧୯ଟି ଚାଳଛପର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ୭୨୮ଟି କଚ୍ଚା ଘର ଭାଙ୍ଗିଛି। ନଷ୍ଟ ହୋଇଥିବା ଚାଳ ଓ କଚ୍ଚାଘରର ଆକଳନ ମୂଲ୍ୟ ୨କୋଟି ୮ଲକ୍ଷ ୨୪ହଜାର ବୋଲି ଦର୍ଶାଯାଇଛି। ଘର ଭାଙ୍ଗି ଯାଇଥିବାରୁ କିଏ ପଲିଥିନ୍‌ ତଳେ ତ ଆଉ କିଏ ପଡ଼ୋଶୀଙ୍କ ବାରଣ୍ଡାରେ ଆଶ୍ରୟ ନେଉଛନ୍ତି। ସେମାନଙ୍କୁ ତୁରନ୍ତ ଆବାସ ଯୋଗାଇ ଦେବାର ଆବଶ୍ୟକତା ରହିଛି। ବନ୍ୟାରେ କାହାର ମୃତ୍ୟୁ ହୋଇ ନ ଥିବାବେଳେ ୪ଟି ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ହୋଇଛି। ବିଭିନ୍ନ ପଞ୍ଚାୟତରେ ୯୯୨ କି.ମି. ରାସ୍ତା ନଷ୍ଟ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଯାଉଥିବା ୧୯.୬୭ କି.ମି. ଗାଁ ରାସ୍ତା ଓ କୋଠାଘର କ୍ଷତିଗ୍ରସ୍ତ ହୋଇଛି। ୯୩.୫୫ କି.ମି. ଡ୍ରେନେଜ ନଷ୍ଟ ହୋଇଥିବା ବେଳେ ୪୭୨ ୟୁନିଟ୍‌ ବିଦ୍ୟୁତ ବିଭାଗର କ୍ଷତି ହୋଇଛି। ବନ୍ୟା ପାଣି ପଶି ଜିଲାରେ ମୋଟ ୧୦ହଜାର ୭୩୯ ହେକ୍ଟର ଚାଷ ନଷ୍ଟ ହୋଇଛି। ବନ୍ୟା ସମୟରେ ବିଭିନ୍ନ ସ୍ଥାନରେ ୩୬ଟି ନିରାପଦ କେନ୍ଦ୍ର ଖୋଲାଯାଇଥିଲା। ଏସବୁ କେନ୍ଦ୍ରରେ ୩ହଜାର ୨୨୪ ଜଣ ଆଶ୍ରୟ ନେଇଥିଲେ। ୧ହଜାର ୫୫୨ ପରିବାରକୁ ପଲିଥିନ୍‌ ଦିଆଯାଇଥିବା ନେଇ ପ୍ରଶାସନ ରିପୋର୍ଟରେ ଦର୍ଶାଯାଇଛି। କ୍ଷୟକ୍ଷତି ଅର୍ଥରାଶି ଆସିଲେ କ୍ଷତିଗ୍ରସ୍ତଙ୍କ ପାଖରେ ତୁରନ୍ତ ପହଞ୍ଚାଇବାର ବ୍ୟବସ୍ଥା କରାଯିବ। ଏଥିନିମନ୍ତେ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ହୋଲି ଉତ୍ସବରେ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, ଭୁଜାଲି ମାଡ଼ରେ ୫ ଗୁରୁତର

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ): ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବ ମୁଖର ଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅଧୀନ...

ହୋଲି ଅଘଟଣ: ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। କଟକ ଜିଲା ସାଲେପୁର ଥାନା ଅଧୀନ...

ବାଲେଶ୍ୱରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ

ଭୁବନେଶ୍ୱର,୨୫।୩: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର...

ବାହାଘର ସାତ ଦିନ ପରେ ନବବଧୂଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୫।୩: ବିବାହର ସାତ ଦିନ ପରେ ଜଙ୍ଗଲରୁ ମିଳିଲା ନବ ବଧୂଙ୍କର ମୃତଦେହ। ବାଲେଶ୍ୱର ଜିଲାର ସୋର ଅଂଚଳରେ ଏହି ଘଟଣାର ଘଟିଥିବା ସୂଚନା...

କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର

ଭୋଗରାଇ,୨୫।୩(ପ୍ରଦୀପ ଦାସ): କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା-ବାପା ଗୁରୁତର ଅଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ...

ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି, ୨୪।୩(ପ୍ରଶାନ୍ତ ବିଶ୍ୱାଳ):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର। ବିସ୍ତୀର୍ଣ୍ଣ ସବୁଜ ବନାନୀ ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ...

ମାରାଥନ ଚଢ଼ାଉ, ଚୋରା ବେପାରୀ ଛାନିଆଁ

ବାଲେଶ୍ୱର,୨୪।୩(ମାନସ ବିଶ୍ୱାଳ):ବାଲେଶ୍ୱର ସହର ନିକଟସ୍ଥ ପୁରୁଣା ବାଲେଶ୍ୱର ଓ ବସ୍ତା ଥାନା ଅଧୀନ ଗାନ୍ଧି ଛକ ଦେଶୀ ମଦ କାରବାରର ହବ୍‌ ପାଲଟିଛି। ପୁରୁଣାବାଲେଶ୍ୱରରୁ ଜିଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri