ମହମବତି ଆଲୋକରେ ଚାଲିଛି ପାଠପଢ଼ା

ଦାରିଙ୍ଗବାଡି,୨୪।୪ (ଡି.ଏନ.ଏ): ଦାରିଙ୍ଗବାଡ଼ି ଅଞ୍ଚଳରେ ଘନଘନ ବିଦ୍ୟୁତ୍‌ କାଟକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌ ଯୋଗୁ ବ୍ୟବସାୟ ପ୍ରତିଷ୍ଠାନ ସମେତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଏକ ପ୍ରକାର ଠପ ହୋଇଯାଉଛି। ଆଉ କିଛିଦିନ ପରେ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଥିବାରୁ ସେମାନଙ୍କ ପାଠପଢାରେ ବିଦ୍ୟୁତ୍‌ କାଟ୍‌ ବାଧକ ସୃଷ୍ଟି ହୋଇଛି । ଏନେଇ ଜଣେ ମହିଳା ସଂଯୁକ୍ତା ସାହୁ ଜିଲା ପ୍ରଶାସନ ନିକଟରେ ବିଦ୍ୟୁତ୍‌ ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି। ସେ ଏକ ଭିଡିଓ ଜାରି କରି ସାମାଜିକ ଗଣମାଧ୍ୟମରେ ନିଜ ଭିଡିଓ ଭାଇରାଲ କରିଛନ୍ତି । ସେ ଉକ୍ତ ଭିଡିଓରେ କହିଛନ୍ତି ଯେ, କରୋନା ପାଇଁ ଦୀର୍ଘ ୨ବର୍ଷ ଧରି ପିଲାଙ୍କ ପାଠପଢା ବନ୍ଦ ରହିଥିଲା। ଏବେ ପିଲାମାନେ ବିଦ୍ୟାଳୟ ଖୋଲିବା ପରେ ନିୟମିତ ପାଠ ପଢିବାର ସୁଯୋଗ ପାଇଲେ। ବିଦ୍ୟାଳୟରେ ପଢିବା ସହ ଘରେ ନିଜ ପାଠ ଅଭ୍ୟାସ କରୁଛନ୍ତି ହେଲେ ଘନଘନ ବିଦ୍ୟୁତ୍‌ କାଟ୍‌ ଯୋଗୁ ମହମବତି ବା ଡିବିରିରେ ପଢିବାକୁ ପଡୁଛି। ହେଲେ ବିଦ୍ୟୁତ୍‌ ଆଲୋକରେ ପଢିବା ଏବଂ ମହମବତି ଆଲୋକରେ ପଢିବା ମଧ୍ୟରେ ଅନେକ ଫରକ ରହୁଛି। ଏଥିପ୍ରତି ବିଦ୍ୟୁତ୍‌ ବିଭାଗ ଏବଂ ଜିଲା ପ୍ରଶାସନ ଗୁରୁତ୍ୱ ଦେବାକୁ ସଂଯୁକ୍ତା ନିବେଦନ କରିଛନ୍ତି। ତେବେ ଘନଘନ ବିଦ୍ୟୁତ୍‌ କାଟ ବନ୍ଦ କରାଯାଉ ନ ହେଲେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦାରିଙ୍ଗବାଡି ଅଞ୍ଚଳର ଏକାଧିକ ମହିଳା ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

କଣ୍ଟାମାଳ ପୋଲିସ-ଜନତା ଖଣ୍ଡଯୁଦ୍ଧ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ପିଙ୍କ ତଦନ୍ତ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କଣ୍ଟାମାଳ ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ପୋଲିସ-ଜନତା ସଂଘର୍ଷ ଘଟଣାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ…

ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣା: ଆଉ ୬ ଗିରଫ, ମୋଟ ଗିରଫ ସଂଖ୍ୟା ୮କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୫।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗ୍ରାମରେ ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣାରେ ପୋଲିସକୁ ବଡ଼…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

କିରିକୁଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ନିଶା ମୁକ୍ତ ଓଡ଼ିଶା’ ଅଭିଯାନ: ଗଞ୍ଜେଇ ଚାଷ-ନିଶାରୁ ଦୂରେଇ ରହିବାକୁ…

ଦାରିଙ୍ଗବାଡ଼ି,୨୫।୮ (ଅରୁଣ ସାହୁ): କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦାରିଙ୍ଗବାଡ଼ି ଥାନା କିରିକୁଟି ସରକାରୀ ଉନ୍ନୀତ ଉଚ୍ଚ…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ପାଣି ଡ୍ରମ ଭିତରେ କୁଣ୍ଡଳୀ ମାରି ବସିଥିଲା ବିରାଟକାୟ ଅଜଗର, ପରିବାର ଲୋକଙ୍କ ମଧ୍ୟରେ ଖେଳିଗଲା ଆତଙ୍କ, ତା’ ପରେ…

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଅଞ୍ଚଳରେ ଏକ ବିଶାଳ ଅଜଗର ସାପ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri