ମୋହନା ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ଦୁର୍ନୀତି ଅଭିଯୋଗ

ଆର୍‌.ଉଦୟଗିରି,୨୪।୪(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ ଆରମ୍ଭ ହୋଇଛି। ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଦଣ୍ଡାସି ସାହୁ ନିଜ ଘରେ ଜରାନିବାସ ଚଳାଉଥିବା ଦର୍ଶାଇ ଅର୍ଥ ହଡ଼ପ କରିବାକୁ ଯୋଜନା କରିଥିବା ଗତ ୨୭ା୭ା୨୧ରେ ହୋଇଥିବା ଅଡିଟ୍‌ ରିପୋର୍ଟରେ ଦର୍ଶାଯାଇଛି। ବାସ୍ତବରେ ମୋହନାରେ ସେଭଳି କୌଣସି ଜରାନିବାସ ନାହିଁ। ବିଦ୍ୟାଳୟର ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତର ସ୍ବତନ୍ତ୍ର ବିଭାଗକୁ ଜିଲା ପ୍ରଶାସନ ଚିଠି ନଂ.୬୬୬୯ ତା୩୦ା୯ା୨୦ରେ ରବ୍ଦ କରିଥିଲେ ମଧ୍ୟ ବିଦ୍ୟାଳୟ ସମ୍ପାଦକ ଗତ ମାର୍ଚ୍ଚରେ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ବାହାର କରି ନିଯୁକ୍ତି ଦେବା ନାମରେ ବେକାର ଯୁବତୀଯୁବକଙ୍କଠାରୁ ଟଙ୍କା ନେଇଥିବା ଅଭିଯୋଗ ହେଉଛି। ପୁଣି ବିଦ୍ୟାଳୟରେ ସର୍ବଦା ୩୫ରୁ ୪୦ ପିଲା ରହୁଥିବା ବେଳେ ସମ୍ପାଦକ କାଗଜପତ୍ରରେ ୧୩୮ ପିଲା ଦର୍ଶାଉଛନ୍ତି। କ୍ୟାଶ୍‌ ବହି, ଛାତ୍ର ଉପସ୍ଥାନ ଖାତା ପ୍ରକଳ୍ପ ପ୍ରସ୍ତାବକୁ ତନଖି କଲେ ଅନିୟମିତତାର ଗୁମର ଫିଟିବ। ବଧିର ବିଦ୍ୟାଳୟର ଏନ୍‌ଓସି ମଧ୍ୟ ଗତ ମାର୍ଚ୍ଚରୁ ସରିଯାଇଛି। ବିନା ଏନ୍‌ଓସିରେ ବିଦ୍ୟାଳୟ କିପରି ଚାଲିଛି ତାହା ତଦନ୍ତସାପେକ୍ଷ। ପ୍ରଧାନ ଶିକ୍ଷକ ମାସିକ ୨୨,୫୦୦ ଟଙ୍କା ଦରମା ନେଉଥିବା ବେଳେ ମୋହନା ପଞ୍ଚାୟତରୁ ସେ ଏକ ଇନ୍ଦିରା ଆବାସ ହାତେଇଥିବା ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି ମୋହନା ସମିତିସଭ୍ୟ ବାଳକୃଷ୍ଣ ମଳିକ ଓ ପୂର୍ବତନ ସରପଞ୍ଚ ରମାକାନ୍ତ ମଳିକ।
ବିଦ୍ୟାଳୟର ଏହିସବୁ ଦୁର୍ନୀତିକୁ ସରକାର ତଦନ୍ତ କରିବାକୁ ବିଦ୍ୟାଳୟର ବହିଷ୍କୃତ କର୍ମଚାରୀ ସୁନୀଲ କୁମାର ନାୟକ, ଭୀମ ମଳିକ, ସୁଜିତ କୁମାର ସାହୁ, ସନ୍ତୋଷ କୁମାର ପାତ୍ର, ସୁନୀଲ କୁମାର ସ୍ବାଇଁ, ସୁରଜ ନାୟକ ଓ କନକ ନାୟକ ଦାବି କରିଛନ୍ତି। ଦୀର୍ଘବର୍ଷ ତଳେ ମୋହନାରେ ଆରମ୍ଭ ହୋଇଥିବା ନୀଳକଣ୍ଠେଶ୍ୱର ହାଇସ୍କୁଲ ପରବର୍ତ୍ତୀ ସମୟରେ ବନ୍ଦ ହୋଇଯାଇଥିଲା। ଏହି ବିଦ୍ୟାଳୟକୁ ଜିଲାସ୍ତରୀୟ ଅଧିକାରୀମାନେ ବାରମ୍ବାର ଆସି ତଦନ୍ତ କରି ଫେରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଏହିଭଳି ଅନିୟମିତତା ଅଭିଯୋଗ ପରେ ନିକଟରେ ଜିଲାର ସ୍ବତନ୍ତ୍ର ଅଧିକାରୀ କିରଣ କୁମାର ମହାନ୍ତି, ଡିସିପିଓ ଅରୁଣ କୁମାର ତ୍ରିପାଠୀ ବିଦ୍ୟାଳୟ ଆସି ବିଦ୍ୟାଳୟର ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ସେମାନେ କହିଛନ୍ତି। ଏହି ବିଷୟ ନେଇ ବିଦ୍ୟାଳୟ ସମ୍ପାଦକ ଦଣ୍ଡାସି ସାହୁଙ୍କୁ ଯୋଗାଯୋଗ କରିବାରୁ ଏହିଭଳି ଅଭିଯୋଗ ଅମୂଳକ ଓ ଭିତ୍ତିହୀନ ବୋଲି କହିଛନ୍ତି। ଜରାନିବାସ ଆଦୌ ଖୋଲିନି। ଏହା ଖୋଲିବାକୁ ଅନ୍‌ଲାଇନରେ ଆବେଦନ କରିଥିଲୁ, ତାହା କମ୍ପ୍ୟୁଟର ନେଲାନାହିଁ। ଏହା ଖୋଲିବାକୁ ପ୍ରସ୍ତାବ ରହିଥିଲା ବୋଲି କହିବା ସହ ନିକଟରେ ଆସିଥିବା ଦୁଇ ଅଧିକାରୀ ଅଡିଟ୍‌ ରିପୋର୍ଟରେ ଅନିୟମିତତାର ତଦନ୍ତ କରିବାକୁ ନୁହେଁ ବରଂ ଦୀର୍ଘବର୍ଷ ତଳେ ୩ଜଣ କର୍ମଚାରୀ କରିଥିବା ଅଭିଯୋଗର ତଦନ୍ତ କରିବାକୁ ଆସିଥିଲେ ବୋଲି କହିଛନ୍ତି। ଭିନ୍ନକ୍ଷମ ବିଦ୍ୟାଳୟରେ ୧୩୮ ପିଲାଙ୍କ ନାମ ଲେଖାଯାଇଛି ହେଲେ କରୋନା କାରଣରୁ ପିଲା ଆସୁନାହାନ୍ତିି। ବିଦ୍ୟାଳୟରେ ବର୍ତ୍ତମାନ ୪୨ ପିଲା ରହୁଛନ୍ତି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ବହିଷ୍କୃତ କର୍ମଚାରୀମାନଙ୍କ ଦରମା ଆକାରରେ ଯାହା ବକେୟା ଥିଲା ଜିଲା ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ୨୭ା୧୦ା୨୧ରେ ଜିଲା ଅଧିକାରୀଙ୍କ ସାମ୍ନାରେ ସମସ୍ତ ବହିଷ୍କୃତ କର୍ମଚାରୀଙ୍କୁ ପ୍ରଦାନ କରି ସେମାନଙ୍କଠାରୁ ଲେଖା ଆକାରରେ ରଖାଯାଇଛି ବୋଲି ସମ୍ପାଦକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?