Posted inଖେଳ

ବୃହତ୍‌ ବିଜୟ ସହ ଆରସିବି ତୃତୀୟ

ଶାରଜା, ୧୩।୧୦: ଏବି ଡିଭିଲର୍ସଙ୍କ ବିସ୍ଫୋରକ ବ୍ୟାଟିଂ, ଅସମାପ୍ତ ଦ୍ୱିତୀୟ ଉଇକେଟରେ ଶତକୀୟ ଭାଗୀଦାରି ଏବଂ ବୋଲରଙ୍କ ଚମତ୍କାର ବୋଲିଂ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ସୋମବାର ଅନୁଷ୍ଠିତ ମ୍ୟାଚରେ ବୃହତ୍‌ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୨୦ ଓଭରରେ ୨ ଉଇକେଟ ହରାଇ ୧୯୪ ରନ କରିଥିବାବେଳେ ନାଇଟ ରାଇଡର୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୧୨ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ବିରାଟ କୋହଲିଙ୍କ ଦଳ ୮୨ ରନରେ ବିଜୟୀ ହୋଇଥିଲା। ଚଳିତ ଲିଗ୍‌ରେ ୭ ମ୍ୟାଚରୁ ୫ମ ବିଜୟ ସହ ଆରସିବି ପଏଣ୍ଟ ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ କୋଲକାତା ସମାନ ମ୍ୟାଚରୁ ୩ୟ ପରାଜୟ ବରଣ କରିଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲା ଆରସିବି। ଦୁଇ ଓପନର ଦେବଦତ୍ତ ପଡିକାଲ ଓ ଆରୋନ ଫିଞ୍ଚ୍‌ ଦ୍ରୁତ ହାରରେ ରନ ସଂଗ୍ରହ କରି ପାଓ୍ବାର ପ୍ଲେ ୬ ଓଭରରେ କୌଣସି ଉଇକେଟ ନ ହରାଇ ୪୭ ରନ ସଂଗ୍ରହ କରି ନେଇଥିଲେ। ୬.୨ ଓଭରରେ ଦଳ ର ୫୦ ରନ ପୂରଣ ହୋଇଥିଲା। ଓପନିଂ ଯୋଡ଼ିରେ ୪୬ ବଲ୍‌ରୁ ୬୭ ରନ ଯୋଗ ହେବାପରେ ଆନ୍ଦ୍ରେ ରସେଲଙ୍କ ବଲ୍‌ରେ ବଡ଼ ଶଟ୍‌ ମାରିବାକୁ ଯାଇ ପଡିକାଲ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ସେ ୨୩ ବଲ୍‌ରୁ ୩୨(୪ ଚୌକା, ୧ ଛକା) ରନ କରିଥିଲେ। ଅଧିନାୟକ ବିରାଟ କୋହଲି କ୍ରିଜ୍‌ରେ ଯୋଗଦେବାପରେ ରନହାର ଧିମେଇ ଯାଇଥିଲା। ସେ ଅତ୍ୟନ୍ତ ଧିମା ଆରମ୍ଭ କରିଥିବାବେଳେ ୧୩ତମ ଓଭରରେ ଫିଞ୍ଚ୍‌ ଆଉଟ ହୋଇଥିଲେ। ସେ ୩୭ ବଲ୍‌ରୁ ୪ ଚୌକା ଓ ୧ ଛକା ସହାୟତାରେ ୪୭ ରନ କରିଥିଲେ। ୧୩.୧ ଓଭରରେ ଆରସିବି ୧୦୦ ରନ ପୂରଣ କରିଥିଲା। ଏବି ଡିଭିଲର୍ସ କ୍ରିଜରେ ଯୋଗଦେବାପରେ ଆରସିବି ରନହାର ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। କୋହଲି ଧିମା ଖେଳିଥିଲେ ହେଁ ଡିଭିଲର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଆରସିବି ୨୦ ଓଭରରେ ୨ ଉଇକେଟ ହରାଇ ୧୯୪ ରନ କରିବାକୁ ସକ୍ଷମ ହୋଇଥିଲା। ଡିଭିଲର୍ସ ୩୩ଟି ବଲ୍‌ ଖେଳି ୫ ଚୌକା ଓ ୬ ଛକା ସହାୟତାରେ ୭୩ ରନରେ ଅପରାଜିତ ରହିଥିଲେ। ସେହି ତୁଳନାରେ କୋହଲି ୨୮ଟି ବଲ୍‌ ଖେଳିଥିଲେ ହେଁ ମାତ୍ର ଗୋଟିଏ ଚୌକା ମାରି ୩୩ ରନ କରି ପାରିଥିଲେ। ଅସମାପ୍ତ ୩ୟ ଉଇକେଟ ଯୋଡ଼ିରେ ୧୦୦ ରନ ସଂଗ୍ରହ ହୋଇ ପାରିଥିଲା। ସେଥିମଧ୍ୟରେ ଡିଭିଲର୍ସଙ୍କ ୭୩ ରନର ଯୋଗଦାନ ରହିଥିଲା। କୋଲକାତା ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବୃହତ୍‌ ସ୍କୋରର ପିଛା କରିଥିବା କୋଲକାତା ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା। ଓପନିଂ ସ୍ଲଟରେ ରାହୁଲ ତ୍ରିପାଠୀ ଭଲ ଖେଳୁଥିଲେ ହେଁ ଏହି ମ୍ୟାଚରେ ନବାଗତ ଟମ୍‌ ବାଣ୍ଟନଙ୍କୁ ଓପନିଂ କରିବାକୁ ଦିଆଯାଇ ତ୍ରିପାଠୀଙ୍କୁ ୭ ନମ୍ବର ସ୍ଥାନରେ ପଠା ଯାଇଥିଲା। ଯୁବ ଓପନର ଶୁବମନ ଗିଲ୍‌ କିଛି ସମୟ ଆରସିବି ବୋଲରଙ୍କୁ ସଫଳ ମୁକାବିଲା କରିଥିଲେ ହେଁ ଅନ୍ୟପଟରେ କ୍ରମାଗତ ବ୍ୟବଧାନରେ ଉଇକେଟ ପତନ କୋଲକାତାକୁ ବିପଦରେ ପକାଇଥିଲା। ବାଣ୍ଟନ ୮, ନୀତୀଶ ରାଣା ୯, ଅଭିଜ୍ଞ ଇଅନ ମୋର୍ଗାନ ୮ ଓ ଦୀନେଶ କାର୍ତ୍ତିକ ମାତ୍ର ୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଭଲ ଖେଳୁଥିବା ଶୁବମନ ୨୫ ବଲ୍‌ରୁ ୩୪ (୩ ଚୌକା, ୧ ଛକା) ରନ କରିଥିବାବେଳେ ଦୁର୍ଭାଗ୍ୟଜନକଭାବେ ରନ୍‌ଆଉଟ ହୋଇ ଯାଇଥିଲେ। ଓଭରପିଛା ଆବଶ୍ୟକ ରନହାର ୧୬ରୁ ଅଧିକ ହେବାରୁ ଆନ୍ଦ୍ରେ ରସେଲ ଓ ତ୍ରିପାଠୀଙ୍କ ଉପରେ ଚାପ ବଢ଼ିଥିଲା। ରସେଲ ୧୦ ବଲ୍‌ରୁ ୨ ଚୌକା ଓ ୧ ଛକା ସହ ୧୬ ରନରେ ଆଉଟ ହେବାସହ କୋଲକାତା ବିଜୟ ଆଶା ଶେଷ ହୋଇଯାଇଥିଲା। ତ୍ରିପାଠୀ ୨୨ ବଲ୍‌ରୁ ୧୬ ରନ କରି ପାରିଥିଲେ। ଆରସିବିର ସମସ୍ତ ବୋଲର ଉଇକେଟ ବାଣ୍ଟି ନେଇଥିଲେ। ଓ୍ବାଶିଂଟନ ସୁନ୍ଦର ଚମତ୍କାର ବୋଲିଂ କରି ୪ ଓଭର ସ୍ପେଲରେ ମାତ୍ର ୨୦ ରନଦେଇ ୨ଟି ଉଇକେଟ ନେଇଥିଲେ। କ୍ରିସ୍‌ ମୋରିସ ମଧ୍ୟ ୪ ଓଭରରେ ୧୭ ରନଦେଇ ୨ଟି ଉଇକେଟ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନବଦୀପ ସଇନୀ, ୟୁଜବେନ୍ଦ୍ର ଚହଲ, ଇସୁରୁ ଉଡାନା ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୯୪/୨ (ଡିଭିଲର୍ସ-୭୩*, ଫିଞ୍ଚ୍‌-୪୭, ପଡିକାଲ-୩୨, କୋହଲି -୩୩*, ରସେଲ-୧/୫୧, ପ୍ରସିଦ୍ଧ-୧/୪୨)। କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୧୨ (ଶୁବମନ-୩୪, ମୋରିସ-୨/୧୭, ଓ୍ବାଶିଂଟନ-୨/୨୦, ସଇନୀ-୧/୧୭, ଚହଲ-୧/୧୨, ଉଡାନା-୧/୧୯, ସିରାଜ-୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରମେଶ ପାଓ୍ବାର ଭାରତ-ଏ’ର ବୋଲିଂ କୋଚ୍‌

ମୁମ୍ବାଇ, ୨୭।୮- ପ୍ରାକ୍ତନ ଭାରତୀୟ ସ୍ପିନର ରମେଶ ପାଓ୍ବାରଙ୍କୁ ଭାରତ-ଏ କ୍ରିକେଟ୍‌ ଦଳର ବୋଲିଂ କୋଚ୍‌ ନିଯୁକ୍ତ କରାଯାଇଛି। ଘରୋଇ ଭାରତ-ଏ ଗୁରୁବାରଠାରୁ ଦକ୍ଷିଣ ଆଫ୍ରିକା...

ଭାଇରସକୁ ନ ଡରି ଟ୍ରେନିଂ କରୁଛନ୍ତି ରୁଟ୍‌

ଲଣ୍ଡନ,୨୫।୩(ଏଏଫ୍‌ପି)- ମାରାତ୍ମକ କରୋନା ଭାଇରସ ବିଶ୍ୱରେ ଏଯାବତ ୧୭ ହଜାର ଜୀବନ ନେଇସାରିଲାଣି। ଏହାସତ୍ତ୍ୱେ ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋ ରୁଟ ଏବେ ମଧ୍ୟ...

କରାଟେରେ ବ୍ଲାକ୍‌ ବେଲ୍ଟ ଜିତିଛନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ, ୨୧।୭- ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ପୂର୍ବତନ ଦ୍ରୁତ ବୋଲର ମିଚେଲ ଜନସନ ନିଜର ଶାଣିତ ବୋଲିଂ ଲାଗି ବିଶ୍ୱ କ୍ରିକେଟରେ ବେଶ୍‌ ପରିଚିତ ଲାଭ...

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ଆରମ୍ଭ: ପ୍ରଥମ ଟି୨୦ ଆଜି

ଲଡରରହିଲ୍‌ (ଆମେରିକା), ୩।୮(ପି.ଟି.)- ବିଶ୍ୱକପ୍‌ ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବାକୁ ଯାଉଛି। ବିଶକପ୍‌ରେ ହଟ୍‌...

ଚଳିତ ବର୍ଷ ଦିଆଯିବନି ବାଲନ ଡି’ଅର ପୁରସ୍କାର

ପ୍ୟାରିସ, ୨୦ା୭ (ଏପି)- କରୋନାଭାଇରସ୍‌ ମହାମାରୀ ଯୋଗୁ ଚଳିତ ବର୍ଷର ଫୁଟ୍‌ବଲ ସିଜନ ପ୍ରଭାବିତ ହୋଇଛି। ତେଣୁ ଏଥର ସମ୍ମାନଜନ ବାଲା ଡି’ଅର୍‌ ପୁରସ୍କାର ଦିଆଯିବ...

ଆଇସିସି ବୋର୍ଡ ବୈଠକ: ଅକ୍ଟୋବରରେ ହୋଇପାରେ ଆଇପିଏଲ୍‌

ନୂଆଦିଲ୍ଲୀ,୨୭।୫(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ଗୁରୁତ୍ୱପୂର୍ଣ୍ଣ ବୋର୍ଡ ବୈଠକ ଗୁରୁବାର ବସିବ। ଟେଲି କନଫରେନ୍ସ ମାଧ୍ୟମରେ ବସିବାକୁ ଥିବା ଏହି ବୈଠକ ଏକାଧିକ ଗୁରୁତ୍ୱପୂର୍ଣ୍ଣ...

ଆର୍‌ସିବି ପରାଜୟ ପରେ ଟ୍ରେଣ୍ଡ କରୁଛି ‘ଚୋକଲି’

ନୂଆଦିଲ୍ଲୀ,୨୮।୫: ପୁଣି ଥରେ ଆଇପିଏଲ୍‌ ଖେଳିବାରୁ ବଞ୍ଚିତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)। ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳାଯାଇଥିବା କ୍ୱାଲିଫାୟାର-୨ ମୁକାବିଲାରେ ପରାଜିତ ହୋଇଛି...

ବିଦାୟ ନେଲା କେକେଆର୍‌

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୨ର ଏକ ରୋମାଞ୍ଚକ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୨ ରନ୍‌ରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ। ଲକ୍ଷ୍ନୌର ୨୧୧ ରନ୍‌ର...

Advertisement
Archives

Model This Week