ରାୟଗଡ଼ା, କନ୍ଧମାଳ ଜିଲାପାଳଙ୍କୁ ରିପୋର୍ଟ ତଲବ

କଟକ ଅଫିସ,୩୧।୧୦: ସ୍ବେରେଜ ଟାଙ୍କିରେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ହାଇକୋର୍ଟ ରାୟଗଡ଼ା ଓ କନ୍ଧମାଳ ଜିଲାପାଳଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭୁବନେଶ୍ୱର ଶ୍ରମିକ ମୃତ୍ୟୁ ଘଟଣାରେ ଠିକା କନ୍‌ଷ୍ଟ୍ରକ୍ସନ କମ୍ପାନୀ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ନିକଟରେ ଦାଖଲ କରିଥିବା କ୍ଷତିପୂରଣ ରାଶିକୁ ମୃତ ଶ୍ରମିକଙ୍କ ପରିବାରଙ୍କୁ ପ୍ରଦାନ କରିବାକୁ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କ ମିଳିତ ଖଣ୍ଡପୀଠ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ, ସ୍ବେରେଜ ଟାଙ୍କିରେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଏସଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର)କୁ କିପରି ପାଳନ କରାଯାଉଛି, ସେନେଇ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜବାବ ଦାଖଲ କରାଯାଇଛି। ଆମିକସ କ୍ୟୁରିଭାବେ ନିଯୁକ୍ତ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ଓ ପମି ରଥ ଉପସ୍ଥିତ ଥିଲେ। ଆସନ୍ତା ଡିସେମ୍ବର ୪ରେ ଏହାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୦ରେ ଭୁବନେଶ୍ୱରର ବ୍ରହ୍ମେଶ୍ୱର ବାଗ୍‌ ଅଞ୍ଚଳର ନୂଆ ସ୍ବେରେଜ ଲାଇନରେ କାମ ଚାଲିଥିବାବେଳେ ମ୍ୟାନହୋଲରେ ଶ୍ୱାସରୁଦ୍ଧହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଉଭୟେ ଲକ୍ଷ୍ମୀ କନ୍‌ଷ୍ଟ୍ରକ୍ସନ ନାମକ ଏକ ଠିକା କମ୍ପାନୀ ଅଧୀନରେ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ। ଗତ ଏପ୍ରିଲ ୧୫ରେ କଟକ ସିଡିଏ-୧୦ ଅଞ୍ଚଳର ମ୍ୟାନ୍‌ ହୋଲରେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ସେହିପରି ସ୍ବେରେଜ ଟାଙ୍କିରେ ଗତ ୨୦ତାରିଖରେ ରାୟଗଡ଼ା ଜିଲାର ୩ଜଣ ଓ ଜୁଲାଇ ମାସରେ କନ୍ଧମାଳ ଜିଲାର ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହି ସମସ୍ତ ଘଟଣାରେ ହାଇକୋର୍ଟ ନିଜ ତରଫରୁ ମାମଲା ରୁଜୁ କରିଥିଲେ। ଭୁବନେଶ୍ୱର ଘଟଣାରେ ମୃତ ଶ୍ରମିକଙ୍କୁ ବୀମା କମ୍ପାନୀ ତରଫରୁ ଗତ ଅଗଷ୍ଟ ମାସରେ ୨୧ ଲକ୍ଷ ୬୨ ହଜାର ଟଙ୍କା କ୍ଷତିପୂରଣ ରାଶି ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ନିକଟରେ ଦାଖଲ କରାଯାଇଥିବାବେଳେ ମୃତକଙ୍କ ପରିବାରକୁ ପ୍ରଦାନ କରାଯାଉ ନଥିଲା। ଏନେଇ ହାଇକୋର୍ଟ କ୍ଷୁବ୍ଧ ହେବା ସହ ଶୀଘ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜିକାକୁ ନେଇ ବିବାଦ

ପୁରୀ ଅଫିସ, ୧୮ା୪: ଚଳିତ ବର୍ଷ ପୁଣିଥରେ ପଞ୍ଜିକାକୁ ନେଇ ବିବାଦ ଦେଖିବାକୁ ମିଳିଛି। ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ୱାରା ସ୍ବୀକୃତ ପଞ୍ଜିକା ବିଶ୍ୱସନୀୟ ନୁହେଁ...

ପ୍ରଶାସନିକ ଅବହେଳା, ଅଧାରେ ପଡ଼ିଛି ଆବାସ

କୁନ୍ଦୁରା,୨୨ା୨(ଡି.ଏନ୍‌.ଏ.) କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଗରିବ ହିତାଧିକାରୀଙ୍କ ପାଇଁ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଯୋଜନାରେ ପ୍ରଶାସନିକ ଅବହେଳା ଯୋଗୁ ୨୦୧୮-୧୯ରେ...

ଭସାଣି ବେଳେ ଅଘଟଣ: ବାଣ ଫୁଟି ୨୦ରୁ ଅଧିକ ଆହତ

କେନ୍ଦ୍ରାପଡା ଅଫିସ୍‌,୨୩।୧୧: କେନ୍ଦ୍ରାପଡାରେ ଏକ ବଡ଼ ଅଘଟଣ ଘଟିଛି। କେନ୍ଦ୍ରାପଡା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣବେଳେ ବାଣ ଫୁଟି ୬୦ରୁ ଅଧିକ ଆହତ...

ହାତଧୋଇ ସଚେତନତାର ବାର୍ତ୍ତା

ଭୁବନେଶ୍ୱର,୧୪।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)ର ଅଧିକାରୀ, ମନ୍ତ୍ରୀପରିଷଦର ସଦସ୍ୟ ଏବଂ ବିଧାୟକ ଗଣ ସମସ୍ତେ ଶୁକ୍ରବାର ଅପରାହ୍ନରେ...

ଫେବୃୟାରୀ ୬ରୁ ଯୁକ୍ତ ୨ ଫର୍ମପୂରଣ

ଭୁବନେଶ୍ୱର, ୨।୨(ବ୍ୟୁରୋ): ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଛାତ୍ରୀଛାତ୍ରଙ୍କ ବାର୍ଷିକ ପରୀକ୍ଷା ପାଇଁ ଆସନ୍ତା ୬ ତାରିଖରୁ ଫର୍ମପୂରଣ ଆରମ୍ଭ ହେବ।...

ହସ୍ପିଟାଲ କର୍ମଚାରୀଙ୍କ ପାଇଁ ଗାଇଡ୍‌ଲାଇନ ଜାରି କଲା ବିଏମ୍‌ସି

ଭୁବନେଶ୍ୱର,୨୯ା୬(ବ୍ୟୁରୋ)-ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସୋମବାର ଗାଇଡ ଲାଇନ ଜାରି ହୋଇଛି। ଭୁବନେଶ୍ୱର ବସ୍ତି ଅଞ୍ଚଳରେ ରହୁଥିବା କର୍ମଚାରୀଙ୍କ...

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୭।୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୬୮କୁ ବୃଦ୍ଧି ପାଇଛି। କେବଳ ଖୋର୍ଦ୍ଧା...

ବର୍ଷା ଋତୁ ଆରମ୍ଭ ସତ୍ତ୍ୱେ ସରିଲାନି ପୋଲ କାମ; ୬ରୁ ଅଧିକ ଗାଁ ବିଚ୍ଛିନ୍ନ ହେବା ଆଶଙ୍କା

ଖଇରା, ୧।୭ (ଉତ୍କଳବନ୍ଧୁ ପଣ୍ଡା)-  ବାଲେଶ୍ୱର ଜିଲା ଖଇରା ଓ ଔପଦା ବ୍ଲକକୁ ସଂଯୋଗ କରୁଥିବା କଣ୍ଟାବଣିଆ-ଡଗରପଡା ରାସ୍ତାର ଦିଘିତେନ୍ତୁଳି ଗ୍ରାମ ନିକଟରେ ନିର୍ମାଣାଧୀନ ଥିବା...

Advertisement
Archives

Model This Week