ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ଖବର ପାଇ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ଏହାର ତଦନ୍ତ ପାଇଁ ଉପଜିଲାପାଳ ରମେଶ ଜେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶକ୍ରମେ ଉପଜିଲାପାଳ ରମେଶ ଜେନାଙ୍କ ନେତୃତ୍ୱରେ ସହକାରୀ ଶ୍ରମ ଅଧିକାରୀ ବିଷ୍ଣୁ ଚରଣ ନାୟକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ରାୟଗଡ଼ା ଖଣି ଅଧିକାରୀ ପ୍ରମୁଖ  ଯାଞ୍ଚ ପାଇଁ ଉକ୍ତ ଇଟାଭାଟିକୁ ଯାଇଥିଲେ । ଯାଞ୍ଚ ବେଳେ ସେଠାରେ କାମ କରୁଥିବା ୩୯ଜଣ ଶ୍ରମିକ ରହିଥିବା ଜଣାପଡ଼ିଥିଲା ।

ଯାଞ୍ଚ ସମୟରେ ସେଠାରେ ଥିବା ୧୩ଜଣ ଶିଶୁଙ୍କ ମଧ୍ୟରୁ ୬ଜଣ ଶିଶୁ ଓ କିଶୋର ଶ୍ରମିକଙ୍କୁ ଇଟାଭାଟି ମାଲିକ କାର୍ଯ୍ୟରେ ନିୟୋଜିତ କରିଥିବା ଜଣାପଡ଼ିଥିଲା । ଅନ୍ୟ ୭ ଜଣ ସେଠାରେ କାମ କରୁଥିବା ଶ୍ରମିକଙ୍କ ସନ୍ତାନ ସନ୍ତତି ହୋଇଥିବା କାରଣରୁ ବାପାମାଆଙ୍କ ପାଖେ ରହୁଛନ୍ତି । ଇଟାଭାଟି ମାଲିକ ଜି.ଏମ. କିନ୍ଦିଆ ଓ ଟି. ଇଶ୍ୱର ରାଓ ଶ୍ରମିକମାନଙ୍କୁ ଅଗ୍ରିମ ଧନରାଶି ପ୍ରଦାନ କରି ୬ ମାସ ପର୍ଯ୍ୟନ୍ତ କାମ କରିବାକୁ ବାଧ୍ୟ କରୁଥିଲେ। ୨୫ ଜଣ ଶ୍ରମିକଙ୍କୁ ଅଗ୍ରିମ ଶ୍ରମ ପ୍ରଦାନ କରିଥିଲେ ଇଟାଭାଟି ମାଲିକ । ଶ୍ରମିକମାନଙ୍କୁ ଦିନକୁ ୧୪ ଘଂଟାରୁ ଅଧିକ ସମୟ କାମ କରାଯାଉଥିବା ସହ ସାପ୍ତାହିକ କମ୍ ମଜୁରି ଦିଆଯାଉଥିବା ତଦନ୍ତରୁ ଜଣାପଡ଼ିଥିଲା । ଏଭଳିକି ଶ୍ରମିକମାନେ ଅସ୍ୱଚ୍ଛ ଓ ବିପଦପୂର୍ଣ୍ଣ ପରିବେଶରେ ବସବାସ କରୁଥିବା ସହ ଚିକିତ୍ସା ସୁବିଧାର ମଧ୍ୟ ଅଭାବ ଥିବା ଏବଂ କାମ ଛାଡ଼ିବାକୁ ଚାହିଁଲେ ସେମାନଙ୍କୁ ଧମକ ଦିଆଯାଇ ଭୟଭୀତ କରାଯାଉଥିବା ତଦନ୍ତରୁ ଜଣାପଡ଼ିଥିବା ଉପଜିଲାପାଳ ଜେନା ସୂଚନା ଦେଇଛନ୍ତି । ଏସମ୍ପର୍କରେ ଶ୍ରମ ବିଭାଗ ପକ୍ଷରୁ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଆଇନଗତ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରାଯାଇଥିବା ଶ୍ରମ ବିଭାଗ ସୂଚନା ଦେଇଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?