Posted inଖେଳ

ଜନ୍ମଦିନରେ ଆଖି ଦାନ କରିବାକୁ ନିଷ୍ପତ୍ତି ନେଲେ ଏହି ଭାରତୀୟ କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ, ୫।୯: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭବାଙ୍କ ଶନିବାର ୩୦ତମ ଜନ୍ମଦିନ ଥିଲା। ଏହି ଅବସରରେ ରିଭାବା ଏକ ବଡ଼ ନିଷ୍ପତ୍ତି ନେଇଛନ୍ତିି। ସେ ତାଙ୍କ ଆଖି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଫଳରେ ଆଖି ନ ଥିବା ଲୋକ ଉପକୃତ ହୋଇପାରିବ ବୋଲି ସେ କହିଛନ୍ତି। ‘ଭଗବାନଙ୍କ କୃପାରୁ ମୋ ଶରୀରରେ ସମସ୍ତ ଅଙ୍ଗ ରହିଛି। ସେଥିପାଇଁ ମୁଁ ଦୃଷ୍ଟିବାଧିତ ଲୋକଙ୍କ ଯନ୍ତ୍ରଣା ବୁଝିପାରୁନାହିଁ। କିନ୍ତୁ ମୁଁ ଯଦି କୌଣସି ପ୍ରକାର ତାଙ୍କ ସହାୟତା କରିପାରିବି ତାହାଲେ ଏହା ମୋ ପାଇଁ ସମ୍ମାନର ବିଷୟ ହେବ। ମୁଁ ବର୍ତ୍ତମାନ କ’ଣ ଅନୁଭବ କରୁଛି ତାହା କହିପାରିବି ନାହିଁ। କିନ୍ତୁ ଏହା ମୋ ପାଇଁ ଅତ୍ୟନ୍ତ ସନ୍ତୋଷଜନକ ମୁହୂର୍ତ୍ତ। ଏଥିପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି, ଆପଣମାନେ ଅନ୍ୟମାନଙ୍କୁ ସହାୟତା କରିବା ସହ ନିଜ ମୃତ୍ୟୁକୁ ସ୍ମରଣୀୟ କରିଦିଅନ୍ତୁ।’ ଏଠାରେ ଉଲ୍ଲେଖଯୋଗ୍ୟ, ରିଭାବାଙ୍କ ସ୍ବାମୀ ରବୀନ୍ଦ୍ର ଜାଡେଜା ବର୍ତ୍ତମାନ ଆଇପିଏଲ୍‌ ଖେଳିବା ଲାଗି ୟୁଏଇ ଗସ୍ତରେ ରହିଛନ୍ତି। ଜାଡେଜା ଚେନ୍ନାଇ ସୁପର୍‌ କିଙ୍ଗ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡୋପିଂ ମାମଲାରେ ସସ୍‌ପେଣ୍ଡ ହେଲେ ଏହି ଭାରୋତ୍ତୋଳକ

ବୁଡାପେଷ୍ଟ,୮।୭(ଏପି): ଦୁଇଥର ୟୁରୋପିଆନ୍‌ ଚାମ୍ପିୟନଶିପ୍‌ ହାସଲ କରିଥିବା ରୁଷୀୟ ତାରକା ଭାରୋତ୍ତୋଳକ ଆଣ୍ଡ୍ରେଇ ଡେମାନୋଭ ଡୋପିଂ ଅଭିଯୋଗରେ ସାମୟିକ ବାସନ୍ଦ ହୋଇଛନ୍ତି। ଡୋପ୍‌ ଟେଷ୍ଟରେ ତାଙ୍କ...

ଜୁଲାଇ- ସେପ୍ଟେମ୍ବରରେ ଆଇପିଏଲ୍‌ ଆୟୋଜନ ନେଇ ଯୋଜନା

ମୁମ୍ବାଇ,୧୯।୩- କରୋନା ଭାଇରସ ସଂକ୍ରମଣ କାରଣରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣକୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତେବେ ଏହି...

ମୁକେଶ ଅମ୍ବାନୀଙ୍କ କାର୍‌ ଠାରୁ ମହଙ୍ଗା ଏହି ଖେଳାଳିଙ୍କ ଗାଡି: ଦାମ୍‌ ଶୁଣିଲେ ଉଡିଯିବ ହୋସ୍‌

ଯେତେବେଳେ ବି ଫୁଟବଲରଙ୍କ କଥା ଉଠେ ସର୍ବପ୍ରଥମେ ୨ଟି ନାମ ସମ୍ମୁଖକୁ ଆସିଥାଏ। ସେମାନେ ହେଲେ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ଲିଓନେଲ ମେସି। ଏହି ୨...

ଟିମ୍‌ ଇଣ୍ଡିଆକୁ ଐତିହାସିକ ବିଜୟ ଆଶା ଦେଲା ପନ୍ତଙ୍କ ଶତକ

କେପ୍‌ ଟାଉନ,୧୩।୧: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ବିସ୍ଫୋରକ ଶତକ ହାସଲ କରିଛନ୍ତି ଭାରତୀୟ ଉଇକେଟକିପର...

ଶାହିନଙ୍କ ନାମରେ ବିଶ୍ୱକପ୍‌ ରେକର୍ଡ

ଲିଡ୍ସ,୩୦।୬- ଚଳିତ ବିଶ୍ୱକପ୍‌ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ବୋଲର ଶାହିନ ଆଫ୍ରିଦୀ ୪ ଉଇକେଟ ନେଇ ଏକ ବିଶ୍ୱକପ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି...

ପାକିସ୍ତାନ ୫ ରନରେ ବିଜୟୀ: ଟି୨୦ ସିରିଜ ଅମୀମାଂସିତ

ମାଞ୍ଚେଷ୍ଟର,୩।୯(ଏପି): ଚଳିତ ଇଂଲଣ୍ଡ ଗସ୍ତରେ ପାକିସ୍ତାନ ତା’ର ପ୍ରଥମ ବିଜୟ ହାସଲ କରିଛି। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ମଙ୍ଗଳବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ...

ଓପନରେ ଆୟୁଷ, ବାଳିକାରେ ଜ୍ୟୋତିକା ଅଗ୍ରଣୀ

କଟକ ଅଫିସ,୧୪ା୭-ପୂର୍ବତଟ ରେଳପଥ ପ୍ରତିଷ୍ଠାନ ପରିସରରେ ଚାଲିଥିବା ରାଜ୍ୟ ୯ ବର୍ଷରୁ କମ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଶନିବାର ୪ ରାଉଣ୍ଡ ଖେଳ ଶେଷ ହୋଇଛି। ଓପନ୍‌...

କାହିଁକି ବ୍ୟାଟ୍‌ କାମୁଡନ୍ତି ଧୋନୀ

ମୁମ୍ବାଇ,୧୦।୭: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ୟତମ ଶ୍ରେଷ୍ଠ ଫିନିସର। ଧୋନୀଙ୍କ ବ୍ୟାଟ ଆଇପିଏଲ ୨୦୨୨ରେ ମଧ୍ୟ ଚାଲିଛି। ଦିଲ୍ଲୀ...

Advertisement
Archives

Model This Week