Posted inଖେଳ

ଓଡ଼ିଶା ଏଫ୍‌ସି ଦଳରେ ଗୋଲକିପର ରବି କୁମାର

ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି):ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ୭ମ ସିଜନ ପୂର୍ବରୁ ଓଡ଼ିଶା ଏଫସି ଦଳରେ ସାମିଲ ହୋଇଛନ୍ତି ଗୋଲକିପର ରବି କୁମାର। ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ସହିତ ଉତ୍ତର ପ୍ରଦେଶ ଜନ୍ମିତ ରବି କୁମାର ୨ ବର୍ଷୀୟା ଚୁକ୍ତି କରିଛନ୍ତି। ଇଣ୍ଡିଆନ ଆରୋଜ ଓ ସ୍ପୋର୍ଟିଂ କ୍ଲବ ଡି ଗୋଆ ପକ୍ଷରୁ ଖେଳିବା ପରେ ରବି ଆଇଏସଏଲ ଦ୍ୱିତୀୟ ସିଜନ ପାଇଁ ଦିଲ୍ଲୀ ଡାଇନାମସ ସହିତ ଚୁକ୍ତି କରିଥିଲେ। ଏହା ବ୍ୟତୀତ ସେ ନର୍ଥଇଷ୍ଟ ୟୁନାଇଟେଡ ଓ ମୁମ୍ବାଇ ସିଟି ଏଫସି ପକ୍ଷରୁ ଯଥାକ୍ରମେ ୨୦୧୭-୧୮ ଓ ୨୦୧୮-୧୯ ସିଜନରେ ଖେଳିଥିଲେ। କ୍ୟାରିୟର ଆରମ୍ଭରେ ଏହି ୨୬ ବର୍ଷୀୟ ଗୋଲକିପର ମିନର୍ଭା ପଞ୍ଜାବ ଏଫସି ପକ୍ଷରୁ ମଧ୍ୟ ଖେଳିଥିଲେ।


All Right Reserved By Dharitri.Com

Posted inଖେଳ View All

ବିଶ୍ୱ ଚାମ୍ପିୟନ ବେଲଜିୟମକୁ ହରାଇଲା ଭାରତ

ଆଣ୍ଟ୍ବେର୍ପ(ବେଲଜିୟମ), ୨।୧୦-ସମ୍ପ୍ରତି ବେଲଜିୟମ ଟୁର୍‌ରେ ଥିବା ଭାରତୀୟ ହକି ଦଳ ମଙ୍ଗଳବାର ଚମତ୍କାର ପ୍ରଦର୍ଶନ କରି ବିଶ୍ୱ ଏବଂ ୟୁରୋପିଆନ ଚାମ୍ପିୟନ ବେଲଜିୟମକୁ ୨-୧ ଗୋଲରେ...

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଦଳ ଘୋଷିତ: ପାଣ୍ଡ୍ୟା, ଧାଓ୍ବନ, ଭୁବନେଶ୍ୱରଙ୍କ ପ୍ରତ୍ୟାବର୍ତ୍ତନ

ଅହମଦାବାଦ, ୮।୩(ପ.ଟି.)- ଅଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ନୂଆ ଚୟନ...

ଖୋର୍ଦ୍ଧା ଜିଲା ଚେସ୍‌:ସ୍ବପ୍ନିଳ ଚାମ୍ପିୟନ, ସୌମ୍ୟ ରନର୍ସଅପ୍‌

ଭୁବନେଶ୍ୱର, ୨୮।୧(କ୍ରୀଡ଼ା ପ୍ରତିନିଧି)- ଖୋର୍ଦ୍ଧାଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସ୍ବପ୍ନିଳ ପ୍ରିୟଦର୍ଶୀ ଓ...

ମାଇକେଲ ଜୋର୍ଡାନଙ୍କ ଜୋତାର ମୂଲ୍ୟ ୪.୨ କୋଟି

ନ୍ୟୁୟର୍କ,୧୮।୫: କିମ୍ବଦନ୍ତୀ ଆମେରିକୀୟ ବାସ୍କେଟବଲ୍‌ ଖେଳାଳି ମାଇକେଲ ଜୋର୍ଡାନଙ୍କ ଏକ ଜୋତା ରେକର୍ଡ ୫ ଲକ୍ଷ ୬୦ ହଜାର ଡଲାର ବା ୪ କୋଟି ୨...

ଇଡେନ ବେଲ ବଜାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା,୨୨।୧୧- ଭାରତ ଓ ବାଂଲାଦେଶ ମଧ୍ୟରେ ବହୁ ପ୍ରତୀକ୍ଷିତ ପିଙ୍କ ବଲ ଦିବାରାତ୍ର ମ୍ୟାଚ୍‌ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ...

ଜାତୀୟ କରାଟେ: ଓଡ଼ିଶାକୁ ୩ ସ୍ବର୍ଣ୍ଣ, ୩ ବ୍ରୋଞ୍ଜ

ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି)-ଦିଲ୍ଲୀର ତାଲ୍‌କୋଟ୍ରା ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ସିନିୟର ଓ ସବ୍‌ଜୁନିୟର କରାଟେ ପ୍ରତିଯୋଗିତାରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ଓ ୩ ବ୍ରୋଞ୍ଜ ପଦକ...

ଧୋନୀଙ୍କ ଲମ୍ବା କେଶର ପ୍ରଶଂସକ ଥିଲେ ଏହି ଦେଶର ରାଷ୍ଟ୍ରପତି

ରାଞ୍ଚି ଭଳି ଛୋଟ ସହରରୁ ଆସିଥିବା ଜଣେ ଯୁବକ ନିଜ ଦକ୍ଷତା ବଳରେ ଦିନେ କ୍ରିକେଟର ସବୁଠାରୁ ବଡ଼ ଆଇକନ୍‌ ହୋଇଯିବ ତାହା କେହି ଭାବି...

ପିତାଙ୍କ ମୃତ୍ୟୁ ପରେ ମା’ ବସ୍‌ କଣ୍ଡକ୍ଟର କାମ କରି ପୁଅକୁ କଲେ କ୍ରିକେଟର,ଏବେ ଭାରତୀୟ ଦଳରେ ମିଳିଲା ସ୍ଥାନ

ମୁମ୍ବାଇ, ୧।୯:ଶ୍ରୀଲଙ୍କାରେ ହେବାକୁ ଥିବା ୟୁଥ୍‌ ଏସିଆ କପ୍‌ ଟୁର୍ନାମେଣ୍ଟ ପାଇଁ ଅଣ୍ଡର-୧୯ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ସାମିଲ୍‌ ହୋଇଛନ୍ତି ଜଣେ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *