ଭାରତ ମହାସାଗରରୁ ମିଳିଲା ବିରଳ ପ୍ରଜାତିର ମାଛ

ବ୍ରହ୍ମପୁର ଅଫିସ,୧୭ା୧: ଗଞ୍ଜାମ ଜିଲା ଗୋପାଳପୁରରେ ଥିବା ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ (ଜେଡ୍‌ଏସ୍‌ଆଇ)କୁ ପୁଣି ଏକ ସଫଳତା ମିଳିଛି। ଜେଡ୍‌ଏସ୍‌ଆଇର ବୈଜ୍ଞାନିକ ଡ. ଅନିଲ ମହାପାତ୍ର ଗବେଷଣା କରି ବିରଳ ପ୍ରଜାତିର ଆରିଓଶୋମା ମାଜୁସ୍‌ ମାଛ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ମାଛ ପ୍ରଶାନ୍ତ ମହାସାଗରରେ ଦେଖାଯାଉଥିବା ବେଳେ ପ୍ରଥମଥର ପାଇଁ ଭାରତ ମହାସାଗରରୁ ମିଳିଛି । ଏହାର ଲମ୍ବ ୨୪୬-୨୯୦ ମିଲିମିଟର। ସମ୍ୟକ ଧଳା ମିଶ୍ରିତ ବାଦାମୀ ରଙ୍ଗର ଏହି ମାଛ ଗଭୀର ସମୁଦ୍ର ମଧ୍ୟରେ ରହିଥାନ୍ତି। ଛୋଟ ଗେଣ୍ଡା ଓ ଗୁଳ୍ମ ଏମାନଙ୍କ ଖାଦ୍ୟ। ମାଛର ମେରୁଦଣ୍ଡ ରହିଛି। ଏଥିରେ ୧୪୧ରୁ ୧୪୪ ଖଣ୍ଡ ହାଡ଼ ରହିଥିବା ଡ. ମହାପାତ୍ର କହିଛନ୍ତି। ଏହି ମାଛ ବିଷାକ୍ତ ହୋଇ ନ ଥିଲେ ମଧ୍ୟ ଅଦରକାରୀ ଭାବେ ପରିଗଣତି ହୋଇଥାନ୍ତି ା ସୂଚନାଯୋଗ୍ୟ, ମାଛଟିକୁ ୨୦୨୦ ଜୁଲାଇ ୨୪ରେ ପଶ୍ଚିମବଙ୍ଗର ପେଟୁଆ ଘାଟଠାରୁ ଗୋପାଳପୁରସ୍ଥିତ ଜେଡ୍‌ଏସ୍‌ଆଇକୁ ଅଣାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ କମିଟି ବୈଠକ ପାଲଟିଲା ରଣକ୍ଷେତ୍ର: ବୁଲିଲା ଖଣ୍ଡା, ୪ ଗୁରୁତର

ଗଞ୍ଜାମ,୨୫।୪(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆ ଗାଁରେ ଗ୍ରାମ କମିଟି ବୈଠକ ଚାଲିଥିବା ବେଳେ ହଠାତ୍‌ ସଙ୍ଘବଦ୍ଧ ଆକ୍ରମଣ ଘଟଣା ଘଟିଛି। ଏଥିରେ ୪...

ପରୀ ହତ୍ୟାକାଣ୍ଡ: ଫ୍ରକ୍‌ରେ ରହିଛି ସିମେନ୍‌ ଦାଗ, ଗ୍ରୁପ୍‌ ଚିହ୍ନଟ ହୋଇପାରୁନି

ନୟାଗଡ ଅଫିସ,୨୭ା୧୨: ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଉଦ୍ଧାର ହୋଇଥିବା ପରୀର ଫ୍ରକ୍‌ରେ ସିମେନ୍‌ର ଦାଗ ରହିଥିବା ଫରେନ୍‌ସିକ୍‌ ରିପୋର୍ଟରୁ...

ଗ୍ରାମରୁ ବିଦ୍ୟୁତ୍‌ ସଂଯୋଗ କାଟିଦେଇଛି ସାଉଥ୍‌କୋ: ସନ୍ଧ୍ୟା ହେଲେ ଖୋଜାପଡୁଛି ଡିବି, ଲଣ୍ଠନ

କୋରୁକୋଣ୍ଡା,୧୪।୧(ଡି.ଏନ୍‌.ଏ.)-ଗ୍ରାମରେ ବିଦ୍ୟୁତ୍‌ ସଂଯୋଗ ଥାଇ ମଧ୍ୟ ଗ୍ରାମବାସୀ ସନ୍ଧ୍ୟା ହେଲେ ସବୁଦିନ ହଇରାଣ ହେଉଛନ୍ତି। ଡିବି, ଲଣ୍ଠନ ଲଗାଇ ଚଳୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ...

ଓଡ଼ିଶା ଦାବିକୁ ଅଣଦେଖା – ସର୍ଭେରେ ଅଟକିଛି ବିରଜାକ୍ଷେତ୍ରକୁ ରେଳପଥ ସଂଯୋଗ

ଯାଜପୁର ଅଫିସ,୧୭ା୧୨- ସବୁ ପ୍ରକାର ଭିତ୍ତିଭୂମି ଥାଇ ଯାଜପୁର ଜିଲାର ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା ମିଳିପାରୁ ନାହିଁ। ଏହାସହ ଦୀର୍ଘଦିନର ଦାବି ବିରଜାକ୍ଷେତ୍ରକୁ ରେଳପଥ...

ରାସ୍ତା ନିର୍ମାଣ କର, ନ ହେଲେ ପଞ୍ଚାୟତ ଭୋଟ୍‌ ଦେବୁ ନାହିଁ

ଭଦ୍ରକ ଅଫିସ,୨୨।୧୦: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ନଗୁଅଁା ପଞ୍ଚାୟତର ୯ ନଂ. ୱାର୍ଡ ମହାପୋଖରୀ ଶାସନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ...

ସରକାରୀ ଅର୍ଥ ହେରଫେର ମାମଲାରେ ମଉସୁଧା ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ଗିରଫ

ଚାନ୍ଦବାଲି,(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମଉସୁଧା ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ତଥା ପ୍ରାକ୍ତନ ସରପଞ୍ଚ ବ୍ରଜ ମଲ୍ଲିକଙ୍କୁ ବାଂଶଡ଼ା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ...

୨୨ରେ ଭାରତ ପ୍ରତିଭା ସମ୍ମାନ ଉତ୍ସବ

କଟକ ଅଫିସ,୨୦ା୮: ଜୟ ଭାରତ ଫାଉଣ୍ଡେଶନ ପକ୍ଷରୁ ସବୁବର୍ଷ ଭଳି ପୂଜ୍ୟପୂଜା ପରମ୍ପରାକୁ ଅବ୍ୟାହତ ରଖି ଚଳିତ ବର୍ଷ ୨୧ତମ ଭାରତ ପ୍ରତିଭା ସମ୍ମାନ ଓ...

ବ୍ୟାଙ୍କ ପରିଚାଳକଙ୍କୁ ଘେରିଲେ ମହିଳା

ବାହାନଗା, ୧୭।୭(ଡି.ଏନ.ଏ.)-ଋଣ ନ ପାଇ ବାହାନଗା ବ୍ଲକ ଚିତ୍ତଳ ଗ୍ରାମର ‘ଜୟ ମହାବୀର’ ମହିଳା ଗ୍ରୁପ୍‌ର ସଦସ୍ୟାମାନେ ମଙ୍ଗଳବାର ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପରିଚାଳକଙ୍କୁ ଘେରିଥିଲେ।...

Advertisement
Archives

Model This Week