୧୧୮ ବର୍ଷ ପରେ ଭାରତରେ ଫୁଟିଲା ଏହି ବିରଳ ପ୍ରଜାତିର ଫୁଲ

ବରେଲି, ୬।୭- ଭାରତରେ ଦୀର୍ଘ ୧୧୮ ବର୍ଷର ବ୍ୟବଧାନ ପରେ ବିରଳ ପ୍ରଜାତିର ଅର୍କିଡ ଫୁଲର ସନ୍ଧାନ ମିଳିଛି। ଉତ୍ତର ପ୍ରଦେଶର ଦୁଧ୍‌ଓ୍ବା ଜାତୀୟ ଉଦ୍ୟାନରେ ଏହି ‘ବିଲୁପ୍ତପ୍ରାୟ ପ୍ରଜାତି’ ଶ୍ରେଣୀଭୁକ୍ତ ଅର୍କିଡ ଫୁଲର ସନ୍ଧାନ ବନଅଧିକାରୀ ଓ ତଥା ବନ୍ୟଜନ୍ତୁ ବିଶେଜ୍ଞମାନେ ଯାଞ୍ଚ ସମୟରେ ପାଇଥିଲେ। ଏହି ଫୁଲର ବେଜ୍ଞାନିକ ନାମ ‘ଇଉଲୋଫିଆ ଓବଟସା’। କିନ୍ତୁ ଏହା ଗ୍ରାଉଣ୍ଡ ଅର୍କିଡ ଭାବେରେ ବେଶ୍‌ ପରିଚିତ। ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍‌)ର ରେଡ୍‌ ତାଲିକାଭୁକ୍ତ ଏହି ବିଲୁପ୍ତ ଉଦ୍ଭିଦ ଶେଷଥର ପାଇଁ ୧୯୦୨ ମସିହାରେ ଉତ୍ତର ପ୍ରଦେଶର ପିଲିଭିତ୍‌ ସହରରେ ଦେଖିବାକୁ ମିଳିଥିଲା। ଇଂଲଣ୍ଡର କ୍ୟୁ ହର୍ବାରିୟମ ଦଲିଲ୍‌ରେ ଏହି ତଥ୍ୟ ରେକର୍ଡ ହୋଇଛି। ଏହି ବିରଳ ପ୍ରଜାତିର ଅର୍କିଡ ଫୁଲ ଆବିଷ୍କାର କରିଥିବା ଦଳର ସଦସ୍ୟ ତଥା ଦୁଧ୍‌ଓ୍ବା ଫିଲ୍ଡ ଡିରେକ୍ଟର ସଞ୍ଜୟ ପାଠକ କହିଛନ୍ତି, ‘ଆମେ ଏହି ଫୁଲକୁ ୩୦ ଜୁନରେ ଦେଖିଥିଲୁ। ଏହାର ଚିତ୍ର ଉତ୍ତୋଳନ କରି ବାଂଲାଦେଶର ଉଦ୍ଭିଦ ବିଜ୍ଞାନୀ ମହମ୍ମଦ ସରିଫ ହୁସେନଙ୍କ ନିକଟକୁ ପଠାଇଥିଲୁ। ବର୍ତ୍ତମାନ ଜର୍ମାନୀରେ ଅନୁସନ୍ଧାନ ଜାରି ରଖିଥିବା ହୁସେନ ଏହା ଅର୍କିଡ ଉଦ୍ଭିଦ ବୋଲି ନିଶ୍ଚିତ କରିଛନ୍ତି। ଦୁଧ୍‌ଓ୍ବା ଜଙ୍ଗଲ ପରିସରରେ ୨ଟି ସ୍ଥାନରେ ଏହି ଉଦ୍ଭିଦର ସନ୍ଧାନ ମିଳିଛି। ଏହାର ଏକ ସବିଶେଷ ଯାଞ୍ଚ କରାଯିବ।’


Enter your email to get our daily news in your inbox.

All Right Reserved By Dharitri.Com

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଏହି ୩ ରାଶିଙ୍କ ଉପରେ ପଡିଲା କେତୁଙ୍କ ଶୁଭ ଦୃଷ୍ଟି: ୯୦ ଦିନ ଯାଏ ରହିଛି ଗୋଲ୍ଡେନ ଟାଇମ, ପ୍ରତି କାମରେ ମିଳିବ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ କେତୁଙ୍କୁ ମୋକ୍ଷ, ଆଧ୍ୟାତ୍ମିକତା ଓ ଅନ୍ତର୍ଜ୍ଞାନର କାରକ ଗ୍ରହ ବୋଲି ମନେ କରାଯାଏ। ବର୍ତ୍ତମାନ କେତୁ ସିଂହ ରାଶିରେ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି।…

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ ହେବ ଅକ୍ଟୋବର ୩: ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ପାଇଁ ଆସନ୍ତା ୩ ଅକ୍ଟୋବର ଏକ ଐତିହାସିକ ଦିନ ହୋଇପାରେ। ଯଦି ଟିମ ଇଣ୍ଡିଆ ୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟରେ ଗୋଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri