Posted inଖେଳ

ବିସିସିଆଇର ଘୋଷଣା: ଏଥର ହେବ ରଣଜୀ ଟ୍ରଫି

ନୂଆଦିଲ୍ଲୀ, ୩ା୭- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରଣଜୀ ଟ୍ରଫି ସମେତ ଏହାର ସମସ୍ତ ଘରୋଇ ଟୁର୍ନାମେଣ୍ଟ ଆୟୋଜନ କରିବ। ୨୦୨୧-୨୨ ସିଜନରେ ମୋଟ ୨୧୨୭ ମ୍ୟାଚ ଖେଳାଯିବ। ରଣଜୀ ଟ୍ରଫି ନଭେମ୍ବର ୧୬ରୁ ଆରମ୍ଭ ହେବ। କୋଭିଡ୍‌ ମହାମାରୀ ଯୋଗୁ ବିସିସିଆଇ ଗତବର୍ଷ କୌଣସି ବୟସ ବର୍ଗରେ ଟୁର୍ନାମେଣ୍ଟ ଆୟୋଜନ କରି ନ ଥିଲା। ରଣଜୀ ଟ୍ରଫିକୁ ବାଧ୍ୟତାମୂଳକ ବାତିଲ କରିଥିଲା। କିନ୍ତୁ ଚଳିତବର୍ଷ ସମସ୍ତ ଘରୋଇ ଟୁର୍ନାମେଣ୍ଟ ହେବ। ସୟଦ ମୁସ୍ତାକ ଅଲୀ ଟି୨୦ ଅକ୍ଟୋବର ୨୦ରୁ ଏବଂ ଜାତୀୟ ଦିନିକିଆ ଚାମ୍ପିୟନଶିପ୍‌ ବିଜୟ ହଜାରେ ଟ୍ରଫି ୨୦୨୨ ଫେବୃୟାରୀ ୨୩ରୁ ଖେଳାଯିବ।

ମହିଳା ସିନିୟର ଦିନିକିଆ ଲିଗ୍‌ ସହ ୨୦୨୧ ସେପ୍ଟେମ୍ବର ୨୧ରୁ ସିଜନ ଆରମ୍ଭ ହେବ। ଏହାପଛକୁ ମହିଳା ସିନିୟର ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି ୨୦୨୧ ଅକ୍ଟୋବର ୨୭ରୁ ଖେଳାଯିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା ଗଣମାଧ୍ୟମକୁ ଏକ ପ୍ରେସ୍‌ ଇସ୍ତାହାର ଜରିଆରେ ଜଣାଇଛନ୍ତି। ସୟଦ ମୁସ୍ତାକ ଅଲୀ ଟ୍ରଫିର ଫାଇନାଲ ୨୦୨୧ ନଭେମ୍ବର ୧୨ରେ ଅନୁଷ୍ଠିତ ହେବ। ମର୍ଯ୍ୟାଦାପୂର୍ଣ୍ଣ ରଣଜୀ ଟ୍ରଫି ପାଇଁ ୩ ସପ୍ତାହ ସମୟ ରଖାଯାଇଛି। ଏହା ୨୦୨୧ ନଭେମ୍ବର ୧୬ରୁ ୨୦୨୨ ଫେବୃୟାରୀ ୧୯ ପର୍ଯ୍ୟନ୍ତ ଚାଲିବ। ବିଜୟ ହଜାରେ ଟ୍ରଫି ଫାଇନାଲ ୨୦୨୨ ମାର୍ଚ୍ଚ ୨୬ରେ ହେବ। ଖେଳାଳି ଏବଂ ଟୁର୍ନାମେଣ୍ଟ ସହ ସମ୍ପୃକ୍ତ ଲୋକମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଅଗ୍ରାଧିକାର ପ୍ରଦାନ ସହିତ ଘରୋଇ ସିଜନ ଆୟୋଜନ ହେବ ବୋଲି ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓରଲେନ୍ସ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ: ଫାଇନାଲରେ କ୍ରିଷ୍ଣା- ବିଷ୍ଣୁ, ସାଇନା ଆଉଟ୍‌

ପ୍ୟାରିସ୍‌,୨୮।୩(ପି.ଟି.): ଏଠାରେ ଚାଲିଥିବା ଓରଲେନ୍ସ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନରୁ ଭାରତୀୟ ମହିଳା ତାରକା ସାଇନା ନେହ୍ବାଲ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ତେବେ ଭାରତୀୟ ଯୋଡି...

ବ୍ରାଭୋ ଫେସ୍‌ ଅଫ୍‌ ଦି ୧୦ ପିଏଲ୍‌ ଓ୍ବାର୍ଲ୍ଡ କପ୍‌

ଦୁବାଇ, ୮ା୧ (ପି.ଟି.)-ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଫେସ୍‌ ଅଫ୍‌ ଦି ୧୦ପିଏଲD-ବିଶ୍ୱକପ୍‌ ଅଫ୍‌ ଟେନିସ ବଲ୍‌ ଭାବେ ମନୋନୀତ ହୋଇଛନ୍ତି। ଇଭେଣ୍ଟର ତୃତୀୟ ସଂସ୍କରଣ...

ଡବ୍ଲୁପିଏଲ୍‌ ଫାଇନାଲ୍‌: ଟସ୍‌ ଜିତିଲା ମୁମ୍ବାଇ

ନୂଆଦିଲ୍ଲୀ,୨୬।୩: ମହିଳା ପ୍ରିମିୟର ଲିଗର ପ୍ରଥମ ସିଜିନର ଆଜି ଫାଇନାଲ ଖେଳାଯାଉଛି। ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ...

କ୍ଲିନ୍‌ସୁଇପ୍‌ କଲା ଭାରତ

ତ୍ରିନିଦାଦ,୨୮।୭: ତ୍ରିନିଦାଦର କ୍ୱିନ୍ସ ପାର୍କ ଓଭାଲରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତ ୧୧୯ ରନ୍‌ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହା ସହ ଭାରତ ଦିନିକିଆ ସିରିଜକୁ...

ମିଳିଲା ମାରାଡୋନାଙ୍କ ୨୦ ଲକ୍ଷ ଟଙ୍କାର ଚୋରି ଘଣ୍ଟା

ଦିଶପୁର,୧୧ା୧୨: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କର ଚୋରି ଘଣ୍ଟା ଆସାମରୁ ମିଳିଛି। ଆସାମ ପୋଲିସ ଦୁବାଇ ପୋଲିସ ସହ ମିଶି ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର...

ମୋ ହିରୋ ଚାଲିଗଲେ

କିମ୍ବଦନ୍ତୀ ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କର ବୁଧବାର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା ଏବଂ ସେ ହୃଦଘାତରେ ପୀଡିତ ଥିଲେ। ମାରାଡୋନାଙ୍କ...

ଅନ୍ତିମ ଟି୨୦: କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ମାଉଣ୍ଟ ମାଉଁଗାନୁଇ, ୨।୨(ପି.ଟି.)- ଟି୨୦ ସିରିଜର ପ୍ରଥମ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ଭ୍ରମଣକାରୀ ଭାରତ ଏବେ ୫-୦ରେ କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ରହିଛି।...

ଆଜିର ଦିନରେ କ୍ରିକେଟ ପଡ଼ିଆରେ ଇତିହାସ ରଚିଥିଲେ ରୋହିତ ଶର୍ମା

ଭେଟେରାନ ଭାରତୀୟ ଓପନର୍‌ ରୋହିତ ଶର୍ମା ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ୬ ଜୁଲାଇ ତାରିଖ ଅତ୍ୟନ୍ତ ସ୍ବତନ୍ତ୍ର। ଦୁଇ ବର୍ଷ ପୂର୍ବେ ଖେଳାଯାଇଥିବା ଆଇସିସି...

Advertisement
Archives

Model This Week