Posted inଜାତୀୟ

ମୋ ଶରୀର ଅସୁସ୍ଥ, ପୁଅର ସବୁ ନିଷ୍ପତ୍ତିକୁ ସମର୍ଥନ କରୁଛି: ରାମବିଳାସ ପାଶଓ୍ବାନ୍‌

ପାଟନା,୧୧।୯: କରୋନା ସଙ୍କଟ ମଧ୍ୟରେ ବିହାରରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଲେଣି। ସେପଟେ କେନ୍ଦ୍ର ମନ୍ତ୍ରୀ ତଥା ଲୋକ ଜନତା ପାର୍ଟି ନେତା ରାମବିଲାସ ପାଶୱାନ ଶୁକ୍ରବାର ଏକ ଟୁଇଟ୍‌ କରିଛନ୍ତି। ଅସୁସ୍ଥତା ହେତୁ ସେ ଡାକ୍ତରଖାନାରେ ଅଛି, ଏଭଳି ପରିସ୍ଥିତିରେ ପୁଅ ଚିରାଗ ପାଶୱାନ ତାଙ୍କ ସହ ଅଛନ୍ତି। ସେ ଦଳ ବିଷୟରେ ନିଷ୍ପତ୍ତି ନେଉଛନ୍ତି ବୋଲି ପାଶୱାନ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ସଙ୍କଟ ସମୟରେ ସେ ଖାଦ୍ୟ ମନ୍ତ୍ରୀ ଭାବରେ ଦେଶର ସେବା ଜାରି ରଖିଛନ୍ତି। ସମସ୍ତଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଛି। ଏହି ସମୟ ମଧ୍ୟରେ ସ୍ବାସ୍ଥ୍ୟ ଖରାପ ହୋଇଥିଲା। କିନ୍ତୁ କାମ ଯେମିତି ବ୍ୟାହତ ନ ହେବ ସେଥିପାଇଁ ଡାକ୍ତରଖାନାକୁ ଯାଇ ନ ଥିଲି। ଯେତେବେଳେ ଚିରାଗ ମୋର ଅସୁସ୍ଥତା ଅନୁଭବ କଲେ, ତାଙ୍କ ନିର୍ଦ୍ଦେଶରେ ମୁଁ ଡାକ୍ତରଖାନା ଯାଇ ମୋର ଚିକିତ୍ସା ଆରମ୍ଭ କଲି। ମୁଁ ଖୁସି ଯେ ମୋ ପୁଅ ଚିରାଗ ଏହି ସମୟରେ ମୋ ସହିତ ଅଛନ୍ତି ଏବଂ ମୋର ସମସ୍ତ ସେବା କରୁଛନ୍ତି। ମୋର ଯତ୍ନ ନେବା ବ୍ୟତୀତ ଦଳ ପ୍ରତି ମୋର ଦାୟିତ୍ୱ ମଧ୍ୟ ପୂରଣ କରୁଛି। ପାଶୱାନ ବିହାର ନିର୍ବାଚନ ବିଷୟରେ ଆହୁରି କହିଛନ୍ତିି ଯେ, ମୁଁ ନିଶ୍ଚିତ ଯେ ଚିରାଗଙ୍କ ଯୁବ ଚିନ୍ତାଧାରା ଦଳ ଏବଂ ବିହାରକୁ ନୂତନ ଦିଶା ଦେବ । ମୁଁ ପୁଅର ପ୍ରତ୍ୟେକ ନିଷ୍ପତ୍ତି ସହିତ ଦୃଢ ଭାବରେ ଠିଆ ହେଇଛି। ମୁଁ ଆଶା କରେ ଯେ ମୁଁ ଭଲ ହେବି ଏବଂ ଶୀଘ୍ର ମୋର ପ୍ରିୟଜନଙ୍କ ପାଖକୁ ଆସିବି।
ସୂଚନାଯୋଗ୍ୟ, ବିହାର ନିର୍ବାଚନକୁ ନେଇ ଚିରାଗ ପାଶୱାନ କହିଛନ୍ତି, ନୀତିଶ କୁମାରଙ୍କୁ ତାଙ୍କ ଦଳ କ୍ରମାଗତ ଭାବରେ ବିରୋଧ କରୁଛି। ସେ ଜେଡିୟୁ ସହ ନୁହେଁ ବରଂ ଭାଜପା ସହ ମେଣ୍ଟ କରୁଛନ୍ତି। କେବଳ ଏତିକି ନୁହେଁ, ନିକଟରେ ହୋଇଥିବା ଦଳ ବୈଠକରେ ୧୪୩ଟି ଆସନରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେବା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri