Posted inଜାତୀୟ

କାରଗିଲ ବିଜୟ ଦିବସ: ଯୁଦ୍ଧରେ ଭାରତକୁ ମିଳି ନ ଥିଲା ବିଶ୍ୱର ସହାୟତା

ଜମ୍ମୁ,୨୪ ।୭: କାରଗିଲ ବିଜୟ ଦିବସ ଅବସରରେ ଦେଶର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଜମ୍ମୁରେ କାରଗିଲ ଯୁଦ୍ଧରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଭାରତ ଏବେ ଏକ ଶକ୍ତିଶାଳୀ ଦେଶ ହୋଇଯାଇଛି । ସେନା ଯବାନଙ୍କ ପ୍ରଶଂସା ଯେତେ କରାଯିବ ତାହା କମ ହେବ । କାରଗିଲ ଯୁଦ୍ଧରେ ଆମ ୩ ସେନାଙ୍କ ମଧ୍ୟରେ ସମନ୍ୱୟ ଦେଖିବାକୁ ମିଳିଥିଲା ।
ସେ ମନେପକାଇବାକୁ ଯାଇ କହିଛନ୍ତି, ସ୍ଥଳ ସେନାର ସପୋର୍ଟରେ ବାୟୁସେନା ଅପରେଶନ ସଫେଦ ସାଗର ଚଳାଇଥିଲେ ତ ନୌସେନା ଆରବ ସାଗରରେ କରାଚି ପର୍ଯ୍ୟନ୍ତ ପହଞ୍ଚିବାକୁ ସମୁଦ୍ର ରାସ୍ତାକୁ ଅବରୋଧ କରିବାରେ ବଡ ଭୂମିକା ଗ୍ରହଣ କରିଥିଲେ । ପିଓକେ ଆମର ହେଲେ ପାକିସ୍ତାନ ବାରମ୍ବାର ଠୁକର ଖାଇବି ତା’ର ଜିଦରୁ ତଳକୁ ଓହ୍ଲାଉନାହିଁ । ବର୍ଷ ୧୯୬୫ ଓ ୧୯୭୧ର ଯୁଦ୍ଧରେ ପାକିସ୍ତାନର ପରାଜୟ ହୋଇଥିବା ବେଳେ କାରଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ କଡା ଜବାବ ଦେଇଥିଲେ । ରାଜନାଥ ଆହୁରି ମଧ୍ୟ କହିଛନ୍ତି, ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରୁଛି କି ଯଦି ପାକିସ୍ତାନ କିଛି ଦୁଃସାହସ କରେ ତେବେ ତାକୁ ଉଚିତ ଜବାବ ଦିଆଯିବ । ଆଶା କରୁଛି ପାକିସ୍ତାନ ସଦବୁଦ୍ଧିରେ କାମ କରୁ ।
କରଗିଲ ବିଜୟ ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, କାରଗିଲ ଯୁଦ୍ଧରେ ଭାରତକୁ ବିଶ୍ୱର ସହଯୋଗ ମିଳି ନ ଥିଲା । ଏହାପରେ ବି ଭାରତ ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରି ଏକୁଟିଆ ଏହି ଯୁଦ୍ଧ ଲଢିବା ସହ ବିଜୟ ହାସଲ କରିଥିଲା । ଏହାପରେ ବି ପାକିସ୍ତାନ କିଛି ଶିକ୍ଷା କରିପାରିଲା ନାହିଁ । ଆମେ ପଡୋଶୀ ଦେଶ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛୁ, ହେଲେ ଯଦି କେହି ଆମକୁ ନାଲି ଆଖି ଦେଖାଇବେ ତେବେ ତାହାର କଡା ଜବାବ ବି ଦିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri