Posted inଜାତୀୟ

୧୫ ଶ୍ରେଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ରାଜନାଥ, ଅଶ୍ୱିନୀ

ନୂଆଦିଲ୍ଲୀ,୩୦।୫: କୋଭିଡ୍‌ ମହାମାରୀ ବେଳେ ଟ୍ରେନ୍‌ରେ ଦେଶର ବିଭିନ୍ନ ଅଞ୍ଚଳକୁ ଖାଦ୍ୟଶସ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର କ୍ୟାବିନେଟର ୧୫ ଶ୍ରେଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଆଇଏଏନ୍‌ଏସ୍‌-ସିଭୋଟର ସର୍ଭେରେ ଏନ୍‌ଡିଏ ଭୋଟରମାନେ ୧୦ ନମ୍ବରରୁ ଅଶ୍ୱିନୀଙ୍କୁ ୬.୮୨ ନମ୍ବର ଦେଇ ୧୨ତମ ସ୍ଥାନରେ ରଖିଥିବାବେଳେ ବିରୋଧୀ ଭୋଟରମାନେ ୫.୯୬ ନମ୍ବର ଦେଇ ୭ମ ସ୍ଥାନରେ ରଖିଛନ୍ତି। ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସୋସିଆଲ ଗ୍ରୁପ୍‌ ପାରାମିଟରରେ ସେ ୭.୨୦ ନମ୍ବର ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ମହାମାରୀ ସଙ୍କଟ ବେଳେ ଭାରତୀୟ ରେଲଓ୍ବେ ଖାଦ୍ୟଶସ୍ୟ, କୋଇଲା, ପେଟ୍ରୋଲିୟମ, ସାର, ଲୁହାପଥର ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଯୋଗ କରିବା ସହ ଭିତ୍ତିଭୂମି ଓ ନିରାପତ୍ତା ବ୍ୟବସ୍ଥାରେ ଉନ୍ନତି ଆଣି ଦେଶବାସୀଙ୍କ ସଦ୍ଦିଚ୍ଛା ହାସଲ କରିଥିଲା।

ସର୍ଭେ ଅନୁଯାୟୀ ମୋଦି କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ମନ୍ତ୍ରୀ ଦର୍ଶାଯାଇଛି। ଏନ୍‌ଡିଏ ସରକାରର ୮ ବର୍ଷ ପୂର୍ତ୍ତି ଅବସରରେ ଏହି ସର୍ଭେ କରାଯାଇଥିଲା, ଯେଉଁଥିରେ ଏନ୍‌ଡିଏ, ଅଣ ଏନ୍‌ଡିଏ ଭୋଟରଙ୍କ ସମେତ ବିଭିନ୍ନ ପାରାମିଟରକୁ ସାମିଲ କରାଯାଇଥିଲା। ରାଜନାଥଙ୍କୁ ଏନ୍‌ଡିଏ ଭୋଟର୮.୩୬ ନମ୍ବର ଏବଂ ବିରୋଧୀ ଭୋଟର ୭.୦୩ ନମ୍ବର ଦେଇ ପ୍ରଥମ ର଼୍ୟାଙ୍କ୍‌ରେ ରଖିଛନ୍ତି। ମୁସଲମାନ ସମ୍ପ୍ରଦାୟର ସୋସିଆଲ ଗ୍ରୁପ୍‌ରେ ସେ ୬.୩୦ ସ୍କୋର ସହ ଶୀର୍ଷସ୍ଥାନରେ ଥିବାବେଳେ ଏସ୍‌ଟି/ଏସ୍‌ଟି ସୋସିଆଲ ଗ୍ରୁପ୍‌ରେ ୭.୬୩ ସ୍କୋର ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି କୋଭିଡ୍‌ ମହାମାରୀ ବିରୋଧରେ ଦେଶର ଲଢ଼େଇରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ମଧ୍ୟ ଶ୍ରେଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ସ୍ଥାନ ମିଳିଛି। ଆଇଏଏନ୍‌ଏସ୍‌-ସିଭୋଟର ସର୍ଭେରେ ୬.୭୫ ନମ୍ବର ସହ ସେ ୧୩ତମ ସ୍ଥାନରେ ରହିଛନ୍ତି।

ସର୍ଭେରେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ୮.୦୭ ସ୍କୋର ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ୭.୭୯ ସ୍କୋର ସହ ତୃତୀୟ ସ୍ଥାନରେ, ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ୭.୬୯ ସ୍କୋର ସହ ଚତୁର୍ଥ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧,୦୮୨ ପୋଲିସଙ୍କୁ ପଦକ…

ନୂଆଦିଲ୍ଲୀ, ୧୪।୮ : ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ଏବଂ ରାଜ୍ୟ ପୋଲିସର ୧,୦୮୨ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି।...

୯୯ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୯।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିବ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ !

ନୂଆଦିଲ୍ଲୀ,୩୧।୭: କରୋନା ଭାଇରସ ସଂକ୍ରମଣକୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଦେବାକୁ ଏବେ ବିଭିନ୍ନ ଭ୍ୟାକ୍ସିନ ପ୍ରସ୍ତୁତ କାରୀ ସଂସ୍ଥା ସେମାନଙ୍କ ସମସ୍ତ ଶ୍ରମ ଲଗାଇ ଦେଇଛନ୍ତି...

ପାଶୱାନଙ୍କ କାର୍ଯ୍ୟ ସମ୍ଭାଳିବେ ଗୋୟଲ

ନୂଆଦିଲ୍ଲୀ,୯ ।୧୦: ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ମୃତ୍ୟୁ ହୋଇଯାଇଛି । ତେବେ ସେ ଯେଉଁ ଦାୟିତ୍ୱରେ ଥିଲେ ଏବେ ସେହି ଦାୟିତ୍ୱ...

ତୁଟୁନି ପୁତ୍ର ମୋହ: ବଢୁଛି ଅସନ୍ତୁଷ୍ଟଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୯।୧୧: କଂଗ୍ରେସରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିହାର ନିର୍ବାଚନ ଫଳାଫଳପରେ ସ୍ଥିତି ଅଧିକ ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ ଦଳର ୨୩ ଜଣ...

ପୂର୍ବତନ ଟିଡିପି ମନ୍ତ୍ରୀ ଗିରଫ

ହାଇଦ୍ରାବାଦ, ୭।୧: ଜମି ବିବାଦକୁ ନେଇ ୩ ଭାଇଙ୍କୁ ଅପହରଣ କରିଥିବା ଅଭିଯୋଗରେ ବୁଧବାର ଆନ୍ଧ୍ରପ୍ରଦେଶର ଜଣେ ପୂର୍ବତନ ଟିଡିପି ମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ୨୦୦...

ହାଜର ହେଲେ ଆର୍ଯ୍ୟନ

ମୁମ୍ବାଇ,୫ ।୧୧: କ୍ରୁଜ ଡ୍ରଗ୍ସ ମାମଲାରେ ସର୍ତ୍ତ ମୂଳକ ଜାମିନ ପାଇଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ...

ବାଲାକୋଟ୍‌ ଷ୍ଟ୍ରାଇକ୍‌ ପରେ ଭାରତ ସୀମାରେ ପ୍ରବେଶ କରିନି ପାକିସ୍ତାନ ବିମାନ: ଧନୋଓ୍ବା

ନୂଆଦିଲ୍ଲୀ, ୨୪।୬: ବାଲାକୋଟ ଷ୍ଟ୍ରାଇକ୍‌ ପରେ ଫେବୃୟାରୀ ୨୭ରେ ଭାରତୀୟ ସୀମାରେ ପାକିସ୍ତାନ ଯୁଦ୍ଧ ବିମାନ ପ୍ରବେଶ କରି ନ ଥିଲା ବୋଲି ଏୟାର ଚିଫ୍‌...

Advertisement
Archives

Model This Week