ପ୍ରଥମ ଦେଖାରେ ପତ୍ରଲେଖାଙ୍କୁ ହୃଦୟ ଦେଇ ବସିଥିଲେ ରାଜକୁମାର, ଏବେ…

ବମ୍ବେ: ପ୍ରଥମ ଦେଖାରେ ପ୍ରେମ। ଏଭଳି କିଛି ଘଟିଛି ବଲିଉଡ୍‌ ଅଭିନେତା ରାଜକୁମାର ରାଓଙ୍କ କ୍ଷେତ୍ରରେ। ଏକ ବିଜ୍ଞାପନ ଶୁଟିଂ ସମୟରେ ଅନ୍ବିତା ପଲ୍‌ ଓରଫ ପତ୍ରଲେଖାଙ୍କୁ ଭେଟିଥିଲେ ସେ। ପ୍ରଥର ଦେଖାରେ ହିଁ ରାଜକୁମାର ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। କେବଳ ଏତିକି ନୁହେଁ ବିବାହ କରିବାକୁ ମଧ୍ୟ ଇଚ୍ଛା କରିଥିଲେ। ୨୦୧୪ରେ ଉଭୟ ଫିଲ୍ମ ସିଟି ଲାଇଫ୍‌ରେ ସେମାନେ ଅଭିନୟ କରିଥିଲେ। ବାସ୍‌ ଏହା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହୋଇଯାଇଥିଲା। ଏବେ ସେମାନେ ବି-ଟାଉନ୍‌ର ଚର୍ଚ୍ଚିତ ଯୋଡ଼ିମାନଙ୍କ ମଧ୍ୟରୁ ଗୋଟିଏ କହିଲେ ଅତ୍ୟୁକ୍ତି ହେବ ନାହିଁ।

ହରିୟାଣାର ଗୁରୁଗାଓଁରେ ରାଜକୁମାରଙ୍କ ଜନ୍ମ। ସେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ। ପରେ ସେ ଗୁରୁଗାଓଁରୁ ଦିଲ୍ଲୀ ଆସିଥିଲେ। ଦୁଇ ବର୍ଷ ଅଭିନୟରେ ଡିପ୍ଲୋମା କରିବା ପରେ ୨୦୦୮ରେ ବମ୍ବେ ଆସିଥିଲେ। ପ୍ରାରମ୍ଭିକ ସମୟରେ ରାଜକୁମାରଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ଖାଇବାକୁ ପଇସା ନ ଥିବା ଯୋଗୁ ସେ ସାଙ୍ଗମାନଙ୍କଠାରୁ ଖାଉଥିଲେ। କେବଳ ଏତିକି ନୁହେଁ ପରବର୍ତ୍ତୀ ସମୟରେ ନିଜ ନାଁର ବନାନ ଆଉ ସଂଜ୍ଞା ବଦଳାଇଦେଇଥିଲେ। ବାସ୍ତବରେ ତାଙ୍କ ନା ରାଜକୁମାର ଯାଦବ ଥିବା ବେଳେ ସେ ଏହାକୁ ବଦଳାଇ ଦେଇ ରାଓ କରିଥିଲେ।

୨୦୦୯ରେ ଦିବାକର ବାନାର୍ଜୀଙ୍କ ଫିଲ୍ମ ‘ଲଭ୍‌, ସେକ୍ସ ଔର ଧୋକା’ରେ ସେ ଅଭିନୟ କରିଥିଲେ। ୨୦୧୦ରେ ଫିଲ୍ମ ରିଲିଜ ହୋଇଥିଲା। ଏହାପରେ ସେ ଆଉ ପଛକୁ ଚାହିଁ ନାହାନ୍ତି। ଏକାଧିକ ହିଟ୍‌ ଦେଇ ସେ ଏବେ ବଲିଉଡ୍‌ର ଭର୍ସାଟାଇଲ୍‌ ଅଭିନେତା ପାଲଟିଛନ୍ତି। ଫିଲ୍ମ ଶହିଦ୍‌ ପାଇଁ ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri