ପୁଣି ଝୁଲିଲା ରଜନୀକାନ୍ତଙ୍କ ଭାଗ୍ୟ

ଅନୁଗୋଳ,୧୨।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏପରି କି ଅନୁଗୋଳ ବିଧାୟକ ରଜନୀକାନ୍ତଙ୍କ ଭାଗ୍ୟ ପୁଣି ଥରେ ଆଶଙ୍କା ମଧ୍ୟକୁ ଠେଲି ହୋଇଯାଇଥିବା ଆଲୋଚନା ହେଉଛି। ଅନୁଗୋଳ ପାଇଁ ପ୍ରାର୍ଥୀ ତାଲିକା ଘୋଷଣାରେ ଯେତିକି ବିଳମ୍ବ ହେଉଛି, ବିଧାୟକଙ୍କ ସମର୍ଥକ ଓ ସ୍ଥାନୀୟ ନେତା, କର୍ମୀଙ୍କ ମନରେ ସେତିକି ଛନକା ପଶୁଛି। ଗତ ୨ ଦିନ ତଳେ ଭୁବନେଶ୍ୱରରେ ରଜନୀକାନ୍ତ ସିଂହଙ୍କ ଶୁଭେଚ୍ଛୁମାନେ ମେଳି ହୋଇ ଟିକେଟ୍‌ ତୁରନ୍ତ ପ୍ରଦାନ କରିବାକୁ ଦାବି କରିଥିଲେ ହେଁ ଗୁରୁବାର ଟିକେଟ୍‌ ଘୋଷଣା ହୋଇ ନ ଥିବାରୁ ରଜନୀଙ୍କ ଶେଷ ଅସ୍ତ୍ର କାମ କଲାନି ବୋଲି ଅନୁଗୋଳରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣା ପରେ ଅନୁଗୋଳ ବିଜେଡିରୁ ଆଶାୟୀ ଥିବା ଅନ୍ୟ ନେତାମାନଙ୍କ ମନରେ ଆଶା ସୃଷ୍ଟି ହୋଇଥିବା ରାଜନୈତିକ ସମୀକ୍ଷକମାନେ ପ୍ରକାଶ କରିଛନ୍ତି।
ସମୀକ୍ଷକମାନଙ୍କ କହିବା ଅନୁଯାୟୀ, ଅନୁଗୋଳ ନିର୍ବାଚନମଣ୍ଡଳୀକୁ ଦୀର୍ଘ ୨୪ ବର୍ଷ ହେଲା ବିଧାୟକ ସିଂହଙ୍କ ପରିବାର ଅକ୍ତିଆରରେ ରଖି ଆସିଛନ୍ତି। ହେଲେ ଦଳୀୟ ଟିକେଟ୍‌ ପାଇଁ ପ୍ରଥମ ଥର କରି ବିଧାୟକ ସିଂହଙ୍କୁ ଏତେ କଳ, ବଳ ଓ କୌଶଳ ଆପଣାଇବାକୁ ପଡ଼ୁଛି। ଏପରି କି ରଜନୀଙ୍କ ୨୦ ବର୍ଷର ରାଜନୈତିକ ଜୀବନରେ ପ୍ରଥମ ଥର ଏହା ଦେଖିବାକୁ ମିଳୁଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ଶେଷ ମୁହୂର୍ତ୍ତରେ ରଜନୀକାନ୍ତଙ୍କୁ ଟିକେଟ୍‌ ମିଳିଥିଲା। କିନ୍ତୁ ଏଥର ପରିବାରବାଦ୍‌ ବିରୋଧରେ ଅନୁଗୋଳରେ ଜୋର୍‌ଦାର ସ୍ବର ଉତ୍ତୋଳନ ହେଉଥିବାରୁ ଏବଂ ରଜନୀକାନ୍ତଙ୍କ ଲୋକପ୍ରିୟତା ସହ ଭୋଟ୍‌ ହାର କ୍ରମାଗତ ହ୍ରାସ ପାଉଥିବା ଦେଖି ବିଜେଡି ଟିକେଟ୍‌ ନିଷ୍ପତ୍ତି ନେବାରେ ଅଧିକ ସମୟ ନେଉଛି। ଇତିମଧ୍ୟରେ ରଜନୀଙ୍କ ସ୍ଥାନରେ ତାଙ୍କ ପୁଅ ଅରୁଣାଭ କିମ୍ବା ସ୍ତ୍ରୀ ସଂଯୁକ୍ତାଙ୍କୁ ଟିକେଟ୍‌ ଦେବାକୁ ଯେଉଁ ଦାବି ହେଉଥିଲା ତାହା ମଧ୍ୟ ଥମିଯାଇଥିବା ଦେଖିବାକୁ ମିଳୁଛି। ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ସମର୍ଥକମାନଙ୍କୁ ନେଇ ମେଳି କରିବା ସହ ତାଙ୍କୁ ଟିକେଟ୍‌ ପ୍ରଦାନ କରିବାକୁ ରଜନୀକାନ୍ତ ଖୋଲାଖୋଲି ଦାବି କରିଥିଲେ। ତାଙ୍କ ନାମରେ ଆପରାଧିକ ମାମଲା କିମ୍ବା କୌଣସି ଅଭିଯୋଗ ନ ଥିବା ଗଣମାଧ୍ୟମକୁ କହିଥିଲେ। ତେଣୁ ତାଙ୍କ ପରିବାରର କାହାକୁ ନହେଁ, ବରଂ ତାଙ୍କୁ ଟିକେଟ୍‌ ପାଇଁ ସେ ଲବି କରିଥିଲେ। ଟିକେଟ୍‌ ପ୍ରଦାନ କରିବାରେ ବିଳମ୍ବ ଯୋଗୁ ତାଙ୍କୁ ଓ କର୍ମୀଙ୍କୁ ସାମାଜିକ ଗଣମାଧ୍ୟମରେ ଟାଇ ଟପରା ଶୁଣିବାକୁ ପଡ଼ୁଛି ବୋଲି ସେ ସଫେଇ ଦେଇଥିଲେ। କିନ୍ତୁ ୪ର୍ଥ ପର୍ଯ୍ୟାୟରେ ତାଳଚେର ପାଇଁ ଟିକେଟ୍‌ ଘୋଷଣା ପରେ ରଜନୀଙ୍କ ପାଇଁ ଅନୁଗୋଳ ଟେନ୍‌ସନ୍‌ ବଢ଼ିବାରେ ଲାଗିଛି। ଅନ୍ୟପଟେ ଆଦର୍ଶ ଗ୍ରୁପ୍‌ ମୁଖ୍ୟ ମହେଶ ଧଳ ମଧ୍ୟ ବିଜେଡିି ବିଧାୟକ ଟିକେଟ୍‌ ଦୌଡ଼ରେ ରହିଛନ୍ତି। ସେ ନୂଆ ମୁହଁ ଓ ଟିକେଟ୍‌ ପାଇଁ ଅନ୍ୟତମ ଦାବିଦାର ହୋଇଥିବାରୁ ତାଙ୍କୁ ଦଳ କିଭଳି ଗୁରୁତ୍ୱ ଦେବ ସେ ନେଇ ମଧ୍ୟ ଅଙ୍କକଷା ଚାଲିଛି। ବସୁଧା ଯୋଜନାର ଉପଦେଷ୍ଟା ତଥା ଜିଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ ମଧ୍ୟ ଏହି ଟିକେଟ୍‌ ଦୈଡ଼ରେ ରହିଛନ୍ତି। ତେଣୁ ଦଳ ନିକଟରେ ବିକଳ୍ପ ଥିବାରୁ ଶେଷ ପର୍ଯ୍ୟାୟରେ ଅନୁଗୋଳର ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri