Posted inଖେଳ

ପଞ୍ଜାବକୁ ରୋକିଲା ରାଜସ୍ଥାନ

ଆବୁଧାବି, ୩୧।୧୦-
ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ କିଙ୍ଗ୍ସ ଇଲେଭେନ ପଞ୍ଜାବର କ୍ରମାଗତ ୬ ବିଜୟରେ ବ୍ରେକ୍‌ ଲଗାଇଛି ରାଜସ୍ଥାନ ରୟାଲ୍ସ। ଲଗାତାର ୫ ମ୍ୟାଚ ଜିତି ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ କରିଥିବା ପଞ୍ଜାବକୁ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ୭ ଉଇକେଟରେ ପରାସ୍ତ କରିଛି। କ୍ରିସ୍‌ ଗେଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ପଞ୍ଜାବ ୨୦ ଓଭରରେ ୪ ଉଇକେଟ ହରାଇ ୧୮୫ ରନ କରିଥିଲା। ଜବାବରେ ରାଜସ୍ଥାନ ୧୭.୩ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଚଳିତ ଆଇପିଏଲରେ ଦୁଇଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରାଜସ୍ଥାନ ୪ ଉଇକେଟରେ ବିଜୟୀ ହୋଇଥିଲା। ଏଠାରେ ବିଜୟୀ ହୋଇ ତାହାକୁ ଡବଲରେ ପରିଣତ କରିଛି ଷ୍ଟିଭ୍‌ ସ୍ମିଥଙ୍କ ଦଳ। ରାଜସ୍ଥାନ ୧୩ ମ୍ୟାଚରୁ ୬ଷ୍ଠ ବିଜୟ ସହ ୧୨ ପଏଣ୍ଟରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ପଞ୍ଜାବ ମଧ୍ୟ ୧୩ ମ୍ୟାଚରୁ ୧୨ ପଏଣ୍ଟରେ ସ୍ଥିର ରହିଛି।
ଟସ୍‌ ହାରି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ। ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରି ଫାଷ୍ଟ ବୋଲର ଜୋଫ୍ରା ଆର୍ଚର ପ୍ରଥମ ଓଭରରେ ମନଦୀପ ସିଂଙ୍କୁ ଆଉଟ କରି ପଞ୍ଜାବ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ମାତ୍ର ଅଧିନାୟକ ଲୋକେଶ ରାହୁଲ ଓ ଚଳିତ ସିଜନରେ କିଙ୍ଗ୍ସ ଇଲେଭେନ ପାଇଁ ଭାଗ୍ୟବାନ ସାବ୍ୟସ୍ତ ହୋଇଥିବା କ୍ରିସ୍‌ ଗେଲ୍‌ ପ୍ରତିପକ୍ଷ ବୋଲରଙ୍କୁ ଧୂଲେଇ କରି ଦ୍ୱିତୀୟ ଉଇକେଟରେ ୮୨ ବଲ୍‌ରୁ ଦ୍ରୁତ ୧୨୦ ରନର ଭାଗୀଦାରି ଗଢ଼ିବା ସହ ଦଳକୁ ବଡ଼ ସ୍କୋର ଦିଗରେ ଅଗ୍ରସର କରାଇଥିଲେ। ୪୧ଟି ବଲ୍‌ ଖେଳି ୩ ଚୌକା ଓ ୨ ଛକା ସହାୟତାରେ ୪୬ ରନ କରି ରାହୁଲ ମ୍ୟାଚର ୧୫ତମ ଓଭରରେ ଆଉଟ ହୋଇଥିଲେ। ରାଜସ୍ଥାନକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ବେନ୍‌ ଷ୍ଟୋକ୍ସ। ଗେଲ୍‌ଙ୍କ ସହ ନିକୋଲାସ ପୁରନ କ୍ରିଜ୍‌ରେ ଯୋଗଦେବାପରେ ରନହାର ବୃଦ୍ଧି ପାଇଥିଲା। ପୁରନ ୧୦ ବଲ୍‌ରୁ ୩ ଛକା ସହ ୨୨ ରନ କରି ଷ୍ଟୋକ୍ସଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଗେଲ୍‌ କିନ୍ତୁ ଖେଳିଥିଲେ ଦର୍ଶନୀୟ ଇନିଂସ। ସେ ମାତ୍ର ୧ ରନ ପାଇଁ ଶତକରୁ ବଞ୍ଚତ୍ତ ହୋଇଥିଲେ ହେଁ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଏକ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲେ। ୬୩ ବଲ୍‌ରୁ ୬ ଚୌକା ଓ ୮ ଛକା ସହାୟତାରେ ୯୯ ରନ କରିଥିବାବେଳେ ଏହି ଓ୍ବେଷ୍ଟଇଣ୍ଡିଜ ଖେଳାଳି ଆର୍ଚରଙ୍କ ଏକ ୟର୍କରରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ୪୧ ବର୍ଷୀୟ ଗେଲ୍‌ ଆଉଟ ହେବା ସହ ଭାବପ୍ରବଣ ହୋଇ ପଡ଼ିଥିଲେ। ସେ ଗ୍ରାଉଣ୍ଡକୁ ବାଡ଼େଇବାକୁ ଯାଉଥିବାବେଳେ ନିୟନ୍ତ୍ରଣ ହରାଇଥିଲେ ଏବଂ ବ୍ୟାଟ୍‌ ହାତରୁ ଖସି ମିଡ୍‌ଉଇକେଟ ଆଡ଼କୁ ଚାଲି ଯାଇଥିଲା। ସେ ବ୍ୟାଟ୍‌ପ୍ରତି ଧ୍ୟାନ ନ ଦେଇ ସୁନ୍ଦର ବୋଲିଂ କରିଥିବାରୁ ପ୍ରଥମେ ଆର୍ଚରଙ୍କ ସହ ହାତ ମିଳାଇଥିଲେ। ଏହାପରେ ବ୍ୟାଟ୍‌ ଆଣି ତା’ ହ୍ୟାଣ୍ଡେଲ ଉପରେ ହେଲ୍‌ମେଟ୍‌ ଥୋଇ ପ୍ୟାଭିଲିୟନ ଫେରିଥିଲେ। ଆଇପିଏଲ ଇତିହାସରେ ସେ ଏକମାତ୍ର ଖେଳାଳିଭାବେ ୨ ଥର ୯୯ ରନରେ ଆଉଟ ହୋଇଥିଲେ। କେବଳ ସେତିକି ନୁହେଁ ଟି୨୦ କ୍ରିକେଟରେ ସେ ପ୍ରଥମ ଖେଳାଳିଭାବେ ୧୦୦୦ ଛକା ପୂରଣ କରିବାର ରେକର୍ଡ କରିଥିଲେ। ଗେଲ୍‌ଙ୍କ ଦୃଢ଼ ବ୍ୟାଟିଂ ବଳରେ ପଞ୍ଜାବ ୨୦ ଓଭରରେ ୪ ଉଇକେଟ ହରାଇ ୧୮୫ ରନ କରିଥିଲା। ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ଓ ବେନ୍‌ ଷ୍ଟୋକ୍ସ ୨ଟି ଲେଖାଏ ଉଇକେଟ ନେଇଥିଲେ।
୧୮୬ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ରାଜସ୍ଥାନ ଦୁଇ ଓପନର ବେନ୍‌ ଷ୍ଟୋକ୍ସ ଓ ରବିନ ଉଥପ୍ପାଙ୍କ ଜରିଆରେ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲା। ୩୩ ବଲ୍‌ରୁ ୬୦ ରନର ପାର୍ଟନରଶିପ୍‌ ପରେ ଯୋଡ଼ି ଭାଙ୍ଗିଥିଲା। ଷ୍ଟୋକ୍ସ ୨୬ ବଲ୍‌ରୁ ୬ ଚୌକା ଓ ୩ ଛକା ସହ ୫୦ରନ କରି କ୍ରିସ୍‌ ଜୋର୍ଡାନଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଉଥପ୍ପାଙ୍କ ସହ ସଞ୍ଜୁ ସାମ୍‌ସନ ଯୋଗଦେଇ ଦଳକୁ ଲକ୍ଷ୍ୟ ପଥରେ ଆଗେଇ ନେଇଥିଲେ। ଦ୍ୱିତୀୟ ଉଇକେଟରେ ୫୧ ରନର ଭାଗୀଦାରିପରେ ଉଥପ୍ପା ୩୦(୨୩ ବଲ, ୧ ଚୌକା, ୨ ଛକା) ରନକରି ପ୍ୟାଭିଲିୟନ ଫେରିଥିଲେ। ସ୍ବାଭାବିକ ଢଙ୍ଗରେ ବ୍ୟାଟିଂ କରିଥିବା ସାମ୍‌ସନ ଅର୍ଦ୍ଧଶତକଠାରୁ ୨ ରନ ଦୂରରେ ଥିବାବେଳେ ଦୁର୍ଭାଗ୍ୟଜନକଭାବେ ରନଆଉଟ ହୋଇ ଯାଇଥିଲେ। ୨୫ଟି ବଲ୍‌ର ସମ୍ମୁଖୀନ ହୋଇଥିବା ସାମ୍‌ସନ ୪ ଚୌକା ଓ ୩ ଛକା ସହାୟତାରେ ୪୮ ରନ ସ୍କୋର କରିଥିଲେ। ସେତେବେଳକୁ ୧୪.୨ ଓଭରରେ ସ୍କୋର ୧୪୫ରେ ପହଞ୍ଚତ୍ ଯାଇଥିଲା। ଶେଷଭାଗରେ ସ୍ମିଥ ଓ ଜୋସ୍‌ ବଟଲର ଧୂଆଁଧାର ବ୍ୟାଟିଂ କରି ଅସମାପ୍ତ ୪ର୍ଥ ଉଇକେଟରେ ୪୧ ରନ ଯୋଗ କରିବା ସହ ୧୫ ବଲ୍‌ ପୂର୍ବରୁ ଦଳକୁ ବିଜୟୀ କରାଇଥିଲେ। ସ୍ମିଥ ୨୦ ବଲ୍‌ରୁ ୩୧(୫ ଚୌକା) ଓ ବଟଲର ୧୧ ବଲ୍‌ରୁ ୨୨(୧ ଚୌକା, ୨ ଛକା) ରନରେ ଅପରାଜିତ ରହିଥିଲେ। ପଞ୍ଜାବ ପକ୍ଷରୁ କେବଳ ମୁରୁଗାନ ଅଶ୍ୱିନ, କ୍ରିସ୍‌ ଜୋର୍ଡାନ ଉଇକେଟ ପାଇଥିଲେ।
ସଂକ୍ଷିପ୍ତ ସ୍କୋର
କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୧୮୫/୪ (ଗେଲ୍‌-୯୯, ରାହୁଲ-୪୬, ପୁରନ-୨୨, ଆର୍ଚର-୨/୨୬, ଷ୍ଟୋକ୍ସ-୩୨)। ରାଜସ୍ଥାନ ରୟାଲ୍ସ ୧୭.୩ ଓଭରରେ ୧୮୬/୩ (ଷ୍ଟୋକ୍ସ-୫୦, ସାମ୍‌ସନ-୪୮, ସ୍ମିଥ-୩୧*, ଉଥପ୍ପା-୩୦, ବଟଲର-୨୨*, ମୁରୁଗାନ-୧/୪୩, ଜୋର୍ଡାନ-୧/୪୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri