ଇନ୍ଦ୍ରପୁରୀ ହେବନାହିଁ ବିଷ୍ଣୁପୁରୀ

ଓଡ଼ାପଡ଼ା, ୩୧ା୧୦ କରୋନା ଆତଙ୍କ ଯୋଗୁ ସତେ ଯେମିତି କେଉଁଠି ଅଟକିଯାଇଛି ପୃଥିବୀ। ପ୍ରଭାବିତ ହୋଇଛନ୍ତି ମଣିଷ। ଅସ୍ତବ୍ୟସ୍ତ ହୋଇଛି ଜୀବନଯାତ୍ରା। ସବୁଠୁ ବେଶି ପ୍ରତିକୂଳ ପ୍ରଭାବ ପଡ଼ିଛି ହୋଇଛି କଳା, ସଂସ୍କୃତି ଏବଂ ଶିକ୍ଷା ଉପରେ। ଗଣେଶପୂଜା, ଦଶହରା ପରେ ଏବେ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉପରେ ଘୋଟିଛି କୋଭିଡ୍‌ କଳାବାଦଲ। ତେଣୁ ଚଳିତବର୍ଷ ବିଷ୍ଣୁପୁରୀ ପାଲଟିବନି ଇନ୍ଦ୍ରପୁରୀ (ଇନ୍ଦିପୁର), ଯାହାକୁ ନେଇ ପୂଜା କମିଟି, ଶ୍ରଦ୍ଧାଳୁ ଏବଂ ଗ୍ରାମବାସୀଙ୍କ ମନରୁ ମରିଯାଇଛି ସରାଗ।
ଢେଙ୍କାନାଳ ପରେ ଓଡ଼ାପଡା ବ୍ଲକ ଇନ୍ଦିପୁରର ଲକ୍ଷ୍ମୀପୂଜାର ସ୍ବତନ୍ତ୍ର ମହତ୍ତ୍ୱ ରହିଛି। ଦୀର୍ଘଦିନରୁ ଏଠାରେ ମହାମାୟାଙ୍କ ଆବାହନ କରାଯାଉଛି। ଗଣପର୍ବ ଲକ୍ଷ୍ମୀପୂଜାକୁ ଶ୍ରଦ୍ଧାର ସହ ପାଳନ କରାଯାଉଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ, ବନ୍ଧୁବାନ୍ଧବଙ୍କ ଭିଡ଼, ଯାତ୍ରା ବୁଲାରେ ଗଁାରେ ସୃଷ୍ଟି ହୋଇଥାଏ ସହରର ଭ୍ରମ। ସତେଯେମିତି ଇନ୍ଦିପୁର ପାଲଟିଯାଏ ବିଷ୍ଣୁପୁରୀ। ତେବେ ଚଳିତ ବର୍ଷ ସବୁକିଛି ଫିକା କରିଦେଇଛି କରୋନା। ଅନ୍ୟପଟେ ଗ୍ରାମର ୨୪ ମଣ୍ଡପରେ ଶୁକ୍ରବାର ସନ୍ଧ୍ୟାରୁ ନିରାଡମ୍ବର ଭାବେ ପୂଜା ଆରମ୍ଭ ହୋଇଛି। କେବଳ ବିଧି ପାଳନକୁ ଛାଡ଼ିଦେଲେ ଆଉ ସବୁକୁ ନା’ କରାଯାଇଛି। କୌଣସି ସାଜସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ କି ଆକର୍ଷଣୀୟ ଭସାଣି ଶୋଭାଯାତ୍ରା ମଧ୍ୟ ହେବନାହିଁ। କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରାଯାଇ ପୂଜା ଆୟୋଜନ କରାଯିବ। ସେହିପରି ଚଳିତବର୍ଷ ପୂଜାକୁ ୯ଦିନ ପରିବର୍ତ୍ତେ ୫ ଦିନରେ ସୀମିତ ରଖାଯାଇଛି। ୪ ତାରିଖରେ ମା’ଙ୍କୁ ମେଲାଣି ଦିଆଯିବ ବୋଲି ପୂଜା କମିଟି ମିଳିତ ନିଷ୍ପତ୍ତି ନେଇଛନ୍ତି।

କୋଭିଡ୍‌ ନିୟମ ପାଳନ ହେବ
ସବୁ ପୂଜା କମିଟି, ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରାଯାଇ କୋଭିଡ୍‌ ନିୟମ ପାଳନ ସହ ପୂଜା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ଭସାଣି ଉତ୍ସବ ହେବନାହିଁ। କେବଳ ବିଧିରକ୍ଷା ପାଇଁ ରୁଦ୍ଧ ମଣ୍ଡପରେ ପୂଜା ଅନୁଷ୍ଠିତ ହେବ।
-ରାଜକିଶୋର ସାହୁ
ସରପଞ୍ଚ, ଇନ୍ଦିପୁର
୯ ଦିନ ବଦଳରେ ୫ଦିନ ପୂଜା
କରୋନା ଭୟରେ ପୂଜା ବ୍ୟତୀତ ଆଉ କୌଣସି କାର୍ଯକ୍ରମ ହେବନାହିଁ। ପୂଜାମଣ୍ଡପକୁ ଚାରିପଟୁ ଘୋଡ଼େଇ ଦିଆଯାଇଛି। କେବଳ ପୂଜକ ଏବଂ କର୍ତ୍ତାଙ୍କ ବ୍ୟତୀତ କାହାରିକୁ ଭିତରକୁ ଛଡ଼ା ଯିବ ନାହିଁ। ୯ଦିନ ବଦଳରେ ୫ଦିନ ପୂଜା ପାଇଁ ମିଳିତ ନିଷ୍ପତ୍ତି ହୋଇଛି।
-ସୁବାସ ପ୍ରଧାନ,
ସମ୍ପାଦକ, ବଡ଼ଦାଣ୍ଡସାହି ପୂଜା କମିଟି
ପରଦା ଆଢୁଆଳରେ ବିରାଜିବେ ମା’
କରୋନା ଯୋଗୁ ପରଦା ଆଢୁଆଳରେ ମା’ଙ୍କର ପୂଜା ଅନୁଷ୍ଠିତ ହେବ। ସମସ୍ତଙ୍କ ମଙ୍ଗଳ ପାଇଁ କଟକଣାକୁ ମାନିବାକୁ ପଡ଼ିବ। ପ୍ରଶାସନର ନିୟମ ମାନି ପୂଜାର୍ଚ୍ଚନା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।
-କାମାକ୍ଷା ପ୍ରସାଦ ବେହେରା,
ସଭାପତି, ସାରସ୍ବତ ମା’ଲକ୍ଷ୍ମୀ ପୂଜା ଅନୁଷ୍ଠାନ
କେବଳ ନୀତି ସମ୍ପନ୍ନ ହେବ
କରୋନା ପାଇଁ ସବୁ ବନ୍ଦ। ହେଲେ ମା’ଙ୍କ ପୂଜା ବନ୍ଦ ହେବନାହିଁ। ଯଥାସାଧ୍ୟ ନୀତି ସମ୍ପନ୍ନ ହେବ। ସେଥିପାଇଁ କମିଟି ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି। ପୂଜା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଛି।
-ଗଣେଶ୍ୱର ମହାରଣା,
ସଭାପତି, କଲେଜ ଛକ ପୂଜା କମିଟି
କାହାରି ମନରେ ଉତ୍ସାହ ନାହିଁ
କରୋନା କଟକଣା ଯୋଗୁଁ କାହା ମନରେ ଉତ୍ସାହ ନାହିଁ। ସମସ୍ତେ ଭୟ ଭିତରେ ଅଛନ୍ତି। ମା’ଙ୍କ ପୂଜା ପାଇଁ କେବଳ ବିଧି ପାଳନ ହେବ। ସରକାରୀ ନୀତିନିୟମ ମାନି କେବଳ ବିଧିରକ୍ଷା ବ୍ୟବସ୍ଥା କରାଯାଇଛି।
-ସୁଶୀଲ କୁମାର ନାୟକ, ସମ୍ପାଦକ,
ସାରସ୍ବତ ମା’ ଲକ୍ଷ୍ମୀ ପୂଜା ଅନୁଷ୍ଠାନ


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri