ରାଜ୍‌ କୁନ୍ଦ୍ରାଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତିକୁ ନେଇ ମୁହଁ ଖୋଲିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ କେସ୍‌ରେ ଗହନା ବଶିଷ୍ଠଙ୍କ ନାମ ଆସିଛି। ଗହନାଙ୍କ ଉପରେ ମଧ୍ୟ ଆଡଲ୍ଟ ଫିଲ୍ମ ଶୁଟିଂ ଏବଂ ଗ୍ୟାଙ୍ଗ୍‌ ରେପ୍‌ ପରି ଅଭିଯୋଗ ଆସିଛି। ସେ କିଛିମାସ ତଳେ ଜେଲ୍‌ ମଧ୍ୟ ଯାଇଥିଲେ। ପରେ ବେଲ୍‌ରେ ଆସିଥିଲେ।

ଏକ ସାକ୍ଷାତକାରରେ ଗହନା କହିଛନ୍ତି, ଏହା କୌଣସି ଅଶ୍ଳୀଳ ଫିଲ୍ମ ନ ଥିଲା। ଏହା ବୋଲ୍ଡ ଏବଂ ଏରୋଟିକ୍‌ ଫିଲ୍ମ ଥିଲା। ଯାହାକି ପର୍ନ କାଟାଗୋରୀରେ ଆସୁନାହିଁ। ଏହାକୁ ଭୁଲ୍‌ ଢଙ୍ଗରେ କୁହାଯାଉଛି। ମୁଁ ଏହି ଲୋକମାନଙ୍କୁ କହିବାକୁ ଚାହୁଁଛି, ଯେତେବେଳ ପର୍ଯ୍ୟନ୍ତ ଆପଣ ଫିଲ୍ମ ଦେଖି ନାହାନ୍ତି, ତାକୁ ପର୍ନ କେମିତି କହୁଛନ୍ତି। ମୋତେ ଲାଗୁଛି ଲୋକଙ୍କୁ ପର୍ନ ଏବଂ ଆଡଲ୍ଟ ଫିଲ୍ମ ବିଷୟରେ କୌଣସି ଧାରଣା ନାହିଁ। ପ୍ରଥମେ ଲୋକଙ୍କୁ ଦେଖାନ୍ତୁ, ପରେ ନିର୍ଣ୍ଣୟ କରନ୍ତୁ।

ସେ କହିଛନ୍ତି, ମୁଁ ରାଜ୍‌ଙ୍କ ସହ ୩ଟି ଫିଲ୍ମ କରିଛି। ମୁଁ ତାଙ୍କ ଫିଲ୍ମରେ ଭଲ ଅଭିନେତ୍ରୀ ଭାବେ କାମ କରିଛି। ମୋ’ ଉପରେ ରାଜ୍‌ କେବେ ଚାପ ପକାଇନାହାନ୍ତି। ମୁଁ ବହୁତ ପ୍ରଫେଶନାଲ ଭାବେ କାମ କରିଛି। ତାଙ୍କ ସହିତ ଯେତିକି ଫିଲ୍ମରେ କାମ କରିଛି ତାହାକୁ ପର୍ନ କହିବା ସମ୍ପୂର୍ଣ୍ଣ ଭୁଲ୍‌।

ଯେହେତୁ ମୁଁ ତାଙ୍କ ସହ କାମ କରିଛି, ସେ ମୋ’ ଉପରେ ସେମିତି କୌଣସି ଚାପ ପକାଇନାହାନ୍ତି, ମୁଁ କେମିତି ମାନି ନେବି ଯେ; ରାଜ୍‌ ଯୁବତୀମାନଙ୍କୁ ଏହି କାମରେ ଚାପ ପକାଉଥିବେ ବୋଲି। ରାଜ୍‌ଙ୍କ ସହ ଯାହା ବି ହୋଇଛି ଭୁଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ସେକେଣ୍ଡର ବିଜ୍ଞାପନ ପାଇଁ ଏତିକି ଟଙ୍କା ନେଲେ ନୟନତାରା

ଦେଶରେ ଆଜିକାଲି ସାଉଥ ସିନେମା କ୍ରେଜ୍‌ ଚାଲିଛି। ‘ପୁଷ୍ପା’, ‘ଆରଆରଆର’, ‘କେଜିଏଫ’ର ସଫଳତା ପରେ ସାଉଥ ସିନେମା ଷ୍ଟାର୍‌ଙ୍କ ଗୋଡ ତଳେ ଲାଗୁନି। ଏହି ଷ୍ଟାର୍‌ମାନେ...

ବଡ଼ ପଦକ୍ଷେପ ନେଲେ ଶିଳ୍ପାଙ୍କ ସ୍ବାମୀ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପର୍ନଗ୍ରାଫୀ ମାମଲାରେ ଜେଲରୁ ବାହାରିବା ପରେ ଏକ ବଡ ପଦକ୍ଷେପ ନେଇଛନ୍ତି। ସେ ସୋସିଆଲ ମିଡିଆକୁ...

ମୁଁ ବହୁତ ଭାଗ୍ୟବାନ: ନିକ୍‌

ମୁମ୍ବାଇ: ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟ ଫଳରେ ଏବେ ହଲିଉଡ୍‌ରେ ବି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଲେଣି ।...

ଆତ୍ମହତ୍ୟା ପୂର୍ବରୁ ଏଭଳି ଲେଖିଥିଲେ ରେଖାଙ୍କ ସ୍ବାମୀ, ଜାଣିଲେ…

ବମ୍ବେ: ବଲିଉଡ୍‌ର ଏଭରଗ୍ରୀନ୍‌ ଅଭିନେତ୍ରୀ କହିଲେ ରେଖାଙ୍କୁ ବୁଝାଯାଏ। ନିଜର ସୁନ୍ଦରତା ସହ ଅଭିନୟରେ ସେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତନ୍ତି। ବୃତ୍ତିଗତ ଜୀବନରେ...

ତାଣ୍ଡବ ମେକର୍ସ, ସୈଫ ଅଲି ଖାନଙ୍କ ବିରୋଧରେ ମାମଲା ରୁଜ୍ଜୁ

ଲକ୍ଷ୍ନୌ,୧୮।୧: ବିବାଦରେ ଘେରି ହୋଇଯାଇଛି ନିକଟରେ ରିଲିଜ ହୋଇଥିବା ଆମାଜନ ପ୍ରାଇମ୍‌ର ନୂଆ ଓ୍ବେବ ସିରିଜ୍‌ ‘ତାଣ୍ଡବ’। ଏହାର ମେକର୍ସ ଓ ଓଟିଟି ପ୍ଲାଟଫର୍ମ ବିରୋଧରେ...

ଦୀପିକାଙ୍କ ସହ ଡେଟ୍‌ରେ ଯିବାକୁ ଚାହୁଁଛନ୍ତି ଏହି ଭାରତୀୟ ଖେଳାଳି

ଭାରତୀୟ କ୍ରିକେଟର ଅକ୍ଷର ପଟେଲ ଟେଷ୍ଟ ସିରିଜ୍‌ରୁ ଡେବ୍ୟୁ କରିବା ପରେ ଚର୍ଚ୍ଚାରେ ରହିଛନ୍ତି। ବାମ ହାତି ସ୍ପିନର ଅକ୍ଷର ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା...

ଶକିରାଙ୍କ ପରି ଗୀତ ଗାଇ ପିଜା ଅର୍ଡର କଲେ ଯୁବତୀ; ମିଳିଲା ଏଭଳି..

ବମ୍ବେ: ପପ୍‌ ସିଙ୍ଗର୍‌ ଶକିରାଙ୍କୁ କିଏ ବା ନ ଜାଣେ। ସାରା ବିଶ୍ୱରେ କଲମ୍ବିଆର ଏହି ଗାୟିକା ବେଶ ଲୋକପ୍ରିୟ। କୋଟି କୋଟି ପ୍ରଶଂସକଙ୍କ ହୃଦୟରେ...

‘ଶକୁନ୍ତଳା ଦେବୀ’ଙ୍କ ବାୟୋପିକରେ ବିଦ୍ୟା

ମୁମ୍ବାଇ: ଫିଲ୍ମ ‘ମିଶନ ମଙ୍ଗଲ’ରେ ନିଜର ଦମ୍‌ଦାର ଅଭିନୟ ପାଇଁ ପ୍ରଶଂସିତ ହୋଇଥିବା ଡାର୍ଟି ଗର୍ଲ ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ଲାଗି ପ୍ରସ୍ତୁତି...

Advertisement
Archives

Model This Week