ବର୍ଷାଭାବ ବିଗାଡ଼ୁଛି ଚାଷ

ଆଠମଲ୍ଲିକ,୬ା୮(ଡି.ଏନ.ଏ.) ଚାଷ ସମୟ ଗଡ଼ିଯାଉଛି। ହେଲେ ରୁଆ, ବେଉଷଣ ପାଇଁ ଜମିରେ ପାଣି ନାହିଁ। ଚଳିତ ବର୍ଷ ବର୍ଷା ପରିମାଣ କମ୍‌ ରହିଥିବାରୁ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ଚାଷ କାର୍ଯ୍ୟ ଏପରି ବିଗିଡ଼ି ଯାଇଛି। ୨୪୭୫ ହେକ୍ଟର ସମ୍ପୂର୍ଣ୍ଣ ପଡ଼ିଆ ପଡ଼ିଥିବାବେଳେ ଧାନ ତଳି ମରିବାକୁ ବସିଲାଣି। ଧାନ ବୁଣା ହୋଇଥିବା ଜମି ମଧ୍ୟ ଶୁଖି ଫାଟିଗଲାଣି।
ପ୍ରକାଶ ଯେ, ଆଠମଲ୍ଲିକ ବ୍ଲକରେ ମୋଟ୍‌ ୩୬ ହଜାର ୦୭୮ ହେକ୍ଟର ଚାଷ ଜମି ରହିଛି। ସେଥିରୁ ମାତ୍ର ୧୨ ହଜାର ୧୮୬ ହେକ୍ଟରରେ ଧାନ ଚାଷ ହୋଇଥାଏ। ୫୦୪୧ ହେକ୍ଟରରେ ଧାନ ବୁଣା ଯାଉଥିବାବେଳେ ୭୧୪୫ ହେକ୍ଟରରେ ତଳି ରୁଆଯାଇଥାଏ। କିନ୍ତୁ ଚଳିତ ବର୍ଷ ବର୍ଷାଭାବ କାରଣରୁ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୯୭୧୧ ହେକ୍ଟର ଜମିରେ ଯାହା ଯେମିତି ଚାଷ କରାଯାଇଛି। ଫଳରେ ୨୪୭୫ ହେକ୍ଟରରେ ଚାଷ କାର୍ଯ୍ୟ ବାକି ରହିଛି। ଯେଉଁ ଚାଷୀମାନେ ଧାନ ବୁଣିଛନ୍ତି ବର୍ଷା ଅଭାବ ଯୋଗୁ ସେମାନେ ବିହୁଡା କାମ କରିପାରୁନାହାନ୍ତି। ବର୍ଷା ନ ହେଲେ ମଧ୍ୟମ କିସମ ଚାଷ ଜମିରେ ଧାନ ମରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପରେ। ଧାନ ଚାଷ ପାଇଁ ଜୁନ ମାସରେ ୨୨୫ ମିଲିମିଟର (ମି.ମି.) ବର୍ଷା ଆବଶ୍ୟକ ଥିବାବେଳେ ହୋଇଛି ମାତ୍ର ୧୮୪ ମି.ମି.। ଜୁଲାଇ ମାସରେ ୩୪୭.୭ ମି.ମି. ପରିବର୍ତ୍ତେ ୨୦୧.୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି l ସେହିପରି ଅଗଷ୍ଟ ମାସରେ ଚାଷ ଆଗେଇ ନେବାକୁ ୩୫୭.୫ ମି.ମି. ବର୍ଷା ନିହାତି ଆବଶ୍ୟକ l ହେଲେ ୪ ଦିନ ଭିତରେ ମାତ୍ର ୩.୬ ମି.ମି. ବର୍ଷା ହୋଇଥିବା ବେଳେ ଆଗକୁ ମୌସୁମୀ ସ୍ଥିତି କିପରି ରହିବ ତାହାକୁ ନେଇ ଚାଷୀମାନଙ୍କ ଚିନ୍ତା ବଢ଼ିଯାଇଛି। ଯଦି ୩/୪ ଦିନ ମଧ୍ୟରେ ସର୍ବନିମ୍ନ ୧୦୦ ମି.ମି. ବର୍ଷା ନ ହୁଏ, ତା’ହେଲେ ଧାନ ଚାଷ ନଷ୍ଟ ହୋଇଯିବ ବୋଲି କୃଷି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ସହକାରୀ କୃଷି ଅଧିକାରୀ ରାଜେନ୍ଦ୍ର କୁମାର ଦାସ କହିଛନ୍ତି, ବର୍ଷା ଅଭାବ ଚାରିଆଡେ ପରିଲକ୍ଷିତ ହୋଇଛି। ଏହାଦ୍ୱାରା ଧାନ ଚାଷ ଉପରେ ଗଭୀର ପ୍ରଭାବ ପଡ଼ୁଛି। ଏପରି କି ଚାଷ ନଷ୍ଟ ହେବାର ଆଶଙ୍କା ରହିଛି। ତେବେ ଜଳସେଚିତ ଅଞ୍ଚଳରେ ଧାନ ଚାଷ ଅବସ୍ଥା ଠିକ୍‌ ରହିଥିବା କୃଷି ଅଧିକାରୀ ପ୍ରକାଶ କରିଛନ୍ତି।

ସମୀକ୍ଷାରେ ଅଟକିଛି ଜଳସେଚନ
କୃଷିର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଥିବା ସରକାର କହୁଥିଲେ ମଧ୍ୟ ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ଜଳସେଚନ ପ୍ରତି ଆଖି ବୁଜି ଦେଇଛନ୍ତି। ଜଳସେଚନ ବ୍ୟବସ୍ଥା ନିମନ୍ତେ ସରକାରୀ ସ୍ତରରେ ବହୁବାର ସମୀକ୍ଷା କରାଯାଇଛି। ହେଲେ ପଦକ୍ଷେପ ନିଆଯାଉ ନାହିଁ। ଚଳିତବର୍ଷ ଠିକ୍‌ ଭାବେ ବର୍ଷା ହେଉ ନ ଥିବାରୁ ଚାଷ କାର୍ଯ୍ୟ ଶେଷ ହୋଇପାରୁ ନାହିଁ।
-ବୃନ୍ଦାବନ ପ୍ରଧାନ, ଚାଷୀ, ଖଡ଼ରାମୁଣ୍ଡା

ତଳି ମରିବାକୁ ବସିଲାଣି
ଆବଶ୍ୟକ ପରିମାଣର ବର୍ଷା ଅଭାବରୁ ଚଳିତବର୍ଷ ଚାଷ କାର୍ଯ୍ୟ ପଛେଇ ଯାଇଛି। ରୁଆ ପାଇଁ ପାଣି ତ ଦୂରର କଥା ତଳି ଉପାଡ଼ିବା ପାଇଁ ମଧ୍ୟ ପାଣି ନାହିଁ। ଫଳରେ ପକାଯାଇଥିବା ଧାନ ତଳି ହଳଦିଆ ପଡ଼ି ମରିବାକୁ ବସିଲାଣି। ଚାଷୀଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା ନ ଥିବାରୁ ସରକାର ତୁରନ୍ତ ଚାଷୀମାନଙ୍କୁ ସବ୍‌ସିଡିରେ ପାଣିପମ୍ପ ଯୋଗାଇ ଦିଅନ୍ତୁ।
-ଗଙ୍ଗାଧର ବେହେରା, ଚାଷୀ, ଝିଲିମୁଣ୍ଡା

ସାର, କୀଟନାଶକ ଦିଆଯାଉନି
ଚାଷୀଙ୍କୁ ଉପଯୁକ୍ତ ସମୟରେ ସରକାର ସାର, କୀଟନାଶକ ଯୋଗାଇ ଦେଉନାହାନ୍ତି। ସମବାୟ ସମିତିକୁ ଆବଶ୍ୟକ ତୁଳନାରେ ବହୁ କମ୍‌ ପରିମାଣର ସାର ଆସୁଥିବାରୁ ତାହା ସବୁ ଚାଷୀ ପାଇପାରୁ ନାହାନ୍ତି। ଫଳରେ ଚଢ଼ା ଦର ଦେଇ ଚାଷୀମାନେ ବାହାରୁ ସାର କିଣିବାକୁ ବାଧ୍ୟ ହେଉଛନ୍ତି। ଏ ଦିଗରେ ସରକାର ଶୀଘ୍ର ଦୃଷ୍ଟି ଦେବା ଦରକାର।
-ପୀତାମ୍ବର ମାଝି, ଚାଷୀ, ମଇମୁରା

ବର୍ଷା ନ ହେଲେ ମରୁଡ଼ି
ଜମିରେ ପାଣି ନ ଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଆବଶ୍ୟକ ପରିମାଣର ବର୍ଷା ହୋଇଥିଲେ ଏତେବେଳକୁ ରୁଆ କାର୍ଯ୍ୟ ସମାପ୍ତ ହୋଇଯିବା କଥା। କିନ୍ତୁ ଅନେକ ଚାଷୀ ଏଯାଏ ଆରମ୍ଭ କରିନାହାନ୍ତି। ଚାଷ ବିଗିଡ଼ିଗଲେ ବ୍ୟାଙ୍କ ଋଣ ଚାଷୀମାନେ ଶୁଝିପାରିବେ ନାହିଁ। ଲଗାଣ ବର୍ଷା ନ ହେଲେ ଆଗକୁ ମରୁଡ଼ି ଉପୁଜିବା ଆଶଙ୍କା କରାଯାଉଛି।
-ତରଣୀ ରଣା, ଚାଷୀ, ସାପଘରା


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri