Posted inଖେଳ

ବର୍ଷାର ମଜା ଉଠାଇଲେ ରାଇନା; ଦେଖନ୍ତୁ ଭିଡିଓ…

ଲକ୍ଷ୍ନୌ, ୧।୮: ଏକଦା ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ନିର୍ଭରଯୋଗ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ରହିଥିବା ସୁରେଶ ରାଇନା ଖରାପ ଫର୍ମ ଲାଗି କିଛିବର୍ଷ ହେବ ଦଳରୁ ବାଦ୍‌ ପଡ଼ିଛନ୍ତି। ଏହାସତ୍ତ୍ୱେ ରାଇନା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ବେଶ୍‌ ସକ୍ରିୟ ରହିଛନ୍ତି। ରନ୍‌ ସଂଗ୍ରହ କରିବାର କ୍ଷୁଧା ରାଇନାଙ୍କ ଏବେ ମଧ୍ୟ କମି ନାହିଁ। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣରେ ଦମ୍‌ଦାର ପ୍ରଦର୍ଶନ କରି ପୁଣିଥରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଏହି ଉତ୍ତର ପ୍ରଦେଶ କ୍ରିକେଟର୍‌ ଏବେ କଠିନ ଅଭ୍ୟାସ ଜାରି ରଖିଛନ୍ତି। ତେବେ ଜଣେ ଖୋଲ ହୃଦୟର ବ୍ୟକ୍ତି ଭାବେ ଜଣାଶୁଣା ରାଇନା ଏହି ଅବସରରେ ମୌସୁମୀକୁ ବେଶ୍‌ ମନଭରି ଉପଭୋଗ କରୁଛନ୍ତି। ଯାହା ରାଇନା ସୋସିଆଲ୍‌ ମିଡିଆ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ଏକ ଭିଡିଓରୁ ଜଣାପଡ଼ିଛି।

ଶନିବାର ରାଇନା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ବର୍ଷାକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ରାଇନା ନିଜ ଗାର୍ଡେନରେ ପବନରେ ପରିପୂର୍ଣ୍ଣ ପ୍ଲାଷ୍ଟିକର ଏକ ଛୋଟିଆ ସୁଇମିଂ ପୁଲ୍‌ରେ ବସିଛନ୍ତି। ଏହି ସମୟରେ ବର୍ଷା ଜୋର୍‌ରେ ପକାଉଥିଲେ ମଧ୍ୟ ରାଜକୀୟ ଢ଼ଙ୍ଗରେ ବସିରହି ରାଇନା ବର୍ଷାର ପୁରା ମଜା ଉଠାଉଛନ୍ତି। ଏହି ଭିଡିଓକୁ ଅନେକ ଦର୍ଶକ ପସନ୍ଦ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୁଷୀୟ ଆଥଲେଟଙ୍କ ନମୁନା ହେରଫେର ହେବା ନେଇ ଆଶଙ୍କା

ପ୍ୟାରିସ, ୨୩।୯(ପି.ଟି.)- ରୁଷୀୟ ଆଥଲେଟଙ୍କଠାରୁ ସଂଗ୍ରହ କରାଯାଇଥିବା ନମୁନା ଟ୍ୟାମ୍ପରିଂ ବା ହେରଫେର ହେବା ନେଇ ବିଶ୍ୱ ନିବାରଣ ସଂସ୍ଥା (ନାଡ଼ା) ସନ୍ଦେହ ପ୍ରକଟ କରିଛି।...

କରୋନା ଲାଗି କ୍ରିକେଟ୍‌ ଆସୋସିଏଶନ ଅଫ୍‌ ବେଙ୍ଗଲ୍‌ ଅଫିସ ୭ ଦିନ ବନ୍ଦ

କୋଲକାତା, ୫।୭- ସ୍ଥାନୀୟ ଐତିହାସିକ ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡର ଜଣେ ଅସ୍ଥାୟୀ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ କ୍ରିକେଟ୍‌ ଆସୋସିଏଶନ ଅଫ୍‌ ବେଙ୍ଗଲ...

ବିଜୟର ନିକଟତର ଭାରତ: ଆଉ ମାତ୍ର ଦୁଇ ଉଇକେଟ ଦୂରରେ

ବିଶାଖାପାଟଣା, ୬।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତକୁ ବିଜୟ ପାଇଁ ଆଉ ଦୁଇ ଉଇକେଟ ଦୂରରେ ଅଛି। ଲଞ୍ଚ୍‌ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା...

ସୁନାରେ ବିଶ୍ୱକପ୍‌ ଟ୍ରଫି ନିର୍ମାଣ କଲେ ଜଣେ ଭାରତୀୟ ଫ୍ୟାନ: ୟୁଜର୍ସ କହିଲେ, ପାକିସ୍ତାନ ପଠେଇଦିଅ

ବେଙ୍ଗାଲୁରୁ, ୪।୭: ୨୦୧୯ ଆଇସିସି ବିଶ୍ୱକପ୍‌ ସେମିଫାଇନାଲ ଯେତିକି ପାଖେଇ ଆସୁଛି, ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ସେତିକି ବଢିବାରେ ଲାଗିଛି। ବିଶ୍ୱକପରେ ଭାରତୀୟ...

ବ୍ୟାଡ୍‌ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର ପାଇଁ ତତ୍ପରତା

ଭୁବନେଶ୍ୱର,୨୮।୯(ସ୍ପୋଟର୍‌ସ ବ୍ୟୁରୋ)- ଭୁବନେଶ୍ୱରରେ ବ୍ୟାଡ୍‌ମିଣ୍ଟନ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାରେ ଡାଲମିଆ ସିମେଣ୍ଟ୍ସ ଭାରତ ଲିମିଟେଡ ସହାୟତାର ହାତ ବଢ଼ାଇଛି। ଏଥିପାଇଁ ଡାଲମିଆ ସିମେଣ୍ଟ୍ସ ପୁଲେଲା...

ଅନ୍ତିମ ଲିଗ୍‌ ମ୍ୟାଚ୍‌: ଅଷ୍ଟ୍ରେଲିଆ- ଦକ୍ଷିଣ ଆଫ୍ରିକା ମୁକାବଲା

ମାଞ୍ଚେଷ୍ଟର,୬।୭(ଏଏଫପି)- ଚଳିତ ବିଶ୍ୱକପର ଅନ୍ତିମ ଲିଗ୍‌ ମ୍ୟାଚରେ ଗତଥର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁହଁାମୁହିଁ ହେବେ। ଶନିବାର ଖେଳାଯିବାକୁ ଥିବା ଏହି ଦ୍ୱିତୀୟ...

ଓ୍ବେଷ୍ଟଇଣ୍ଡିଜ ଦଳରେ ଗେଲ୍‌, ରସେଲ

ସେଣ୍ଟ ଜନ୍ସ, ୨୫।୪(ପି.ଟି.)- ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ଆଇସିସି ବିଶ୍ୱକପ ପାଇଁ ବୁଧବାର ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷିତ ହୋଇଛି। ଇଣ୍ଡିଆନ ପ୍ରିମିୟର...

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି

କୋଲକାତା,୨୪।୧୧- ଦେଶର ପ୍ରଥମ ଭାରତୀୟ ଅଧିନାୟକ ଭାବେ ବିରାଟ କୋହଲି ରବିବାର କ୍ରମାଗତ ୭ ଟେଷ୍ଟ ଜିତି ରେକର୍ଡ କରିଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *