ରାଜ୍ୟରେ ବର୍ଷା, ବନ୍ୟା

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ପଶ୍ଚିମବଙ୍ଗ ଓ ସଂଲଗ୍ନ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ସାରା ରାଜ୍ୟରେ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜିଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ସ୍ଥାନରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଚାଷ ଜମିଗୁଡିକ ମଧ୍ୟ ବର୍ଷା ଓ ବନ୍ୟା ପାଣିରେ ବୁଡି ରହିଛି। ଏଥିଯୋଗୁ ଉତ୍ତର, ପଶ୍ଚିମ, ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାର ଅଧିକାଂଶ ଜିଲାରେ ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି। ଅପରପକ୍ଷରେ ଆସନ୍ତା ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୩୨.୭ ମିଲିମିଟର ବର୍ଷା ହୋଇଛି। ମାଲକାନଗିରିରେ ସର୍ବାଧିକ ୧୦୦ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ବୌଦ୍ଧରେ ୯୭, ବରଗଡ଼ ୯୫, ସମ୍ବଲପୁର ୮୫, ବଲାଙ୍ଗୀର ୭୩, ଦେବଗଡ଼ରେ ୭୦ ମିମି ବର୍ଷା ହୋଇଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ୍ତ ଜେନା ସୂଚନା ଦେଇଛନ୍ତି। ଝାରସୁଗୁଡ଼ା, ଅନୁଗୋଳ, ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ ଓ ସୁନ୍ଦରଗଡ଼ ଆଦି ୬ଟି ଜିଲାରେ ୨୫ରୁ ୫୦ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ବରଗଡ଼ ଜିଲାର ପଦ୍ମପୁର ବ୍ଲକ୍‌ରେ ସବୁଠୁ ଅଧିକ ୨୪୦ ମିମି ବର୍ଷା ହୋଇଥିବାବେଳେ ବଲାଙ୍ଗୀର ପାଟଣାଗଡ଼ରେ ବର୍ଷାରେ କାନ୍ଥ ଭୁଶୁଡ଼ିପଡ଼ିବା ଯୋଗୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।
ଲଗାଣ ବର୍ଷା ଯୋଗୁ ମାଲକାନଗିରିରେ ସର୍ବାଧିକ କ୍ଷତି ଘଟିଛି। ଜିଲାରେ ବନ୍ୟା ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଗତ ୪ଦିନ ଧରି କାଙ୍ଗୋରୁକୋଣ୍ଡା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ରବିବାର ଅପରାହ୍ନ ସୁଦ୍ଧା ପୋଟେରୁ, ଫାର୍ମ ହାଉସ୍‌, ଏମ୍‌ଭି-୯୬, କନ୍ୟାଶ୍ରମଠାରେ ୪ରୁ ୫ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ସମଗ୍ର ମାଲକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେହିଭଳି ମାଥିଲି ବ୍ଲକ୍‌ ପାଙ୍ଗାମା ବ୍ରିଜ୍‌ ଉପରେ ୩ଫୁଟର ପାଣି ପ୍ରବାହିତ ହେଉଛି। ଜିଲାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି। ପାଙ୍ଗାମା ପୂର୍ବରୁ ଥିବା ସଲପଦର କଲଭର୍ଟ ଉପରେ ମଧ୍ୟ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।
ଅନୁରୂପ ଭାବେ ବାଲେଶ୍ୱର ଜିଲା ବସ୍ତା ଅନ୍ତର୍ଗତ ମଥାନୀଠାରେ ଜଳକା ନଦୀ ବିପଦ ସଙ୍କେତ ଟପିଛି। ଏଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବାବେଳେ ଜଳସ୍ତର ୬.୩୦ ଉପରେ ରହିଛି। ମୟୂରଭଞ୍ଜ ଜିଲାର ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା, ଚିତ୍ରଡା ଆଦି ଅଞ୍ଚଳ ପ୍ରଭାବିତ ହୋଇଛି। ସେହିପରି କଟକ ଜିଲା ଆଠଗଡ଼ ବ୍ଲକ୍‌ରେ ପ୍ରବଳ ବର୍ଷା ହେବାରୁ କଟକ-ସମ୍ବଲପୁର ପୁରୁଣା ରାସ୍ତାର କେତେକ ସ୍ଥାନ ବୁଡି ଯାଇଛି। ମାଧପୁରଠାରେ ଏହି ରାସ୍ତା ଉପରେ ୩ ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରବାହିତ ହେଉଛି। ଅନ୍ୟପଟେ ଢେଙ୍କାନାଳରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇ କୂଳ ଲଙ୍ଘିବାରେ ଲାଗିଛି। ଅନେକ ସ୍ଥାନରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଭୁବନ ବ୍ଲକ୍‌ର ଜୟପୁର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।
ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାନେଇ ବିଭିନ୍ନ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ୧୭ ତାରିଖରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ। ୧୮ରେ ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଏବଂ ୧୯ରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସମ୍ବଲପୁର, ଦେବଗଡ଼ ଓ ଅନୁଗୋଳରେ ପ୍ରବଳ ବର୍ଷା ସହ ଝଡ଼ତୋଫାନ ମଧ୍ୟ ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ସାରା ରାଜ୍ୟରେ ଜୁନ୍‌ରୁ ଅଗଷ୍ଟ ୧୫ ମଧ୍ୟରେ ସ୍ବାଭାବିକଠାରୁ ୯% କମ୍‌ ବର୍ଷା ହୋଇଥିବାବେଳେ ୨୨ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହି ସମୟରେ ମାଲକାନଗିରିରେ ସର୍ବାଧିକ ୧,୦୩୦ ମିମି ବର୍ଷା (ସ୍ବାଭାବିକଠାରୁ ୨୫% ଅଧିକ) ରେକର୍ଡ କରାଯାଇଛି। ହେଲେ ବାଲେଶ୍ୱର, ସୁବର୍ଣ୍ଣପୁର, ଖୋର୍ଦ୍ଧା, ନବରଙ୍ଗପୁର, ମୟୂରଭଞ୍ଜ, ବଲାଙ୍ଗୀର ଓ ପୁରୀ ଆଦି ୭ ଜିଲାରେ ସ୍ବାଭାବିକଠାରୁ କମ୍‌ ବର୍ଷା ରେକର୍ଡ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri