ପୁଣି ୧୪ ଅନ୍ତେବାସୀ କରୋନା ଆକ୍ରାନ୍ତ

ବ୍ରହ୍ମପୁର ଅଫିସ, ୧୭ା୮- ଗଞ୍ଜାମ ଜିଲାରେ କରୋନାକୁ ନେଇ ଲୋକେ ଭୟଭୀତ ହୋଇ ରହିଛନ୍ତି। ରବିବାର ପୁଣି ବ୍ରହ୍ମପୁର ବାଳ ସୁଧାର ଗୃହର ୧୪ ଅନ୍ତେବାସୀ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଟୁଇଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୫୦ ଅନ୍ତେବାସୀ ପଜିଟିଭ ଚିହ୍ନଟ ହୋଇଥିଲେ। ପୁଣି ୧୪ ଆକ୍ରାନ୍ତ ହେବା ପରେ ବର୍ତ୍ତମାନ ପଜିଟିଭ୍‌ଙ୍କ ସଂଖ୍ୟା ୬୪ରେ ପହଞ୍ଚିଛି। ଏହା ଜଣାପଡିବା ପରେ କେତେଜଣ କର୍ମଚାରୀଙ୍କ ନମୁନା ମଧ୍ୟ ସଂଗ୍ରହ କରାଯାଇଛି। ସେମାନଙ୍କ ରିପୋର୍ଟ ଆସି ନ ଥିବା ସୂଚନା ମିଳିଛି। ସୁଧାର ଗୃହରୁ ଗତ ୧ ତାରିଖରେ ୪୫ ଅନ୍ତେବାସୀ ପଜିଟିଭ ଚିହ୍ନଟ ହୋଇଥିଲେ। ଜଣଙ୍କୁ ଥଣ୍ଡା, ଜ୍ୱର ହେବାରୁ ସେଠାରେ ଥିବା ୭୫ ନାବାଳକଙ୍କ ସ୍ବାବ୍‌ ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ପ୍ରଥମ ପର୍ଯ୍ୟାୟରେ ୪୫ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ପଜିଟିଭ ଚିହ୍ନଟ ହୋଇଥିଲେ। ସୁଧାର ଗୃହରେ ତାଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଇଥିଲା। ଜିଲା ସ୍ବାସ୍ଥ୍ୟ ବିଭାଗ ଡାକ୍ତରୀ ଦଳ ସୁଧାର ଗୃହକୁ ଯାଇ ନାବାଳକଙ୍କ ଚିକିତ୍ସା କରିଥିଲେ। ଗତ କିଛିଦିନ ତଳେ ପୁଣି କେତେଜଣ ନାବାଳକଙ୍କୁ ଥଣ୍ଡା, ଜ୍ୱର ହେବାରୁ ୫୩ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ରବିବାର ୧୪ ନାବାଳକ ଆକ୍ରାନ୍ତ ହୋଇଥିବା ସୂଚନା ଦିଆଯାଇଛି। ସେମାନଙ୍କୁ ମଧ୍ୟ ସୁଧାର ଗୃହରେ ଚିକିତ୍ସା କରାଯିବ ବୋଲି ଜଣାପଡିଛି। ବାଳସୁଧାର ଗୃହ ଅଧୀକ୍ଷକ ପି. କେ. ହର କୁହନ୍ତି, ଗତ ୧୩ ତାରିଖରେ ୫୩ ଅନ୍ତେବାସୀ ଓ ୧୬କର୍ମଚାରୀଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ଏଯାବତ ସେ ସମ୍ପର୍କରେ ଆମ ନିକଟକୁ କୌଣସି ସୂଚନା ଆସିନାହିଁ। ପୂର୍ବରୁ ଆକ୍ରାନ୍ତ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ପୂର୍ବରୁ ଜଣେ ଷ୍ଟାଫ ତାଙ୍କ ମା ’ଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଯାଇଥିବା ବେଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଇଇ ମେନ୍‌ରେ ଆସିବ ଓଡ଼ିଆ ପ୍ରଶ୍ନପତ୍ର

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଏଣିକି ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ‘ଜେଇଇ ମେନ୍‌’ରେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଆସିବ। ଓଡ଼ିଆ ସମେତ ମୋଟ ୧୧...

ଶ୍ରୀମନ୍ଦିର ପାର୍ଶ୍ୱ ଉଚ୍ଛେଦ, ଥଇଥାନକୁ ମୋହର

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଶ୍ରୀମନ୍ଦିର ବିକାଶ ଲାଗି ରାଜ୍ୟ ସରକାର ମେଘନାଦ ପାଚେରି ଚତୁଃପାର୍ଶ୍ୱରେ ୭୫ ମିଟର ଦୂରତାରେ ଥିବା ସମସ୍ତ ବେସରକାରୀ ଜମି, ବାସଗୃହ, ଦୋକାନ...

ଜିଲାରେ ୧୭,୨୨୮ ମାଟ୍ରିକ ପରୀକ୍ଷାର୍ଥୀ

ଢେଙ୍କାନାଳ ଅଫିସ, ୧୬।୨ – ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ ଏବଂ କପିମୁକ୍ତ କରିବାକୁ ଢେଙ୍କାନାଳ ଜିଲା ଶିକ୍ଷା ବିଭାଗର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଚଳିତବର୍ଷ...

କୃଷି ଆଇନକୁ ବିରୋଧ

ବରଗଡ଼ ଅଫିସ,୨୭ା୯: ସଂଯୁକ୍ତ  କୃଷକ ମୋର୍ଚ୍ଚା ଆହ୍ବାନକ୍ରମେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ସୋମବାର ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ବରଗଡ଼...

ଏସ୍‌ସିବିରେ ପ୍ରଥମ ବ୍ଲାକ୍‌ ଫଙ୍ଗ୍ସ ପ୍ଲାଷ୍ଟିକ ସର୍ଜରି ସଫଳ

କଟକ ଅଫିସ, ୬ା୮: ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପ୍ରଥମ ପୋଷ୍ଟ ବ୍ଲାକ ଫଙ୍ଗ୍ସ ପ୍ଲାଷ୍ଟିକ ସର୍ଜରି ସଫଳ ହୋଇଛି।...

‘ଆଞ୍ଚଳିକତାବାଦ ରାଜନୀତିରେ ବିଶ୍ୱାସ ନାହିଁ’

୨୦୧୯ ସାଧାରଣ ନିର୍ବାଚନ ପରେ ଭାଜପାରେ ଆରମ୍ଭ ହୋଇଥିବା ସାଙ୍ଗଠନିକ ନିର୍ବାଚନୀ ପ୍ରକ୍ରିୟା ନିକଟରେ ଶେଷ ହୋଇଛି। କେନ୍ଦ୍ରରେ ଜଗତ୍‌ ପ୍ରକାଶ ନଡ୍ଡା ନୂଆ ରାଷ୍ଟ୍ରୀୟ...

ସମୁଦ୍ରରେ ଭାସିଗଲେ ୫ ଛାତ୍ର: ୪ ଉଦ୍ଧାର, ଜଣେ ନିଖୋଜ

ବାଲିଆପାଳ,୧୮।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ଡଗରା ବେଳାଭୂମିରେ ଜାମୁସୁଳି କଲେଜର ୫ ଛାତ୍ର ଗାଧୋଉଥିବା ସମୟରେ ସୋମବାର ସମୁଦ୍ରରେ ଭାସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ...

ଗୁଳିକାଣ୍ଡରେ ଓଷଧ ଦୋକାନୀଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ଖୋର୍ଦ୍ଧାରେ ସବୁ ମେଡିସିନ୍‌ ଷ୍ଟୋର ବନ୍ଦ

ଖୋର୍ଦ୍ଧା ଅଫିସ୍‌,୧୬।୧୨: ଖୋର୍ଦ୍ଧାର ଏକ କ୍ଲିନିକରେ ହୋଇଥିବା ଗୁଳିମାଡ ଘଟଣାରେ ଗୁରୁତର ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ବିରୋଧ କରି...

Advertisement
Archives

Model This Week