ଲଘୁଚାପଜନିତ ବର୍ଷା: ଜଳ ନିଷ୍କାସନ ଚିନ୍ତା ଘାରିଛି

ନାଉଗାଁ,୬।୭(ସ୍ବ.ପ୍ର): ଅସରାଏ ବର୍ଷା ହେଲେ ଜଗତ୍‌ସିଂହପୁର ସହରରେ ଜଳ ନିଷ୍କାସନ ଚିନ୍ତା ବଢିଯାଏ। ଡ୍ରେନ୍‌ଗୁଡିକ ଜବରଦଖଲ ସାଙ୍ଗକୁ ଆବଶ୍ୟକ ପୁନରୁଦ୍ଧାର ଅଭାବରୁ ଅପରିଷ୍କାର ପାଣି ରାସ୍ତାରେ ମାଡି ସଂକ୍ରମଣ ବୃଦ୍ଧି କରେ। ଏହି ସମସ୍ୟା ଦିନେ କି ମାସେ ନୁହେଁ, ବର୍ଷାଧିକ କାଳ ହେବ ଲାଗି ରହିଛି। ବିଭିନ୍ନ ସମୟରେ ଏନେଇ ଜନ ଅସନ୍ତୋଷ ସୃଷ୍ଟି ହେଉଛି। ଜିଲାସ୍ତରୀୟ ସମୀକ୍ଷା ବୈଠକରେ ମଧ୍ୟ ଜଗତ୍‌ସିଂହପୁର ସହରର ପରିମଳ ଓ ଡ୍ରେନ୍‌ ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ ପାଉଛି। କିନ୍ତୁ କୌଣସି ସୁଫଳ ମିଳୁନାହିଁ। ରାଜ୍ୟ ସରକାର ଏ ଦିଗରେ ବିଶେଷ ଧ୍ୟାନ ଦେଇ ପ୍ରତିକାର ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
ସୋମବାରଠାରୁ ଲଘୁଚାପଜନିତ ବର୍ଷା ଲାଗି ରହିଥିବାବେଳେ ଜଗତ୍‌ସିଂହପୁର ସହରରେ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଛି । ଏହି ବର୍ଷାରେ ସହର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିିଛି। ସହର ଦେଇ ଯାଇଥିବା ନାଗପୁର ଓ ପାଣିସାଳିଆ ଡ୍ରେନେଜ୍‌ର ଏକାଧିକ ସ୍ଥାନରେ ପ୍ରତିବନ୍ଧକ ଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ। ବିଶେଷକରି ସରକାରୀ ବାଳିକ ଉଚ୍ଚ ବିଦ୍ୟାଳୟ ସମ୍ମୁଖ, ବସ୍‌ଷ୍ଟାଣ୍ଡ, ଥାନା ଓ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଡ୍ରେନ୍‌ ପାଣି ଜମି ରହିଛି। ବଡ ବଜାର ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଡ୍ରେନ୍‌ ସମସ୍ୟା ଯୋଗୁ ସାମାନ୍ୟ ବର୍ଷାରେ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି। ନିୟମ ରହିଛି ପ୍ରାକୃତିକ ନାଳ କିମ୍ବା ଡ୍ରେନ୍‌ ରୋକାଯାଇ ପାରିବ ନାହିଁ । ଏହାର ଗତି ବଦଳାଯିବନି। କେହି ଜବରଦଖଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଅଛି। ରାଜ୍ୟ ସରକାର ମଧ୍ୟ ବିଭିନ୍ନ ସମୟରେ ନାଳ କିମ୍ବା ଡ୍ରେନ୍‌ରେ ଯେପରି ଜଳ ନିଷ୍କାସନରେ ବାଧା ନ ଉପୁଜିବ ସେନେଇ ଜିଲା ପ୍ରଶାସନକୁ ଚିଠି କରିଥାନ୍ତି। ଡ୍ରେନ୍‌ଗୁଡିକର ଯେଉଁସବୁ ସ୍ଥାନରେ ପାଣି ଜମି ରହୁଛି ସେଗୁଡିକ ସଫା କରି ଜଳ ନିଷ୍କାସନକୁ ସ୍ବାଭାବିକ କରିବା କଥା ।
ଏ ସମ୍ପର୍କରେ କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ଜଗତ୍‌ସିଂହପୁର ସହରରେ ନାଗପୁର, ପାଣିଶାଳିଆ ଓ ମାଧପୁର ଡ୍ରେନ୍‌ ଯାଇଛି। ନାଗପୁର ଡେନ୍‌ ଜଗତ୍‌ସିଂହପୁରରୁ ନାଗପୁର ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ସେଥିରୁ ୩ କିଲୋମିଟର ଜଗତ୍‌ସିଂହପୁର ପୌର ପରିଷଦ ଅଧୀନରେ ରହିଛି । ଏହା ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତାର ଅପରପାର୍ଶ୍ୱରୁ ବାହାରି ଟାଉନ ହଲ୍‌ ଛକ-ସିପି-ଖେରସ ମୌଜା ଦେଇ ପୁରୋହିତପୁର ପାଖରେ ନାଳରେ ପଡ଼ିିଛି। ଜଗତ୍‌ସିଂହପୁର ସହରରେ ଏହି ଡ୍ରେନ୍‌ର ଓସାର ପାଖାପାଖି ୩୦ ଫୁଟ ହେବ ବୋଲି କୁହାଯାଉଥିବା ବେଳେ ସେଥିରୁ ଅଧିକାଂଶ ଜବରଦଖଲ ହୋଇଯାଇଛି। ଏବେ ଓସାର ମାତ୍ର ୫ରୁ୬ ଫୁଟ ଭିତରେ ରହୁଥିବା ସୂଚନା ମିଳିଛି । ସେହିପରି ପାଣିଶାଳିଆ ଡ୍ରେନ୍‌ର ଦୈର୍ଘ୍ୟ ପାଖାପାଖି ୧.୫ କିଲୋମିଟର ହେବ। ଏହା ସହରରେ ଥିବା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ନିକଟରୁ ବାହାରି ବସଷ୍ଟାଣ୍ଡ, ଟାଉନ ହଲ୍‌ ଛକ ଦେଇ ପାଣିଶାଳିଆ ଅମୁହାଁଦଣ୍ଡା ପର୍ଯ୍ୟନ୍ତ ଲମ୍ବିଛି। ଏହି ଡ୍ରେନ୍‌ ମଧ୍ୟ ଜବରଦଖଲରେ ରହିଛି । ମାଧପୁର ଡ୍ରେନ୍‌ର ଲମ୍ବ ପାଖାପାଖି ୨ କିଲୋମିଟର ହେବ। ଏହି ଡ୍ରେନ୍‌ର କମ୍‌ ସ୍ଥାନ ଜବରଦଖଲ ହୋଇଥିଲେ ସୁଦ୍ଧା ଆପାତତଃ ଭଲ ସ୍ଥିତିରେ ଅଛି। ଏହିସବୁ ଡ୍ରେନ୍‌ ଦୀର୍ଘ ବର୍ଷ ଧରି ଜବରଦଖଲ ଯୋଗୁ ଜଳ ନିଷ୍କାସନରେ ବାଧା ଉପୁଜିଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ କହିଛନ୍ତି, ସେ ନୂଆ କରି ଦାୟିତ୍ୱ ନେଇଛନ୍ତି। ତଥାପି ଉପରୋକ୍ତ ସମସ୍ୟାଗୁଡିକର ସ୍ଥାୟୀ ସମାଧାନ ପାଇଁ ଚିନ୍ତା କରାଯାଉଛି। ତେବେ ଡ୍ରେନ୍‌ ସଫା ଉପରେ ପ୍ରାଥମିକତା ଦିଆଯାଇଥିବା ସେ କହିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଯିବେ ବିଶେଷଜ୍ଞ ଟିମ୍‌: ପରଖିବେ ସ୍ଥିତି

ଭୁବନେଶ୍ୱର,୬।୫(ବ୍ୟୁରୋ): ଗଞ୍ଜାମ ଜିଲାରେ ୪ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କରୋନା ସ୍ଥିତି ଅନୁଧ୍ୟାନ ପାଇଁ ସ୍ବତନ୍ତ୍ର...

ଦାୟିତ୍ୱ ନ ନେବାରୁ ଦୟନୀୟ

ଛେଣ୍ଡିପଦା,୪।୧୧(ସ୍ବ.ପ୍ର.) ଦୀର୍ଘବର୍ଷ ହେଲା ମରାମତି ହୋଇନି ଦୁଇ ଜିଲାର ସୀମାନ୍ତ ରାସ୍ତା। ଫଳରେ କେଉଁସ୍ଥାନରେ ଏହା ଦବି ଯାଇଛି ତ ଆଉ କେଉଁଠି ଲମ୍ବା ଫାଟ...

ମହାକାଳପଡ଼ାରେ କାଳବୈଶାଖୀ: ଜଣେ ମୃତ, ଜଳିଗଲା ୪ ବଖରା

ମହାକାଳପଡ଼ା.୧୮.୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ସାଙ୍ଗକୁ ଘଡ଼ଘଡି ଓ ବଜ୍ରପାତ ହୋଇଛି। ଏଥିରେ ଜଣେ ଚାଷୀଙ୍କ ମୃତ୍ୟୁ...

କୁରାଡିହା ସରପଞ୍ଚଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

ରୂପସା, ୨୧।୮(ବାଞ୍ଛାନିଧି ଦେ)-ବାଲେଶ୍ୱର ସଦର ବ୍ଲକ ଅଧୀନ କୁରାଡ଼ିହା ପଞ୍ଚାୟତ ସରପଞ୍ଚ ନିରଞ୍ଜନ ଧଳ (୪୮) ସୋମବାର ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର...

କାମ ନ ସରୁଣୁ ଧସିଲା ସୁରକ୍ଷା ପାଚେରି

ଖଇରା(ଉତ୍କଳବନ୍ଧୁ ପଣ୍ଡା)/ ଔପଦା(ଧରିତ୍ରୀ ପଣ୍ଡା),୨୬ା୬: ବାଲେଶ୍ବର ଜିଲା ଅଧୀନ ଖଇରା ବ୍ଲଜର ବିଭିନ୍ନ ସ୍ଥାନରେ ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ରାସ୍ତା କାମରେ ବ୍ୟାପକ ଅନିୟମିତତା...

କାଠ ଉପରେ ଚାଲିବେ ସଂକ୍ରିଡ଼ାବାସୀ

ବନ୍ତଳା, ୧୨ା୧୦ (ଡି.ଏନ୍‌.ଏ.):  ଶିଳ୍ପାୟନରେ ଆଗୁଆ ଅନୁଗୋଳ। ରାଜ୍ୟର ସର୍ବାଧିକ ରାଜସ୍ବ ମଧ୍ୟ ଆଦାୟ ହେଉଛି ଏହି ଜିଲାରୁ। ହେଲେ ଜିଲାରେ ଏମିତି ବି ଗଁା...

ପିପିଲି ଟୋଲ୍‌ ପ୍ଲାଜାରୁ ଟିକସ ଆଦାୟ ଆରମ୍ଭ

ପିପିଲି,୨୧ା୪ (ସ୍ବ.ପ୍ର): ରାଜ୍ୟ ସରକାର ଲକ୍‌ଡାଉନକୁ କିଛିମାତ୍ରାରେ କୋହଳ କରିଛନ୍ତି। ପୁରୀ ଜିଲା ପିପିଲି ଟୋଲ ପ୍ଲାଜା ସିଲକୁ ସୋମବାରଠାରୁ ଖୋଲା ଯାଇଛି। ଏଥିସହ କର୍ମଚାରୀମାନେ...

ବଲାଙ୍ଗୀରରେ ୩ କରୋନା ପଜିଟିଭ୍‌ ଚିହ୍ନଟ: ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୫କୁ ବୃଦ୍ଧି

ବଲାଙ୍ଗୀର ଅଫିସ,୫।୬: ବଲାଙ୍ଗୀର ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି । ଶୁକ୍ରବାର ୩ କରୋନା ସଂକ୍ରମିତ ଚିହ୍ନଟ ପରେ ଜିଲାରେ ସଂକ୍ରମିତଙ୍କ...

Advertisement
Archives

Model This Week