ଭାରସାମ୍ୟ ହରାଇ ଓଲଟିଲା ବସ୍‌: ଜଣେ ମୃତ, ୩୦ ଆହତ

ରାୟଗଡ଼ା ଅଫିସ,୬।୭: ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ହାତିଖମ୍ବା ଗାଁ ନିକଟରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ଆହତଙ୍କ ମଧ୍ୟରୁ ୧୪ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେମାନଙ୍କୁ ରାୟଗଡ଼ା ମେଡିକାଲକୁ ନିଆଯାଇଥିଲା। ମୃତ ମହିଳାଙ୍କ ଘର ପାରଳାଖେମୁଣ୍ଡି ବୋଲି ଜଣାପଡ଼ିଛି।
ସୂଚନାନୁସାରେ, ଯାତ୍ରୀବାହୀ ବସ୍‌ଟି ବିଳମ୍ବିତ ରାତିରେ ଯାତ୍ରୀମାନଙ୍କୁ ନେଇ ପାରଳାଖେମୁଣ୍ଡିରୁ ଉମରକୋଟ ଅଭିମୁଖେ ଆସୁଥିଲା। ଏହି ସମୟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକୁ କଡ ଓଲଟି ପଡ଼ିଥିଲା। ପୋଲିସ ଓ ଅଗ୍ନିଶମ କର୍ମଚାରୀ ଗଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବସ୍‌ରେ ମୋଟ ୪୦ଜଣ ଯାତ୍ରୀ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଁକୁ ଇକୋ ଭିଲେଜ: ଭିତ୍ତିଭୂମିର ବିକାଶ ଫାଇଲରେ

ନୟାଗଡ଼ ଅଫିସ/ଗଣିଆ,୩୧।୧ (ଡି.ଏନ.ଏ.):ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ମୁଦୁଲିଗାଡ଼ିଆ ଇକୋ ଭିଲେଜ ମାନ୍ୟତା ପାଇବାର ୫ ବର୍ଷ ବିତିବାକୁ ବସିଛି। ହେଲେ ଇକୋ...

ସରକାରୀ ସୁବିଧାରୁ ବଁଚିତ୍‌ ସିଦ୍ରିଆ ସମାଜ: ଜାତି, ଭେଲିକେ ନେଇ ଗୁପାରେ ପରଶାସନ

ବିନିକା, ୧୮।୧ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂହିଯୁବା ପଁଚେତ୍‌ ଅଧୀନ ଜାମପାଲି ଗଁାର କେନାଲ ପଡ଼ା, ଟାଙ୍ଗର ପଡ଼ା ଆର ଜଙ୍ଗଲ ପଡ଼ାରେ...

କଟକ ପାଇବ ନୂଆ ରୂପ

କଟକ ଅଫିସ, ୨୪।୧ :ନୂଆ ରୂପ ନେବ କଟକ। ଅନେକ ଐତିହାସିକ ସ୍ମୃତି ବହନ କରୁଛି ଏହି ସହର। ତେଣୁ ଏହାର ସମୁଚିତ ବିକାଶ ସମସ୍ତଙ୍କର ମିଳିତ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ନିଶ୍ଚିନ୍ତକୋଇଲି,୯।୫(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ତରତ ଶାସନ ପଞ୍ଚାୟତର ୮୩ ମହିଳା ସୟଂସହାୟକ ଗୋଷ୍ଠୀ, ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀ ମିଶି ୬୦,୦୦୬...

ଆଜିଠୁ ନୟାଗଡ଼ ସହରରେ ପଲିଥିନ ନିଷେଧ:୫ରୁ ୨୫ ହଜାର ପର୍ଯ୍ୟନ୍ତ ଜରିମାନା, ୩ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ

ନୟାଗଡ଼ ଅଫିସ,୨ା୧୦: ନୟାଗଡ଼ ସହରରେ ବୁଧବାରଠାରୁ ପଲିଥିନ ନିଷେଧ କରାଯିବ। କୌଣସି ବ୍ୟବସାୟୀ ପଲିଥିନ ବ୍ୟବହାର କଲେ ତାଙ୍କଠାରୁ ୫ରୁ ୨୫ ହଜାର ପର୍ଯ୍ୟନ୍ତ ଜରିମାନା...

ଭାଇରାଲ ହେଲା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର

ନବରଙ୍ଗପୁର,୧୪।୩(ଡି.ଏନ୍‌.ଏ.): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ମଙ୍ଗଳବାର ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ହୋଇଥିଲା। ତେବେ ନବରଙ୍ଗପୁର ଜିଲାରେ ମାଟ୍ରିକ...

ସ୍ବସ୍ତି ସିଂଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଚଳିତବର୍ଷର ଏକଲବ୍ୟ ପୁରସ୍କାର ଘୋଷଣା କରାଯାଇଛି। ସାଇକେଲ୍‌ ଚାଳିକା ସ୍ବସ୍ତି ସିଂଙ୍କୁ ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେହିପରି ଫୁଟବଲର ପ୍ୟାରୀ ଖାକା...

ବଜ୍ରପାତରେ ଭାଙ୍ଗିଲା ବିଷ୍ଣୁ ମନ୍ଦିର ଚୂଡ଼ା

ପାତ୍ରପୁର,୨୦ା୩ (ଡି.ଏନ୍‌.ଏ.) – ପାତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁବାର ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ କୁଆପଥର ବୃଷ୍ଟି ହୋଇଛି। ବଣଶୋଳା ଗ୍ରାମ ବଡ଼ସାହିରେ...

Advertisement
Archives

Model This Week